• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Family Problem
କରୋନା ପାଇଁ ଜୀବିକା ହରାଇଲେଣି କାରିଗର

ଏଠି କାଠ ଦେହରେ ସଂଚାର ହୁଏ ପ୍ରାଣ ।ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହୁଏ କାଠରେ ତିଆରି ହେଉଥିବା ବିଭିନ୍ନ କଳା । କାହିଁ କେଉଁ ପୁରୁଷ ଅମଳରୁ ପାରମ୍ପରିକ କଳାକୁ ବଂଚାଇ ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୁଆଁପଡାର ମହାରଣା ପରିବାର। ନିର୍ଜିବ କାଠ ଦେହରେ ସୁକ୍ଷ୍ମ ଖୁଦେଇ କରି ନିଜର କଳା ଯାଦୁରେ ପ୍ରକାଶ କରିଆସୁଛନ୍ତି ଏଇ ସ୍ୱାମୀ ସ୍ତ୍ରୀ । କେବଳ ସୁବର୍ଣ୍ଣପୁର ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏମାନଙ୍କ ହାତରେ ତିଆରି ହେଉଥିବା ମୁର୍ତି ବିକ୍ରୟ କରି ବେଶ୍ ଭଲ ଦୁଇପଇସା ଲାଭ ପାଇଥାନ୍ତି ।ହେଲେ କରୋନା ମହାମାରୀ ପାଇଁ ଏମାନଙ୍କ ଉପରେ ଚଡକ ପଡିଛି ।

basudevpur
ଆର ପାରିରେ ସ୍ୱାମୀ, ଘର ଚଳାଇବା ପାଇଁ ଗାଁ ଗାଁ ବୁଲି ସାଇକେଲରେ ଶାଢୀ ବିକୁଛନ୍ତି ମହିଳା

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଂଚାୟତର କୃଷ୍ଣନଗର ପଟଣା ଗାଁର ଶୁଭଲକ୍ଷ୍ମୀ ଓଝା । ପରିବାର କହିଲେ ଦୁଇ ପୁଅ । ମଧୁମେହ ରୋଗରେ ଆକ୍ରାନ୍ତହୋଇ ମହେଶ୍ୱର ଦୁଇବର୍ଷ ତଳେ ଆରପାରିକୁ ଚାଲିଗଲେ । ଧାର ଉଦ୍ଧାର କରି ଚିକିତ୍ସା କରିଥିଲେ ବି ସ୍ୱାମୀକୁ ବଂଚାଇ ପାରିନଥିଲେ ଶୁଭଲକ୍ଷ୍ମୀ । ସାନପୁଅ ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ । ସାରାଦିନ ବିଛଣାରେ ଶୋଇ ରୁହେ । ତେବେ ପିଲା ମାନଙ୍କ ମୁହଁକୁ ଚାହିଁ ଛାତିର କୋହ ଓ ଆଖିର ଲୁହକୁ ଚାପି ରଖି ସେ ଆଗକୁ ବଢିବାର ପଣ କରିଲେ ।

Odisha’s Tribal Youtuber
ଦିନ ମଜୁରିଆରୁ ଲକ୍ଷପତି ୟୁଟ୍ୟୁବର୍ ଇସାକ୍ ମୁଣ୍ଡା

ଇସାକ୍ ମୁଣ୍ଡା ସଉକରେ ଗୋଟିଏ ଭିଡିଓ କରି ନିଜର ୟୁଟ୍ୟୁବ୍ ଆକାଉଣ୍ଟରେ ଅପଲୋଡ୍ କରିଥିଲେ। ସେ ଚିନ୍ତା କରିନଥିଲେ ତାଙ୍କ ଭିଡିଓ ଗୁଡ଼ିକୁ ବହୁତ୍ ଲୋକ ପସନ୍ଦ କଲେ। ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

