ପୁରୀ: କୋଭିଡ୍ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଖାଦ୍ୟ ବଦଳରେ ଅଖାଦ୍ୟ। ଖାଦ୍ୟରୁ ବାହାରୁଛି ପୋକ, ଚୁଟି ଓ ରବର। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ସହରରେ ଥିବା ଏକାଧିକ କୋଭିଡ୍ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ। ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବା ବେଳେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଜି ପୁରୀ […]
ବାଲୁଗାଁ: ମାଟି ତଳେ ପୋତା ଯାଇଥିବା କିଲୋ କିଲୋ ଚିଙ୍ଗୁଡ଼ି ଖୋଳି ନେଇଗଲେ ବ୍ୟବସାୟୀ। ଜଣେ ମାଛ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂରା ମାଛ ମାର୍କେଟ୍କୁ ସିଲ୍ କରାଯାଇଥିଲା। ଏପରିକି ବ୍ଲିଚିଂ ଦେଇ ୧୦୫ କିଲୋ ଚିଙ୍ଗୁଡ଼ିକୁ ମାଟିରେ ପୋତା ଯାଇଥିଲା। ହେଲେ କିଛି ଲୋକ ସେଇ ଚିଙ୍ଗୁଡିକୁ ଖୋଳି ନେଇଯାଇଥିଲେ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଏଭଳି କିଛି ଘଟଣା ଘଟିଛି। ସୂଚନା ଅନୁସାରେ, ଚିଲିକା ମାଛ ମାର୍କେଟ୍ରେ […]
ବାଲେଶ୍ୱର: ବାଲେଶ୍ୱରରେ ଜଣେ କରୋନା ଯୋଦ୍ଧା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ପୁଲିସ୍ ୨ଜଣଙ୍କୁ ଅଟକ ରଖିଛି। ଅଟକ ଦ୍ୱୟ ବାଲେଶ୍ୱର ଜିଲ୍ଲା କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମ୍ୟାନେଜର୍ ଓ ଫାର୍ମାସିଷ୍ଟ୍। ସୂଚନା ଅନୁସାରେ, ସମ୍ପୃକ୍ତ ମ୍ୟାନେଜର୍ ଓ ଫାର୍ମାସିଷ୍ଟ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଜଣେ ଷ୍ଟାଫ୍ ନର୍ସଙ୍କୁ ଫୋନ୍ରେ ଅଶାଳୀନ ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ନର୍ସ ଜଣକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ସଙ୍କ ଅଭିଯୋଗ ପରେ ବାଲେଶ୍ୱର ସଦର ପୁଲିସ୍ ସମ୍ପୃକ୍ତ […]
ପୁରୀ : ଆଜି ଶ୍ରୀଜିଉଙ୍କ ଅନବସରର ଦ୍ୱାଦଶୀ ତିଥି । ଆଜି ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିବେ…
ଧର୍ମଗଡ଼: ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।…
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କୁଳିଅଣାରୁ ୩ କେଜି ୨୮୫ ଗ୍ରାମର ବ୍ରାଉନ୍ସୁଗର ଜବତ ହୋଇଛି। ଆଜି ଭୋରରୁ କ୍ରାଇମ୍ବ୍ରାଞ୍ଚ STF ଟିମ୍ ପକ୍ଷରୁ ଚଢାଉ କରାଯାଇ ଏହି ବ୍ରାଉନ୍ସୁଗର ଜବତ କରାଯାଇଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢାଉ କରାଯାଇଥିଲା। ଜବତ ବ୍ରାଉନ୍ସୁଗରର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ଜଣକ ବ୍ରାଉନ୍ସୁଗର ଡିଲର ବୋଲି ସୂଚନା ଦେଇଛନ୍ତି କ୍ରାଇମ୍ବ୍ରାଞ୍ଚ […]
