• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

elehhant
ବ୍ରହ୍ମଗିରିରେ ହାତୀ ଆତଙ୍କ

ବ୍ରହ୍ମଗିରି : ବ୍ରହ୍ମଗିରିରେ ହାତୀ ଆତଙ୍କ। ବ୍ରହ୍ମଗିରି ବ୍ଲକ ରାମଚନ୍ଦ୍ରପୁର ଲବଙ୍ଗସରରେ ଏକ ହାତୀ ଆଜି ସକାଳୁ ଆତଙ୍କ ସୃଷ୍ଟି କରିଛି। ହାତୀଟି ସାହୁପଡା, ଭଣ୍ଡାରୀକୁଦା ଗହୀରରେ ଧାନ ନଷ୍ଟ କରଥିଲା। ଏହାପରେ ହାତୀଟି ଲବଙ୍ଗସର ଆଡକୁ ଯାଇଥିଲା। ଖବର ପାଇ ହାତୀ ଦେଖିବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି। ସେପଟେ ସ୍ଥାନୀୟ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଲବଙ୍ଗସର […]

  • Friday, 16 July 2021
teacher's protest
ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ।  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ ଚଳାଇଥିବା ଶିକ୍ଷକଙ୍କୁ ସମର୍ଥନ ଜଣାଇଛନ୍ତି ଛାତ୍ରଛାତ୍ରୀ। ଶିକ୍ଷକମାନଙ୍କ ଦାବି ଅନୁସାରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବାରୁ ଏହି ଆନ୍ଦୋଳନ ଜାରି ରହିଛି। ଯେପର୍ଯ୍ୟନ୍ତ ଦାବି […]

koraput
ଶୌଚ ପାଇଁ ଯାଇଥିବାବେଳେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କୋରାପୁଟ: ସ୍କୁଲ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କୋରାପୁଟ ଦଶମନ୍ତପୁର ବ୍ଲକ ପରଜାବେଡାପଦର ସେବାଶ୍ରମ ସ୍କୁଲରେ ପଢୁଥିବା ୩ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି। ଅପହରଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରେ ୨ ଜଣ ଷଷ୍ଠ ଶ୍ରେଣୀ ଏବଂ ଜଣେ ନବମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି। ଅନ୍ୟ ଛାତ୍ରୀଙ୍କ କହିବା ଅନୁସାରେ, ୭ ଜଣ ଛାତ୍ରୀ ଶୌଚ ପାଇଁ ଯାଇଥିବାବେଳେ କେହି ଦୁର୍ବୃତ୍ତ ସେମାନଙ୍କ ଉପରେ ଲାଇଟ ପକାଇଥିଲା।  କିଛି ଛାତ୍ରୀ ସେଠାରେ ବେହୋସ […]

tej pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ

ପାଟନା: ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ବିବାହ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୧୮ରେ ହେବ ନିର୍ବନ୍ଧ ଆଉ ମେ ୧୨ରେ ବିବାହ। ନିମନ୍ତ୍ରଣ କାର୍ଡ଼ ମଧ୍ୟ ଛପା ସରିଛି। ସବୁଠୁ ବଡ଼ କଥା ହେଲା ବିବାହକୁ ନେଇ ଉଭୟ ପରିବାର ମଧ୍ୟ ବେଶ୍ ଖୁସି ଅଛନ୍ତି। ଆପଣମାନେ କଥାଟା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। ନିଶ୍ଚୟ ଭାବୁଥିବେ କି ଐଶ୍ୱର୍ଯ୍ୟା […]

