• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

NAXAL
ନକ୍ସଲ ହମ୍‌ଲା: ୫ ପୁଲିସ୍‌ ସହିଦ

ଜାମସେଦପୁର: ଝାରଖଣ୍ଡର ସରେଇକେଲା ଠାରେ ଆଜି ପୁଲିସ୍‌ କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଭୟଙ୍କର ହମ୍‌ଲା କରିଛନ୍ତି। ନକ୍ସଲଙ୍କ ଏହି ହମ୍‌ଲାରେ ୫ ଜଣ ପୁଲିସ୍‌ କର୍ମଚାରୀ ସହିଦ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପୁଲିସ୍‌ ପକ୍ଷରୁ ସରେଇକେଲା ଠାରେ ଥିବା ଏକ ମାର୍କେଟ ନିକଟରେ ପ୍ୟାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ୨ ଜଣ ନକ୍ସଲ ସେମାନଙ୍କୁ ଘେରି ଯାଇ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ସରେଇକେଲା ଜିଲ୍ଲା ତୁରୁଲଡିହ ଅନ୍ତର୍ଗତ କୁକଡୁ ହାଟଟି ଝାରଖଣ୍ଡ ଓ […]

  • Saturday, 17 July 2021
congress protest
ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ ବିରୋଧ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦ କରି ଦଳର ନେତାମାନେ କର୍ଣ୍ଣାଟକ ବିଧାନସୌଦ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ଏହି ଧାରଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ଜି.ଏନ୍. ଆଜାଦ୍, ଅଶୋକ ଗେହଲଟ୍, ମଲ୍ଲିକାର୍ଜ୍ଜୁନ ଖଡଗେ ସାମିଲ ହୋଇଛନ୍ତି। ବିଜେପି ସହିତ ଜେଡିଏସ୍ ନେତା ମାନେ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି। ଏଥିରେ ପ୍ରତିକ୍ରିୟା ରଖି ସିଦ୍ଧରମୈୟା କରିଛନ୍ତି ଯେ, “ଆମେ […]

  • Saturday, 17 July 2021
bjp
ବିଜେପିର ମହିଳା ସୁରକ୍ଷା ଯାତ୍ରା

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ  ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାରର ପ୍ରତିବାଦ। ଅତ୍ୟାଚାରର ପ୍ରତିବାଦ କରି ଆଜିଠୁ ଆରମ୍ଭ ହୋଇଛି ବିଜେପିର ମହିଳା ସୁରକ୍ଷା ଯାତ୍ରା। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ରାଜ୍ୟର ୭ଟି ରୁଟ୍ ଦେଇ ୧୧ ଦିନ ଧରି ମେ ୨୯ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ମଧ୍ୟରେ ୪୫୦ ସାଧାରଣ ସଭା ଅନୁଷ୍ଠିତ ହେବ। ସଭାରେ ମହିଳାଙ୍କ ସମସ୍ୟା, ଅଧିକାର ଏବଂ ସୁରକ୍ଷା ସମ୍ପର୍କିତ ବାର୍ତ୍ତା […]

  • Saturday, 17 July 2021
  • BJP
dd
ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା। ଆଜି ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ଓଡ଼ିଶାରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତିକୁ କିଭଳି ଭରଣା କରାଯିବ ଏବଂ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କିଭଳି ସହାୟତା ଯୋଗାଇ ଦେବେ ସେ ନେଇ ଉଭୟ ଆଲୋଚନା କରିଛନ୍ତି। ସେହିଭଳି ଆଗାମୀ ଦିନରେ ରାଜ୍ୟର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଭଳି ପାରସ୍ପରିକ […]

