/odishatv-khabar/media/post_attachments/uploadimage/library/16_9/16_9_0/cow__1707224414.jpg)
cow
ଜାତୀୟ ରେକର୍ଡ଼ ସୃଷ୍ଟି କଲା ଗାଈ । ଆପଣ ଭାବୁଛନ୍ତି କି କେଉଁ ରେକର୍ଡ଼ ସୃଷ୍ଟି କଲା ଗାଈ ? ତେବେ କଥାଟି ଆର୍ଶ୍ଚଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଏକ ହୋଲଷ୍ଟାଇନ୍ ଫ୍ରିଜିଆନ୍ (HF) ଗାଈ ରବିବାର ଦିନ ଜାଗ୍ରୋନ୍ରେ ବାର୍ଷିକ ଆନ୍ତର୍ଜାତୀୟ ଦୁଗ୍ଧ ଏବଂ ଆଗ୍ରି ଏକ୍ସପୋରେ ୨୪ ଘଣ୍ଟା ମଧ୍ୟରେ ୭୨ କିଲୋଗ୍ରାମରୁ ଅଧିକ କ୍ଷୀର ଦେଇ ଜାତୀୟ ରେକର୍ଡ ସୃଷ୍ଟି କରିଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଦୁଗ୍ଧ ଏବଂ କୃଷି ପ୍ରଦର୍ଶନୀରେ ଦୁଗ୍ଧ ଏବଂ ପ୍ରଜନନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ହରିୟାଣାର କୁରୁକ୍ଷେତ୍ରର ପୋରାସ ମେହଲା ଓ ସମ୍ରାଟ ସିଂ ଦୁଇ ଦୁଗ୍ଧ ଚାଷୀ କହିଛନ୍ତି ଯେ ସେମାନଙ୍କର ୭ ବର୍ଷର ଏଚ୍.ଏଫ୍ ଗାଈ ଦୁଗ୍ଧ ପ୍ରତିଯୋଗିତାରେ ୨୪ ଘଣ୍ଟା ମଧ୍ୟରେ ୭୨.୩୯୦ କିଲେଗ୍ରାମ କ୍ଷୀର ଦେଇଛି । ଭାରତର ଯେକୌଣସି ପ୍ରତିଯୋଗିତାରେ ଏତିକି ପରିମାଣରେ କ୍ଷୀର ଦେବା ଏହା ହେଉଛି ସର୍ବାଧିକ । ସୋମାନେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୮ରେ ପିଡ଼ିଏଫ୍ଏ (PDFA) ପ୍ରତିଯୋଗିତାରେ ଏହି ପରି ଏଚ୍.ଏଫ୍ ଗାଈ ୭୦.୪୦୦ କିଲୋଗ୍ରାମ କ୍ଷୀର ଦେଇଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମ ଗାଈ ଏଭଳି ଏକ ସମ୍ମାନଜନକ ପ୍ରତିଯୋଗିତାରେ ଜାତୀୟ ରେକର୍ଡ଼ ସୃଷ୍ଟି କରିଛି । ଏଭଳି ଘଟଣା ପ୍ରଥମ ଥର ଘଟିଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ମୋଟ ୩୦ଟି ଗାଈ ଭାଗ ନେଇଥିଲେ । ଆମ ଗାଈ ଏହି ପ୍ରତିଯୋଗିତାରେ ଜିତିଥିବାରୁ ଆମେ ପୁରସ୍କାର ସ୍ବରୂପ ଟ୍ରାକ୍ଟର ପାଇବୁ ବୋଲି କହିଛନ୍ତି ଦୁଇ ଦୁଗ୍ଧ ଚାଷୀ । ଦୁଗ୍ଧ ଚାଷ ଏକ ବ୍ୟବସାୟ, କେବଳ ବ୍ୟବସାୟ ନୁହେଁ ଏବଂ ଯେଉଁମାନେ ଗାଈଙ୍କୁ ଭଲ ପାଆନ୍ତି ସୋମାନେ ମଧ୍ୟ ସଫଳ ପାଇପାରିବେ ।
ସମ୍ରାଟ ସିଂ କହିଛନ୍ତି ଯେ ନିଜେ ସବୁ କାମ ଉପରେ ନଜର ରଖିବା ସହ ସେମାନଙ୍କ ଚାଷରେ ଦୁଇଟି ସିଫ୍ଟରେ ୧୦ରୁ ୧୫ ଜଣ କାମ କରୁଛନ୍ତି । ସେ କହିଛନ୍ତି ଯେ ସେମାନେ ସକାଳ ୪ଟାରୁ ୭ଟା ପର୍ଯ୍ୟନ୍ତ ଗାଈ ମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ପାଖରେ ୨୦୦ ଏଚ୍.ଏଫ୍ ଗାଈ ଓ ଜର୍ସି ଗାଈ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)