ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବୁଧବାର ଭୋର ୫ଟାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ନକ୍ସଲ ନିହତ ହୋଇଛନ୍ତି । ଆରନ୍ପୁର ପୁଲିସ୍ ଥାନା ଅଧୀନସ୍ଥ ଗୋଣ୍ଡେରାସ୍ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ ସମୟରେ ନକ୍ସଲଙ୍କ ସହିତ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି। ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନ୍କାଉଣ୍ଟରସ୍ଥଳରୁ ଜଣେ […]
ଜାତିସଂଘ: ଚାଇନାର ପ୍ରାର୍ଥୀଙ୍କୁ ବହୁ ବ୍ୟବଧାନରେ ହରାଇ ପୁଣି ଥର ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି ଭାରତର ଜଗଜିତ ପଭଡିଆ। ଜାତିସଂଘର ଅର୍ଥନୀତି ଏବଂ ସାମାଜିକ ପରିଷଦ ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ନାରକୋଟିକ୍ସ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଜଗଜିତଙ୍କ ସପକ୍ଷରେ ସର୍ବଧିକ ୪୪ଟି ଭୋଟ ପଡ଼ିଥିଲା। ସେହିପରି ଚାଇନାର ହାଓ ଓ୍ୱେଇଙ୍କ […]
ଛତ୍ରପୁର: ଛତ୍ରପୁରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ବଣ୍ଟନ ସମାରୋହ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ୍ ଟାଟା, ବ୍ରିଟିଶ ଆର୍କିଟେକ୍ଟ ରୋମାନ୍ ଫୋଷ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜଣଙ୍କ ପରେ ଜଣେ ବସ୍ତି ବାସିନ୍ଦାଙ୍କୁ ବାଣ୍ଟିଲେ ବାସପୋଯୋଗୀ ଜମି ପଟ୍ଟା। ଗଞ୍ଜାମ ଜିଲ୍ଲାର ୮ଟି ଓ ପୁରୀ ଜିଲ୍ଲାର ଗୋଟିଏ ପୌରାଞ୍ଚଳର ୨୦୦୦ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟି ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଦେଶର ବିକାଶ ଇତିହାସରେ ଏହା ଏକ ନୂଆ ଘଟଣା। ଓଡ଼ିଶା ବାସୋପଯୋଗୀ ବସତି ମିଶନରେ ସାରା ରାଜ୍ୟର […]