• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

5612
ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଆନନ୍ଦପୁର(ମୁନା ସିଂହ): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ। ମୃତକ ହେଲେ ନବଘନ ସାହୁ(୬୫)। ଆହତ ମଞ୍ଜୁଲତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗତକାଲି ନବଘନ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ନବଘନ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ […]

  • Saturday, 10 July 2021
odisha
ବିଧାନସଭାରେ ଅଶ୍ୱିନୀ ଝଡ଼ ! ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା

ଭୁବନେଶ୍ୱର: ବିଧାନସଭାରେ ଅଶ୍ୱିନୀ ଝଡ଼ । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଗୃହରେ ଜୋର ଧରିଛି ହୋହଲ୍ଲା ହଟ୍ଟଗୋଳ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଅଛି । ତାରା ଦତ୍ତ କମିଟି ରିପୋର୍ଟରେ ସ୍ପଷ୍ଟ ଭାବେ ଅଶ୍ୱିନୀଙ୍କ ନାଁ ଉଲ୍ଲେଖ ଅଛି । ଏପରିକି ଖଣି ମାଫିଆଙ୍କ ସହ ଅଶ୍ୱିନୀଙ୍କ ସଂପର୍କ ଥିବା ଅଭିଯୋଗ […]

  • Saturday, 10 July 2021
assembly
କେତେ ଚାଷୀଙ୍କୁ କାଳିଆ ଟଙ୍କା ଦେଇଛ ? ଏମିତି ପ୍ରଶ୍ନ ପଚାରି କୃଷିମନ୍ତ୍ରୀଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ସଂଖ୍ୟା କେତେ? କେଉଁ ଆଧାରରେ ବଣ୍ଟା ଯାଉଛି କାଳିଆ ଟଙ୍କା? ଏଇ ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ଶାସକ ଦଳ ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ। ପ୍ରଶ୍ନୋତ୍ତର କାଳରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ ଆଜି ପ୍ରଥମ ପ୍ରଶ୍ନ ଥିଲା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କର। ତାରା ପ୍ରଶ୍ନ କରିଥିଲେ, ରାଜ୍ୟରେ ୨୦୧୦ ବେଳକୁ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ, […]

  • Saturday, 10 July 2021
hospita
ଅପରେସନ୍‌ ବେଳେ ପେଟରେ ରହିଗଲା ଛୁଞ୍ଚି

ଫୁଲବାଣୀ: ଟ୍ୟୁମର ଅସ୍ତ୍ରୋପ୍ରଚାର ବେଳେ ପେଟ ଭିତରେ ରହିଗଲା ଛୁଞ୍ଚି। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାସିରିପଡ଼ା ଗାଁର ଜଣେ ଛାତ୍ରୀ। ଝିଅର ଦୁଃଖ ଦେଖି ପରିବାର ଲୋକେ ସହି ପାରୁ ନାହାନ୍ତି। ହେଲେ କିଛି କରି ବି ପାରୁ ନାହାନ୍ତି। କାରଣ ପାଖରେ ଅର୍ଥ ନାହିଁ। ପରିବାର ଲୋକଙ୍କ କହିବା ଅନୁଯାୟୀ, ଜାନୁୟାରୀ ମାସରେ ଝିଅର ପେଟରେ ଟ୍ୟୁମର ଅସ୍ତ୍ରୋପ୍ରଚାର କରାଯାଇଥିଲା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅସ୍ତ୍ରୋପ୍ରଚାର କରାଯାଇଥିଲା। ଅସ୍ତ୍ରୋପଚାର […]

