Advertisment

Gym Equipment Scam: CMCରେ ବଡ଼ ଘୋଟାଲା; ଜିମ୍ ଯନ୍ତ୍ରାଂଶ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି...

କଟକ ମ୍ୟୁନିସିପାଲଟି କର୍ପୋରେସନରେ ସାଂଘାତିକ ଘୋଟାଲାର ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୫ କୋଟି ଟଙ୍କାର ଦୁର୍ନୀତି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Gym Equipment Scam

Gym Equipment Scam

କଟକ ମ୍ୟୁନିସିପାଲଟି କର୍ପୋରେସନରେ ଜିମ୍ ଯନ୍ତ୍ରାଂଶ କିଣାରେ ବଡ ଘୋଟଲା ଅଭିଯୋଗ ସାମ୍ନାକୁ ଆସିଛି। ସବୁ ନିୟମକୁ ମୋଡି ମକଚି ସିଏମସି ସିଟି ଇଞ୍ଜିନିୟର ୫ କୋଟି ଟଙ୍କାର ଜିମ ଯନ୍ତ୍ରାଂଶ କିଣିବା ପାଇଁ କାର୍ଯ୍ୟାଦେଶ ଦେବାକୁ ନେଇ ଦେଖାଦେଇଛି ବିବାଦ। ସରକାରୀ ନିୟମକୁ ସଂମ୍ପୂର୍ଣ୍ଣ ଉଲଂଘନ କରାଯାଇ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଏଥିରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ କର୍ପୋରେଟର୍ । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଥିବା ବେଳେ ସିଟି ଇଞ୍ଜିନିୟର ଏବଂ ତତ୍କାଳୀନ କମିଶନରଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି । 

Advertisment

ସିଏମ୍‌ସିରେ ବଡ଼ ଘୋଟାଲା । ଜିମ୍ ଯନ୍ତ୍ରାଂଶ କିଣାରେ କୋଟି କୋଟି ଟଙ୍କାର ଦୁର୍ନୀତି । କଟକ ମ୍ୟୁନିସିପାଲଟି କର୍ପୋରେସନରେ ସାଂଘାତିକ ଘୋଟାଲାର ଅଭିଯୋଗ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୫ କୋଟି ଟଙ୍କାର ଦୁର୍ନୀତି । ନଜର ପକାନ୍ତୁ ସିଏମସି ସିଟି ଇଞ୍ଜିନିୟର ଅତନୁ ସାମନ୍ତଙ୍କ ଏହି ଚିଠି ଉପରେ । ଗତବର୍ଷ ଫେବ୍ରୁଆରି ୧୬ ତାରିଖରେ ହୋଇଥିବା ଏହି ଚିଠିରେ ଉଲ୍ଲେଖ ରହିଛି ରାଜ୍ୟ ବାହାରର ଏକ ଘରୋଇ ସଂସ୍ଥାକୁ ୫ କୋଟି ଟଙ୍କାର ଜିମ ଯନ୍ତ୍ରାଂଶ କିଣିବା ପାଇଁ କାର୍ଯ୍ୟାଦେଶ ମିଳିଛି। ସିଏମସି ଅଞ୍ଚଳରେ ଥିବା ଫାଇଭ-ଟି ସ୍କୁଲରେ ଓପନ୍ ଏୟାର ଜିମ୍ ପାଇଁ ଯନ୍ତ୍ରାଂଶ ଏବଂ ପିଲାଙ୍କ ଖେଳ ଉପକରଣ ବାବଦକୁ ୫୫୫ଟି ଉପକରଣ ପାଇଁ ୱାର୍କ ଅର୍ଡର ମିଳିଛି । ତେବେ ଆଶ୍ଚର୍ଯ୍ୟର କଥା ୫ କୋଟି ଟଙ୍କାର ଯନ୍ତ୍ରାଂଶ କେବେ ଆସିଲା ଓ କେଉଁଠି ବ୍ୟବହାର ହେଲା ତାହା ସ୍ପଷ୍ଟ ହେଉନାହିଁ । ଯାହାକୁ ନେଇ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ କର୍ପୋରେଟର। ପୂର୍ବରୁ ୨୦୨୨ ମସିହାରୁ ଆସିଥିବା ଜିମ୍ ଯନ୍ତ୍ରାଂଶ ବିକାଶ ଭବନ ପରିସରରେ ପଡ଼ିଥିବା ବେଳେ ପୁଣି ଏତେ ଟଙ୍କାର ସାମଗ୍ରୀ କେବେ ଆସିଲା ନା କେବଳ ଫଲ୍ସ ବିଲ୍ ହୋଇଛି ତାର ତଦନ୍ତ ଦାବି କରିଛନ୍ତି କର୍ପୋରେଟର। 