ganja
୧୪ କ୍ୱିଣ୍ଟାଲ ଗଞ୍ଜେଇ ସହ ୩ ଗାଡ଼ି ଜବତ

ମାଲକାନଗିରି: ମାଲକାନଗିରିରେ ଗଞ୍ଜେଇ ଚାଲାଣକାରୀ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍‌।  ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଥିଲା। ସେମାନଙ୍କ ଠାରୁ ୧୪କ୍ୱିଣ୍ଟାଲ ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରାଯାଇଛି।  ଗଞ୍ଜେଇ ଚାଲାଣକାରୀମାନେ ଏକ ଦାମୀ ଗାଡିରେ ନୀଳବତୀ ଲଗାଇ ପୋଲିସକୁ ଚକ୍‌ମା ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲେ।  କିନ୍ତୁ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା।  ଏଥିସହ ପୋଲିସ ଗୋଟିଏ ଟିପର ଓ ମିନି ଟ୍ରକକୁ ମଧ୍ୟ […]

beo
ଏରିୟର ବିଲ୍ କରାଇବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଖଣ୍ଡପଡା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ। ଏରିୟର ବିଲ୍ କରାଇଦେବା ପାଇଁ ବିଇଓ ଗଣ ଶିକ୍ଷକ ମାନଙ୍କୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି।  କିଛି ଗଣ ଶିକ୍ଷକ ଏନେଇ ମୁହଁ ଖୋଲିଥିବା ବେଳେ ବିଇଓ କିନ୍ତୁ ଲାଞ୍ଚ ନେବା ଘଟଣାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

bus overturn
ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୨ ଆହତ

ଭୁବନେଶ୍ୱର: ଗଞ୍ଜାମ ଦିଗପହଣ୍ଡିରେ ସଡକ ଦୁର୍ଘଟଣା। ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଆଜି ସକାଳେ ଦିଗପହଣ୍ଡି ଗୋକର୍ଣ୍ଣପୁର ନିକଟରେ ଏକ ଯାତ୍ରାବାହୀ ବସ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲ ପାଠାଯାଇଛି। ଆହତମାନେ ଭୁବନେଶ୍ୱର ସାଲିଆସାହି ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ଭୁବନେଶ୍ୱରରୁ ଦିଗପହଣ୍ଡିର ବାଙ୍କେଶ୍ୱରୀ ପୀଠ ବୁଲି ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

monsson
ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ମୌସୁମୀ ପ୍ରବାହ ପ୍ରାୟତଃ ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିବ ବୋଲି ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ ନାୟର କହିଛନ୍ତି। ଚଳିତ ବର୍ଷ ବୃଷ୍ଟିପାତ ହାର ୯୬ ପ୍ରତିଶତ ରହିବ। ଏଣୁ ୯୬ ପ୍ରତିଶତ ବୃଷ୍ଟିପାତକୁ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ବୋଲି ଧରାଯାଇଥାଏ। ଏହାସହ ଆଇଏମ୍‌ଡି ଆହୁରି କହିଛି ଯେ, ଦେଶର […]

  • Friday, 16 July 2021
monsoon
ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଉପକୂଳ ଅଞ୍ଚଳରେ ତାତି ସାମାନ୍ୟ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଅଧିକ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା। ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଓଡିଶା ଉପରକୁ ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଏହା ପ୍ରଭାବରେ ରାଜ୍ୟର ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡିଶାରେ ଅପରାହ୍ନ ସମୟରେ […]

congress
କଂଗ୍ରେସର ଅଭିନବ ପ୍ରତିବାଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୨ ଭାରତ ବନ୍ଦ ସମୟରେ ଦେଶର ବିଭିନ୍ନ ସହରରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦେଶ ବ୍ୟାପୀ ଉପବାସ ପାଳନ କରାଯାଉଛିା ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଆଜି ସକାଳୁ ଏଭଳି ଅଭିନବ ପ୍ରତିବାଦ କରାଯାଉଛିା ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସ୍ତରୀୟ ଉପବାସ ପାଳନ କରାଯାଉଛିା SC/ST ଅତ୍ୟାଚାର ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ଏପ୍ରିଲ ୨ […]

railway
୨ ରେଲୱେ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସର ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ତଦନ୍ତ ଚାଲିଛି।  ଏହି ଘଟଣାରେ ପୂର୍ବରୁ ୭ଜଣ ରେଲ୍‌ୱେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଉ ୨ଜଣ ଅଧିକାରୀ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁର ଡିଆର୍‌ଏମ୍‌ କହିଛନ୍ତି। ସେମାନେ ହେଲେ ଟିଟିଲାଗଡ଼ ଷ୍ଟେସନ୍ ମ୍ୟାନେଜର୍ ଏସ୍. କେ. ମହନ୍ତ ଓ ମେକାନିକାଲ ଜୁନିୟର ଇଂଜିନିୟର ଏସ୍. ନାୟକ।  ସେହି ଦୁଇ […]

