Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଲ ଗେଟ୍ସ, ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

ଭାରତ ଗସ୍ତରେ ଅଛନ୍ତି ବିଲ୍ ଗେଟ୍ସ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭାରତୀୟ ଜିନିଷଗୁଡ଼ିକର ଭରପୁର ମଜା ନେଉଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Bill Gates meets PM Modi

Bill Gates meet PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଭାରତ ଗସ୍ତରେ ଥିବା ବେଳେ ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟଲିଜେନ୍ସିର ସଦୁପଯୋଗ, ମହିଳା ସଶକ୍ତିକରଣ, କୃଷି ଏବଂ ସ୍ୱାସ୍ଥ୍ୟସେବା ସମ୍ବନ୍ଧରେ ମୋଦିଙ୍କ ସହ କଥା ହୋଇଛନ୍ତି।ଏନେଇ ବିଲ୍ ଗେଟ୍ସ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।

Advertisment

ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିଲ୍ ଗେଟ୍ସଙ୍କ ପୋଷ୍ଟକୁ ରି-ପୋଷ୍ଟ କରିବା ସହ କୋଟି କୋଟି ଲୋକଙ୍କ ଉନ୍ନତି ଲାଗି ଯାହା ସମ୍ଭବ ସେ ସଂପର୍କରେ ଆଲୋଚନା କରି ଖୁସି ଲାଗିଥିବା ଲେଖିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କୃଷି ଭବନରେ ବିଭିନ୍ନ ଯୋଜନାର ଅନୁଧ୍ୟାନ କଲେ ବିଲ୍‌ ଗେଟ୍‌ସ

ଭାରତ ଗସ୍ତରେ ଅଛନ୍ତି ବିଲ୍ ଗେଟ୍ସ । ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭାରତୀୟ ଜିନିଷ ଗୁଡ଼ିକର ଭରପୁର ମଜା ନେଉଛନ୍ତି । ନିକଟରେ ସେ ଓଡ଼ିଶା ଗସ୍ତରେ ଆସିଥିଲେ। ବସ୍ତି ବୁଲିବା ସହ ଲୋକଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଗତକାଲି ନାଗପୁରର ପ୍ରସିଦ୍ଧ 'ଡଲି ଚାଏ ୱାଲା'ଙ୍କ ଦୋକାନରୁ ଚା' ପିଇବା ସହ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରି ଭାରତୀୟ ଚା' ଏବଂ ଲୋକଙ୍କ ପ୍ରଶଂସା ବି କରିଥିଲେ।

 

Bill Gates PM Narendra Modi
Advertisment
Advertisment