Advertisment

ଅଶାନ୍ତ ଆଫଗାନିସ୍ତାନ: ପଞ୍ଜଶିର ପ୍ରଦେଶରେ ପଶିପାରୁନାହିଁ ତାଲିବାନ୍‌

ଆଫଗାନିସ୍ତାନ ପଞ୍ଜଶିର ପ୍ରଦେଶର ବଘଲନରେ ତାଲିବାନ ବିରୋଧୀରେ ଶକ୍ତି ପ୍ରଦର୍ଶନ କରାଯାଇଛି। ନର୍ଦର୍ଣ୍ଣ ଆଲାଏନ୍ସକୁ ବଡ଼ ସଫଳତା ମିଳିଛି। ପ୍ରଦେଶର ସାଲେ ଓ ବାନୁ ଅଞ୍ଚଳରେ ପ୍ରବେଶ କରି କବଜା କରିଥିବା ଶତାଧିକ ତାଲିବାନୀ ସୈନଙ୍କୁ ହତ୍ୟା କରିଛି ନର୍ଦର୍ଣ୍ଣ ଆଲାଏନ୍ସ

author-image
Sarbeswar
Afghanistan's Panjshir

Afghanistan's Panjshir

କାବୁଲ୍‌: ଆଫଗାନିସ୍ତାନ ପଞ୍ଜଶିର ପ୍ରଦେଶର ବଘଲନରେ ତାଲିବାନ ବିରୋଧୀରେ ଶକ୍ତି ପ୍ରଦର୍ଶନ କରାଯାଇଛି। ନର୍ଦର୍ଣ୍ଣ ଆଲାଏନ୍ସକୁ ବଡ଼ ସଫଳତା ମିଳିଛି। ପ୍ରଦେଶର ସାଲେ ଓ ବାନୁ ଅଞ୍ଚଳରେ ପ୍ରବେଶ କରି କବଜା କରିଥିବା ଶତାଧିକ ତାଲିବାନୀ ସୈନଙ୍କୁ ହତ୍ୟା କରିଛି ନର୍ଦର୍ଣ୍ଣ ଆଲାଏନ୍ସ। ଏହାସହ ଦୁଇ ଜିଲ୍ଲାକୁ ମୁକ୍ତ କରିବାରେ ସଫଳ ହୋଇଛି। ସେପଟେ ଦୁଇ ଜିଲ୍ଲାରେ ତାଲିବାନୀଙ୍କୁ ମାରିବା ପରେ ପଞ୍ଜଶିରରେ ନିଜର ସରକାର ଗଠନ ଲାଗି ପ୍ରସ୍ତୁତି ଚଳାଇଛି ନର୍ଦର୍ଣ୍ଣ ଆଲାଏନ୍ସ। ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନର ୩୪ଟି ପ୍ରଦେଶ ମଧ୍ୟରୁ ପଞ୍ଜଶିର ଏକମାତ୍ର ପ୍ରଦେଶ ଭାବେ କେବେ ବି ତାଲିବାନ ଶାସନ ଅଧିନକୁ ଆସିନାହିଁ।

Advertisment

ଏଥର ମଧ୍ୟ ପଞ୍ଜଶିର ଯେପରି ତାଲିବାନ କବଜାକୁ ନ ଯାଏ ସେଥିଲାଗି ଆଫଗାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେ ନର୍ଦର୍ଣ୍ଣ ଆଲାଏନ୍ସର ନେତୃତ୍ୱ ନେଉଥିବା ମୁଜାହିଦ୍ଦିନ କମାଣ୍ଡର ଅହମ୍ମଦ ମାସୁଦଙ୍କ ସହ ମିଶି ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସେପଟେ ପଞ୍ଜଶିରକୁ କବଜା କରିବା ଲାଗି ତାଲିବାନ ବଡ଼ ପ୍ରସ୍ତୁତି ଚଳାଇଛି। ପ୍ରାୟ ୩ ହଜାରରୁ ଅଧିକ ତାଲିବାନୀ କାବୁଲରୁ ପଞ୍ଜଶିର ଯାତ୍ରା କରିଛନ୍ତି। ତେବେ ଦୁର୍ଗମ ପାହାଡ଼ ଓ ଅଗମ୍ୟ ଘାଟିରେ ଭରପୁର ପଞ୍ଜଶିରରେ ପ୍ରବେଶ କରିବା ସେମାନଙ୍କ ଲାଗି ସହଜ ହେବନି।.

Advertisment

ଆଫଗାନିସ୍ତାନ ଛାଡ଼ିବାକୁ କେବଳ ସେଠାକାର ନାଗରିକ ସଂଘର୍ଷ କରୁନାହାନ୍ତି ବରମ୍ ଲୋକପ୍ରତିନିଧି ବି ସହିଛନ୍ତି କଷ୍ଟ। ଦିଲ୍ଲୀକୁ ଫେରିଛନ୍ତି ଦୁଇ ଜଣ ସିଖ୍ ସାଂସଦ । ଆଉ ସୁରକ୍ଷିତ ଜୀବନ ବଞ୍ଚି ଯିବା ପରେ ବଖାଣିଛନ୍ତି ତାଲିବାନୀ ଆତଙ୍କ ରାଜର କାହାଣୀ । ସିଖ୍ ମହିଳା ସାଂସଦ ଅନାର୍କଲି କୌରଙ୍କୁ ତିନି ଥର କାବୁଲ ବିମାନ ବନ୍ଦରରୁ ଫେରିବାକୁ ପଡ଼ିଥିଲା। ଲୋକଙ୍କ ଭିଡ଼, ତାଲିବାନୀ ଆଖିରୁ ବର୍ତ୍ତିକି ପହଞ୍ଚିବା ଥିଲା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ସାରା ଦେଶ ଯେପରି ଏବେ ଜଳୁଛି, ଆଉ ସେହି ନିଆଁ ଭିତରୁ ଆସିବାକୁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି। ତାଲିବାନୀ ମାନେ ହିନ୍ଦୁ, ସିଖ୍ ଭାରତୀୟଙ୍କୁ ଶାସନ ବ୍ୟବସ୍ଥା ଓ କ୍ଷମତାରୁ ବହୁ ଦୂରରେ ରଖିଥିଲେ। ହିନ୍ଦୁ, ସିଖ୍ ମହିଳାଙ୍କୁ ବିନ୍ଦି ଲଗାଇବା, ତାସହ ଏମାନଙ୍କ ଘର ଉପରେ କିପରି ସ୍ୱତନ୍ତ୍ର ପତାକା ଲଗାଯିବ ସେ ନେଇ ତାଲିବାନୀ ନିୟମ କଥା କହିଛନ୍ତି ଆଫଗାନିସ୍ତାନ ମହିଳା ସାଂସଦ।

Taliban Taliban Attack Afghanistan
Advertisment
Advertisment