Paddy-1-600x430
ଧାନ କିଣାରେ ବ୍ୟାପକ ଜାଲିଆତି ନେଇ ପୁଣି ଥରେ ତଦନ୍ତ କରିବ ସମବାୟ ବିଭାଗ

ଭୁବନେଶ୍ୱର: ଚାଷୀଙ୍କ ଧାନ ବିକିଦେଲେ ଦଲାଲ। ଆଉ ଧାନକିଣାରେ ସରକାରୀ ସଂସ୍ଥାକୁ ହାତ କରି ବିଜେଡି ନେତା ଚଳୁ କରି ନେଲେ କୋଟି କୋଟି ଟଙ୍କା। ଖୋଦ ବିଜେଡି ନେତା ଏହି ଦଲାଲମାନଙ୍କର ତାଲିକା ପ୍ରସ୍ତୁତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଓ ଅନ୍ୟ ଜଣେ ବିଜେଡି ନେତାଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆସିବାର ବର୍ଷେ ବିତିଗଲାଣି। କିନ୍ତୁ ଦୁର୍ନୀତିର ଚେର ଖୋଜି ପାଉନାହିଁ ଭିଜିଲାନ୍‌ସ। ଏ ନେଇ ରାଜନଗର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦ୍ୱିତୀୟ […]

  • Friday, 16 July 2021
Nirav-Modi-Mehul-Choksi
ନୀରବ ମୋଦି, ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କର ଋଣ ଖିଲାପକାରୀ ହିରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଛି। ସିବିଆଇର ଏହି  ଆବେଦନକୁ ମୁମ୍ବାଇରେ ସ୍ୱତନ୍ତ୍ର ସିବିଆଇ ଅଦାଲତ୍‌ ମଞ୍ଜୁର କରିବା ପରେ ଉଭୟଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଛି। ଭାରତୀୟ ବ୍ୟାଙ୍କଗୁଡ଼ିକର ବିଦେଶୀ ଶାଖାର ଅଧିକାରୀମାନେ ନୀରବ ମୋଦି ଓ ତାଙ୍କ ମାମୁଁ ମେହୁଲ୍‌ ଚୋକ୍‌ସିଙ୍କ ସମ୍ବନ୍ଧିତ କମ୍ପାନୀକୁ ଆର୍ଥୀକ ସହଯୋଗ କରିଥିବା […]

  • Friday, 16 July 2021
ctc loot case
‌‌ଅଭିଯୋଗକାରୀ ହିଁ ଲୁଟେରା

କଟକ: ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଝାଡିଲେ। ଏପରି ଅଭିନୟ ଢଙ୍ଗରେ ଟଙ୍କା ଲୁଟ୍ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। କଟକ ଆହ୍ଲାବାଦ୍‌ ବ୍ୟାଙ୍କ ସାମ୍ନାରୁ ୨୭ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ।  ଲୁଟ୍‌ରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୬ ଲକ୍ଷ ୪୮ ହଜାର ଟଙ୍କା ଉଦ୍ଧାର କରିଛି ପୋଲିସ। ଲୁଟ୍ ନେଇ ଏତଲା ଦେଇଥିବା ନଳିନୀକାନ୍ତ […]

