Advertisment

ଆମେରିକୀୟ ବିମାନରେ ଆଫଗାନୀ ମହିଳାଙ୍କ ସନ୍ତାନ ପ୍ରସବ

ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରକୁ ସୁରକ୍ଷା ପାଇଁ ଆଫଗାନ ନାଗରିକମାନେ ଦେଶ ଛାଡିବାର କରୁଣ ଚିତ୍ର ଏବେ ସାମନାକୁ ଆସୁଛି । ତାଲିବାନର ଆଫଗାନିସ୍ତାନ କବଜା ପରେ ଆଫଗାନ ମହିଳାଙ୍କ ଦୁର୍ଦ୍ଦଶା ବଢିଚାଲିଛି । ଏଭଳି ଏକ ଦୟନୀୟ ଚିତ୍ର ସାମନାକୁ ଆସିଛି । ଆମେରିକାର ସେନା ବିମାନରେ ଶିଶୁକୁ ଜନ୍ମ ଦେଲେ ଆଫଗାନ ମହିଳା ।

author-image
Pallipuspa Samal
ଅଦ୍ୟତନ ହୋଇଛି
Afghan Woman Gives Birth To Baby Girl

Afghan Woman Gives Birth To Baby Girl

ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରକୁ ସୁରକ୍ଷା ପାଇଁ ଆଫଗାନ ନାଗରିକମାନେ ଦେଶ ଛାଡିବାର କରୁଣ ଚିତ୍ର ଏବେ ସାମନାକୁ ଆସୁଛି । ତାଲିବାନର ଆଫଗାନିସ୍ତାନ କବଜା ପରେ ଆଫଗାନ ମହିଳାଙ୍କ ଦୁର୍ଦ୍ଦଶା ବଢିଚାଲିଛି । ଏଭଳି ଏକ ଦୟନୀୟ ଚିତ୍ର ସାମନାକୁ ଆସିଛି । ଆମେରିକାର ସେନା ବିମାନରେ ଶିଶୁକୁ ଜନ୍ମ ଦେଲେ ଆଫଗାନ ମହିଳା । ସେନା ବିମାନରେ ଆମେରିକା ଯାଉଥିବା ବେଳେ ଜର୍ମାନର ରାମଷ୍ଟେନ ଏୟାରବେସ୍‌ରେ ଶିଶୁକୁ ଜନ୍ମ ଦେଇଥିଲେ। ଏନେଇ ୟୁଏସ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି।

Advertisment

ମହିଳା ଜଣକ ଆମେରିକାର ସି- ୧୭ ଗ୍ଲୋବମାଷ୍ଟର ବିମାନରେ ଯାଉଥିବା ୟୁଏସ ବାୟୁସେନା ପକ୍ଷରୁ କୁହାଯାଇଛି। ଯାତ୍ରା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ବିମାନ ବହୁ ଉଚ୍ଚରେ ଥିବାରୁ ମହିଳାଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିଲା। ବିମାନରେ ଏୟାର ପ୍ରେସର କମ୍‌ ଥିବାରୁ ସ୍ଥିତି ବିଗିଡ଼ିଥିଲା। ଏୟାର ପ୍ରେସର ବଢାଇବାକୁ ବିମାନକୁ ସାମାନ୍ୟ କମ୍‌ ଉଚାକୁ ଅଣାଯାଇ ମହିଳାଙ୍କ ଅବସ୍ଥାରେ ସୁଧାର କରିବା ପରେ ସେ ସନ୍ତାନ ପ୍ରସବ ହୋଇଥିବା ଆମେରିକା ବାୟୁସେନା ପକ୍ଷରୁ କୁହାଯାଇଛି। ତେବେ ଭଭୟ ମା ଓ ନବଜାତ ଶିଶୁଟି ସୁସ୍ଥ ଥିବା ଆମେରିକୀୟ ଏୟାର ମୋବିଲିଟି କମାଣ୍ଡ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ।

Advertisment
Taliban Afghan Woman Gives Birth
Advertisment
Advertisment