bamboo ornament
ବିଦେଶରେ ବିକ୍ରି ହେବ ଆଦିବାସୀ ମହିଳାଙ୍କ ବାଉଁଶ ତିଆରି ଗହଣା

ରାୟଗଡା ଜିଲ୍ଳା ବଡ ଚାନ୍ଦିଲୀ ଗ୍ରାମର ଆଦିବାସୀ ଯୁବତୀ ମାନେ ତିଆରି କରୁଛନ୍ତି ଏଭଳି ଗହଣା । ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ବିଭିନ୍ନ ସାଇଜରେ କାଟିବା ପରେ ତାକୁ ପଲିସ କରୁଛନ୍ତି । ଆଉ ସେଥିରେ ରଙ୍ଗଦେଇ ଆବଶ୍ୟକ ମୁତାବକ ହାତତି ଆରି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଗଳାହାର, ଚୂଡି, କାନଫୁଲ, ହେୟାର କ୍ଲିପ ଠାରୁ ଆରମ୍ଭ କରି ରାକ୍ଷୀ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ନିଜ ହାତରେ ପ୍ରସ୍ତୁତ କରୁଛନ୍ତି ମହିଳା ମାନେ ।

Vaccination Centre
ଥମୁନି ଟିକାକେନ୍ଦ୍ରରେ ବିଷମ ସ୍ଥିତି: ଠେଲାପେଲାରେ ଜଣେ ମହିଳାଙ୍କ ପଞ୍ଜରା ହାଡ଼ ଭାଙ୍ଗିଲା

ଟିକା ପାଇଁ ଠେଲାପେଲା । କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । ଠେଲାପେଲା ଭିତରେ ଜଣେ ମହିଳାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଛି ।

teacher vacancy
ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ ହଜାର ଶିକ୍ଷକ ପଦ ପୂରଣ ହେବ । ୪ ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରିରୀକ ଶିକ୍ଷା ଶିକ୍ଷକଙ୍କ ସମେତ ୬ ହଜାର ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଟିଚର ନିଯୁକ୍ତି ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ପ୍ରବେଶିକା ପରୀକ୍ଷା ସିବିଟି ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ହେବ ।

 puri municipal employee returning rupees
 ମରିନି ମାନବିକତା; ଏଟିଏମ କାଉଣ୍ଟରରୁ ପାଇଥିବା ୧୦ ହଜାର ଟଙ୍କା ଫେରାଇ ଦେଲେ ଯୁବକ

କେଉଁଠି ଟିକିଏ ଭୂମି ପାଇଁ ରକ୍ତର ନଦୀ ବହୁଛି ତ କେଉଁଠି ଟଙ୍କା ପାଇଁ ମୁଣ୍ଡ ଗଡୁଛି। ଅନ୍ତରଙ୍ଗ ସମ୍ପର୍କ ସବୁ ଏଠି ସ୍ୱାର୍ଥ ପାଖରେ ବଳି ପଡ଼ୁଛି । ଏପରି ଏକ ସ୍ଥିତିରେ ଭଲ ଖବରଟିଏ ସାମ୍ନାକୁ ଆସିଛି । ଜଗନ୍ନାଥ ଧାମ ପୁରୀରୁ ଆସିଥିବା ଏଇ ଖବରଟି ଆମକୁ ବାର୍ତ୍ତା ଦେଉଛି ଯେ ଦୁନିଆରେ ଭଲ ମଣିଷ ଅଛନ୍ତି, ମାନବିକତା, ସହୃଦୟତା ବଞ୍ଚିଛି ।

Boudha Farmer Electricity Issue
ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ କିନ୍ତୁ ବିଲ୍‌ ଆସିଛି ୫୮ ହଜାର ଟଙ୍କା

ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ(ଗଭୀର ନଳକୂପ) ଖନନ କରିଥିଲେ।ଏହାପରେ ବିଦ୍ୟୁତ ବିଭାଗ ପକ୍ଷରୁ ଖମ୍ବପୋତା ସହ, ତାର ମଧ୍ୟ ଟଣା ହୋଇଛି, କିନ୍ତୁ ବିଦ୍ୟୁତ ସଂଯୋଗ ହୋଇନି ।ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ ଆସିଛି । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି। ଏପରି ସମସ୍ୟା ହୋଇଛି ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣୀପାଲି ପଂଚାୟତରେ।

deadbody
ବ୍ୟାଙ୍କ ଅଫିସର୍‌ଙ୍କୁ ମାଇଲା କିଏ?