ଭଞ୍ଜନଗର: କରୋନା ଭୟ ପାଇଁ ୧୪ ଘଣ୍ଟା ପଡ଼ି ରହିଲା ମହିଳାଙ୍କ ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗାଁରେ। ଖବର ଅନୁଯାୟୀ, ଗତକାଲି ମହିଳାଙ୍କ ଅଚାନକ ମୃତ୍ୟୁ ଘଟିଥିଲା। ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କ ମୃତଦେହକୁ ଛୁଇଁ ନଥିଲେ। ପରେ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଶୀଘ୍ର କୌଣସି ସହଯୋଗ ମିଳିନଥିଲା। ୧୪ ଘଣ୍ଟା […]
କନ୍ଧମାଳ: ପୁଣି ଥରେ କନ୍ଧମାଳରେ ଜନନୀ ଯନ୍ତ୍ରଣା । ୬ କିଲୋମିଟର ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ଗୁଣ୍ଡୁରିଖୋଲା ଗାଁରେ। ଖବର ଅନୁଯାୟୀ, ଗାଁର ବାଥଲିମା ମାଝୀଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଗାଁକୁ ଯାଇଥିଲେ ମଧ୍ୟ ରାସ୍ତା ଖରାପ […]
ଭୁବନେଶ୍ୱର: ଚଳନ୍ତା ବାଇକରେ ଯୁବତୀଙ୍କଠାରୁ ଚେନ୍ ଲୁଟ୍। ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ ଡି.ଏନ୍.ରିଗାଲିଆ ସାମ୍ନାରେ ଲୁଟ୍। ଗାଡିରେ ଯାଉଥିବାବେଳେ ଯୁବତୀଙ୍କ ବେକରୁ ଚେନ୍ ଝାମ୍ପିନେଲେ ବାଇକରେ ଆସୁଥିବା ୨ ଦୁର୍ବୃତ୍ତ। ଯୁବତୀ ଜଣଙ୍କ ତଳେ ପଡିଯିବା ସହ ଆହତ ମଧ୍ୟ ହୋଇଛନ୍ତି। ଯୁବତୀ ଜଣଙ୍କ ନାଁ ପଲ୍ଲବୀ ପ୍ରିୟଦର୍ଶିନୀ ନାୟକ। ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଘରୁ ବାହାରି ସଉଦା ପାଇଁ ଯାଉଥିଲେ ପଲ୍ଲବୀ। ଏଇ ସମୟରେ ଡାହାଣ ପଟୁ ଏକ ବାଇକରେ […]
ଭୁବନେଶ୍ୱର: ଓଡ଼ିଶା ଆକାଶରେ ଦିଶିଲା ଧୂମକେତୁ C-2020-F3 ବା ନିଓୱାଇଜ୍। ଗତ ୧୬ ତାରିଖରୁ ଭାରତର ମେଘ ମୁକ୍ତ ଥିବା ସ୍ଥାନରେ ଏହି ଧୂମକେତୁ ବା ଲଞ୍ଜାତାରା ଦୂରବୀକ୍ଷଣ ଯନ୍ତ୍ରରେ ଦେଖିବାକୁ ମିଳିଛି। ଧୂମକେତୁ ଦୃଶ୍ୟମାନ ହେଉଥିବାର ସୁନ୍ଦର ଫଟୋକୁ ଉଠାଇଛନ୍ତି କୋରାପୁଟ ଜୟପୁରର ମଳୟ ପାତ୍ର। ଗତ ଶୁକ୍ରବାର ସନ୍ଧ୍ୟା ୭ ଟା ୪୦ ମିନିଟରେ ମଳୟ ଧୂମକେତୁର ଏହି ଫଟୋ ଉଠାଇଥିଲେ। ଗତ ୧୬ ଓ ୧୮ ତାରିଖରେ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟାରିୟମର […]
ଭୁବନେଶ୍ୱର: ଭୁବନେଶ୍ୱର ଡିସିପିରୁ ଗୁଇନ୍ଦା ବିଭାଗର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି। ୨୦୦୬ ବ୍ୟାଚର ଆଇପିଏସ୍ ଅଧିକାରୀ ଅନୁପ ସାହୁ। ମାର୍ଚ୍ଚ ୨୦୧୮ରେ ସେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିଲେ। ଡିସିପି ଭାବେ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଦାୟିତ୍ୱ ନିର୍ବାହ କରିଥିଲେ ଅନୁପ ସାହୁ। ତେବେ ଆଗାମୀ ସମୟରେ ତାଙ୍କର ନୂଆ ଯୋଜନା ଏବଂ ରଣନୀତି ନେଇ ସେ କହିଛନ୍ତି ଯେ ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଇଭେଣ୍ଟ ଆୟୋଜନ […]
