• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶର ଅଭିବୃଦ୍ଧି ହାରକୁ ନେଇ ଖୁସି ଖବର । ୮ ଦଶମିକ ୪ ପ୍ରତିଶତ ହାରରେ ଦୌଡ଼ିଲାଣି ଦେଶର ଜିଡିପି । ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଅର୍ଥନୀତିରେ ଜବରଦସ୍ତ ଅଭିବୃଦ୍ଧି । ପୂର୍ବ କ୍ବାର୍ଟରରେ ଏହା ଥିଲା ୭ ଦଶମିକ ୬ ପ୍ରତିଶତ, ଯାହାକି ଏବେ ୮ ଦଶମିକ ୪କୁ ବୃଦ୍ଧି ପାଇଛି।

 

ଦେଶରେ ସାମଗ୍ରୀ ଉତ୍ପାଦନ କାର୍ଯ୍ୟକଳାପ ଏବଂ ସରକାରୀ ଖର୍ଚ୍ଚରେ ବେଗ ଆସିଥିବାରୁ, ଜିଡିପି ଅଭିବୃଦ୍ଧି ମଧ୍ୟ ଦ୍ରୁତଗାମୀ ହୋଇଥିବା କୁହାଯାଉଛି । ଭାରତର ଅର୍ଥନୀତି ଏବେ ସାରା ବିଶ୍ବରେ ସବୁଠୁ ଅଧିକ ଗତିଶୀଳ ଅର୍ଥନୀତି ହୋଇଥିବା ବେଳେ, ଚଳିତ ବର୍ଷ ତୃତୀୟ ତ୍ରୈମାସର ଅଭିବୃଦ୍ଧି ପୂର୍ବ ଆକଳନକୁ ମଧ୍ୟ ଟପିଯାଇଛି । 

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏହା ଭାରତୀୟ ଅର୍ଥନୀତିର ସାମର୍ଥ୍ୟକୁ ସୂଚାଉଛି । ବିକଶିତ ଭାରତ ଲକ୍ଷ୍ୟରେ ଆମର ପ୍ରୟାସ ଜାରି ରହିବ ।