• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Pak woman ties rakhi to PM Modi
୨୬ ବର୍ଷ ଧରି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ପାକିସ୍ତାନୀ ମହିଳା

ଦୀର୍ଘ ୨୬ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଜଣେ ପାକିସ୍ଥାନୀ ମହିଳା ,କଥାଟା ଶୁଣିବା ପରେ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ସତ ଅଟେ । ଏହି ପାକିସ୍ଥାନୀ ମହିଳା ଜଣକ ହେଲେ କମର ଜହାଁ । କମର ଜହାଁ ପ୍ରତିବର୍ଷ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ।

earthquake in kutch
କଚ୍ଛରେ ଭୂକମ୍ପ ଝଟ୍‌କା, ଲୋକେ ଭୟଭୀତ

ଗୁଜରାଟର କଚ୍ଛରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।

pakistan zindabad slogans on muharram Ustav, 4 arrested
'ପାକିସ୍ତାନ୍ ଜିନ୍ଦାବାଦ୍' ନାରା ଦେଇ ୪ ଗିରଫ

ACP ସତ୍ୟେନ୍ଦ୍ର କୁମାର ଶୁକ୍ଳ କହିବାନୁସାରେ ୪ଜଣକୁ ଗିରଫ ହେବା ସହ ୬ଜଣକୁ ଖୁବ ଶୀଘ୍ର ପୋଲିସ୍ ଗିରଫ କରାଯିବ ଏବଂ ସେମାନଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହୋଇଛି। ଏହି ଘଟଣାର କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିହଂ କହିଛନ୍ତି।

heavy rainfall in delhi
ଦିଲ୍ଲୀରେ ପ୍ରବଳ ବର୍ଷା, ଜଳବନ୍ଦୀ ସହରବାସୀ

ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଜାରି ରହିଛି ଲଗାଣ ବର୍ଷା। ଚାରିଆଡ ଜଳାର୍ଣ୍ଣବ। ଯେମିତି ଜଳବନ୍ଦୀ ଅବସ୍ଥାରେ ଅଛି ଦେଶର ରାଜଧାନୀ ଦିଲ୍ଲୀ । ଘରୁ ବାହାରିବା ମୁସ୍କିଲ ହୋଇ ଯାଇଛି।  

jayshankar
ସମସ୍ତେ ସୁରକ୍ଷିତ ନ ହେବା ଯାଏଁ କେହି ସୁରକ୍ଷିତ ନୁହନ୍ତି, ଜାତିସଂଘରେ କହିଲେ ଜୟଶଙ୍କର

ସାରା ବିଶ୍ୱjl ସମସ୍ତେ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ କେହି ସୁରକ୍ଷିତ ନୁହନ୍ତି । ଆତଙ୍କବାଦ ପ୍ରସଙ୍ଗରେ ଏହା କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆତଙ୍କବାଦକୁ ନେଇ ସେ କହିଛନ୍ତି, ଭାରତ ବହୁ ବର୍ଷ ହେଲା ଆତଙ୍କବାଦର ସମ୍ମୁଖୀନ ହୋଇ ଆସୁଛି ।