ଅଧିକ ପଢ଼ନ୍ତୁ: ସରକାରୀ ବାବୁଙ୍କ ଏତେ ସମ୍ପତ୍ତି ! ଘର ଦେଖି ଭିଜିଲାନ୍ସ ଟେରା...

ସିଏମସି ସିଟି ଇଞ୍ଜିନିୟର ଅତନୁ ସାମନ୍ତ ତାଙ୍କ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଯଦିଓ ସିଏମସି କମିଶନରଙ୍କ ନିର୍ଦ୍ଦେଶରେ ଏହି ଚିଠି ହୋଇଥିବା ଉଲ୍ଲେଖ କରାଯାଇଛି ତେବେ ସରକାରୀ ନିୟମ କଣ କହୁଛି । ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ସିଏମସି କମିଶନର ୧ କୋଟି, ଷ୍ଟାଣ୍ଡିଂ କମିଟି କୋଟିଏରୁ ଉର୍ଦ୍ଧ୍ବ, କାଉନସିଲ ବା କର୍ପୋରେସନ ୨ କୋଟିରୁ ଉର୍ଦ୍ଧ୍ବ ଏବଂ ନଗର ଉନ୍ନୟନ ବିଭାଗ ୪ କୋଟିର ସିଧାସଳଖ କାର୍ଯ୍ୟାଦେଶ ଦେଇପାରିବେ। ତେବେ କେଉଁ ଆଧାରରେ ସିଟି ଇଞ୍ଜିନିୟର ଏଭଳି କାର୍ଯ୍ୟାଦେଶ ଦେଲେ ତାକୁ ନେଇ ସନ୍ଦେହ ଉପୁଜିଛି। ଆଉ ଏହାକୁ କମିଶନର କିପରି ଅନୁମତି ପ୍ରଦାନ କଲେ। ବିନା ଟେଣ୍ଡରରେ କିଭଳି ୫ କୋଟି ଟଙ୍କାର ଯନ୍ତ୍ରାଂଶ ପାଇଁ ନିର୍ଦ୍ଧିଷ୍ଟ ସଂସ୍ଥାକୁ ଚିଠି ଲେଖିଲେ।ତେବେ ଏ ବାବଦରେ ସିଟି ଇଞ୍ଜିନିୟର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ସିଏମସି କମିଶନର କହିଛନ୍ତି ଏହା ମୋ ସମୟରେ ହୋଇନାହିଁ । ଏଭଳି କାର୍ଯ୍ୟାଦେଶ କିଭଳି ହେଲା ତାହା ତଦନ୍ତ ସାପେକ୍ଷ। ଅନ୍ୟପଟେ ମେୟର କହୁଛନ୍ତି ନିୟମର ଖିଲାପ କେହି କରିପାରିବେ ନାହିଁ। କାଉନସିଲର ବିନା ଅନୁମତିରେ ଏଭଳି ହୋଇଥିଲେ ଘଟଣାର ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Advertisment

ସରକାରୀ ନିୟମକୁ ଉଲ୍ଲଂଘନ କରି ତତ୍କାଳୀନ କମିଶନର ତଥା ବର୍ତ୍ତମାନର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ସିଟି ଇଞ୍ଜିନିୟର ଏଭଳି କାର୍ଯ୍ୟାଦେଶ ଦେବାକୁ ନେଇ ସନ୍ଦେହ ଉପୁଜିଛି । ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ହେବ ନା ଅନ୍ୟ ଦୁର୍ନୀତି ଭଳି ଚାପି ହୋଇଯିବ ତାକୁ ହିଁ ଅପେକ୍ଷା। 

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ଟାର୍ଗେଟରେ ଫସିଲେ ୮୬ ବର୍ଷୀୟା ବୃଦ୍ଧା,ଠକିନେଲେ ୨୦ କୋଟି

Cuttack Municipal Corporation Gym Scam Cuttack
Advertisment
Advertisment