Advertisment

Presumptuous JEE: ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀଙ୍କ ବେପାର ନିଶାକୁ ଦେଖି ତାଜୁବ୍ ଭିଜିଲାନ୍ସ: ତିନି ତିନିଟି ଫ୍ୟାକ୍ଟ୍ରି ଠାବ

ଭିଜିଲାନ୍ସ ରେଡରେ ସାଧାରଣତଃ ନଜରକୁ ଆସିଥାଏ ଟଙ୍କା-ସୁନା, କୋଠା-ବାଡ଼ି, ଗାଡ଼ି। ଦୁଇ ଲକ୍ଷ ନଗଦ କ୍ୟାସ୍ ସହ କାଲି ଧରାପଡ଼ିଥିବା ଯାଜପୁର ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର ଏସବୁ ତ ଅଛି। ହେଲେ ବାବୁଙ୍କ ବେପାର ନିଶା ଭିଜିଲାନ୍ସକୁ ତାଜୁବ କରିଛି। ସାମ୍ନାକୁ ଆସିଛି ଭୀମସେନଙ୍କ ଭୁବନେଶ୍ବର ଉପକଣ୍ଠ ଆଲିସାନ୍ ବଙ୍ଗଳା ପରିସରରେ ଥିବା ତିନି ତିନିଟି ଫ୍ୟାକ୍ଟ୍ରି।

author-image
Saroj Kumar Jena
ଅଦ୍ୟତନ ହୋଇଛି
bribe

bribe

ଭିଜିଲାନ୍ସ ରେଡରେ ସାଧାରଣତଃ ନଜରକୁ ଆସିଥାଏ ଟଙ୍କା-ସୁନା, କୋଠା-ବାଡ଼ି, ଗାଡ଼ି। ଦୁଇ ଲକ୍ଷ ନଗଦ କ୍ୟାସ୍ ସହ କାଲି ଧରାପଡ଼ିଥିବା ଯାଜପୁର ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର ଏସବୁ ତ ଅଛି। ହେଲେ ବାବୁଙ୍କ ବେପାର ନିଶା ଭିଜିଲାନ୍ସକୁ ତାଜୁବ କରିଛି। ସାମ୍ନାକୁ ଆସିଛି ଭୀମସେନଙ୍କ ଭୁବନେଶ୍ବର ଉପକଣ୍ଠ ଆଲିସାନ୍ ବଙ୍ଗଳା ପରିସରରେ ଥିବା ତିନି ତିନିଟି ଫ୍ୟାକ୍ଟ୍ରି।

Advertisment

ଆଖି ଖୋସିଲା ଭଳି ଆଲିସାନ୍ ବଙ୍ଗଳା...ଆଉ ତାରି ଭିତରେ ଏବଂ ପାଖାପାଖି ଅଞ୍ଚଳରେ ତିନି ତିନିଟି ଫ୍ୟାକ୍ଟ୍ରି, ବିଜନେସ୍ ଏମ୍ପାୟାର....କେଉଁଠି ପିଇବା ପାଣି ଫ୍ୟାକ୍ଟ୍ରି, କେଉଁଠି ଇଟା ତିଆରି ଫ୍ୟାକ୍ଟ୍ରି, ତ ପୁଣି କେଉଁଠି ଫର୍ଣ୍ଣିଚର ୱାର୍କସପ୍ ସାଙ୍ଗକୁ ସୋ- ରୁମ୍। "ଦୁର୍ନୀତି କରି ଟଙ୍କା ଅର୍ଜ, ସବୁ ସଉକ୍ ପୂରା ପରେ ସେ କଳା ଟଙ୍କାକୁ ବ୍ୟବସାୟରେ ଲଗାଅ"। ଯେମିତି ଏଇ ନୂଆ ଫଣ୍ଡାରେ ଥିଲେ ଏ ଲାଞ୍ଚୁଆ ସରକାରୀ ବାବୁ ଭୀମସେନ ମହାରଣା। ଚାକିରି କନିଷ୍ଠ ଯନ୍ତ୍ରୀ। ଆଉ ସେଥିରୁ ଏତେ କମାଣି ହେଉଥିଲା ଯେ, ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ବେଣ୍ଟପୁରଶାସନରେ, ସେ ମେଲେଇ ଥିବା ଏ ବିଶାଳ କଳା ସାମ୍ରାଜ୍ୟ ଉପରେ ଟିକେ ଆଉ ଥରେ ଆଖି ପକାନ୍ତୁ।...ଆଉ ମାପିବାକୁ ଚେଷ୍ଟା କରନ୍ତୁ ତାଙ୍କ କମାଣି ଓ ନିବେଶର ତରିକାକୁ।

ଅଧିକ ପଢ଼ନ୍ତୁକେତେ ସୁରକ୍ଷିତ ବସ୍‌ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ?