  • Saturday, 10 July 2021
j i tag
ନୟାଗଡ଼ ଛେନାପୋଡ଼କୁ ଜି ଆଇ ଟ୍ୟାଗ୍‌ ଦାବି

ନୟାଗଡ଼: ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଜି ଆଇ ଟ୍ୟାଗ ପାଇଁ ଦାବି ଜୋର ଧରିଛି। ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ ପ୍ରସିଦ୍ଧ ନୟାଗଡ଼ ଛେନା ପୋଡ଼କୁ ଜି ଆଇ ଟ୍ୟାଗ ଦେବାକୁ ଦାବି କରିଛନ୍ତି। ସୁସ୍ୱାଦୁ ଓ ଉଚ୍ଚକୋଟିର ଗୁଣବତ୍ତା ଯୋଗୁ ରାଜ୍ୟରେ ନୟାଗଡ଼ ଛେନାପୋଡ଼ର ବେଶ ଚାହିଦା ରହିଛି। ଏପରିକି ନୟାଗଡ଼ ଅଞ୍ଚଳର ଅନେକ ବ୍ୟବସାୟୀ ଛେନାପୋଡ଼ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ୨୦୧୭ ଜୁନ ୫ ତାରିଖରେ ଓରମାସ ପକ୍ଷରୁ ରାଜ୍ୟ ସରକାରଙ୍କ […]

  • Saturday, 10 July 2021
padatyatra
ଓଭରବ୍ରିଜ୍‌ ପାଇଁ ପଦଯାତ୍ରାରେ ବାହାରିଲେ ଜନଜାଗରଣ ମଞ୍ଚ ସଭାପତି

ପୁରୀ: ପୁରୀ ସହରର ମାଟିଆପଡା ଓଭରବ୍ରିଜ ଦାବି ନେଇ ଆଜି ଶ୍ରୀମନ୍ଦିର ସମ୍ମୁଖରୁ ମଞ୍ଚର ସଭାପତି ଜ୍ୟୋତି ରଞ୍ଜନ ନାୟକ ଦିଲ୍ଲୀ ପଦଯାତ୍ରାରେ ବାହାରିଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଜନଜାଗରଣ ମଞ୍ଚ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲା। ପଦଯାତ୍ରାରେ ବାହାରିଥିବା ଜ୍ୟୋତିରଞ୍ଜନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରଣାଳୟ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ଦସ୍ତଖତ ଦଲିଲକୁ ପ୍ରଦାନ କରିବେ। ପ୍ରତିଦିନ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। […]

  • Saturday, 10 July 2021
road blocked
ଗୁଳିକାଣ୍ଡ ଘଟଣାକୁ ନେଇ ତାତିଲେ ଲୋକେ, ରାସ୍ତା ଅବରୋଧ କଲେ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅପରାଧମୂଳକ କାମ ରୋକିବା ତଥା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ବ୍ରଜରାଜନଗର ଗାନ୍ଧି ଛକରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତକାଲି ବ୍ରଜରାଜନଗର ବସ୍‌ଷ୍ଟାଣ୍ଡ ନିକଟରେ ଗୁଳିମାଡ଼ରେ ଅମିତ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଘଟଣାରେ […]

  • Saturday, 10 July 2021
vigilance
ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବାଲେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳା କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ ଘରେ ଆଜି  ଭିଜିଲାନ୍ସ ଚଢ଼ାଉ ହୋଇଛି।  ପାଢୀଙ୍କ ନାଁରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ୍‌ ପକ୍ଷରୁ ପାଢୀଙ୍କ ଘର, କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢଉ ହୋଇଛି।   ଭିଜିଲାନ୍ସ ଟିମ୍‌ ପାଢୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କରିଛି ।

  • Saturday, 10 July 2021
pic88
‘ମୋ ବସ୍‌’ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଭୁବନେଶ୍ୱରରେ ‘ମୋ ବସ୍‌’ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ମାସିକ ୧୩ ହଜାର ଟଙ୍କା ନିୟମିତ ଦରମା ସହ ESI ଏବଂ EPF ପ୍ରଦାନ କରିବାକୁ ଦାବି କରିଛନ୍ତି ‘ମୋ ବସ୍‌’ କର୍ମଚାରୀ। ‘ମୋ ବସ୍‌‘ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ‘ମୋ ବସ’ ଗତବର୍ଷଠାରୁ ଚଳାଚଳ ଆରମ୍ଭ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୯୫ଟି ବସ୍‌ ଚଳାଚଳ କରୁଛି। ଏଥିରେ ୧୯୦ରୁ ଅଧିକ କର୍ମଚାରୀ ନିଯୁକ୍ତି ହୋଇଛନ୍ତି।

