ବେଙ୍ଗାଲୁରୁ: କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିରୁ ଆସୁଥିବା ଫଳାଫଳ ଅନୁସାରେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେପି। ଶାସକ କଂଗ୍ରେସ ୭୦ରୁ କମ୍ ଆସନରେ ଆଗୁଆ ରହିଛି। ତା ତଳକୁ ରହିଛି ଜେଡିଏସ୍। ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେପି ସପକ୍ଷରେ ଯାଉଥିବା ସ୍ପଷ୍ଟ ହେବା ପରେ ଏବେ ଚାରିଆଡ଼େ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍। କର୍ଣ୍ଣାଟକ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀ ସେଲିବ୍ରେସନ୍ କରୁଛନ୍ତି। କର୍ଣ୍ଣାଟକର ୨୨୪ ଆସନରୁ ଏଥର ୨୨୨ […]
ଭୁବନେଶ୍ୱର: ଜୁନ୍ରେ ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିବ ବାଘ। ମୋଟ ୬ଟି ମହାବଳ ବାଘ ମଧ୍ୟପ୍ରଦେଶରୁ ଓଡ଼ିଶା ଅଣାଯିବ। ତେବେ ଜୁନ୍ ପ୍ରଥମ ସପ୍ତାହରେ ଗୋଟିଏ ମହାବଳ ବାଘ ଅଣାଯିବ ଏବଂ ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଆଉ ୫ଟି ମହାବଳ ବାଘ ଅଣାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ସୂଚନା ଦେଇଛନ୍ତି। ଏଥିସହ ଗ୍ରୀନ ମହାନଦୀ ଯୋଜନାରେ ମହାନଦୀର ଉଭୟ ପାର୍ଶ୍ୱରେ […]
କଟକ: ଏକ ବଡ଼ ଅଘଟଣରୁ ବର୍ତ୍ତିଲା ହାୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍। ଗତ ରାତିରେ କଟକ ଷ୍ଟେସନ ପାଖରେ ଏହି ଟ୍ରେନର S-6 ବଗିରେ ତ୍ରୁଟି ଦେଖା ଦେଇଥିଲା। ଏହାର ଆଲୁମିନିୟମ ପ୍ଲେଟ୍ ଖସି ଯାଇଥିବା ଜଣାପଡ଼ିଛି। ଟ୍ରଲି ସ୍ପ୍ରିଙ୍ଗ୍ରେ ଏହି ତ୍ରୁଟି ଦେଖା ଦେଇଥିଲା। ପ୍ରାୟ ରାତି ୨ଟା ବେଳେ ଏହି ଘଟଣା ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଟ୍ରେନକୁ ଆଉ ଯାତ୍ରା କରିବାକୁ ଦିଆଯାଇନଥିଲା। ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଛି ଓ ତାର ଯାଞ୍ଚ […]
ବେଙ୍ଗାଲୁରୁ: ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୨୨ଟି ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ମୋଟ୍ ୩୮ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି ପ୍ରକ୍ରିୟା। କେବଳ ବେଙ୍ଗାଲୁରୁରେ ହୋଇଛି ୫ଟି ଗଣତି କେନ୍ଦ୍ର। । ଏଥିପାଇଁ ସବୁ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। […]
ଭୁବନେଶ୍ୱର: ଓଲିଉଡ଼ କମେଡି କିଙ୍ଗ୍ ପପୁ ପମ୍ ପମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ନିଆଯିବ ବୋଲି ତାଙ୍କ ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ମିଳିଛି। ଅଗ୍ନାଶୟ ବା ପାନ୍କ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଗତ ୩ ଦିନ ହେଲା ପପୁ ପମ୍ ପମ୍ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଦେଖିବାକୁ ହସ୍ପିଟାଲକୁ ବହୁ ସିନେ କଳାକାର ପହଞ୍ଚୁଛନ୍ତି।
