ଭୁବନେଶ୍ୱର: ରାଜ୍ୟରେ ସ୍ଥିତି ଦୃଢ଼ କରିବା ପାଇଁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ମିଶନ ୧୯ ପାଇଁ ଦଳ ଜିଲ୍ଲା ସ୍ତରରେ ନିଜର ଘର ସଜାଡ଼ିବାରେ ଲାଗିପଡ଼ିଛି। ଏପରି କ୍ଷେତ୍ରରେ ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ଯେ, ଏଥର ପିସିସି ଜୁମ୍ବୋ ଟିମ୍ ନୁହେଁ, ଛୋଟ ଟିମ୍ ହେବ। ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟିମ୍ ଗଠନ ହେବ, ଏବଂ ଆସନ୍ତା ୧୫ ସୁଦ୍ଧା ଜିଲ୍ଲା କମିଟି ମଧ୍ୟ ଗଠନ କରାଯିବ ବୋଲି ନିରଞ୍ଜନ […]
ଭୁବନେଶ୍ୱର: ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ ଦେଖା ଦେଇଛି। ବିଜେଡି ଉପ ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନାକୁ ଖଣ୍ଡନ କରିଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ। ଆସନ୍ତା ୭ ତାରିଖରୁ ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ ସୂର୍ଯ୍ୟ ପାତ୍ର। କହିଥିଲେ ଯେ, ମହାନଦୀର ଉଭୟ ପଠାରେ ଶୋଭାଯାତ୍ରା ଓ ସଭା ହେବ। ଦିନ ତମାମ ଶୋଭାଯାତ୍ରା ପରେ ସନ୍ଧ୍ୟାରେ ସଭା ହେବ। ମହାନଦୀ […]
ସୋଲନ: ବେଆଇନ ନିର୍ମାଣକୁ ଉଚ୍ଛେଦ ବେଳେ ମହିଳା ଅଧିକାରୀଙ୍କୁ ଗୁଳି କରି ହତ୍ୟା। ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ କସୌଲିଠାରେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୋଲନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଗତକାଲି ଏହାର ତଦାରଖ କରିବାକୁ ନିଜ ଟିମ୍ ସହ ଯାଇଥିଲେ ସୋଲନ ଜିଲ୍ଲାର ସହକାରୀ ଟାଉନ୍ ପ୍ଲାନର ଶୈଳବାଳା ଶର୍ମା। ସେମାନେ କସୌଲିର ନାରାୟଣ ଗେଷ୍ଟ ହାଉସକୁ ଉଚ୍ଛେଦ କରିବା ସମୟରେ ଏହାର […]
ନବରଙ୍ଗପୁର: ଭିଡିଓ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ। ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଗାଁର ଜଣେ ଯୁବକ ନାବାଳିକାଙ୍କ ସହ ଦୁଷ୍କର୍ମ କରି ମୋବାଇଲରେ ଭିଡିଓ ସୁଟିଂ କରିଥିଲା। ପରେ ଏହି ଅଶ୍ଳୀଳ ଭିଡିଓଟିକୁ ଅଭିଯୁକ୍ତ ଭାଇରାଲ କରିଥିଲା। ଅନ୍ତରଙ୍ଗ ଭିଡିଓ ଭାଇରାଲ ପରେ ନାବାଳିକା ଜଣକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାର ଅଭିଯୁକ୍ତ ଫେରାର ଥିବା ବେଳେ ଏନେଇ […]
ଭୁବନେଶ୍ୱର: କାଳବୈଶାଖୀ ନେଇ ସତର୍କ କଲା ପାଣିପାଗ ବିଭାଗ। ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲାକୁ ସତର୍କ କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାବାସୀ ରାତି ୮ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ମଧ୍ୟ […]
କେନ୍ଦୁଝର: ଭିଜିଲାନ୍ସ ଜାଲରେ ଓଏମ୍ସିର ମହିଳା ଫାର୍ମାସିଷ୍ଟ। କେନ୍ଦୁଝର ଜିଲ୍ଲା ଶୁଆକାଟିର ଓଏମ୍ସି ଗନ୍ଧମାର୍ଦ୍ଦନର ଫାର୍ମାସିଷ୍ଟ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶିନୀ ଏକ ବିଲ୍ କରାଇଦେବା ପାଇଁ ରାଜେଶ କୁମାର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏ ନେଇ ରାଜେଶ କଟକ ଭିଜିଲାନ୍ସ ସେଲ୍ରେ ଅଭିଯୋଗ କରିଥିଲେ। ଯୋଜନାବଦ୍ଧ ଭାବେ ଆଜି ଫାର୍ମାସିଷ୍ଟ ଜଣଙ୍କ ରାଜେଶଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ […]