  • Thursday, 19 August 2021
Galaxy
ଭାଙ୍ଗିଯାଉଛି କି ଆକାଶଗଙ୍ଗା, ଯେଉଁଠି ରହିଛି ପୃଥିବୀ

ଆମ ଗାଲାକ୍ସି ମିଲ୍କି ୱେର ଆକୃତି ସର୍ପିଳ ଏବଂ ଏହାର ଅନେକ ଅଂଶ ଆମ ବୈଜ୍ଞାନିକମାନଙ୍କ ପାଇଁ ଅଜ୍ଞାତ। ଆମ ପୃଥିବୀ ଗାଲାକ୍ସି ଭିତରେ କେଉଁଠି ଅବସ୍ଥିତ ତାହା ଅଧ୍ୟୟନ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଏହି ବିସ୍ତୃତ ସ୍ତରର ଗଠନ ବିଷୟରେ ନୂତନ ସୂଚନା ହାସଲ କରିଛି। ବୈଜ୍ଞାନିକମାନେ ମିଲ୍କି ୱେର ସର୍ପିଳ ବାହୁରେ କିଛି ଯୁବ ତାରକା ଏବଂ ତାରକା ସୃଷ୍ଟି କରୁଥିବା ମେଘର ଏକ କ୍ଲଷ୍ଟରକୁ ଚିହ୍ନଟ କରିଛନ୍ତି ଯାହା ଏଥିରୁ ବାହାଆସିବା ସହିତ ଭାଙ୍ଗିଯିବାର ସୂଚନା ଦେଇଛି।

RBI Guideline
ବ୍ୟାଙ୍କ୍‌ ଲକର୍‌ ଗାଏବ ହେଲେ କ୍ଷତିପୂରଣ ଦେବେ କର୍ତ୍ତୃପକ୍ଷ

ବ୍ୟାଙ୍କ୍‌ ଲକର୍‌ରେ ରଖାଯାଇଥିବା ସାମଗ୍ରୀ ଗାଏବ ହେଲେ କିମ୍ବା କୌଣସି ପ୍ରକାର କ୍ଷତି ହେଲେ ଏଥିପାଇଁ କ୍ଷତିପୂରଣ ଦେବେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ। ଲକରର ବାର୍ଷିକ ଦେୟ ଯେତେ ଥିବ, ତା’ର ଶହେ ଗୁଣା କ୍ଷତିପୂରଣ ଗ୍ରାହକକୁ ଦେବେ ବ୍ୟାଙ୍କ କର୍ତ୍ତୃପକ୍ଷ। ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ୍‌। ତେବେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଗ୍ରାହକଙ୍କ ଅବହେଳାରୁ କ୍ଷତି ହେଲେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଦାୟୀ ହେବେ ନାହି। ତା ଛଡ଼ା ଲକର୍ ସାମଗ୍ରୀ ପାଇଁ ସଂପୃକ୍ତ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଗ୍ରାହକଙ୍କୁ ବୀମା ବିକ୍ରି କରି କରିପାରିବେ ନାହିଁ ।

cooking oil will soon be cheaper
ଖୁବ୍‌ ଶୀଘ୍ର କମିବ ଖାଇବା ତେଲ ଦର !

ଖୁବ୍‌ ଶୀଘ୍ର ଖାଇବା ତେଲ ଦର କମିବ।  ଖାଇବା ତେଲ ଆମଦାନୀ ହ୍ରାସ କରିବା ପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ନାଶନାଲ ମିଶନ ଅନ ଏଡିବୁଲ୍‌ ଅଏଲସ୍‌ (ଅଏଲ ପାମ୍‌) ପାଇଁ ୧୧, ୦୪୦ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। 

Petrol Diesel Prices Today hiked
୨ୟ ଦିନ ପାଇଁ କମିଲା ପେଟ୍ରୋଲ, ଡିଜେଲ ଦର

ପେଟ୍ରୋଲ, ଡିଜେଲ ଦର ଆକାଶଛୁଆଁ ହୋଇଥିବାବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଆଜି ଅର୍ଥାତ୍‌ ଅଗଷ୍ଟ ୧୯ ତାରିଖରେ ୨ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ତଳମୁହାଁ ହୋଇଛି।

alcutta high court
ମମତା ସରକାରଙ୍କୁ ଝଟକା : ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ ସିବିଆଇ ଯାଂଚ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ ସରକାରଙ୍କୁ ବଡ଼ ଝଟକା । ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କୋର୍ଟ ଏସଆଇଟି ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।