  • Saturday, 17 July 2021
papu pom pom
ଭଲ ଅଛନ୍ତି ଅଭିନେତା ପପୁ ପମ୍‌ ପମ୍‌

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଅଭିନେତା ପପୁ ପମ୍ ପମ୍। ତେବେ ତାଙ୍କ ସମ୍ପର୍କରେ କିଛି ଗୁଜବ ପ୍ରଚାର କରାଯାଉଥିବାରୁ ଏଭଳି ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ। ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପପୁଙ୍କୁ ଦିଲ୍ଲୀ ପଠାଯାଇଥିଲା। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ […]

plus two result
୧୯ରେ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତା ୧୯ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୧ଟାରେ CHSE କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍‌ chseodisha.nic.in ରେଜଲ୍ଟ ଦେଖିପାରିବେ। ଏହାବ୍ୟତୀତ orissaresults.nic.in ରେ ମଧ୍ୟ ରେଜଲ୍ଟ ଦେଖିହେବ। ତେବେ ଚଳିତ ମାସ ଶେଷ ସୁଦ୍ଧା କଳା ଏବଂ ବାଣିଜ୍ୟ ଫଳ ପ୍ରକାଶ ପାଇପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି […]

temple
ଚାନ୍ଦା ନ ଦେବାରୁ ମନ୍ଦିର ପ୍ରବେଶ ଉପରେ କଟକଣା

ବାଲେଶ୍ୱର: ଚାନ୍ଦା ନ ଦେବାରୁ ୫ଟି ପରିବାରକୁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଛି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳର କାଳିକ ଗାଁରେ ଦେଖିବାକୁ ମିଳିଛି। ଗାଁର ନିର୍ମଳ ମହାପାତ୍ର, ବିମଳ ମହାପାତ୍ର ଓ ସର୍ବେଶ୍ୱର ମହାପାତ୍ର ଏମିତି ୫ଟି ପରିବାରକୁ ମନ୍ଦିର ନ ଯିବାକୁ ଗ୍ରାମ୍ୟ କମିଟି ବାରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏମିତିକି ଏହି ୫ଜଣଙ୍କ ନାଁ ମନ୍ଦିର କାନ୍ଥରେ ଲେଖାଯାଇଛି। ଗାଁ ଚାନ୍ଦା ଦେଇ […]

yeddyurappa
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ମିଡ୍ ନାଇଟ୍ ହାଇଡ୍ରାମା ପରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକରେ ଗଠିତ ହୋଇଛି ବିଜେପି ସରକାର।  ବି.ଏସ୍. ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବଜୁ ଭାଇ ଭାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଏଥିପାଇଁ ରାଜଭବନରେ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ୟେଦ୍ୟୁରପ୍ପା ବିଜୟ ସୂଚକ ବା VICTORY SIGN ଦେଖାଇଥିଲେ। ୨୩ତମ ମୁଖ୍ୟମନ୍ତ୍ରୀ […]

representational image
ଧରା ପଡ଼ିଲା ଏଟିଏମ୍‌ ଲୁଟେରା

କନ୍ଧମାଳ: ଲୋକଙ୍କୁ ଭୁଆଁ ବୁଲାଇ ଏଟିଏମ୍‌ରୁ ଟଙ୍କା ଉଠାଇ ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ଥିବା ଜଣେ ଏଟିଏମ୍‌ ଲୁଟେରାକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛି କନ୍ଧମାଳ ଟିକାବାଲି ଅଞ୍ଚଳର ପ୍ରଭାକର ପ୍ରଧାନ।  ତା’ ନିକଟରୁ ପୋଲିସ ୨ ଲକ୍ଷ ଟଙ୍କା, ୧୩ଟି ଏଟିଏମ୍ କାର୍ଡ ଓ ଗୋଟିଏ ବାଇକ୍ ଜବତ କରିଛି। ପ୍ରଭାକର ବ୍ରହ୍ମପୁରରେ ଭଡ଼ାରେ ରହି ଆଖପାଖ ଅଞ୍ଚଳର ଏଟିଏମ୍‌ରୁ ଲୁଟ୍ କରୁଥିଲା। ଭଲଭାବରେ ଏଟିଏମ୍ ବ୍ୟବହାର କରି ଜାଣୁନଥିବା ଲୋକଙ୍କଠାରୁ […]

