• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସ୍ଥାନ ପାଇଥିବା ଓଡ଼ିଆ ବର୍ଣ୍ଣମାଳାରେ, ସ୍ୱରବର୍ଣ୍ଣରେ ଋ, ଋ .. ପରେ ଲୁ' ବିଲକୁଲ ନାହିଁ । ସେହିପରି ବ୍ୟଞ୍ଜନବର୍ଣ୍ଣରେ କ୍ଷ ମଧ୍ୟ ନାହିଁ । କିନ୍ତୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସ୍ଥାନ ପାଇଥିବା ଅକ୍ଷର ଭୂମିରେ ପଥରେ ଖୋଦିତ ହୋଇଥିବା ଓଡ଼ିଆ ବର୍ଣ୍ଣମାଳାର ଋ, ଋ .. ପରେ ଥିବା ବର୍ଣ୍ଣଟି ବିକୃତ ଭାବେ ଲେଖାଯାଇଛି । ଯାହା ମଧୁସୂଦନନ ରାଓ ଲେଖିଥିବା ଛବିଳ ମଧୁବର୍ଣ୍ଣବୋଧରେ ଲେଖାଥିବା ବର୍ଣ୍ଣ ସହିତ ମିଶୁନାହିଁ । ତାହା କେଉଁଠୁ ଆସିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ସେହିପରି ଭାଷା ସମ୍ମିଳନୀ ବାହାରେ ଲେଖାଯାଇଥିବା ବର୍ଣ୍ଣମାଳାରେ କ୍ଷ ଓ ଓ୍ୱ ବିଲକୁଲ ନଥିବା ବେଳେ ଛବିଳ ମଧୁବର୍ଣ୍ଣବୋଧରେ କିନ୍ତୁ ଏହି ବର୍ଣ୍ଣଟି ଅଛି। ପ୍ରଶ୍ନ ଉଠୁଛି, ଏସବୁ ଭିତରୁ କେଉଁଟା ଠିକ୍। କାହାକୁ ପିଲା ଠିକ୍ ଭାବି ପଢିବେ ? ଏପରି ଦ୍ୱନ୍ଦାତ୍ମକ ବର୍ଣ୍ଣମାଳାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ । ଏପରିକି ଅକ୍ଷର ଭୂମିକୁ ଓଡ଼ିଆ ଭାଷାର ସେଲଫି ପଏଣ୍ଟ ବୋଲି କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ନିର୍ଦ୍ଦେଶକ ।

ଏ ତ ଥିଲା, ଭୁବନେଶ୍ୱରରେ ହୋଇଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ସ୍ଥାନ ପାଇଥିବା ବର୍ଣ୍ଣର ତ୍ରୁଟି। କିନ୍ତୁ ସେପଟେ ଭଦ୍ରକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ରାସ୍ତା କଡ଼ ଓ୍ୱାଲରେ ପେଣ୍ଟିଂ କରାଯାଇଥିବା ଓଡିଶାର ବରପୁତ୍ରମାନଙ୍କ ନାଁରେ ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି । ନିଜ ଜନ୍ମ ମାଟିରେ ଓଡ଼ିଶା ଆକାଶର ଧ୍ରୁବତାରା ତଥା ନବ ଓଡିଶାର ବିନ୍ଧାଣୀଙ୍କ ନାଁ ବି ଭୁଲ। ଭଦ୍ରକ ଜିଲ୍ଲା ଧାମନଗରର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ପାଚେରୀରେ ଡ. ହରେକୃଷ୍ଣ ମହତାବଙ୍କ ନାଁକୁ ହରେକୃଷ୍ଣ ମହାନ୍ତି ଲେଖାଯାଇଛି।

ସେହିପରି ଭଦ୍ରକ ସହର ବନ୍ତ ଛକରେ ଥିବା ପାଚେରୀକୁ ସୌନ୍ଦର୍ଯ୍ୟକରଣ ପାଇଁ ଚିତ୍ରିତ କରାଯାଥିବା କାନ୍ଥରେ ଜାତୀୟ କବି ବାଞ୍ଚାନିଧି ମହାନ୍ତିଙ୍କ ନାଁକୁ ବିକୃତ ଭାବେ ବାଞ୍ଛାନିଧି ଦାସ ବୋଲି ଲେଖାଯାଇଥିଲା। ସାମାଜିକ ଗଣମାଧ୍ୟମରେ ପ୍ରବଳ ସମାଲୋଚନା ପରେ ପ୍ରଶାସନ ପକ୍ଷରୁ ତା’ଉପରେ ପଟି ପକାଯାଇଛି।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଉପସ୍ଥାପିକା ସଂହତି ପାଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାଁକୁ କଣ୍ଠକବି ପଢ଼ି ସମାଲୋଚନାର ସରବ୍ୟ ହୋଇଥିଲେ। ପରେ ସେ ନିଜର ଦୋଷ ସ୍ୱୀକାର କରି କ୍ଷମା ମାଗିଥିଲେ।

 

  • Reported by:
  • RASHMIRANJAN DAS , ARACHANA SATPATHY , Partha Sarathi nayak