ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକ ବିଧାନସଭାରେ ହେବ ଆସ୍ଥା ଭୋଟ୍। ଅପରାହ୍ନ ୪ଟାରେ ୟେଦ୍ୟୁରପ୍ପାଙ୍କ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରାଇବାକୁ ପଡ଼ିବ। ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୟେଦ୍ୟୁରପ୍ପାଙ୍କ ସରକାର ଗଠନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଏବଂ ଜେଡିଏସ୍ ମାମଲା ଦାଏର କରିଥିଲା । ଯାହାକୁ ଶୁଣାଣି କରିଛନ୍ତି ସବୋର୍ଚ୍ଚ ଅଦାଲତ। ଏହାଛଡ଼ା ଆସନ୍ତାକାଲି ଯାଏ କୌଣସି ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲଗାଇ ପାରିବେନି ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। କେବଳ […]
ବ୍ରହ୍ମପୁର: ପରୀକ୍ଷା ଫଳ ବାହାରିବା ପୂର୍ବରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସନ୍ତା କାଲି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବାକୁ ଥିବାବେଳେ ବ୍ରହ୍ମପୁରରେ ଜଣେ ଛାତ୍ର ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଗାୟତ୍ରୀ ନଗରର ରାଜେଶ ପଣ୍ଡା। ସେ ପୂର୍ବରୁ ୨ଥର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହୋଇଥିଲେ ଏବଂ ଏଥର ମଧ୍ୟ […]
ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ଅଧ୍ୟକ୍ଷତା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଏହି ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରିପାରନ୍ତି ନବୀନ। ଚଳିତ ବର୍ଷ ଦେଶରେ ୨୫ ପ୍ରତିଶତ କମ୍ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ ଏହାର ପ୍ରଭାବରେ ଦେଶରେ ୫୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକୁ […]
ଭୁବନେଶ୍ୱର: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନବରଙ୍ଗପୁର ଜିଲ୍ଲାର ସାନମସିଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଶୌଚ ପାଇଁ ଯାଉଥିବା ବେଳେ ସେହି ଗାଁର ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇ ତା’ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକା ପୀଡିତା ନବରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସାନମସି ଗାଁର ଜଣେ ନାବାଳିକା ଶୌଚ ହେବାକୁ ଯାଉଥିବା ବେଳେ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ମେ ୧୮ ତାରିଖ, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବା ଇଣ୍ଟରନ୍ୟାସନାଲ ମ୍ୟୁଜିୟମ୍ ଡେ’। ସାଂସ୍କୃତିକ ଭାବ ବିନିମୟ ପାଇଁ ମ୍ୟୁଜିୟମ୍ ଗୁଡିକର ଗୁରୁତ୍ୱ ରହିଛି। ଏହି ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଏ। ଓଡ଼ିଶା ଷ୍ଟେଟ୍ ମ୍ୟୁଜିୟମ୍ ଓଡ଼ିଶା ଷ୍ଟେଟ୍ ମ୍ୟୁଜିୟମ୍ ଓଡ଼ିଶା ଷ୍ଟେଟ୍ ମ୍ୟୁଜିୟମ୍ ଆଦିବାସୀ ନୃତ୍ୟ, ଓଡ଼ିଶା ଷ୍ଟେଟ୍ ମ୍ୟୁଜିୟମ୍ ଆକ୍ରୋପୋଲିସ୍ ମ୍ୟୁଜିୟମ୍, ଗ୍ରୀସ୍ ନ୍ୟାସନାଲ୍ ମ୍ୟୁଜିୟମ୍, […]
ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦ୍ୟୁରପ୍ପାଙ୍କ ପାଇଁ ଆଜି ଅସଲ ପରୀକ୍ଷା। ବହୁମତ ସାବ୍ୟସ୍ତ କରିବାକୁ ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ମଧ୍ୟ ଆଜି ସୁପ୍ରିମକୋର୍ଟରେ ଦାଖଲ ହେବ ସମର୍ଥକ ବିଧାୟକଙ୍କ ତାଲିକା। ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି ୮ଜଣ ବିଧାୟକଙ୍କ ସମର୍ଥନ। ଆଜି ସକାଳ ସାଢେ ୧୦ଟାରେ ବିଜେପି ପକ୍ଷରୁ ସୁପ୍ରିମ୍କୋର୍ଟରେ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରାଯିବ। ଏହାପରେ ଏହି ମାମଲା ଉପରେ ଶୁଣାଣି କରିବେ ସବୋର୍ଚ୍ଚ କୋର୍ଟ। ଯଦି ସମର୍ଥକ […]
ଭୁବନେଶ୍ୱର: ରାଜ୍ୟରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇଟି ନୂଆ ଯୋଜନା ଆରମ୍ଭ ହୋଇଛି। ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ନାମକ ଏହି ଦୁଇ ନୂଆ ଯୋଜନାକୁ ଶୁଭାରମ୍ଭ କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହରଥୀ। ଅଭିନବ କୃଷି ଯନ୍ତ୍ରପାତି ଯୋଜନା ଅନୁସାରେ ଯେଉଁ ଚାଷୀମାନେ ନିଜସ୍ୱ ଜ୍ଞାନ କୌଶଳରେ ଅଭିନବ କୃଷି ଯନ୍ତ୍ରପାତି ପ୍ରସ୍ତୁତ କରିବେ, ସେମାନଙ୍କୁ ପୁରସ୍କୃତ କରାଯିବ। ରାଜ୍ୟସ୍ତରରେ ୧୧ଜଣ ଓ ଜିଲ୍ଲା ସ୍ତରରେ ୯୦ଜଣଙ୍କୁ ଏହି […]
ଅୱନ୍ତିପୁରା : ଜମ୍ମୁ-କଶ୍ମୀରର ଅୱନ୍ତିପୁରାରେ ଆଜି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୨ ଜଣ ସଦସ୍ୟ ନିହତ ହୋଇଛନ୍ତି। ପୁଲୱାମାର ଅୱନ୍ତିପୁରାରେ ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗତକାଲି ରାତିରୁ ହିଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀ ଲୁଚି ଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ପହଞ୍ଚିବା କ୍ଷଣି ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ […]
ଭୁବନେଶ୍ୱର: MBBS ପାଠ୍ୟକ୍ରମରେ ପ୍ରଥମ ବର୍ଷରୁ ବାଧ୍ୟତାମୂଳକ ହେବ ପ୍ରାକ୍ଟିକାଲ ପରୀକ୍ଷା। ଅତ୍ୟାଧୁନିକ ଡାକ୍ତରୀ ଜ୍ଞାନକୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଦକ୍ଷ ଡାକ୍ତର ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରୁ ଏହି ନିଷ୍ପତ୍ତି ଲାଗୁ ହେବ। ଖୁବ୍ଶୀଘ୍ର ଏନେଇ ଏମ୍ସିଆଇ (ମେଡିକାଲ୍ କାଉନ୍ସିଲ ଅଫ୍ ଇଣ୍ଡିଆ) ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇବ। ପ୍ରଥମ ବର୍ଷରୁ ପ୍ରାକ୍ଟିକାଲ ଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ […]