ଯାଜପୁର ଜିଲ୍ଲା ଜାରକାର କୁଆଖିଆ ସେକ୍ସନ୍ ଆରଡି ଡିଭିଜନରେ କନିଷ୍ଠ ଯନ୍ତ୍ରୀ ପୋଷ୍ଟରେ ଥିବା ଏ ବାବୁ ଭୀମସେନ୍ ଯେ ଜଣେ ପ୍ରବଳ ଖାଉ ଯନ୍ତ୍ରୀ, ଠିକାଦାରମାନଙ୍କଠୁ ବହୁ ସମୟରେ ଏନେଇ ଭିଜିଲାନ୍ସରେ ଅଭିଯୋଗ ହୋଇ ଆସୁଥିଲା। ତେଣୁ ସବୁବେଳେ ଭିଜିଲାନ୍ସ ସ୍କାନରରେ ଥିଲେ ସେ। ଆଉ ଗତକାଲି ସେ ଯେତେବେଳେ ଯାଜପୁର ଅଫିସରୁ ତାଙ୍କ ଘର ବେଣ୍ଟପୁର ଶାସନକୁ ନିଜ କାର ଯୋଗେ ଫେରୁଥିଲେ, ନିର୍ଦ୍ଦିଷ୍ଟ ସୂଚନା ଆଧାରରେ କଟକ ଟାଙ୍ଗି ଟୋଲଗେଟ୍ ନିକଟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଆଉ ସେଇ ଗାଡ଼ିରୁ ଉଦ୍ଧାର କରିଥିଲା ନଗଦ 2 ଲକ୍ଷରୁ ଊର୍ଧ୍ବ ଟଙ୍କା। ଏଥିସହ ଏତେ ପରିମାଣର କ୍ୟାସ ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଆରମ୍ଭ ହୋଇଯାଇଥିଲା ଭିଜିଲାନସ ଅପରେସନ୍। କୁଆଖିଆ ସ୍ଥିତ ତାଙ୍କ ଅଫିସ୍, ସରକାରୀ କ୍ବାର୍ଟର ସହ ବେଣ୍ଟପୁର ଶାସନରେ ଥିବା ଭୀମସେନଙ୍କ ପୈତୃକ ଘର, ଓ ତାର କିଛି ଦୂରରେ ଥିବା ଏ ବହୁ ତଳ ବିଶିଷ୍ଟ ବଙ୍ଗଳା।...ଯାହାର ଥାଟବାଟ ତାଜୁବ କରିଦେଇ ଥିଲା ଚଢ଼ାଉରେ ସାମିଲ ଥିବା 12 ଜଣିଆ ଭିଜିଲାନ୍ସ ଟିମକୁ। ବାହର ଯେମିତି, ଭିତର ତାଠୁ ଆହୁରି ଚାକଚକ୍ୟ, ବିଳାସୀ...ଚଢ଼ାଉରୁ ଭୀମସେନଙ୍କ ଏଇ ବଙ୍ଗଳାରୁ ୯୮ ହଜାରରୁ ଅଧିକ ନଗଦ ଟଙ୍କା ସହ ୨୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର, ୩୧ ଲକ୍ଷ ୮୦ ହଜାର ଟଙ୍କାର ଡିପୋଜିଟ ଓ ବ୍ୟାଙ୍କ ବାଲାନ୍ସ, ୧୦ ଲକ୍ଷ ଟଙ୍କାର ଇନସୁରାନ୍ସ ଏବଂ ୯ଟି ଗାଡି ଠାବ କରିଥିବା ସୂଚନା ମିଳିଛି। ତେବେ ଭୀମସେନଙ୍କ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ପାଇଁ ଆସିଥିବା ଶାଳ, ଶାଗୁଆନ୍ ଭଳି ମୂଲ୍ୟବାନ କାଠ ସେ କେଉଁଠୁ ଆଣିଲେ, କାଠ ଚୋରା କାରବାରରେ ବି ସେ ସଂପୃକ୍ତ ନାହାନ୍ତି ତ, ଏସବୁ ସନ୍ଦେହରେ ଭିଜିଲାନ୍ସ ସହ ବନ ବିଭାଗ ଟିମ୍ ବି ଖୋଳତାଡ଼ କରିଛି।.\

Advertisment

ମିଳିଥିବା ସୂଚନା ଅନୁସାରେ 2009 ମସିହାରୁ ପ୍ରଥମେ ଠିକାରେ ଚାକିରି ଜୀବନ ଆରମ୍ଭ କରିଥିବା କନିଷ୍ଠ ଯନ୍ତ୍ରୀ ଭୀମସେନଙ୍କ ଚାକିରୀ 2018ରେ ନିୟମିତ ହୋଇଥିଲା। ଆଉ ସେଇ ଭିତରେ ବି ଦରମା ବାଦ୍ ଏତେ ଟଙ୍କା ସେ କେଉଁଠୁ ଆଣୁଥିଲେ, ଅସଦ ଉପାୟରେ ଆୟର ଚେର ଆଉ କେଉଁ କେଉଁ ଆଡେ ଲମ୍ବିଛି, ଭିଜିଲାନ୍ସ ତାର ଯାଞ୍ଚ କରୁଥିଲା ବେଳେ, ଭୀମସେନଙ୍କ ମା କିନ୍ତୁ କହିଛନ୍ତି ଏସବୁ ତାଙ୍କ କଷ୍ଟ ଅର୍ଜିତ ସଂପତ୍ତି।.କଟକ ଭିଜିଲାନ୍ସରେ ଏନେଇ ଏକ ମାମଲା ରୁଜୁ ସହ ଭୀମସେନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଯାଞ୍ଚ ସରି ନଥିବାରୁ ଆୟବହିର୍ଭୁତ ସଂପତ୍ତିର ପରିମାଣ ଆହୁରି ବଢିବାର ସମ୍ଭାବନା ବି ରହିଛି।

ଅଧିକ ପଢ଼ନ୍ତୁସୁନ୍ଦରୀ ଚେହେରା ପଛର ଠକେଇ, ଗୁମର ଖୋଲିବ ପୋଲିସ...

Junior Engineer Bribery
Advertisment
Advertisment