ମାଲକାନଗିରି: ଅନ୍ଧବିଶ୍ୱାସର କୁପରିଣତି। ଗୁଣି ଗାରେଡ଼ି ସନ୍ଦେହରେ ବିବାହିତ ମହିଳାଙ୍କୁ ମାଡ଼ ମରାଯିବା ସହ ଖୁଆଇଲେ ଘୁଷୁରୀ ବିଷ୍ଠା। ମାଲକାନଗିରି ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଗତ ସପ୍ତାହେ ତଳେ ମାଲକାନଗିରି ଜିଲ୍ଲା ଏମଭି-୬ ଗାଁର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତାଙ୍କୁ ଭୂତ ଲାଗିଛି ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ। ତେଣୁ ପରିବାର ଲୋକେ ଭୂତ ଛଡ଼ାଇବା ପାଇଁ ଜଣେ ଗୁଣିଆଙ୍କୁ ଡାକିଥିଲେ। ଭୂତ ଛଡ଼ାଇବା ପାଇଁ ଗୁଣିଆ ଜଣକ […]
ବାଲେଶ୍ୱର: ଆପଣମାନେ କେବେ ଏମିତି କଇଁଛ ଦେଖିଛନ୍ତି, ଯାହାର ରଙ୍ଗ ହଳଦିଆ। ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ କଇଁଛକୁ ନେଇ ବେଶ୍ ଚର୍ଚ୍ଚା। ଏହି ବିରଳ ପ୍ରଜାତିର କଇଁଛ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇଛି। ଯାହାର ରଙ୍ଗ ହଳଦିଆ। IFS ଅଫିସର ସୁଶାନ୍ତ ନନ୍ଦ ଏହି କଇଁଛର ଭିଡିଓକୁ ଟ୍ୱିଟରରେ ଶେଆର୍ କରିଛନ୍ତି। କଇଁଛଟି ପାଣିରେ ପହଁରୁଥିବା ଦେଖିବାକୁ ମିଳିଛି। କଇଁଛର ପୂରା ଶରୀର ହଳଦିଆ ରଙ୍ଗ ଓ ଏହା ଏକ ବିରଳ […]
ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଚିତାଲାଗି । ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଚିତା ଲାଗି ଅନୁଷ୍ଠିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣଚିତା ଲାଗି ହୋଇଥାଏ । ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥାଏ। ତାକୁ ପୁଣି ଥରେ ଲାଗି କରାଯାଏ॥ ଚିତାଲାଗି ଅମାବାସ୍ୟାରେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିଥାନ୍ତି। ଏହା ପରେ ଶ୍ରୀଜିଉଙ୍କ […]
ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନିମପଲ୍ଲୀ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତକ ହେଲେ ଶୈଳ ବାଲ୍ମୀକି ଓ ତାଙ୍କ ପତ୍ନୀ ସମ୍ବାରୀ। ଆଜି ସକାଳେ ଏହି ଘଟଣା ଘଟିଛି। ଉଭୟଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ନିଆଁ ଲାଗି ୫ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଘଟଣାସ୍ଥଳରେ କଳିଙ୍ଗନଗର ପୋଲିସ୍,ସାଇଣ୍ଟିଫିକ୍ ଟିମ୍ ଓ ଯାଜପୁର ଏସ୍ପି ପହଞ୍ଚିଛନ୍ତି। […]
