/odishatv-khabar/media/post_attachments/uploadimage/library/16_9/16_9_0/Poet_1707235729.jpg)
Poet
ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡ୍ସେଟର୍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ତରଫରୁ ୨୦୨୪ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଏଥର ବିଶିଷ୍ଟ କଥାକାର ଦେବବ୍ରତ ମଦନରାୟ ମନୋନୀତ ହୋଇଛନ୍ତି। ସେହିପରି ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟା ବିବେଚିତ ହୋଇଛନ୍ତି କଥାକାର ପ୍ରଜ୍ଞାପ୍ରବର୍ତ୍ତିକା ଦାଶ।
୨୦୧୪ରୁ ପ୍ରଦାନ କରାଯାଇଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ ଏବଂ ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକ, ଅଜୟ ସ୍ୱାଇଁ, ନିବାରଣ ଜେନା, ଭୀମ ପୃଷ୍ଟି, ପୁଷ୍ପାଞ୍ଜଳି ନାୟକଙ୍କ ପରି ଖ୍ୟାତନାମା କଥାକାରମାନେ ପାଇଥିବା ବେଳେ ଜଗଦୀଶ ଯୁବ ସମ୍ମାନ ପାଇଛନ୍ତି ଅମରେଶ ବିଶ୍ୱାଳ, ସ୍ୱାଗତିକା ସ୍ୱାଇଁ, ନେତାଜୀ ଅଭିନନ୍ଦନ, ବିରଜା ରାଉତରାୟ, ରାଜେନ୍ଦ୍ର କୁମାର ରାଉଳ, ଶକ୍ତି ମହାନ୍ତି, ମଣିରାମ ଜେନା ଏବଂ ସୁଶୀଲ ପ୍ରଧାନ।
ଆଗାମୀ ୧୭ ଫେବୃଆରୀରେ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନଠାରେ ଆୟୋଜିତ ହେବାକୁଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ସୁଖ୍ୟାତ କଥାକାର ତରୁଣକାନ୍ତି ମିଶ୍ର ଏବଂ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ପ୍ରମୁଖ ବରେଣ୍ୟ ଅତିଥିମାନଙ୍କ ଗହଣରେ ପ୍ରତିଭାଦ୍ୱୟଙ୍କୁ ପୁରସ୍କୃତ କରାଯିବ। ଏହି ଉତ୍ସବରେ ଜଗଦୀଶ-ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀମାନେ ଯୋଗଦେବାକୁ ଟ୍ରଷ୍ଟ୍ର ଅଧ୍ୟକ୍ଷା ଡ. ସରୋଜିନୀ ସାହୁ ଏବଂ ସଂପାଦକ ସରୋଜ ବଳ ଅନୁରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)