  • Saturday, 10 July 2021
PIC44
ସିଡିପିଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଅଙ୍ଗନବାଡି କର୍ମୀ

କୋରାପୁଟ: ଅଙ୍ଗନବାଡି କର୍ମୀଙ୍କୁ ନିର୍ଯାତନା ଅଭିଯୋଗ ଅଭିଯୋଗ ଆସିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସିଡିପିଓ ସୁରମା ମହାପାତ୍ରଙ୍କ ବିରୋଧରେ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ପ୍ରତି ଅଙ୍ଗନବାଡି କେନ୍ଦ୍ରରୁ ରନ୍ଧା ଖାଦ୍ୟ ବାବଦରେ ସିଡିପିଓ ପିସି ମାଗୁଛନ୍ତି। ଏଥିସହ ଛତୁଆ ବଣ୍ଟନ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ମଧ୍ୟ ପିସି ମଗାଯାଉଛି। ଏନେଇ ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନ […]

  • Saturday, 10 July 2021
pic0
ବିଚାରାଧୀନ କଏଦୀ ରମେଶଙ୍କ ମୃତ୍ୟୁ

କଟକ: ଚୌଦ୍ୱାର ଜେଲ୍‌ରେ ଜଣେ ବିଚାରଧୀନ କଏଦୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କଟକ ତୁଳସୀପୁରର ରମେଶ ପ୍ରଧାନ। ଅନ୍ୟପକ୍ଷେ ରମେଶଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରମେଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ରମେଶଙ୍କୁ କଟକ ଏସସିବି ମେଡିକାଲକୁ ଅଣାଯାଇଛି ବୋଲି ଜେଲ ପକ୍ଷରୁ ଖବର ଦିଆଯାଇଥିଲା। ପରିବାର ଲୋକେ ହସ୍ପିଟାଲ କାଜୁଆଲଟିରେ ପହଞ୍ଚି ରମେଶଙ୍କ ବେକରେ ଗଭୀର ଆଘାତ ଲାଗିଥିବା ସହ ମୁଣ୍ଡର ପଛ ପଟେ ରକ୍ତ […]

  • Saturday, 10 July 2021
pic9
ପଦ୍ମଶ୍ରୀ ସମ୍ମାନ ଯୋଗୁ କାମ ମିଳୁନି, ପୁରସ୍କାର ଫେରାଇବେ ଦୈତାରୀ ନାଏକ

କେନ୍ଦୁଝର: ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ […]

  • Saturday, 10 July 2021
pic8
୫ ବର୍ଷର ପୁଅକୁ ଛୁରି ଭୁସି ମାରିଦେଲା ବାପା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆରଏସ୍‌ କଲୋନୀରେ  ଜଣେ ବ୍ୟକ୍ତି ତାଙ୍କର ୫ ବର୍ଷର ପୁଅକୁ ଛୁରି ଭୁସି ହତ୍ୟା କରିଛନ୍ତି। ଆଜି ଭୋରରେ ଏହି ଘଟଣାଟି ଘଟିଛି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ହୁଣ୍ଡୁ ଓରାମକୁ ପୁଲିସ୍‌ ଗିରଫ କରିଛି। ସୂଚନା ଅନୁଯାୟୀ, ହୁଣ୍ଡୁ ଓରାମ ସ୍ତ୍ରୀ ଉପରେ ସନ୍ଦେହ କରୁଥିଲେ। ପୁଅକୁ ନିଜର ବୋଲି ଭାବୁ ନ ଥିଲେ। ଆଜି ତାଙ୍କ ସ୍ତ୍ରୀ […]

  • Saturday, 10 July 2021
12
‘ମୋ ମୃତ୍ୟୁ ପାଇଁ ଜେଲ୍‌ ଅଧୀକ୍ଷକ ଦାୟୀ’

ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା କରଞ୍ଜିଆ ସବ୍ ଜେଲ୍‌ର ଓ୍ୱାର୍ଡର ସୁକାନ୍ତ ବେହେରାଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି। ଜଙ୍ଗଲରୁ ତାଙ୍କର ଗଳିତ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତଦେହ ପାଖରେ ତାଙ୍କର ସାଇକଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ମୃତଦେହକୁ ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗତ ୧୮ ତାରିଖରୁ ଜେଲ୍‌ ଓ୍ୱାର୍ଡର ସୁକାନ୍ତ […]

  • Saturday, 10 July 2021
Capture
ଗାଁରେ ପଶି ଫସଲ ନଷ୍ଟ କଲେ, ସ୍କୁଲ ଘର ଭାଙ୍ଗି ଦେଲେ ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ଥିବା ଭୂୟାଁ ଜୁଆଙ୍ଗପୀଢ଼ ରେଞ୍ଜରେ ହାତୀ ଆତଙ୍କ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ହାତୀପଲ ଚାଷ ଜମିରେ ପଶି କ୍ଷୟକ୍ଷତି କରିବା ସହିତ ଲୋକଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଗତକାଲି ରାତିରେ ପଦ୍ମପୁର ଓ ବାମେବାରୀ ଅଞ୍ଚଳକୁ ପ୍ରାୟ ୩୬ଟି ହାତୀ ପଶି ଆସିଥିଲେ। ହାତୀପଲ ଚାଷ ଜମିରେ ପଶି ଫସଲ ଦଳି ଚକଟି ଦେବା ସହ  କଟା ଯାଇଥିବା ଧାନ ବିଡ଼ାକୁ ନଷ୍ଟ କରି ଦେଇଥିଲେ। […]

  • Saturday, 10 July 2021
medical
ବଢିଲା ମେଡିକାଲ କଲେଜ ସିଟ୍

ଭୁବନେଶ୍ୱର: ରାଜ୍ୟରେ ୩ଟି ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି।  କୋରାପୁଟ ମେଡିକାଲ କଲେଜ ଓ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ ଲେଖାଏ ସିଟ୍‌ ବଢିଥିବାବେଳେ ବୁର୍ଲା ଭିମ୍‌ସାରରେ ଏମବିବିଏସ୍‌ରେ  ୫୦ଟି ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି।  ଚଳିତ ଶିକ୍ଷାବର୍ଷଠାରୁ ବର୍ଦ୍ଧିତ ସିଟ୍‌ରେ ପିଲାଙ୍କ ନାମ ଲେଖାଯିବ ବୋଲି ଏମ୍‌ସିଆଇ ପକ୍ଷରୁ କୁହାଯାଇଛି। କୋରାପୁଟ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର୍ କୃଷ୍ଣଚନ୍ଦ୍ର ବିଶ୍ୱାଳଙ୍କ ସୂଚନା ଅନୁଯାୟୀ କଲେଜରେ ସିଟ୍‌ ସଂଖ୍ୟା ୨୫ ବୃଦ୍ଧି କରାଯାଇଛି। […]

  • Saturday, 10 July 2021
baragada
ମା’ ଉପରେ ରାଗି ନିଜ ମୁଣ୍ଡକୁ ଗୁଳି କଲେ ଯୁବକ

ବରଗଡ଼ (ଦୀପକ ଶର୍ମା): ମା’ ସହ ଝଗଡ଼ା କରିବା ପରେ ଜଣେ ଯୁବକ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା କଲମୀ ଗାଁରେ। ମୃତକଙ୍କ ନାଁ ରାକେଶ ବେହେରା(୨୪)। ରାକେଶ ତାଙ୍କ ମାଆଙ୍କ ସହ ମାମୁ ଘର ଗାଁ କଲମୀରେ ରହୁଥିଲେ। ସେ ଡ୍ରାଇଭର ଭାବେ କାମ କରୁଥିଲେ। ଗତକାଲି ରାତି ପ୍ରାୟ ୯ଟା ବେଳେ ରାକେଶ ତାଙ୍କର ଜଣେ ସାଙ୍ଗ ସହିତ ଘରକୁ ଆସିଥିଲେ। […]

  • Saturday, 10 July 2021
wa-11
ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ୫୦ରୁ ମିଳିଲା ୬୬ ମାର୍କ

ଅହମଦାବାଦ: ଆମ ଦେଶର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକଙ୍କ ଅବସ୍ଥା କ’ଣ, ଏହାର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି। ବିଜ୍ଞାନର ପାଠ୍ୟକ୍ରମରେ ପୂର୍ଣ୍ଣ ମାର୍କ ୫୦ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଏଥିରେ ୬୬ ମାର୍କ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦ମ ଶ୍ରେଣୀର ଜଣେ ଛାତ୍ରଙ୍କ ସହ ଏମିତି ଘଟିଛି। ତେବେ ଶିକ୍ଷକଙ୍କ ଏଭଳି ଭୁଲକୁ ଗୁଜରାଟ ସେକେଣ୍ଡାରୀ ଓ ହାୟର ସେକେଣ୍ଡାରୀ ଏଡୁକେସନ ବୋର୍ଡ(ଜିଏସ୍‌ଏଚ୍‌ଏସ୍‌ଇବି) ରେଜଲ୍ଟ ପ୍ରକାଶ ପୂର୍ବରୁ ଠାବ କରିଥିଲା। […]

  • Saturday, 10 July 2021
accident
ନବଜାତକକୁ ଧରି ଡାକ୍ତରଖାନାରୁ ଫେରୁଥିଲେ, ଟ୍ରକ ଧକ୍କାରେ ଚାଲିଗଲା ମା’ ଓ ଶିଶୁଙ୍କ ଜୀବନ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):ଗତକାଲି ହସ୍‌ପିଟାଲରେ ଜନ୍ମ ନେଇଥିଲା କନ୍ୟା ସନ୍ତାନ। ଘରକୁ ଲକ୍ଷ୍ମୀ ଆସିବାର ଖୁସିରେ ଆତ୍ମହରା ହୋଇଥିଲେ ପରିବାର ଲୋକେ।  ଆଜି ସକାଳୁ ଖୁସି ମନରେ ନବଜାତ ଶିଶୁକୁ ଧରି ବାହାରିଥିଲେ ଘର ଅଭିମୁଖେ।  ହେଲେ ଅଧା ରାସ୍ତାରୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ମା’ ଓ ନବଜାତ ଶିଶୁକନ୍ୟା। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡାରେ ମାର୍ଶାଘାଇ ଥାନା ତେରଗାଁ ପାଟଣାରେ। ଏହି ଗାଁର ମାମା ମଲ୍ଲିକ ଗତକାଲି ପ୍ରସବ ପାଇଁ […]

  • Saturday, 10 July 2021
well
ବାଉଁଶରେ ତିଆରି ହୋଇଛି ନନ୍ଦ କୂଅ

ରାୟଗଡ଼ା: ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ଆପଣମାନେ ଘରେ ବ୍ୟବହାର କରନ୍ତି। ଘରର ସୋଫା ଠାରୁ ଆରମ୍ଭ କରି କାନ୍ଥ ଘଣ୍ଟା ପର୍ଯ୍ୟନ୍ତ, କିନ୍ତୁ ଆପଣ କେବେ ବାଉଁଶ ତିଆରି କୂଅ ଦେଖିଛନ୍ତି କି? ଯାହାକୁ ଅତି କମ୍ ମୂଲ୍ୟରେ ଚାଷୀମାନେ ଚାଷ କାମରେ ବ୍ୟବହାର କରିପାରିବେ। କେବଳ ସହରରେ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ନୂତନ ଜ୍ଞାନ କୌଶଳ ଉପରେ ତିଆରି ହୋଇଥିବା ଏହି କୂଅକୁ ନେଇ ଏବେ ଚର୍ଚ୍ଚା। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ସିନ୍ଧିପଙ୍ଗା […]

  • Saturday, 10 July 2021
pic3
ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଡିଓ ମାଡ଼ ମାରିଥିବା ଅଭିଯୋଗ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅଫିସରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଡିଓଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଡିଓ ତ୍ରିନାଥ ମାଝୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ନିକଟସ୍ଥ ମୂଷାଗୁଡା ଗାଁର ଦିବ୍ୟାଙ୍ଗ ହିତାଧିକାରୀ ଚନ୍ଦ୍ର ଖରା। ଅଭିଯୋଗ ଅନୁସାରେ, ଚନ୍ଦ୍ର ନିଜ ପତ୍ନୀଙ୍କ ନାଁରେ ଆସିଥିବା ଘରର ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ବିଲ୍ ଅନୁଯାୟୀ ଅର୍ଥ ମଞ୍ଜୁର ଲାଗି ଅନୁରୋଧ କରିବାକୁ ବ୍ଲକ ଅଫିସକୁ ଯାଇଥିଲେ। ତେବେ ବିଲ୍ ବାବଦ ଅର୍ଥ ଅନ୍ୟ […]

  • Saturday, 10 July 2021
laptop
ଯୁକ୍ତ ଦୁଇ କଳାରେ ଆଗରେ ବାଲେଶ୍ୱର, ପଛରେ ରହିଗଲା ନବରଙ୍ଗପୁର

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ ପୁରୀରେ କଳା ପାସ୍ ହାର ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ନବରଙ୍ଗପୁର ଜିଲ୍ଲାରେ କଳାରେ ପାସ୍ ହାର ସର୍ବନିମ୍ନ ୪୭.୪୬% ରହିଛି। ଗତଥର ବି ନବରଙ୍ଗପୁରରେ କଳା ପାସ୍ […]

  • Saturday, 10 July 2021
lightening death
ବଜ୍ରପାତରେ ମା’ପୁଅ ମୃତ

ଅନୁଗୁଳ: ଅନୁଗୁଳ ଥାନା ରନ୍ତଲେଇରେ ଗତକାଲି ବଜ୍ରପାତରେ ଜଣେ ମହିଳା ଓ ତାଙ୍କର ପୁଅର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଭଇନା ବାଲାନାଥ ଓ ତାଙ୍କ ପୁଅ ହେଉଛନ୍ତି, ନନ୍ଦୁ ବାଲାନାଥ। ସେମାନଙ୍କ ଘର ମହାରାଷ୍ଟ୍ର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ମୃତକ ଦୁହେଁ ଯାଯାବର ସମ୍ପ୍ରଦାୟର ଲୋକ। ବଜ୍ରପାତରେ ଦୁହିଁଙ୍କର ମୃତ୍ୟୁ ହେବା ପରେ ପୁଲିସ୍‌ କିମ୍ୱା ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ପୂର୍ବରୁ ମୃତ ମହିଳାଙ୍କ […]

  • Saturday, 10 July 2021
pic1
ଭାଇର ପ୍ରତିଶୋଧ ନେଲା ଭାଇ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଡବଲ ମର୍ଡର ହୋଇଛି। ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାଭଟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଦୁଇ ଜଣ ହେଲେ ମକର ନାୟକ ଓ କରୁଣା ନାୟକ। ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁଣି ଗାରେଡ଼ିକୁ ନେଇ ମକର ଓ କରୁଣାଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ମକର ଜଙ୍ଗଲ ଯାଇଥିବା ବେଳେ କରୁଣା ଏକ ଠେଙ୍ଗାରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲା। ମକରଙ୍କ ନିଜ […]

  • Saturday, 10 July 2021
666666
ସାଇବର ଅପରାଧ ରୋକିବାକୁ ହେବ ନୂଆ ସାଇବର ଥାନା

ଜୟପୁର: ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଇଣ୍ଟରନେଟ ବ୍ୟାଙ୍କିଂ ହେଉ କିମ୍ବା ୱେବସାଇଟରେ ଚିଟିଂ କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ଭିଜୁଆଲ ଭାଇରାଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ। ଏସବୁକୁ ରୋକିବା ପାଇଁ ଦୃଢ ତଦନ୍ତ ବ୍ୟବସ୍ଥା ନଥିବାରୁ ଦୋଷୀ ଖସିଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ତିନୋଟି ନୂଆ ସାଇବର ଥାନା ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଜୟପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଏହି ଥାନା ପ୍ରତିଷ୍ଠା କରାଯିବା […]

  • Saturday, 10 July 2021