ଗଞ୍ଜାମ : ଗଞ୍ଜାମ ଶେରଗଡ଼ରେ ଅଘଟଣ। ଛାତ ଭୁଶୁଡ଼ି ଗୋଟିଏ ୫ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଛନ୍ତି। ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଏହି ଅଘଟଣ ଘଟିଛି। ରାତିରେ ଘରେ ଶୋଇଥିଲେ ବାପା, ମା ଓ ୨ ଜଣ ଛୋଟ ପୁଅ। ଶୋଇଥିବା ବେଳେ ସମସ୍ତଙ୍କ ଉପରେ ଛାତରୁ କଂକ୍ରିଟ ଖସି ପଡିଥିଲା। ୪ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ବାପା, ମା […]
ମୁମ୍ବାଇ: ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲା। ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ। ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ। ବାଲିରୁ ଗିରଫ ଛୋଟା ରାଜନ ଏବେ ତିହାର ଜେଲରେ ଅଛି। ୨୦୧୧, ଜୁନ୍ ୧୧ରେ ଜ୍ୟୋତିର୍ମୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ପୁରା ଘଟଣା କ୍ରମ– ୨୦୧୧ ଜୁନ ୧୧ ତାରିଖରେ […]
ନୂଆଦିଲ୍ଲୀ : କେନ୍ଦ୍ରରେ ଆରମ୍ଭ ହେବ ଏନଡିଏ ଶାସନର ଦ୍ୱିତୀୟ ପାଳି। ଏଥିପାଇଁ ଆସନ୍ତା ୩୦ ତାରିଖରେ ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ନୂଆ ମନ୍ତ୍ରିମଣ୍ଡଳ। ମୋଦି ଓ ତାଙ୍କ କ୍ୟାବିନେଟର ସମସ୍ତ ସଦସ୍ୟଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯିବ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ୍ […]
ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆଜି ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ। ଘଟଣାରେ ତଦନ୍ତ ଜାରି ରହିଥିବାରୁ ଅଧିକ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ପୁଣିଥରେ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏଥିପାଇଁ ଆଜି କ୍ରାଇମବ୍ରାଞ୍ଚ, କୋର୍ଟଙ୍କ ନିକଟରେ ପୁଣି ରିମାଣ୍ଡ ଆବେଦନ କରିପାରେ। ୬ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା […]
ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଭାଇରାଲ୍ ହୋଇଛି ବିବାହିତ ଆଦିବାସୀ ମହିଳାଙ୍କର ଅନ୍ତରଙ୍ଗ ଭିଡ଼ିଓ। ଗତ ୨୦ ତାରିଖରେ ବିବାହ ହୋଇଥିବା ଆଦିବାସୀ ମହିଳାଙ୍କ ଭିଡ଼ିଓ ଭାଇରାଲ୍ କରିଛନ୍ତି ପୂର୍ବତନ ପ୍ରେମିକ। ମିଳିଥିବା ସୂଚନା ଅନୁସାରେ, ପୂର୍ବତନ ପ୍ରେମିକ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ଭିଡ଼ିଓ ପଠାଇଥିଲେ। ବୋରିଗୁମ୍ମା ଅଞ୍ଚଳର ଏକ ଯୁବତୀ ଜୟପୁର ନିକଟରେ ଗତ ୨୦ ତାରିଖରେ ବାହା ହୋଇଥିଲେ। ଗତ କିଛି ଦିନ ତଳେ ଯୁବତୀଙ୍କ ସ୍ୱାମୀଙ୍କୁ ଏକ ଅଜଣା ନମ୍ବରରୁ କିଛି […]
ଭୁବନେଶ୍ୱର : ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ ଶ୍ରମିକ ଦିବସ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଶୁଣ ଶ୍ରମିକ’ ଗୋଷ୍ଠୀ ରେଡ଼ିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟର ୩ଟି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସହାୟତା ଓ ସାଧନ କେନ୍ଦ୍ର ‘ଶ୍ରମିକ ସାରଥି’ର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବରଗଡ଼ ଜିଲ୍ଲା ପଦ୍ମପୁରରେ […]