ନୂଆଦିଲ୍ଲୀ: ଯେ କୌଣସି ଉପାୟରେ ହେଉ ପଛେ କର୍ଣ୍ଣାଟକରେ ବିଜେପିକୁ ଘେରିବାକୁ ଜୋରସୋର ଉଦ୍ୟମ ଚଳାଇଛି କଂଗ୍ରେସ। ଯେଉଁ ଫର୍ମୁଲାରେ ବିଜେପି କର୍ଣ୍ଣାଟକରେ ସରକାର ଗଢ଼ିଲା, ସେହି ଫର୍ମୁଲାରେ ଗୋଆ, ମଣିପୁର ଓ ବିହାରରେ ବି ଲାଗୁ ପାଇଁ କଂଗ୍ରେସ ଦାବି କରିଛି। ୨୦୧୭ ବିଧାନସଭା ନିର୍ବାଚନରେ ୪୦ ଆସନ ବିଶିଷ୍ଟ ଗୋଆରେ କଂଗ୍ରେସ ୧୭ଟି ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଥିଲା। କିନ୍ତୁ ବିଜେପି ମାତ୍ର ୧୩ଟି ଆସନ ଜିତି ନିଜ ସହଯୋଗୀଙ୍କ ସହ […]
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଅଗଣତାନ୍ତ୍ରିକ କହିଛି କଂଗ୍ରେସ। ଏଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଅଖିଳ ଭାରତ କଂଗ୍ରେସ କମିଟି। ପ୍ରତିବାଦରେ ସବୁ ରାଜ୍ୟର ରାଜଧାନୀ ସାଙ୍ଗକୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା ଦେବାକୁ ପ୍ରଦେଶ କଂଗ୍ରେସ କମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଛି ଏଆଇସିସି। ପିସିସି ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ମଧ୍ୟ କୁହାଯାଇଛି। ଏ […]
କର୍ଣ୍ଣାଟକ: ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଗୁରୁବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବି.ଏସ୍.ୟେଦ୍ୟୁରପ୍ପା। ଏହି ଖୁସିରେ ବିଜେପି କର୍ମୀମାନେ ଆତ୍ମବିଭୋର ହେଉଛନ୍ତି। କିନ୍ତୁ ଆଗକୁ ୟେଦ୍ୟୁରପ୍ପାଙ୍କ ପାଇଁ ଗାଦି ବଞ୍ଚାଇବା ସହଜ ମନେ ହେଉ ନାହିଁ। କାରଣ ସରକାର ଗଢ଼ିବାକୁ ହେଲେ ତାଙ୍କୁ ଆହୁରି ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଧାନସଭାରେ ସିନା ବହୁମତ ସାବ୍ୟସ୍ତ ପାଇଁ ରାଜ୍ୟପାଳ ୧୫ଦିନ ସମୟ ଦେଇଛନ୍ତି, ହେଲେ ଆସନ୍ତାକାଲି କିନ୍ତୁ ତାଙ୍କ ପାଇଁ ରହିଛି […]
ଭୁବନେଶ୍ୱର: ବର୍ଷା ଋତୁ ଆସିବା ଆଗରୁ ବାତ୍ୟା ମୁକାବିଲା ପାଇଁ ସଚିବାଳୟରେ ପ୍ରାକ୍ ବାତ୍ୟା ସମ୍ପର୍କିତ ଏକ ବୈଠକ ହୋଇଛି। ରାଜ୍ୟରେ ଥିବା ବଡ଼ ବଡ଼ ଠିକାଦାରଙ୍କ ତାଲିକା ପ୍ରସ୍ତୁତ କରିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ଦ୍ୱାରା ବିପଦ ଆପଦ ସମୟରେ ଠିକାଦାରଙ୍କ ପାଖରେ ଥିବା EARTH MOVING EQUIPMENTS ଯଥା-ଜେସିବି, କ୍ରେନ୍ ଇତ୍ୟାଦି ବ୍ୟବହାର କରାଯାଇପାରିବ। ଏହାର ତାଲିକା ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ରହିବ। ବର୍ତ୍ତମାନ ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଥିବା ବୈଠକରୁ […]
