Advertisment

ହୁତୁହୁତୁ ହୋଇ ଜଳିଗଲା ୭ମହଲା କୋଠା... ୪୦ରୁ ଅଧିକ ଲୋକ ଜୀବନ୍ତ ଦଗ୍ଧ

ଢାକାର ବେଲି ରୋଡରେ ଥିବା ପ୍ରସିଦ୍ଧ ବିରିୟାନି ସେଣ୍ଟରରେ ଗତକାଲି ରାତି ପ୍ରାୟ ୯ଟା ୫୦ରେ ଅଗ୍ନିକାଣ୍ଡ ଘଟିଥିଲା। ପରେ ୭ ମହଲା କୋଠାରେ ନିଆଁ ବ୍ୟାପିଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Bangladesh Building Fire kills at least 43

fire broke out

ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଜୀବନ୍ତ ଦଗ୍ଧ। ବାଂଲାଦେଶ ରାଜଧାନୀ ଢାକାରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ବିଳମ୍ୱିତ ରାତିରେ ଏକ ୭ ମହଲା କୋଠାରେ ନିଆଁ ଲାଗି ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବାଂଲାଦେଶ ସ୍ବାସ୍ଥ୍ୟମନ୍ତ୍ରୀ ସାମନ୍ତା ଲାଲ୍ ସେନ୍ ଡାକ୍ତରଖାନା ଯାଇ ଆହତଙ୍କୁ ଭେଟିଛନ୍ତି। ସୂଚନା ଅନୁଯାୟୀ ଢାକାର ବେଲି ରୋଡରେ ଥିବା ପ୍ରସିଦ୍ଧ ବିରିୟାନି ସେଣ୍ଟରରେ ଗତକାଲି ରାତି ପ୍ରାୟ ୯ଟା ୫୦ରେ ଅଗ୍ନିକାଣ୍ଡ ଘଟିଥିଲା। ପରେ ୭ ମହଲା କୋଠାରେ ନିଆଁ ବ୍ୟାପିଯାଇଥିଲା।

ଉପର ମହଲାକୁ ନିଆଁ ଦ୍ରୁତ ବେଗରେ ବ୍ୟାପିଥିଲା। ଫଳରେ ଅନେକ ଲୋକେ ବିଲ୍ଡିଂରେ ଫସି ରହିଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବିଲ୍ଡିଂ ଭିତରୁ ୭୦ରୁ ଅଧିକ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିହାନୀ ପକ୍ଷରୁ କୁହାଯାଇଛି। ତେବେ ନିଆଁର ପ୍ରକୋପ ଏତେ ଥିଲା ଯେ ଏହାକୁ ଆୟତ୍ତ କରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା।

Advertisment
Fire Incidents
Advertisment
Advertisment