kalahandi
ମଦ ପିଆଇ ଯୁବତୀଙ୍କୁ ଦୁଷ୍କର୍ମ ନେଇ ହୋଇଥିଲା ଅଭିଯୋଗ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡରେ ଯୁବତୀଙ୍କୁ ମଦ ପିଆଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୩ ଅଭିଯୁକ୍ତ ଗିରଫ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ଏମ୍. ସନ୍ଦିପ ସମ୍ପତ୍। ଅଭିଯୁକ୍ତମାନେ ହେଲେ ଚିତ୍ତରଂଜନ ଗୁରୁ, ମୁକୁନ୍ଦ ଗୁରୁ ଓ ସୁଶାନ୍ତ ପ୍ରଧାନୀ। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି। ଗତ ୩୧ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ଶନି ମନ୍ଦିରରୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଭତ୍ରା ଯୋର ଡ୍ୟାମ୍‌ […]

superstar
ସୁପରଷ୍ଟାରଙ୍କ ବିକ୍ଷୋଭ

ଚେନ୍ନାଇ: ଗୋଟିଏ ମଞ୍ଚରେ ଏକଜୁଟ୍ ହୋଇଛନ୍ତି ତାମିଲ୍ ଇଣ୍ଡଷ୍ଟ୍ରିର ସମସ୍ତ ସୁପରଷ୍ଟାର। ଅଭିନେତାରୁ ରାଜନେତା ପାଲଟିଥିବା ରଜନୀକାନ୍ତ, କମଲ ହସନ୍, ବିକ୍ରମ, ଧନୁଷ, ସଙ୍ଗୀତ ନିର୍ଦ୍ଦେଶକ ଇଲିଅରାଜା ସମେତ ଅନେକ ତାମିଲ କଳାକାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାବେରୀ ନଦୀ ମ୍ୟାନେଜ୍‌ମେଣ୍ଟ୍‌ ବୋର୍ଡ ଗଠନ ଦାବିରେ ଚେନ୍ନାଇରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଇଛନ୍ତି। ଯଥା ଶୀଘ୍ର କାବେରୀ ନଦୀ ମ୍ୟାନେଜ୍‌ମେଣ୍ଟ୍‌ ବୋର୍ଡ ଗଠନ ଲାଗି ଦାବି କରିଛନ୍ତି ଏହି ସୁପରଷ୍ଟାର।  କିଛି ଦିନ ତଳେ ଡିଏମ୍‌କେ ବନ୍ଦ ଡାକରା ଦେଇଥିବା […]

train run without engine
କର୍ତ୍ତବ୍ୟରେ ଅବହେଳା ପାଇଁ ୫ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ଚାଲିଛି ରେଲୱେର ତନାଘନା। ଏଭଳି ତ୍ରୁଟି କେଉଁଠି ରହିଲା ଏବଂ ଏହା ପଛରେ କିଏ ଦାୟୀ ସେ ନେଇ ତର୍ଜମା କରୁଛନ୍ତି ରେଲୱେର ବରିଷ୍ଠ ଅଧିକାରୀ। ଘଟଣା ପାଇଁ ବର୍ତ୍ତମାନ ସୁଦ୍ଧା ୨ ଜଣ ଇଞ୍ଜିନ୍ ଡ୍ରାଇଭରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଏଭଳି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ଶହ […]

Police and Maoists exchange fire
ପୋଲିସ୍-ମାଓବାଦୀ ଗୁଳି ବିନିମୟ: ମାଓ କ୍ୟାମ୍ପ୍ ଠାବ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ। ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସ୍ଥାନୀୟ ଅଞ୍ଚଳରେ ମାଓ ସଂଗଠନ କରିବା ପାଇଁ ଲୁଙ୍ଗା ପାହାଡ଼ରେ ଏକ ମାଓ କ୍ୟାମ୍ପ୍‌ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ୍‌ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି […]

monsoon
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ବିଜୁଳି ଘଡଘଡି ସହ କିଛି ସ୍ଥାନରେ କୁଆପଥର ବର୍ଷା ହୋଇଥିବା ମଧ୍ୟ ଜଣାପଡ଼ିଛି। କାଳବୈଶାଖୀ ବର୍ଷା ପ୍ରଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ରାଜ୍ୟର ୧୧ଟି ଜିଲ୍ଲାକୁ ଏନେଇ ସତର୍କ ସୂଚନା ଜାରି କରିଥିଲା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ […]