• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vigilance-123
ଭିଜିଲାନ୍ସ ଜାଲରେ ପଡ଼ିଲେ କୋଟିପତି ଅମିନ

ବାରିପଦା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁଙ୍କ ଘର ଓ କାର୍ଯ୍ୟାଳୟରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରାଯାଇଛି। ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ବାରିପଦା ଏବଂ ଭଦ୍ରକ ଭିଜିଲାନ୍ସ ଅଧିକାରୀଙ୍କ ସହାୟତାରେ ଏହି ଚଢ଼ଉ କରାଯାଇଥିଲା । ବେତନଟୀରେ ଥିବା ତାଙ୍କର ଦୁଇ ମହଲା ଘର, ବାରିହାପାଳ ସ୍ଥିତ ତିନି ମହଲା କୋଠା, ସିମଳାମୁଣ୍ଡୁଳିରେ ଥିବା ପୈତୃକ ଘର ଏବଂ ଅଫିସ୍‌ରେ ଏକ ସଙ୍ଗେ ଏହି […]

  • Saturday, 10 July 2021
sitalsasthi
ସରିଲା ନିର୍ବନ୍ଧ, ଆସନ୍ତା କାଲି ଶିବ ବିବାହ

ସମ୍ବଲପୁର: ପ୍ରସିଦ୍ଧ  ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ପଡ଼ିଲାଣି ସମ୍ବଲପୁର ସହର। ଦେବ ଦେବ ମହାଦେବଙ୍କ ବିବାହ ପାଇଁ ଗତ ରାତିରେ ସମ୍ପନ୍ନ ହୋଇଛି ନିର୍ବନ୍ଧ କାର୍ଯ୍ୟ ବା ପତରପେଣ୍ଡି। ବରପିତାମାନେ ସହରର ଝାଡୁଆପଡା, ମୋଦିପଡା , ବଡବଜାର , ବାଲିବନ୍ଧ , ବୁଢାରଜା ଓ ଠାକୁରପଡା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ  କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିଥିଲେ। ଶେଷରେ କନ୍ୟା ମାତା-ପିତାଙ୍କ ଘରେ ପହଞ୍ଚିଥିଲା ଶୋଭାଯାତ୍ରା। ପରମ୍ପରା ଅନୁସାରେ, ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ […]

  • Saturday, 10 July 2021
loot
ଲୁଟ୍ ଉଦ୍ୟମ ବ୍ୟର୍ଥ, ଲୁଟେରାଙ୍କୁ ଚାପିଦେଲା ଟ୍ରକ

ରାଉରକେଲା: ରାଉରକେଲାର ବାଗଡ଼େଗା ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ରୁ ଲୁଟ ଉଦ୍ୟମ କରିବାକୁ ଯାଇ ଜଣେ ଲୁଟେରାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଟ୍ରକଟି ଲୁହା ବୋଝେଇ କରି ଯାଉଥିବା ବେଳେ ବାଗଡେଗା ଘାଟିରେ କିଛି ବ୍ୟକ୍ତି ଏହାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। ଜଣେ ଦୁର୍ବୃତ୍ତ ଗାଡ଼ି ଅଟକାଇଥିବାବେଳେ ୬ ଜଣ ଲୁଟେରା ଲୁଟ୍ ଉଦ୍ୟମ କରୁଥିଲେ। ହଠାତ୍ ଏହି ସମୟରେ ଡ୍ରାଇଭର ଟ୍ରକକୁ ଆଗକୁ ନେଇଯାଇଥିଲା । ଫଳରେ […]

  • Saturday, 10 July 2021
eid
ଇଦ୍ ପାଳନ ପାଇଁ ରାଉରକେଲାରେ ପ୍ରସ୍ତୁତି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଇଦ୍ ପାଳନ ପାଇଁ ରାଉରକେଲାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ନୂଆ ଡ୍ରେସ୍ ସହିତ ବିଭିନ୍ନ ସାମଗ୍ରୀ କିଣାକିଣା କରୁଛନ୍ତି ମୁସଲମାନମାନେ। ସେଥିପାଇଁ ବିଳମ୍ବିତ ରାତ୍ରି ଯାଏ ଦୋକାନ ଖୋଲା ରହୁଛି। ଇଦ୍ ଦିନ ଇଦ୍‌ଗା ମୈଦାନ ଓ ବିଭିନ୍ନ ମସଜିଦରେ ସାମୂହିକ ନମାଜ ପାଠ କରାଯିବ।  ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ରାଉରକେଲା ପ୍ଲାଣ୍ଟ ସାଇଟ ଥାନାରେ ଶାନ୍ତି କମିଟିର ବୈଠକ ମଧ୍ୟ […]

  • Saturday, 10 July 2021
1234546
ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ

ଭଦ୍ରକ(ତପନ ସ୍ୱାଇଁ):ଭଦ୍ରକ-ବାଇପାସ୍‌ ନିକଟ  ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ହୋଇଛି। କମ୍ପଲେକ୍ସର ୩ଟି ରୁମ୍‌ରେ ଆଜି ସକାଳ ପ୍ରାୟ ସାଢେ ୯ଟାରେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୩ଟି ଯାକ ରୁମ୍‌ର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ୩ଟି ରୁମ୍‌ରେ ୧୩୦ ଟନର ବ୍ଲିଚିଂ ପାଉଡର ମହଜୁଦ ଥିଲା। ତେବେ କେମିତି ହେଲା ବିସ୍ଫୋରଣ, ତାର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ […]

  • Saturday, 10 July 2021
Salil-Mitra-
ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ସଲିଲ୍‌: ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟରରେ ଲେଖିଛନ୍ତି, ନିଖୁଣ ଅଭିନୟ ପାଇଁ ସଲିଲ ମିତ୍ର ଓଡ଼ିଶାର ଘରେ ଘରେ ପରିଚିତ ଥିଲେ।  ଓଡ଼ିଆ ଚଳଚ୍ଚିତ୍ର ଓ ଟେଲି ଜଗତ ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ। ସଲିଲଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ବୈଜୟନ୍ତ । ଗତ ୧୨ ତାରିଖରେ […]

  • Saturday, 10 July 2021
mahakasha
ଇସ୍ରୋ ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ୱର: ଇସ୍ରୋ ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ। ଗତକାଲି ଟାଟା ଷ୍ଟିଲ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ମିଳିତ ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ୟାଟ୍ସ-୨୦୧୯। କାର୍ଯ୍ୟକ୍ରମରେ ସାରା ରାଜ୍ୟର ୬୩ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା।  ଏହି ୨୦ ଜଣ ଛାତ୍ରଛାତ୍ରୀ ଅହମ୍ମଦାବାଦ ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତଥା ଇସ୍ରୋ ପରିଦର୍ଶନ କରିବେ। ଅତି ନିକଟରୁ ହାସଲ କରିବେ […]

  • Saturday, 10 July 2021
vlcsnap-error511
ମଣ୍ଡିରେ ଅବ୍ୟବସ୍ଥା, କାଳବୈଶାଖୀରେ ଓଦା ହେଲା ହଜାର ହଜାର କୁଇଣ୍ଟାଲ ଧାନ

ସୁବର୍ଣ୍ଣପୁର:ଓଡ଼ିଶାର ଭାତହାଣ୍ଡି ପଶ୍ଚିମ ଓଡ଼ିଶା। ହେଲେ କାଳବୈଶାଖୀ ଏଠାରେ ସବୁକିଛି ଛାରଖାର କରିଦେଇଛି। କାଳବୈଶାଖୀ ବର୍ଷାରେ ଓଦା ହୋଇ ଯାଇଛି ହଜାର ହଜାର କୁଇଣ୍ଟାଲ ଧାନ।  ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ।  ଅଧିକାଂଶ ଜିଲ୍ଲାର ମଣ୍ଡିରେ ସୁରକ୍ଷିତ ଧାନ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ଅବ୍ୟବସ୍ଥା ଯୋଗୁ ଠିକ୍‌ ସମୟରେ ମଣ୍ଡିରୁ ଉଠିପାରୁନି ଧାନ। ଓଦା ଧାନକୁ ଦେଖି ଖୋଲା ଆକାଶ ଜଗି ରହିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା […]

  • Saturday, 10 July 2021
sitalsasthi
ସମ୍ବଲପୁରରେ ଶୀତଳଷଷ୍ଠୀ: ବାବା ବାଲୁଙ୍କେଶ୍ୱରଙ୍କ ପତରପେଣ୍ଡି ସମ୍ପନ୍ନ

ସମ୍ବଲପୁର:ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର। ଦେବ ବିବାହ ପାଇଁ ଧୁମ୍‌ଧାମ୍‌ରେ ଚାଲିଛି ପ୍ରସ୍ତୁତି।  ଶିବ-ପାର୍ବତୀ ବିବାହ ପୂର୍ବରୁ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇ ଯାଇଛି । ଏହା ପୂର୍ବରୁ ସପ୍ତଋଷି ପଣ୍ଡିତ ମଣ୍ଡଳୀ ଓ ମୁରବୀମାନଙ୍କୁ ସାଙ୍ଗରେ ନେଇ ବିରାଟ ଶୋଭାଯାତ୍ରାରେ କୁଲୁଥକାନି ସ୍ଥିତ କନ୍ୟାପିତାଙ୍କ ଘରକୁ ଯାଇଥିଲେ ବରପକ୍ଷ।  ମହାଦେବଙ୍କ ସହିତ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ […]

  • Saturday, 10 July 2021
nayagarh
କନ୍ୟା ଭ୍ରୁଣ ହତ୍ୟା ଉଦ୍ୟମ ! ନର୍ସିଂ ହୋମ୍‌ରେ ପଡ଼ିଲା ତାଲା

ନୟାଗଡ଼: ନୟାଗଡ଼ରେ ପୁଣି କନ୍ୟାଭ୍ରୁଣ ହତ୍ୟା ଉଦ୍ୟମ ଅଭିଯୋଗ। ବେଆଇନ ଗର୍ଭପାତ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନୟାଗଡ଼ର ଏକ କ୍ଲିନିକ ଉପରେ ଚଢାଉ କରିଥିଲା ଜିଲ୍ଲା ପ୍ରଶାସନର ଏକ ଟିମ୍। ନୟାଗଡ଼ ତହସିଲଦାର ଓ ଟାଉନ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଏହି ଚଢାଉ ହୋଇଥିଲା। ଗର୍ଭପାତ ପାଇଁ ଆସିଥିବା ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବେଆଇନ ଗର୍ଭପାତ କରାଉଥିବା ଅଭିଯୋଗରେ ସଂପୃକ୍ତ ଲାବୋରେଟୋରି ମାଲିକ ଶ୍ରୀଧର ପ୍ରଧାନକୁ ଅଟକ ରଖିଛି ପୋଲିସ। […]

  • Saturday, 10 July 2021
JHARKHAND-JAWAN-MAOBADI
ଯବାନଙ୍କ ସହ ଗୁଳି ବିନିମୟ: ୫ ମାଓବାଦୀ ନିହତ

ଦୁମକା: ଝାଡ଼ଖଣ୍ଡର ଦୁମକାରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।  ୪ ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ପ୍ରଥମେ ୫ ଜଣ ମାଓବାଦୀ ଆହତ ହୋଇଥିବା ଖବର ଆସିଥିଲା। ତେବେ ପରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ଅଧିକାରୀ ଓ୍ୱାଇ ଏସ ରମେଶ କହିଛନ୍ତି, ଆଜି ତଡକେ ନାମକ ସ୍ଥାନରେ ଏସଏସବି ଯବାନମାନେ ସର୍ଚ୍ଚ ଅପରେସନ କରୁଥିଲେ। […]

  • Saturday, 10 July 2021
low rainfall
ମୌସୁମୀର ଲୁଚକାଳି ଖେଳ , ଚିନ୍ତାରେ ଚାଷୀ

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମିର ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକ ଠାରୁ ଆଧା ପରିମାଣରେ ବର୍ଷା ହୋଇଛି । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା । ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା । ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି । ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ । ତେଣୁ ଧିମେଇ ଯାଇଛି ଚାଷ କାମ । ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି ।

vlcsnap-error784
ଚଢେଇ ଧରିବାର ନିଶାରୁ ଚାଲିଗଲା ଜୀବନ

ମାଲକାନଗିରି: ଚଢେଇ ଧରିବାର ନିଶାରୁ ଶେଷରେ ଚାଲିଗଲା ଜୀବନ। ଚଢେଇ ଧରିବାକୁ ଚଢିଗଲା ବିଦ୍ୟୁତ ଟ୍ରାନ୍ସଫର୍ମରରେ। ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଲେ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପାଟଣାଗୁଡା ଗାଁରେ। ପାଟଣାଗୁଡା ଗାଁର ୭ ବର୍ଷର ବାଳକ ରାଜେନ୍ଦ୍ର ସିସା। ଆଜି ସକାଳେ ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ଏକ ଚଢେଇକୁ ଦେଖିଲା ରାଜେନ୍ଦ୍ର। ଚଢେଇ ଧରିବା ପାଇଁ ତା ପଛେ ପଛେ ଦୌଡୁଥିଲା। ଚଢେଇଟି ଟ୍ରାନ୍ସଫର୍ମର ଉପରେ ଚଢି […]

  • Saturday, 10 July 2021
child-marriage-750x430
ନାବାଳିକା-ନାବାଳକ ବାହାଘର ରୋକିଲା ଚାଇଲ୍ଡ ଲାଇନ

କୋରାପୁଟ:  କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର କାଙ୍ଗ୍ରା ଗାଁରେ ଶନିବାର ଚାଲିଥିଲା ବାଲ୍ୟ ବିବାହ। ଉଭୟ ବର-କନ୍ୟା ଥିଲେ ନାବାଳକ-ନାବାଳିକା। ଜିଲ୍ଲା ଶିଶୁ ସୁରକ୍ଷା ଓ ଚାଇଲଡ଼ ଲାଇନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ନିଜ ପରିବାରକୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ।  ଦୁଇ ପରିବାରଙ୍କ ସହ ଆଲୋଚନା କରି ସାବାଳକ ହେବା ପର୍ଯ୍ୟନ୍ତ ବିବାହକୁ  ଅଟକାଇବା ପାଇଁ କୁହାଯାଇଛି।

  • Saturday, 10 July 2021
kalpana
କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା  କଳ୍ପନା ଦାଶଙ୍କ ମରଶରୀର।  ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ କଳ୍ପନାଙ୍କ ମରଶରୀରକୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀରକୁ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡ଼ିୟମ ନିଆଯାଇଛି। କଳିଙ୍ଗ ଷ୍ଟାଡିୟମରେ କଳ୍ପନାଙ୍କ ଶେଷ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଶହଶହ କ୍ରୀଡାବିତଙ୍କ ସହ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ କଳ୍ପନାଙ୍କ ଶେଷ ଦର୍ଶନ କରିଛନ୍ତି। ଗତ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରିବା […]

  • Saturday, 10 July 2021
3
ମା’ ଓ ପତ୍ନୀଙ୍କ ଆଖିରୁ ଶୁଖୁନି ଲୁହ, ବାପାଙ୍କ ମୃତଦେହ ଦେଖି ନିର୍ବାକ ଦୁଇ ଶିଶୁ

ବଲାଙ୍ଗିର: ବାହାରେ ଭଲ କାମ ମିଳିବ, ବେଶ ଦୁଇ ପଇସା ରୋଜଗାର ହେବ। କୁନି କୁନି ଦୁଇ ପିଲାଙ୍କ ମୁହଁରେ ହସ ଫୁଟିବ।  ଏଇ ଆଶାରେ ଘର ଗୋଡ଼ କାଢିଥିଲେ ଭଜନ। ହେଲେ ଘରକୁ ଫେରିଲେ ଶବ ହୋଇ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବେଲପଡ଼ା ଥାନା ଲଥାକେନ୍ଦ ଗାଁର ଭଜନ କଟା । ପରିବାର ପୋଷଣ ଲାଗି ଭଜନ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି […]

  • Saturday, 10 July 2021
rain
ବଢୁଛି ତାପମାତ୍ରା, ୨ ଦିନ ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଗତକାଲି ୧୦ଟି ସହରର ପାରଦ ୪୦ ଡିଗ୍ରୀରୁ ଅଧିକ ରହିଥିଲା । ୪୨.୬ ଡିଗ୍ରୀ ସହ ଝାରସୁଗୁଡ଼ା ଥିଲାସବୁଠୁ ଉତ୍ତପ୍ତ ସହର । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅସହ୍ୟ ଗରମରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବିଳମ୍ବିତ ହେଉଛି ମୌସୁମୀ। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ […]

  • Saturday, 10 July 2021
labourer
ଦୁବାଇରେ ନିର୍ଯାତିତ ଦାଦନଙ୍କୁ ଉଦ୍ଧାର ପାଇଁ ତତ୍ପରତା, ପରିବାରକୁ ଭେଟିଲେ ସହକାରୀ ଅଧିକାରୀ

ନୟାଗଡ଼: ନୟାଗଡ଼ ଜିଲ୍ଲାର କିଛି ଶ୍ରମିକ ଦୁବାଇରେ ଫସି ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ଶ୍ରମ ବିଭାଗ। ଫସି ରହିଥିବା ଶ୍ରମିକଙ୍କ ଘରକୁ ଆଜି ଯାଇଛନ୍ତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ।  ସେମାନଙ୍କ ପରିବାର ଲୋକଙ୍କୁ ଭେଟି ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଘଟଣାର ପ୍ରାଥମିକ ତଦନ୍ତ ପରେ ଶ୍ରମ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି । […]

  • Saturday, 10 July 2021
Jaga-and-Kalia
ଜୁନ୍‌ରେ ଘରକୁ ଫେରିବେ ଜଗା-କାଳିଆ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଆଇସିୟୁ କିମ୍ବା ସ୍ୱତନ୍ତ୍ର ଚିକିତ୍ସା ତାଙ୍କର ଆଉ ଆବଶ୍ୟକ ନାହିଁ। ସେ ଏବେ ଘରକୁ ଫେରିପାରିବେ। ଏକଥା କହିଛନ୍ତି ଦିଲ୍ଲୀ ଏମ୍ସରେ ଉଭୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର। ସରକାରୀ ସୂତ୍ର ଅନୁଯାୟୀ, ଜୁନ୍‌ ଶେଷ ସପ୍ତାହରେ ସେମାନଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇ ପାରେ। ନିକଟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଟିମ୍‌ ଏହି ଯମଜ ଭାଇଙ୍କ […]

  • Saturday, 10 July 2021
2
ଏମାନଙ୍କୁ ବି ମିଳିଲା ମନ୍ତ୍ରିପଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ୨୦ ମନ୍ତ୍ରୀ। ୧୧ ଜଣ କ୍ୟାବିନେଟ ଓ ୯ ଜଣ ରାଜ୍ୟ ପାହ୍ୟା । ଚିହ୍ନନ୍ତୁ ୯ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କୁ। ୧-ସମୀର ରଂଜନ ଦାସ-ସ୍କୁଲ ଓ ଗଣଶିକ୍ଷା ବିଭାଗ ୨-ଅଶୋକ ପଣ୍ଡା-ବିଜ୍ଞାନ, ପ୍ରଯୁକ୍ତି ଓ ଭିନ୍ନକ୍ଷମ ବିଭାଗ ୩-ଦିବ୍ୟଶଙ୍କର ମିଶ୍ର-ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ ବିଭାଗ ୪-ଜ୍ୟୋତିପ୍ରକାଶ ପାଣିଗ୍ରାହ-ପର୍ଯ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି ବିଭାଗ ୫-ଜଗନ୍ନାଥ ସାରକା- […]

  • Saturday, 10 July 2021
new-team-1
ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପଞ୍ଚମ ଇନିଂସର ଶୁଭାରମ୍ଭ କରିଛନ୍ତି। ଆଜି ଏକ ଭବ୍ୟ ସମାରୋହରେ ୨୦ ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରୀମାନଙ୍କୁ ମିଳିଛି ସେମାନଙ୍କ ବିଭାଗ। ଜାଣନ୍ତୁ କାହାକୁ ମିଳିଛି କେଉଁ ଦାୟିତ୍ୱ। ୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ, ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ ୨-ରଣେନ୍ଦ୍ର ପ୍ରତାପ ସ୍ୱାଇଁ- ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ୩-ପ୍ରଫୁଲ୍ଲ ମଲ୍ଲିକ-  ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, […]

