Advertisment

ଭିଡିଓଗ୍ରାଫି ବେଳେ ସରିଗଲା ବ୍ୟାଟେରୀ...ରାଗରେ ଗୁଳି କରିଦେଲେ ଯୁବକ

ଅଭିଯୁକ୍ତ ରାକେଶ ବେଆଇନ୍ ମଦ କାରବାରରେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Cameraman shot dead

Cameraman shot dead

ଜନ୍ମଦିନ ପାର୍ଟିରେ ଭିଡିଓଗ୍ରାଫରଙ୍କୁ ଗୁଳି କରି ହତ୍ୟା। ସୁଟିଂ ମଝିରେ ବ୍ୟାଟେରୀ ସରିଯିବାରୁ ରାଗିଯାଇ ଗୁଳି କରିଦେଲେ ଯୁବକ। ବିହାର ଦରଭଙ୍ଗା ଜିଲ୍ଲା ବାହେରି ଥାନା ଅଂଚଳର ମଖାନାହା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ମଖାନାହା ଗାଁର ସୁଶୀଲ କୁମାର ସହାନି।

Advertisment

ସୂଚନା ଅନୁସାରେ, ବୁଧବାର ଦିନ ଗାଁର ରାକେଶ ସହାନିଙ୍କର ଝିଅର ଜନ୍ମଦିନ ପାର୍ଟି ଥିଲା। ଏଥିରେ ଭିଡିଓ ସୁଟିଂ ପାଇଁ ଭିଡିଓଗ୍ରାଫର ଭାବେ ଯାଇଥିଲେ ସୁଶୀଲ। ହେଲେ ଅଧାରୁ କ୍ୟାମେରାର ବ୍ୟାଟେରୀ ସରିଯାଇଥିଲା। ଏହାକୁ ନେଇ ରାକେଶ ପ୍ରଥମେ ସୁଶୀଲଙ୍କୁ ଡାକି ଗାଳି ଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏହାପରେ ତାଙ୍କ ପାଟିରେ ବନ୍ଧୁକ ରଖି ଗୁଳି ମାରିଦେଇଥିଲେ।

ଏହାପରେ ରାକେଶ ନିଜ ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଡିଏମସିଏଚ୍ ହସ୍ପିଟାଲକୁ ନେଇଥିଲେ। ମାତ୍ର ହସ୍ପିଟାଲ୍ ବାହାରେ ଫିଙ୍ଗିଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଡାକ୍ତରଖାନା କର୍ମଚାରୀ ତୁରନ୍ତ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ଏନେଇ ଗ୍ରାମବାସୀ ଲହେରିଆସାରାଇ ମୁଖ୍ୟରାସ୍ତା ଅବରୋଧ କରଥିଲେ। ତେବେ ଏକ କିଲୋମିଟର ଯାଏ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ପୋଲିସ ଆସି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଏନେଇ ସୁଶୀଲଙ୍କ ବାପା ଥାନାରେ ଏକ ଅଭିଯୋଗ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ରାକେଶ ବେଆଇନ୍ ମଦ କାରବାରରେ ସଂପୃକ୍ତ ଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ରାକେଶ ଫେରାର ଅଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Murder Firing
Advertisment
Advertisment