ନୂଆଦିଲ୍ଲୀ: ଭୟଙ୍କର ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣିଥରେ ଗୁଜରାଟ ଆଡ଼କୁ ମୁହାଁଇଛି। ଗତକାଲି ଏହା ଗୁଜରାଟ ଉପକୂଳ ବଦଳରେ ଓମାନ ଆଡ଼େ ମୁହାଁଇଥିଲା। କିନ୍ତୁ ସମୁଦ୍ର ମଧ୍ୟରେ ହଠାତ୍ ଏହା ଦିଗ ବଦଳାଇ ଗୁଜରାଟ୍ର ପୋରବନ୍ଦର ଓ ଦ୍ୱାରକା ଆଡ଼େ ମୁହାଁଇଛି। ‘ବାୟୁ’ ପୁଣି ଗୁଜରାଟ୍ ମୁହାଁ ହୋଇଥିବାରୁ ପୁଣିଥରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ‘ବାୟୁ’ର ଦିଗ ପରିବର୍ତ୍ତନ ଯୋଗୁ ପୋରବନ୍ଦର ଓ ଦ୍ୱାରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା […]
ବାଲେଶ୍ୱର/ସାଲେପୁର/ପୁରୀ: ପୁଣି ତିନି ତିନିଟି ଦୁଷ୍କର୍ମ ଅଭିଯୋଗ I ନାବାଳିକା, ମାନସିକ ଅନଗ୍ରସର କେହି ବି କାମାନ୍ଧ ଲମ୍ପଟଙ୍କ ଲୋଲୁପ ଦୃଷ୍ଟିରୁ ବାଦ ପଡ଼ୁନାହାନ୍ତି I ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ I ଗତକାଲି ଘରେ କେହି ନଥିବା ବେଳେ ମନ୍ମଥ ଜେନା ନାମକ ଜଣେ ୫୬ ବର୍ଷର ବ୍ୟକ୍ତି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ହୋଇଛି I ନାବାଳିକାଙ୍କ ମା ଘରେ ପହଂଚିବା ପରେ ଅଭିଯୁକ୍ତ ମନ୍ମଥ ଘଟଣା […]
ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଳା ଛେଣ୍ଡିପଦା ଅଞ୍ଚଳରେ। ଅଭିଯୋଗ ଅନୁସାରେ ଗତ ସୋମବାର ବେହେରା ସାହିର ଜଣେ ନାବାଳିକା ଗାଧୋଇବା ବେଳେ ଯୁବକ ଜଣକ ତାଙ୍କୁ ଟଣାଓଟରା କରିଥିଲେ। ହେଲେ ସଙ୍ଗରେ ଥିବା ଯୁବତୀମାନେ ପାଟି କରିବାରୁ ସେଠାରୁ ଯୁବକ ଜଣକ ପଳାଇ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ଯୁବକ ପୁଣି ଥରେ ଗାଁ ଦାଣ୍ଡରେ ପହଞ୍ଚି ନାବାଳିକାକୁ […]
ବରଗଡ଼: ପାଇଖାନା ଟାଙ୍କିରୁ କଂଙ୍କ୍ରିଟ୍ ସ୍ଲାବ୍ ହଟାଇବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ମାଣ୍ଡୋସିଲ ଗାଁରେ। ଗୁରବାର ସକାଳେ ଏହି ଗାଁର ସୁଶୀଳ ବାଗ୍ଙ୍କ ଘରେ ତିଆରି ହୋଇଥିବା ନୂଆ ପାଇଖାନାର ସ୍ଲାବ୍ ଖୋଲା ଯାଉଥିଲା। ନବ ନିର୍ମିତ ପାଇଖାନା ଟାଙ୍କିରୁ କଂଙ୍କ୍ରିଟ୍ ସ୍ଲାବ ହଟାଇବା ବେଳେ ବିଷାକ୍ତ ଗ୍ୟାସ୍ ପ୍ରଭାବରେ ମଦନ ବରିହା ନାମକ ଜଣେ ବ୍ୟକ୍ତି ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ […]
ଭୁବନେଶ୍ୱର: କୁଆଖିଆ ପଠାରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମୃତ ଯୁବକ ଉନ୍ମୟ ପାଢ଼ୀଙ୍କୁ ହତ୍ୟା କରାଯାଇନି, ବରଂ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଉନ୍ମୟ ପ୍ରଥମେ ନିଜକୁ ଛୁରୀ ଭୁସିବା ପରେ ଆତ୍ମଦାହ କରିଥିବା ପୋଲିସ କହିଛି। ମେଡିକାଲ ଓ ଫରେନସିକ୍ ରିପୋର୍ଟ ଆଧାରରେ ସେ ଆତ୍ମଦାହ କରିଥିବା ସ୍ପଷ୍ଟ ହୋଇଛି ବୋଲି ପୋଲିସ କମିଶନର ଓ୍ୱାଇ.ବି. ଖୁରାନିଆ କହିଛନ୍ତି। ଏପରିକି ଉନ୍ମୟଙ୍କ ମୃତ୍ୟୁ ଘଟଣା ସହ ତୃତୀୟ ପକ୍ଷର […]