ଭୁବନେଶ୍ୱର: ଜୁଲାଇରେ ବଢ଼ିଚାଲିଛି ମହାମାରୀ କରୋନାର ଯନ୍ତ୍ରଣା। ଡେଞ୍ଜର ଜୁଲାଇରେ ଆଜି ସୁଦ୍ଧା ଅର୍ଥାତ ଗତ ୨୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି । କେବଳ ଜୁଲାଇ ମାସରେ ୧୧ ହଜାର ୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩ ହଜାର ୪୯୩ରେ ପହଞ୍ଚିଛି। ଅର୍ଥାତ ୩୧ ପ୍ରତିଶତ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ ବା ସ୍ଥାନୀୟ ସଂକ୍ରମିତ। କେବଳ ସେତିକି ନୁହଁ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୯୭ ଜଣଙ୍କ […]
ଭୁବନେଶ୍ୱର: ଚିନ୍ତା ବଢାଇ ଦେଇଛି ଜୁଲାଇ। ଗତ ୨୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ପ୍ଲାଜ୍ମା ଥେରାପିର ସଫଳ ଚିକିତ୍ସା କିଛିଟା ଆଶ୍ୱାସନା ଦେଇଛି। ପ୍ଲାଜ୍ମା ଥେରାପି ସଫଳ ହେବା ପରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱାରା ମୂଲ୍ୟବାନ ଜୀବନ […]
ନୀଳଗିରି(ବିଶ୍ୱମ୍ବର ଦାସ) : ମହାପ୍ରଭୁଙ୍କ ଅପାର ଲୀଳା । ଭାବ ଓ ଭକ୍ତିରେ ବନ୍ଧା କାଳିଆ ଠାକୁର । କେତେବେଳେ କାହାପାଖରେ ଯାଇ ପହଞ୍ଚି ଯାଆନ୍ତି ତାହା ତାଙ୍କୁ ହିଁ ଜଣା । ଏଇ ଯେଉଁ ଭଳି ନୀଳଗିରିର ଜଣେ ଦିବ୍ୟାଙ୍ଗ…
ୱାଶିଂଟନ: ୧୨ ବର୍ଷର ପିଲାଟିଏ ଚୋଟି କରି ନେଇଛି ଏକ ପିକଅପ ଗାଡ଼ି। ପୋଲିସ ପିଲାଟିକୁ ଧରିବା ସହ ଗିରଫ ମଧ୍ୟ କରିଛି। ଆମେରିକାର ଦିଲାବରେ ପୋଲିସ ଏହି ଛୋଟ ପିଲାଟିକୁ ଗିରଫ କରିଛି। ପୋଲିସର କହିବା ଅନୁଯାୟୀ ଗାଡ଼ି ଚୋରି କରିବା ପରେ ଏତେ ତୀବ୍ର ଗତିରେ ପଳାଇ ଯାଇଥିଲା, ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲା। ଶେଷରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା । ଶେଷରେ ଗାଡ଼ିରୁ ଓହ୍ଲାଇ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ଶେଷରେ ପୋଲିସ […]
ଭୁବନେଶ୍ୱର: ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ରହସ୍ୟ ଉପରୁ ଏଯାଏ ପର୍ଦ୍ଦା ଉଠିପାରି ନାହିଁ। ହତ୍ୟା ନା ଆତ୍ମହତ୍ୟା, କୌଣସି ନିଷ୍କର୍ସରେ ପହଞ୍ଚିପାରୁନି ଜିଆର୍ପି। ଇତିମଧ୍ୟରେ ପୋଲିସ୍ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ, ପ୍ରୀତମ, ଦୀପୁଙ୍କ ସହ ଆଦିତ୍ୟଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବି ପୋଲିସ୍ ପଚରାଉଚରା କରି ସାରିଲାଣି। ଏପରିକି ବଲାଙ୍ଗିରରେ ରହୁଥିବା ଆଦିତ୍ୟଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ଡାକି ଜିଆର୍ପି ଜେରା କରିଛି। କିନ୍ତୁ ଏଯାଏ ସ୍ପଷ୍ଟ ହୋଇପାରିନି […]
