Advertisment

ବେଙ୍ଗାଲୁରୁ ରାମେଶ୍ୱରମ କାଫେରେ ବିସ୍ଫୋରଣ; ୪ଜଣ ଆହତ

ବେଙ୍ଗାଲୁରୁର ରାଜାଜିନଗରରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Bengaluru Rameshwaram Cafe Blast

Bengaluru Rameshwaram Cafe Blast

ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ। ଘଟଣାରେ ୪ ଜଣ ଆହତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି। ସିଲିଣ୍ତର ବ୍ଲାଷ୍ଟ ହେବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଏବେଯାଏଁ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

Advertisment

ବେଙ୍ଗାଲୁରୁର ରାଜାଜିନଗରରେ ଥିବା ରାମେଶ୍ୱରମ କାଫେରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ କାଫେର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଗ୍ରାହକ ବୋଲି ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣର ଭିଡିଓ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାସ୍ଥଳରେ ଶହ ଶହ ଲୋକ ଏକାଠି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏକ ବ୍ୟାଗରେ ଥିବା କିଛି ଜିନିଷରୁ ଏହି ବିସ୍ଫୋରଣ ଘଟିଥିଲା। ହ୍ୱାଇଟ୍‌ଫିଲ୍‌ଡ ଡିସିପି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି। ରାମେଶ୍ୱରମ କାଫେ ବେଙ୍ଗାଲୁରୁରେ ବେଶ୍ ପ୍ରସିଦ୍ଧ। ଏଠାରେ ଭଲ ଖାଇବା ମିଳେ।

Advertisment

Cylinder Blast
Advertisment
Advertisment