  • Saturday, 10 July 2021
new team
ନବୀନଙ୍କ ନୂଆ ଟିମ୍‌

ଭୁବନେଶ୍ୱର:ପଞ୍ଚମ ଇନିଂସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ନୂଆଟିମ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସମାରୋହରେ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଶପଥ ନେଇଛନ୍ତି। ଜାଣନ୍ତୁ ନବୀନଙ୍କ ନୂଆଟିମ୍‌ କ୍ୟାବିନେଟ […]

  • Saturday, 10 July 2021
6
ଓଭରବ୍ରିଜ ନୁହେଁ ମରଣଫାଶ, ସପ୍ତାହରେ ଗଲାଣି ୫ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱର ସହର ଭିତରେ ନିୟମିତ ଘଟିଚାଲିଛି ସଡ଼କ ଦୁର୍ଘଟଣା। ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି । ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଓଭର ବ୍ରିଜ୍‌ରେ ହେଉଥିବା କ୍ରମାଗତ ଦୁର୍ଘଟଣା ଏବେ ସହରବାସୀଙ୍କ ଚିନ୍ତା ବ‍ଢ଼ାଇଛି। ସୋମବାର ଆଚାର୍ଯ୍ୟ ବିହାର ଓଭର୍ ବ୍ରିଜ୍ ଉପରୁ ଖସି ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।  ଗତ ସପ୍ତାହକ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୋଟ ୫ଜଣଙ୍କ ଜୀବନ ଗଲାଣି। ଏବେ ପୋଲିସ କମିଶନରଙ୍କ […]

  • Saturday, 10 July 2021
tttttttttttuuuuuuuuuuuuuuuu-750x407
ଜୁନ୍‌ ପହିଲାରୁ ଝାରସୁଗୁଡାରୁ ଉଡ଼ିବ ବିମାନ

ଭୁବେନଶ୍ୱର: ଝାରସୁଗୁଡ଼ାକୁ ବିମାନ ସେବା ଯୋଗାଇଦେବ ଆଲିଏନ୍ସ ଏୟାର୍ । ଜୁନ ପହିଲାରୁ ଏହା କାର୍ଯ୍ୟକାରୀ ହେବ।  ଏହାପରେ ଝାରସୁଗୁଡାରୁ  ଭୁବନେଶ୍ୱର ଓ ରାୟପୁରକୁ ଉଡିବ ବିମାନ। ସେହିପରି ଝାରସୁଗୁଡ଼ା-କୋଲକାତା ରୁଟ୍‌ରେ ବିମାନ ଚଳାଚଳ କରିବ । ଏ ସଂପର୍କରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ସୂଚନାଥାଉ କି, ଆଲିଏନ୍ସ ଏୟାର୍ ହେଉଛି ଏୟାର ଇଣ୍ଡିଆର ଏକ ସବ୍‌ସିଡାରି ସଂସ୍ଥା

  • Saturday, 10 July 2021
tds
ଟିଡିଏସ୍‌ ଦାଖଲ ପ୍ରକ୍ରିୟା ମେ ୨୦ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଫୋନି ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବାସହ ସାଧାରଣ ଲୋକଙ୍କ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିଲା। ଏହାକୁ ନଜରରେ ରଖି ଏପ୍ରିଲ ମାସର ଟିଡିଏସ ଦାଖଲ ପ୍ରକ୍ରିୟା ମେ’ ୨୦ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି। ଟିଡିଏସ୍‌ ଦାଖଲ ପାଇଁ ପୂର୍ବରୁ ଶେଷ ତାରିଖ ଥିଲା ମେ ୭। ଏଥିସହ ୨୦୧୮-୧୯ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍ସର ଟିଡିଏସ ଦାଖଲ କରିବା ପାଇଁ ସମୟ ସୀମା ୩୦ ଜୁନ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି । CBDT ପକ୍ଷରୁ […]

  • Saturday, 10 July 2021