Science
ବିସ୍ଫୋଟିତ ତାରାରୁ ମିଳିଲା ସୌରମଣ୍ଡଳର ପ୍ରାରମ୍ଭିକ ସୂଚନା

ପୃଥିବୀ ଏବଂ ଆମର ସୌର ପ୍ରଣାଳୀର ଜନ୍ମ ରହସ୍ୟ ଜାଣିବା ପାଇଁ ଆମ ଜ୍ୟୋତିର୍ବିଜ୍ଞାନୀମାନଙ୍କର ବହୁତ ଆଶା ଅଛି। ଏଥିରୁ ସେମାନେ ଏହିପରି ଅନେକ ପ୍ରଶ୍ନର ଉତ୍ତର ପାଇପାରିବେ ଯାହା କେବଳ ଜୀବନର ଉତ୍ପତ୍ତି ବିଷୟରେ କହିପାରିବ ତାହା ନୁହେଁ ବରଂ ଆମର ବର୍ତ୍ତମାନ ଜୀବନର ଅନେକ ସମସ୍ୟାର ସମାଧାନ ମଧ୍ୟ କରିପାରିବ।

Dutee With Modi
ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ଆଲୋଚନା

ଅଲିମ୍ପିକ୍ସ ହିରୋଙ୍କୁ ଗତ ୧୬ ତାରିଖରେ ସମ୍ବର୍ଦ୍ଧନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ବାସଭବନରେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ଏବଂ ଅନ୍ୟ ଅଲିମ୍ପିଆନ୍ସଙ୍କୁ ଭେଟିଥିଲେ । ତେବେ ଏହାରି ଭିତରେ ଓଡ଼ିଆ ଆଥଲେଟ୍ ଦୁତୀ ଚାନ୍ଦଙ୍କ ସହ ମୋଦିଙ୍କ ବାର୍ତାଳାପର କିଛି ଅଂଶ ।

Taliban Brutality
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓଡିଆ ଯୁବ ଇଂଜିନିୟର୍‌

ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍‌ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍‌ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍‌ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ।

lpg price increased
ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

ପୁଣି ଲପିଜି ଗ୍ୟାସ ଦର ବୃଦ୍ଧି ପାଇଛି। ଦେଢ ବର୍ଷ ମଧ୍ୟରେ ୧୧ ଥର ରୋଷେଇ ଗ୍ୟାସ ବୃଦ୍ଧି ପାଇଲାଣି । ଏଲପିଜି ଗ୍ୟାସ ବୃଦ୍ଧି ପାଇବାରୁ ରୋଷେଇ ଘର ବଜେଟ ଉପରେ ଚାପ ବଢି ଯାଇଛି।

CBI
ସିବିଆଇକୁ ନେଇ ବଡ ଟିପ୍ପଣୀ ଦେଲେ ମାଡ୍ରାସ ହାଇକୋର୍ଟ

କୋର୍ଟ ୧୨ଟି ପଏଣ୍ଟରେ ସିବିଆଇକୁ ଅଧିକ ସ୍ୱାଧୀନତା ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପଏଣ୍ଟଗୁଡ଼ିକୁ କାର୍ଯ୍ୟକାରୀ କରାଇଲେ ‘ପଞ୍ଜୁରୀ ଭିତରର ଶୁଆ’ ଅଧିକ କ୍ଷମତା ପାଇପାରିବ ବୋଲି ହାଇକୋର୍ଟ କହିଛନ୍ତି।

Samajwadi Party MP
ତାଲିବାନୀଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କ ସହ ତୁଳନା କଲେ ଏସପି ସାଂସଦ, ଦେଶଦ୍ରୋହ ମାମଲା ରୁଜୁ

ତାଲିବାନୀଙ୍କୁ ସମର୍ଥନ କରି ବୟାନ ଦେଇଥିବା ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ସାଂସଦ ଡା.ଶଫିଫୁର ରହମାନ ବର୍କଙ୍କ ବିରୋଧରେ ଦେଶଦ୍ରୋହ ମାମଲା  ରୁଜୁ ହୋଇଛି।

nda-exam
ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତ୍ତି : NDA ପରୀକ୍ଷା ଦେଇପାରିବେ ଝିଅ

ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ଝିଅ । ସୁପ୍ରିମକୋର୍ଟ ଆଜି ଝିଅମାନଙ୍କ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ଏନଡିଏ ପରୀକ୍ଷାରେ ବସିବାକୁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେଇପାରିବେ ଝିଅ । ସୈନିକ ସ୍କୁଲ ଏବଂ ରାଷ୍ଟ୍ରିୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ଚାଲିଥିଲା, ଯେଉଁଥିରେ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଲିଙ୍ଗଗତ ବାଛ ବିଚାରକୁ ସେନାକୁ ଭର୍ତ୍ସନା କରିଛନ୍ତି । 

justice nagarathna
ଦେଶର ପ୍ରଥମ ମହିଳା CJI ହୋଇପାରନ୍ତି ଜଷ୍ଟିସ ବି ଭି ନାଗରତ୍ନା

ଆଗାମୀ ଦିନରେ ଜଷ୍ଟିସ ବି ଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି। ଏହି ସୂଚନା ବୁଧବାର ସାମ୍ନାକୁ ଆସିଛି।

Sunanda Pushkar Death Case
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଆଶ୍ୱସ୍ତି : କଂଗ୍ରେସ ନେତାଙ୍କୁ ନିର୍ଦ୍ଦୋଶରେ ଖଲାସ କଲେ କୋର୍ଟ

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି । ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟ ସୁଦନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ଶଶି ଥରୁର ଧନ୍ୟବାଦ ଜଣାଇବା ସହ କହିଛନ୍ତି 7.5 ବର୍ଷ ଧରି ଏହି ନିର୍ଯାତନା ତଥା ଯନ୍ତ୍ରଣା ଭୋଗୁଥିଲି । ଆଜି ନ୍ୟାୟ ମିଳିଛି ।

talibani militants in afghanistan
ତାଲିବାନଙ୍କ ବର୍ବର କାଣ୍ଡ: ଘରେ ପଶି ଖାଇବାକୁ ମାଗିଲେ, ନ ଦେଲାରୁ....

ପ୍ରତିଶୋଧ ମନୋବୃତ୍ତି ନେଇ କାମ କରିବେ ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନରେ କ୍ଷମତାକୁ ଆସିଥିବା ତାଲିବାନୀ ଶାସକ । ହେଲେ ଏହି ପ୍ରତିଶ୍ରୁତି କେତେ ସତ ତାହା ଏବେ ସ୍ପଷ୍ଟ ହୋଇଯାଇଛି। ପୁଣିଥରେ ସାମ୍ନାକୁ ଆସିଛି ତାଲିବାନୀ ବର୍ବରତା ।

Bjp leader shot dead
ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପୁଣି ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ଗୋଟିଏ ସପ୍ତାହରେ ଏହା ତୃତୀୟ ବିଜେପି ନେତାଙ୍କ ହତ୍ୟା।

sp mla amitabh bajpai
‘NHAI ଅଧିକାରୀଙ୍କୁ ଚାପୁଡ଼ା ମାର, ୧ ଲକ୍ଷ ଟଙ୍କା ପୁରସ୍କାର ନିଅ’ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ FIR

କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି।

Senior Congress leader and former Kerala Chief Minister Oommen Chandy |
ଯୌନ ନିର୍ଯାତନା ଅଭିଯୋଗରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍‌ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍‌ରେ ଘଟିଥିଲା।

meeting of Cabinet Committee
ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ

ତାଲିବାନ୍‌ର କାବୁଲ୍ ଅଧିକାର ପରେ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତି ଏବଂ ସେଠାରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ବୈଠକରେ ବିଷଦ୍ ଆଲୋଚନା ହୋଇଛି। ଆଫଗାନିସ୍ତାନରେ ଫସିଥିବା ହିନ୍ଦୁ ଓ ଶିଖ୍ ମାନଙ୍କୁ କିଭଳି ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯିବ, ତାଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Arvind Kejriwal
ସରଗରମ ଉତ୍ତରାଖଣ୍ଡ ରାଜନୀତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ତେବେ ଆଜି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି । ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଡେରାଡୁନ୍ ଗସ୍ତରେ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।