ଭଡା ଘରୁ ଉଦ୍ଧାର ହେଲା ବ୍ୟାଙ୍କ ଅଫିସରଙ୍କ ମୃତଦେହ। ଗଂଜାମ ସୋରଡା ଥାନା ସାରୁଅ ସାହିର ଏକ ଭଡାଘରୁ ବ୍ୟାଙ୍କ ଅଫିସର ଏନ୍. ଦେବେନ୍ଦରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦେବେନ୍ଦର ସୋରଡା ପଂଜାବ ନେସନାଲ ବ୍ୟାଙ୍କରେ କ୍ଷେତ୍ର ପରିଦର୍ଶକ ଭାବେ କାର୍ଯ୍ୟ କରୁଥିଲେ

Bhubaneswar Fire
ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ କୋଠାରେ ଅଗ୍ନିକାଣ୍ଡ

ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ କୋଠାରେ ଅଗ୍ନିକାଣ୍ଡ। ଖବର ପାଇବା ପରେ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି

Millionaire YouTuber
ଦିନେ ଦିନ ମଜୁରିଆ ଥିଲେ, ଏବେ ୟୁଟ୍ୟୁବ୍‌ ସାହାଯ୍ୟରେ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି

ଦିନେ ଦିନ ମଜୁରିଆ ଥିଲେ, ଏବେ ୟୁଟ୍ୟୁବ୍‌ ସାହାଯ୍ୟରେ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ବାସୀ ପଖାଳ ଓ ପିଆଜର ଭିଡ଼ିଓ କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ

cuttack
କଟକର ଯୁକ୍ତ ୩ ଛାତ୍ରୀ ଭାଗ୍ୟଶ୍ରୀ ସିଂଙ୍କ ହାତର ଯାଦୁ : ଅଦରକାରୀ ଜିନିଷରେ ପ୍ରସ୍ତୁତ କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ

ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ । ସମସ୍ତଙ୍କ ପାଇଁ ଅଦରକାରୀ, ହେଲେ ତାଙ୍କ ପାଇଁ ଅତି ଦରକାରୀ । ଫିଙ୍ଗି ଦେଉଥିବା ସାମଗ୍ରୀରେ ସେ ତିଆରି କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ । ତାଙ୍କ ହାତ ତିଆରି କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ତାଙ୍କ ଘରସଜା ସାମଗ୍ରୀ ଦେଖିଲେ ଯେ କେହି ଆକର୍ଷିତ ହେବ ।

  • Tuesday, 06 July 2021
grpp
ସମାଜସେବୀ ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କଲା ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାକୁ ପ୍ରୟାସ। ମାମଲାର ତଦନ୍ତ କରୁଥିବା ଜିଆରପି ପୋଲିସ୍ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଜିଆରପି ଏକ ସ୍ୱତନ୍ତ୍ର ଟିମ୍ ଆଦିତ୍ୟଙ୍କ ସୁନ୍ଦରପଦା ସ୍ଥିତ ବାସଭବନକୁ ଯାଇ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଏହାପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକ ପାଇଲଟଙ୍କ ବୟାନ ପୁରା ମାମଲାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଥିଲା। ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜ୍‌କୁ ତଦନ୍ତ କରି ଆଦିତ୍ୟଙ୍କୁ […]

  • Tuesday, 06 July 2021
private
ଡାକ୍ତରଙ୍କୁ ଚେତାବନୀ ଦେଲେ ରାଜ୍ୟ ସରକାର; ଏସବୁ ମାନିବା ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ବେଳେ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍। ବିଭିନ୍ନ ନର୍ସିଂହୋମ୍, ଘରୋଇ କ୍ଲିନିକ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ନିୟମ ଉଲ୍ଲଂଘନ କଲେ କ୍ଲିନିକ୍ ସମେତ ଡାକ୍ତର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗାଇଡ୍‌ଲାଇନ୍ ଅନୁସାରେ କଣ ରହିଛି ନିୟମ:- ଜ୍ୱର ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଓ ଆଇସୋଲେସନ ସୁବିଧା ରହିବ। ହାତ ଧୋଇବା ସହ ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ। ରକ୍ତଚାପ ଉପକରଣ, ଷ୍ଟେଥୋସ୍କୋପ, […]

  • Tuesday, 06 July 2021
puri
ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା

ପୁରୀ: ପୁରୀ ବ୍ୟତୀତ ଅନ୍ୟ କେଉଁଠି ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ। ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। CJI ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ…

  • Tuesday, 06 July 2021
representational image
ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା !

ଜଳେଶ୍ୱର: ବାଲେଶ୍ୱର କମର୍ଦ୍ଦା ଥାନା ଅନ୍ତର୍ଗତ କୁରୁଣ୍ଠିଆପଦା ନିକଟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ କରୁଠିଆ ଗାଁର ରତନ ଦାସ ଓରଫ୍ ଜଗା। ଗତକାଲି ରାତିରେ ଜଗାକୁ କେହି ହତ୍ୟା କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।  ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଗା ଗାଁ ରାସ୍ତାରେ ଛିଡ଼ା ହୋଇ ଜୋରଜବରଦସ୍ତ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା। ଏହି ସମୟରେ କିଛି ଗାଡ଼ି ମାଲିକଙ୍କ ସହ ତା’ର […]

  • Tuesday, 06 July 2021
paradip iocl
୨୨ ଦିନ ସଟ୍‌ଡାଉନ୍‌ ହେବ ପାରାଦୀପ IOCL

ପାରାଦୀପ: ୨୨ଦିନ ସଟ୍‌ଡାଉନ୍‌ ହେବ ପାରାଦୀପ IOCL। ଜୁଲାଇ ୨୫ରୁ ଅଗଷ୍ଟ ୧୫ ଯାଏ ପାରାଦୀପ ସ୍ଥିତ IOCL ତୈଳ ବିଶୋଧନାଗାରକୁ ସଟ୍‌ଡାଉନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ IOCLକୁ ସଟ୍‌ଡାଉନ୍ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ୨୦୧୮ ମାର୍ଚ୍ଚ ପରଠୁ ଏଯାବତ ମେଣ୍ଟେନାନ୍ସ କାର୍ଯ୍ୟ ହୋଇନାହିଁ। ତେଣୁ ଏ‍ବେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ ଓ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। […]

  • Tuesday, 06 July 2021
୦୦୦୦୦୦୦୦୦୦୦
ବଦଳିଲେ କାମ୍ପା ଦୁର୍ନୀତିରେ ସଂପୃକ୍ତ ରେଞ୍ଜର

ଭୁବନେଶ୍ୱର: ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ଆସିଥିବା ପ୍ରାୟ ୭୭ ଲକ୍ଷ ଟଙ୍କା ହେରଫେର ଘଟଣାର ପର୍ଦ୍ଦାଫାଶ ଓଟିଭିରେ ହେବା ପରେ ରେଞ୍ଜର ଅଜୟ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଭୁବନେଶ୍ୱର RCCFକୁ ବଦଳି କରାଯାଇଛି।  ସୂଚନାଥାଉ କି, ଅଜୟ ଉଭୟ ବାଲୁଗାଁ ଓ ଟାଙ୍ଗି ରେଞ୍ଜ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ, ଖୋର୍ଦ୍ଧା ଫରେଷ୍ଟ ରେଞ୍ଜର ଉତ୍ତମ ଗଡ଼ନାୟକଙ୍କୁ ବାଲୁଗାଁ ରେଞ୍ଜକୁ ବଦଳି କରାଯାଇଛି ଏବଂ ରଣପୁର ଫରେଷ୍ଟ ରେଞ୍ଜର ଶରତ […]

  • Tuesday, 06 July 2021
fire
ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ପୁଅ ମୃତ, ବାପା ଗୁରୁତର

ବାଙ୍କୀ: କଟକ ଜିଲ୍ଲା ବାଙ୍କି ଟାଉନରେ ଚର୍ଚିକା ସାହି ଭିତରେ ଆଜି ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରିର ଫିଏନ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ହେଉଛି ରାଜା ସାହୁ(୨୫)। ଏହି ଦୁର୍ଘଟଣାରେ ତାଙ୍କ ବାପା ସୁଶାନ୍ତ ସାହୁ ମଧ୍ୟ ଗୁରୁତର ହୋଇଛନ୍ତି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ଅନୁଯାୟୀ, ଚର୍ଚିକା ସାହି ଭିତରେ ଥିବା ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଆଜି ୧୧ଟା ବେଳେ ହଠାତ୍‌ ବିସ୍ଫୋରଣ […]

