କୋଲକାତାରେ ରେଡ ସହ କେନ୍ଦୁଝର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଚାଲିଛି।
ବେଙ୍ଗାଲୁରୁର ରାଜାଜିନଗରରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି।
ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଅନେକ ବଡ ବଡ ତାରକାଙ୍କୁ ତାଙ୍କ ନିଜ ଇଶାରାରେ ନଚେଇଥିବା କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର। ସେ ଏହି ଦୁଇ ଷ୍ଟାର୍କୁ ନେଇ ଅନେକ କଥା କହିଛନ୍ତି।
ଲ’ ଅଫିସରମାନଙ୍କ ୫୦ ପ୍ରତିଶତ ଫି’ ବୃଦ୍ଧି କଲେ ରାଜ୍ୟ ସରକାର। ଅତିରିକ୍ତ ସରକାରୀ ଓକିଲଙ୍କ ଦୈନିକ ଫି' ୧୮୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।
ଅନନ୍ତ ଅମ୍ବାନୀ ଓ ରାଧୀକାଙ୍କ ପ୍ରି-ଓ୍ୱେଡିଂରେ ପରଫର୍ମ କରିବେ ହଲିଉଡ ଷ୍ଟାର୍ ରିହାନା। ଗତକାଲି ଜାମନଗରରେ ଆସି ପହଞ୍ଚିଛନ୍ତି ରିହାନା।
ବରଫ ଚାଦରରେ ଘୋଡ଼ାଇ ହୋଇ ରହିଥିବା ସ୍ପିଟି ଘାଟିର ପ୍ରାକୃତିକ ସୌନ୍ଦର୍ଯ୍ୟ.. -୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ ହେଲା ନିଆରା ବିବାହ। -୨୫ ଡିଗ୍ରୀର ହାଡ଼ଭଙ୍ଗା ଶୀତ ବି ହାରିଯାଇଛି ତାଙ୍କ ପ୍ରେମର ଉଷ୍ମତା ଆଗରେ।
ଏମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଧୂଆଁର ସାହାଯ୍ୟ ନିଅନ୍ତି। ମହିଳାମାନେ ସଫା ରହିବା ପାଇଁ ସ୍ୱତନ୍ତ୍ର ପଦ୍ଧତି ଆପଣାଇଥାଆନ୍ତି।
ହାତ ଛାଡିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ନିକଟରେ ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ ଏବଂ ବିପ୍ଲବ ଜେନା ବି କଂଗ୍ରେସ ଛାଡ଼ିଥିଲେ।
ମୁହାଁମୁହିଁ ହୋଇଛନ୍ତି ABVP ଏବଂ ବାମପନ୍ଥୀ ସମର୍ଥିତ ଛାତ୍ର ଗୋଷ୍ଠୀ। ଉଭୟ ପକ୍ଷ ଭିତରେ ମାରପିଟ୍ ହୋଇଛି।
କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ।
ଅଭିଯୁକ୍ତ ରାକେଶ ବେଆଇନ୍ ମଦ କାରବାରରେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି।
ଗତ ୪ ବର୍ଷରେ ରାଜ୍ୟରୁ ଉଭାନ ହୋଇଗଲେଣି ୧୯୨ଟି କଲରାପତରିଆ।
OTET ପାସ୍ କରିଥିବା ସହକାରୀ ଶିକ୍ଷକଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦିଆଯିବାକୁ ଘୋଷଣା ହୋଇଛି। ଏହି ନିଷ୍ପତ୍ତି ପରେ ରାଜ୍ୟର ମୋଟ୍ ୧୨ ହଜାର ୧୧୩ ଗଣଶିକ୍ଷକ ଉପକୃତ ହେବେ।
ବର୍ତ୍ତମାନ ବାଲେଶ୍ୱରରେ ଡଫ୍ଲର ରାଡାର କାମ ଅଧା ଶେଷ ହୋଇଛି। ସମ୍ବଲପୁରରେ ଉପକରଣ ମଧ୍ୟ ପହଞ୍ଚିସାରିଛି।
ସପୋର୍ଟ ଷ୍ଟାଫ୍ ଭାବେ ଚାକିରି ପାଇଁ ଭାରତୀୟମାନଙ୍କୁ ରୁଷ ଡକାଯାଇଥିଲା। ମାତ୍ର ସେଠାରେ ସେମାନଙ୍କୁ ଯୁଦ୍ଧକୁ ପଠାଯାଇଥିଲା।
ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇବ ଯୁବ କଂଗ୍ରେସ।
ଭାରତ ଗସ୍ତରେ ଅଛନ୍ତି ବିଲ୍ ଗେଟ୍ସ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭାରତୀୟ ଜିନିଷଗୁଡ଼ିକର ଭରପୁର ମଜା ନେଉଛନ୍ତି ।
ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ସହ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ପଦକ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ବୈଠକରେ ମୋଦି, ଶାହ ଓ ନଡ୍ଡାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।
ଢାକାର ବେଲି ରୋଡରେ ଥିବା ପ୍ରସିଦ୍ଧ ବିରିୟାନି ସେଣ୍ଟରରେ ଗତକାଲି ରାତି ପ୍ରାୟ ୯ଟା ୫୦ରେ ଅଗ୍ନିକାଣ୍ଡ ଘଟିଥିଲା। ପରେ ୭ ମହଲା କୋଠାରେ ନିଆଁ ବ୍ୟାପିଯାଇଥିଲା।
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି-୫ ମୀ (ମଳ) ପ୍ରାତଃ ୦୬.୨୨ ଗତେ ୬ଷ୍ଠୀ।
୮.୪% ହାରରେ ଦୌଡ଼ିଲାଣି ଦେଶର ଜିଡିପି । ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଜବରଦସ୍ତ ଅଭିବୃଦ୍ଧି । ପୂର୍ବ କ୍ବାର୍ଟରରେ ଏହା ୭.୬ ପ୍ରତିଶତ ଥିଲା ଭାରତର ଜିଡିପି ।
ବିଜେଡିକୁ ନିର୍ବାଚନ କମିଶନଙ୍କ ନୋଟିସକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପିର ଅଭିଯୋଗକୁ ସିକୃତି ଦେଇଛନ୍ତି ନିର୍ବାଚନ କମିଶନ ବୋଲି କହିଛି ବିଜେପି ।
ଅବୈଧ ପ୍ରେମର କରୁଣ ପରିଣତି । ପ୍ରେମିକା ରାଜିନହେବାରୁ ଜୀବନ ନେଇଗଲା ପ୍ରେମିକ। ବିଚ ବଜାରରେ ଛୁରାମାଡ଼ କଲା କିଲର୍ ଲଭର୍ ।
ମାତ୍ର ୩ ସପ୍ତାହ ବ୍ୟବଧାନରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ-ପ୍ରଭାରୀ ଲତା ଉସେଣ୍ଡି।