ଭୁବନେଶ୍ୱର : ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଜାମିନ। ୨ମାସ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି ହାଇକୋର୍ଟ। ସିସୋର ଚିଟ୍ଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିଲେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ। ସିବିଆଇ ଦ୍ୱାରା ଗିରଫ ହୋଇ ପ୍ରଭାତ ଭୁବନେଶ୍ୱର ଝାରପଡା ଜେଲରେ ଥିଲେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ପ୍ରଭାତ ଜେଲ ବଦଳରେ SCB ମେଡିକାଲରେ ଚିକିତ୍ସା ହେଉଥିଲେ। ୨୦୧୭ ସେମ୍ବେର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା CBI।
ଭୁବନେଶ୍ୱର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହା ୫ରୁ ବୃଦ୍ଧି ପାଇ ୭ ପ୍ରତିଶତ ହୋଇଛି। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତବର୍ଷ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ କରାଯାଇଛି। ସଂଶୋଧିତ ହାରରେ ପେନ୍ସନ୍ ପାଉଥିବା ପେନ୍ସନ୍ ଭୋଗୀଙ୍କ ଟିଆଇ ମଧ୍ୟ ବୃଦ୍ଧି […]
ଲକ୍ଷ୍ନୌ : ବେଶ୍ ଜମୁଛି ନିର୍ବାଚନୀ ଋତୁ। ବୟାନବାଜି ଓ ବାକ୍ ଯୁଦ୍ଧକୁ ନେଇ ନିତିଦିନ ଚର୍ଚ୍ଚାରେ ଆସୁଛନ୍ତି ରାଜନେତା। ଏହି ନିର୍ବାଚନୀ ମାହୋଲରେ କେବଳ ନେତା ନୁହନ୍ତି, ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଷ୍ଟାଇଲ ବି ଅଛି। ଆଉ ଗ୍ଲାମର ବି। ଅନ୍ଦାଜ କୌଣସି ଫିଲ୍ମି ହିରୋଇନଙ୍କ ଠାରୁ କମ୍ ନୁହେଁ। ତେବେ ହଳଦିଆ ଶାଢୀ ପିନ୍ଧିଥିବା ମହିଳା ଜଣଙ୍କ କିନ୍ତୁ ବାସ୍ତବରେ ଜଣେ […]
ୱାଶିଂଟନ : ଧୀରେ ଧୀରେ ସଂକୁଚିତ ହେଉଛି ଚନ୍ଦ୍ର। ଏଥିଯୋଗୁଁ ଏହାର ପୃଷ୍ଠ ଭାଗରେ ଭାଙ୍ଗ ପଡିବା ସହ ଫାଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୃଥିବୀରେ ଭୂମିକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅନୁଭୂତ ହେଉଛି। ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ଅଧିକ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛି। ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଚଳ ଥଣ୍ଡା ହେଉଥିବାରୁ ଏହା ସଂକୁଚିତ ହେଉଛି ଓ […]
ନୂଆଦିଲ୍ଲୀ: ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ଚଳିତ ସାଧାରଣ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ। ଇଭିଏମ ସହ ୫ଟି ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳରେ ବିଳମ୍ୱ ହୋଇପାରେ ବୋଲି ସୂଚନା ରହିଛି। ବିରୋଧୀଙ୍କ ଅଭିଯୋଗ କ୍ରମେ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ଇଭିଏମ ସହିତ ଗୋଟିଏ ଭିଭିପ୍ୟାଟ୍ ପରିବର୍ତ୍ତେ ୫ଟି ଭିଭିପ୍ୟାଟର ଭୋଟ୍ ମିଳାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏଥିପାଇଁ ଅଧିକ ୫ରୁ ୬ ଘଣ୍ଟା ସମୟ ଗଣତି ପାଇଁ […]
