• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ । କିନ୍ତୁ ଚଳିତ ମାଘରେ ଶୀତ କଥା ଛାଡନ୍ତୁ, ଏବେଠାରୁ ଗରମ ଅନୁଭୂତ ହେଲାଣି । ହଠାତ୍ ଖରା, ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ଉପାନ୍ତ .. ଖରା ଗରମରେ ଶିଝୁଛନ୍ତି ରାଜ୍ୟବାସୀ ।

ମାଘ ମାସରେ ଜାଡ଼ ଶୀତ ବଦଳରେ କଲବଲ କରୁଛି ଖରା । ଫେବ୍ରୁଆରୀ ପ୍ରଥମ ସପ୍ତାହର ଖରାକୁ ଦେଖିଲେ ମୁଣ୍ଡ ବୁଲାଇ ଦେଉଛି । ଗତ ୨୪ ଘଣ୍ଟାର ତାପମାତ୍ରା ଉପରେ ନଜର ପକାଇଲେ ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣା ୩୪.୨ ଡିଗ୍ରୀ, ମାଲକାନଗିରି ଏବଂ ପାରଳାଖେମୁଣ୍ଡିରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୯ ଡିଗ୍ରୀ ସହ ରାଜ୍ୟର ୧୫ ଟି ସହରର ତାପମାତ୍ରା ୩୨ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ରାତି ତାପମାତ୍ରାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି ।

ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଏହିପରି ପାଣିପାଗ, ଆସନ୍ତା ୪ ଦିନ ଯାଏଁ ଲାଗିରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ଗତ କିଛି ବର୍ଷର ରେକର୍ଡକୁ ଦେଖିଲେ ସାଧାରଣତଃ ଫେବୃୟାରୀ ତୃତୀୟ ସପ୍ତାହ ପରେ ପରେ ତାପମାତ୍ରା ବୃଦ୍ଧି ହୋଇଥାଏ । ୨୦୨୧ରେ ଫେବୃୟାରୀ ୨୦ ତାରିଖରେ ୪୦ ଡିଗ୍ରୀ ପାର କରିଥିଲା ରାଜ୍ୟର ତାପମାତ୍ରା । କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିସ୍ତାରିତ ଆକଳନକୁ ଦେଖିଲେ ଏଲନିନୋର ପ୍ରଭାବ ଏବଂ ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ ଏହାର କାରଣ ବୋଲି ମତ ରଖିଛନ୍ତି ପାଣିପାଗ ବିଜ୍ଞାନୀ ।

ସେପଟେ ଆଗାମୀ ଦୁଇ ଦିନ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଆସନ୍ତା ୧୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।