  • Saturday, 17 July 2021
Yeddyurappa
ଆଜି ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ବି.ଏସ୍. ୟେଦ୍ୟୁରପ୍ପା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଆଜି ସକାଳ ୯ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନରେ ଶପଥ ଗ୍ରହଣ ଲାଗି ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ଶପଥ ଗ୍ରହଣ ଉତ୍ସବର ଆୟୋଜନ ମଧ୍ୟ କରାଯାଇଛି। ଗତକାଲି କଂଗ୍ରେସ ଓ ଜେଡିଏସ୍ ପକ୍ଷରୁ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ହୋଇଛି। […]

varanasi
ବାରାଣସୀ ବ୍ରିଜ ଭୁଶୁଡିବା ଘଟଣା: ୪ ଅଫିସରଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବାରାଣସୀ ନିର୍ମାଣାଧୀନ ବ୍ରିଜ ଭୁଶୁଡିବା ଘଟଣା ପରେ ଆକ୍ସନ ମୋଡରେ ଉତ୍ତରପ୍ରଦେଶ ସରକାର। ଏହି ଅଘଟଣ ପାଇଁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଭରବ୍ରିଜର ମୁଖ୍ୟ ପରିଯୋଜନା ପ୍ରବନ୍ଧକଙ୍କ ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି।  ଗତକାଲି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ୪୮ ଘଣ୍ଟା ମଧ୍ୟରେ ରିପୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଆଜି ତଦନ୍ତ କମିଟି ମୁଖ୍ୟ ରାଜ ପ୍ରତାପ ସିଂହ ଘଟଣାସ୍ଥଳରେ ପହଞ୍ଛି ସ୍ଥିତି […]

  • Saturday, 17 July 2021
ramjan
ରମଜାନ ମାସରେ ହେବ ନାହିଁ ସର୍ଚ୍ଚ ଅପରେସନ

ଶ୍ରୀନଗର: ରମଜାନ ମାସରେ ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ ହେବ ନାହିଁ। ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।  ଜାମ୍ମୁ-କାଶ୍ମୀରର ମୁସଲମାନ ଭାଇଭଉଣୀମାନେ ବିନା ପ୍ରତିବନ୍ଧକରେ ରମଜାନ ପାଳନ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଗୃହମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। କିନ୍ତୁ ଯଦି ସାଧାରଣ ନାଗରିକ କିମ୍ବା ସୁରକ୍ଷା କର୍ମୀଙ୍କ ଉପରକୁ ଆକ୍ରମଣ ହୁଏ ତେବେ ସୁରକ୍ଷାକର୍ମୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କୁହାଯାଇଛି। ପୂର୍ବରୁ ସର୍ବଦଳୀୟ ବୈଠକରେ ରମଜାନ ମାସରେ […]

  • Saturday, 17 July 2021
yeddyurappa (1)
ଆସନ୍ତାକାଲି ସକାଳ ୯ଟାରେ ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ରାଜଭବନରେ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବି.ଏସ୍ ୟେଦ୍ୟୁରପ୍ପା ହେଉଛନ୍ତି ଏନଡିଏର ୨୩ ତମ ମୁଖ୍ୟମନ୍ତ୍ରୀ। ୟେଦ୍ୟୁରପ୍ପାଙ୍କ ଶାସନ ସହ ସୁବର୍ଣ୍ଣ କର୍ଣ୍ଣାଟକ ଗଠନ ଅଭିଯାନ ଆରମ୍ଭ ହେବ ବୋଲି ବିଜେପି […]

  • Saturday, 17 July 2021
B S Yeddyurappa ,
କଳ୍ପନା ଜଳ୍ପନାର ଅବସାନ : ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ଡାକିଲେ ରାଜ୍ୟପାଳ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଶେଷରେ ୟେଦ୍ୟୁରପ୍ପାଙ୍କୁ ସରକାର ଗଢ଼ିବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଆମନ୍ତ୍ରଣ କରିଥିବା ସୂଚନା ମିଳିଛି। ଏ ନେଇ ଏଏନ୍‌ଆଇ ସୂତ୍ରରୁ ଟ୍ୱିଟ୍ ଯୋଗେ ସୂଚନା ମିଳିଛି। ତେବେ ଏହା ପରେ କଂଗ୍ରେସ ଓ ଜେଡିଏସ […]

  • Saturday, 17 July 2021