  • Tuesday, 06 July 2021
rasan
ବିନା ଫିଙ୍ଗର ପ୍ରିଣ୍ଟରେ ମିଳିବ ରାସନ ସାମଗ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁ ଖାଉଟି ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗର ପ୍ରିଣ୍ଟର ଆବଶ୍ୟକତା ନାହିଁ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ହିତାଧିକାରୀମାନେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିନା ଫିଙ୍ଗର ପ୍ରିଣ୍ଟରେ ସେମାନଙ୍କ ଖାଦ୍ୟ ସାମଗ୍ରୀ ଡିଲର ଠାରୁ ସଂଗ୍ରହ କରିପାରିବେ। କରୋନା ସଂକ୍ରମଣକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍‌ କରିଛନ୍ତି। […]

  • Tuesday, 06 July 2021
sidipo
ଲାଞ୍ଚ ନେଇ ସିଡିପିଓ ଗିରଫ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ସିଡିପିଓ ଜାନକୀ ଦାସ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଠିକା ଡ୍ରାଇଭରଙ୍କ ବକେୟା ଦରମା କରାଇ ଦେବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ଅନୁଯାୟୀ, ଡ୍ରାଇଭର ରାଜ କିଶୋର ନାୟକଙ୍କର  ୨୦୧୯ ଜୁଲାଇ ମାସରୁ ଦରମା ବକେୟା ଥିଲା। କିଛି ଦିନ ତଳେ କାର୍ଯ୍ୟାଳୟକୁ ହାତପାଣ୍ଠି ଅର୍ଥ ଆସିଥିଲା। […]

  • Tuesday, 06 July 2021
bidyashree
ସମାଜସେବୀ ଆଦିତ୍ୟଙ୍କ ଶାଶୂ, ଶାଳକଙ୍କୁ ଜେରା କଲା ଜିଆରପି

କଟକ: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ପଚରାଉଚରା କଲା ଜିଆରପି। କଟକ କାଜିବଜାର ସ୍ଥିତ ଘରକୁ ଯାଇ ବିଦ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଜେରା କରିଛି ଜିଆରପି। ଆଦିତ୍ୟ, ବିଦ୍ୟାଶ୍ରୀଙ୍କ ପାରିବାରିକ ଜୀବନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ଘଣ୍ଟାଏ ଧରି ଜେରା କରିଥିଲା ଜିଆରପି। ଜିଆରପିର ଡିଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପଚରାଉଚୁରା କରିଥିଲେ। ପୂର୍ବରୁ ଜିଆରପି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ […]

  • Tuesday, 06 July 2021
nirnjan
କାମ୍ପା ଫଣ୍ଡ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ପିସିସି ସଭାପତିଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: କାମ୍ପା ଫଣ୍ଡରେ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଦୁର୍ନୀତିଗ୍ରସ୍ତ ରାଜନେତା ଓ କର୍ମଚାରୀ ମିଶି ରାଜକୋଷକୁ ଲୁଟୁଥିବା କହିଛନ୍ତି ନିରଞ୍ଜନ।  ଏଥିସହିତ କରୋନା ଅନେକ ଦୁର୍ନୀତି ପାଇଁ ସୁଯୋଗ ସୃଷ୍ଟି କରିଛି। ଦୁର୍ନୀତିଗ୍ରସ୍ତ ନେତା ଓ ସରକାରୀ କର୍ମଚାରୀଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି, ହେଲେ ପଦକ୍ଷେପ ଶୂନ୍ ବୋଲି ନିରଞ୍ଜନୟ କହିଛନ୍ତି। କରୋନା ଯୋଦ୍ଧାଙ୍କ ପାଇଁ କିଟ୍ ଗାଇଡଲାଇନ୍ […]

  • Tuesday, 06 July 2021
murder in bhubaneswar
‘ମୋ ପୁଅର ସେ ଝିଅ ସହ ସମ୍ପର୍କ ଥିଲା’

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି, ମୃତ ମହିଳା ପ୍ରିୟଙ୍କାଙ୍କ ସହ ମୋ ପୁଅ ଜଗନ୍ନାଥଙ୍କର ସମ୍ପର୍କ ଥିଲା। ବିବାହ ପୂର୍ବରୁ…

  • Tuesday, 06 July 2021