ଭୁବନେଶ୍ୱର: ଟ୍ୱିନ ସିଟିରେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨ ନୂଆ ଡିସିପି । ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ଉମାଶଙ୍କର ଦାଶ । ସେ ବିଦାୟୀ ଡିସିପି ଅନୁୁପ ସାହୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି କଟକ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂହ । ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂହଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହ ଦୁଇ ବିଦାୟୀ ଡିସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ୱର ସ୍ଥିତ […]
କେନ୍ଦ୍ରାପଡା: ସାହାଯ୍ୟ ପାଇଥିଲେ, ସମ୍ମାନ ଜଣାଇଲେ। ଅଭିନେତା ସୋନୁ ସୁଦ୍ ଙ୍କ ନାଁରେ ଦୋକାନ ଖୋଲି ଚର୍ଚ୍ଚାରେ ଏବେ ଓଡ଼ିଆ ଯୁବକ ପ୍ରଶାନ୍ତ ପ୍ରଧାନ। ଲକଡାଉନ ବେଳେ ଘରକୁ ଫେରିବାକୁ ଚାହୁଁଥିଲେ କେନ୍ଦ୍ରାପଡ଼ାର ହାତିନା ଅଂଚଳର ପ୍ରଶାନ୍ତ। ମାତ୍ର ବିଭିନ୍ନ ଆଡୁ ନିରାଶ ହେବା ପରେ ଶେଷରେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍ । କେରଳ କୋଚିରୁ ବିମାନରେ ପ୍ରଶାନ୍ତ ଓ ଅନ୍ୟ କିଛି ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାର ବ୍ୟବସ୍ଥା […]
ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ହେଲିକପ୍ଟରରେ ଗସ୍ତ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ। କରୋନା ଭଳି ମହାମାରୀ ସମୟରେ ଖର୍ଚ୍ଚ କାଟ ପାଇଁ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଲକଡାଉନ୍ରେ କିପରି ସେ ହେଲିକପ୍ଟରରେ ଆସିଲେ ଏ ଅର୍ଥ କିଏ ବହନ କରିଛି? ସରକାର ନା ଦଳ, ଏଭଳି ପ୍ରଶ୍ନ ଉଠାଇଛି ବିଜେପି। ଗତ ୧୮ ତାରିଖରେ ନବରଙ୍ଗପୁରରୁ ଭୁବନେଶ୍ୱରକୁ ହେଲିକପ୍ଟର ଯୋଗେ ଆସିଥିଲେ ସଂଜୟ […]
ନବରଙ୍ଗପୁର(ନବଘନ ବିଷୋୟୀ) : ’ବାପା ଥିବା ସମୟରେ କିଛି ଅସୁବିଧା ହେଉନଥିଲା । ସ୍ୱଳ୍ପ ରୋଜଗାରରେ ଗେଲବସରରେ ବଢ଼ାଇଥିଲେ । ଟ୍ରକ୍ ଡ୍ରାଇଭର ହୋଇକି ମଧ୍ୟ କିଛି ଅଭାବ ରଖି ନଥିଲେ । ସମସ୍ତ ଅଳିଅର୍ଦ୍ଦଳୀ ସହି ପାଠ ପଢ଼ାଇଥିଲେ । …
ଗଞ୍ଜାମ: କରୋନା ଭୟରେ ମୃତଦେହକୁ କାନ୍ଧ ଦେବାକୁ ଆସିଲେନି ରକ୍ତ ସଂପର୍କୀୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ବୁଗୁଡ଼ାରେ। ଖବର ଅନୁଯାୟୀ, ଜଣେ ହୋଟେଲ ମାଲିକଙ୍କ ପୁଅ ସପ୍ତାହେ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ ବୁଗୁଡ଼ା ମେଡିକାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସଂଧ୍ୟାରେ ଘରକୁ ଫେରିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତଦେହକୁ କାନ୍ଧ ଦେବାକୁ କେହି ରକ୍ତ ସଂପର୍କୀୟ ଆସିନଥିବାରୁ ଏକ ଟ୍ରଲିରେ ମୃତଦେହ ଶ୍ମଶାନକୁ ନିଆଯାଇଥିଲା […]