ଭୁବନେଶ୍ୱର : ମାଓବାଦୀ ଅପେରସନରେ ଓଡ଼ିଶା ପୋଲିସକୁ ମିଳିଛି ବଡ ଧରଣର ସଫଳତା I ଲାଲ୍ ବାହିନୀର ଅଭେଦ୍ୟ ଦୁର୍ଗରେ ଧସେଇ ପଶିଛି ଓଡ଼ିଶା ପୋଲିସ। ବଲାଙ୍ଗିରର ଡୁଡୁକାମାଲ୍ ଏବଂ କନ୍ଧମାଳର ସୁଡ୍ରୁକୁମ୍ପା ଅଞ୍ଚଳରେ ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ଧରଣର ଅପରେସନ୍ କରି ପୋଲିସ ବାହିନୀ ଲାଲ୍ ଶିବିରକୁ ଦୋହଲାଇ ଦେଇଛନ୍ତି । ଏସ୍ଓଜି ଏବଂ ଡିଭିଏଫ୍ର ଆଖିବୁଜା ଗୁଳିମାଡ଼ରେ ସାତ ମାଓବାଦୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ବିବିଏମ୍ ଏବଂ କେକେବିଏନର ଜଣେ ଲେଖାଏଁ […]
ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ। ଆସନ୍ତା ମାସରେ ଉଦଘାଟନ ହେବ ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟର ମୂଳ ଭୂଖଣ୍ଡ ସହିତ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ। ଏହା ଫଳରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଗମନାଗମନର ସୁବିଧା […]
ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ବଢିବାରେ ଲାଗିଛି। ଯାହା ଚିନ୍ତାର ବିଷୟ ପାଲଟିଛି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ମିଳିଥିବା ଅଭିଯୋଗ ଅନୁସାରେ ,ଖଜୁରୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକା ଗତକାଲି ରାତିରେ ମେଲୋଡି ଦେଖି ଘରକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତାଙ୍କୁ ଘରେ ଛାଡ଼ିଦେବାକୁ କହି ୪ ଜଣ ଯୁବକ ଏକ ଅଟୋରିକ୍ସାରେ ବସାଇ ନିକଟ ଜଙ୍ଗଲକୁ […]
ଭୁବନେଶ୍ୱର : ପ୍ରକାଶ ପାଇଲା ICSE ରେଜଲ୍ଟ। ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଦଶମରେ ପାସ୍ ହାର ୯୮.୫୧% ଥିବାବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ % ଥିବା ସୂଚନା ମିଳିଛି। ଅଫିସିଆଲ ୱେବସାଇଟ୍ cisce.orgରେ ଉପଲବଧ ହେଉଛି ରେଜଲ୍ଟ। SMS ରେ ମଧ୍ୟ ରେଜଲ୍ଟ ମିଳିପାରିବ। ଏ ବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ ପିଲା […]
ବେଙ୍ଗାଲୁରୁ: ଆସନ୍ତାକାଲି ହାଇପ୍ରୋଫାଇଲ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ଗଣତି। ରାଜ୍ୟର ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ହେବ। ଏନେଇ ରାଜ୍ୟର ୩୮ଟି ଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଏସମସ୍ତ କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ପହଞ୍ଚିବ ଇଭିଏମ୍। ପ୍ରତି କେନ୍ଦ୍ରରେ ଶହେ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଚଳିତ ଥର […]
ଢ଼େଙ୍କାନାଳ: ବଜ୍ରାଘାତ ଜଣଙ୍କର ଜୀବନ ନେଇଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କନ୍ତୁର ଚାନ୍ଦପୁର ଗାଁର ନରେଶ ଦେହୁରୀ। ଗୁରୁତର ହୋଇପଡ଼ିଥିବା ଅମ୍ରିତ ମହାପାତ୍ରଙ୍କ ଘର ଆମ୍ବପଳାସ ଗାଁରେ। ଦୁଇଜଣ ଯାକ ଗାଁ ନିକଟସ୍ଥ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପରଜଙ୍ଗ […]
ଗଞ୍ଜାମ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ସହ ଗାଁ ଦାଣ୍ଡରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ। ଅଭିଯୋଗ ଅନୁସାରେ ଶନିବାର ରାତିରେ ହଠାତ୍ ଗାଁର କିଛି ଲୋକ ସୁଦର୍ଶନଙ୍କ ଘରକୁ ଯୋର ଜବରଦସ୍ତ ପ୍ରବେଶ କରିଥିଲେ ଏବଂ ସେ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଗାଁ ଲୋକେ […]