ଭୋପାଳ : କଂଗ୍ରେସ ରାଲିରେ ମୋଦି ସ୍ଲୋଗାନ୍। ଏପରି କିଛି ଘଟଣା ଏବେ ଭୋପାଳ ରାଜନୀତିକୁ ଅଧିକ ଉଷ୍ମ କରିଛି। ଆଜି ଭୋପାଳରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦିଗ୍ବିଜୟ ସିଂ ରାଲିର ଆୟୋଜନ କରିଥିଲେ। ହେଲେ ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କିଛି ବ୍ୟକ୍ତି ମୋଦି ସ୍ଲୋଗାନ୍ ଦେଇଥିଲେ। ଏପରିକି ଲମ୍ବା ସମୟ ଧରି ଏପରି ପରିସ୍ଥିତି ଲାଗି ରହିଥିଲା। ପୁଲିସ ଏବଂ ସୁରକ୍ଷାବଳଙ୍କ ଉପସ୍ଥିତିରେ ଏପରି ଘଟଣା ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି। […]
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ୫ଟି ପର୍ଯ୍ୟାୟ ସରିଛି। ୩୨୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି। ଏବେ ବାକି ରହିଛି ମାତ୍ର ୧୧୮ଟି ଲୋକସଭା ଆସନ ପାଇଁ ମତଦାନ। ଆସନ୍ତା ୧୨ ତାରିଖ ଦିନ ହେବ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ। ବାକିଥିବା ୧୧୮ରୁ ସିଟ୍ରୁ ୫୯ଟିରେ ହେବ ଭୋଟିଂ। ଯେଉଁଥିରେ ରହିଛି, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮, ମହାରାଷ୍ଟ୍ରର ୮, ଦିଲ୍ଲୀର ସମସ୍ତ ୭ଟି ସିଟ୍, ହରିୟାଣାର ସମସ୍ତ ୧୦ଟି ଆସନ, ବିହାରର ୮ଟି ଏବଂ […]
ଦିଲ୍ଲୀ( ଶିବାନନ୍ଦ) : ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍। ପାଟକୁରା ନିର୍ବାଚନ ଓ କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେପି ପ୍ରତିନିଧି ଦଳ। ଦଳର ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଭେଟି ଏହି ପ୍ରସଙ୍ଗ ଉପରେ ଜଣାଇଛନ୍ତି। ଯେହେତୁ ୨ ମାସ ପରେ ବର୍ଷା ଆସିଥିବ, ତା ପୂର୍ବରୁ ପାଟକୁରା ନିର୍ବାଚନ କରିବାକୁ କମିଶନଙ୍କୁ ଜଣାଯାଇଥିବା ସୂଚନା ଦେଇଛନ୍ତି […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ରାଜୀବ ଗାନ୍ଧୀ ଦୁର୍ନୀତିରେ ନମ୍ବର ଓ୍ୱାନ’ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ୟୁପିର ଆମେଠି ଲୋକସଭା ଆସନର ଜଣେ ଯୁବକ ମନୋଜ କଶ୍ୟପ। ଏଭଳି ଅପମାନସୂଚକ ମନ୍ତବ୍ୟ ରାଜୀବ ଗାନ୍ଧିଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ନ ଦିଅନ୍ତୁ ବୋଲି ଦର୍ଶାଇ ନିର୍ବାଚନ କମିଶନଙ୍କୁ ନିଜ ରକ୍ତରେ ଏକ ଚିଠି ଲେଖିଛନ୍ତି। ତେବେ ଏହି ଚିଠିରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ ,ଭାବପ୍ରବଣ ହୋଇ ଲେଖିଥିବା ମନୋଜ କଶ୍ୟପ ଦର୍ଶାଇଛନ୍ତି। ଯାହାକୁ […]
ନୂଆଦିଲ୍ଲୀ : ଚଳିତ ନିର୍ବାଚନରେ ବିଜେପି ବହୁତ ଭଲ କରିବ। ନିଜର ପୂର୍ବ ଆସନ ସହ ବିଜେପି ଆଉ ଅଧିକ ଆସନ ପାଇବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସାରା ଦେଶରେ ମୋଦି ଲହର ଆଶ୍ଚର୍ଯ୍ୟଜନକ ବୋଲି ବିଶ୍ଳେଷକ କହୁଥିବାବେଳେ ୫ ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରତି ୭୦% ଗ୍ରହଣୀୟତା ଆଶ୍ଚର୍ଯ୍ୟଜନକ ବୋଲି ବୈଜୟନ୍ତ କହିଛନ୍ତି। ତାସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପି ବହୁ ଅଧିକ ଆସନ ପାଇବାକୁ ଥିବାବେଳେ ପଶ୍ଚିମବଙ୍ଗରେ […]