ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୧୫୪ A, ୨୯୫ A, ୧୨୪ […]
ଚଣ୍ଡିଗଡ଼: ଦିନ ଦ୍ୱିପହରେ ବ୍ୟାଙ୍କରେ ପଶି ଆତଙ୍କରାଜ୍ ଚଲାଇଥିଲେ ଲୁଟେରା। ମାରଣାସ୍ତ୍ର ଦେଖାଇ ଗ୍ରାହକଙ୍କୁ ଭୟଭୀତ କରିବା ସହ ବ୍ୟାଙ୍କରୁ ୭ ଲକ୍ଷ ଟଙ୍କା ଲୁଟି ନେଇ ଯାଇଛନ୍ତି ଦୁବୃର୍ତ୍ତ। ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ବ୍ୟାଙ୍କ ଲୁଟ୍ର ଲାଇଭ ଦୃଶ୍ୟ। ହରିୟାଣା ଝାଞ୍ଜର ଜିଲ୍ଲା ମାଛରାଉଳି ଗାଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଲୁଟ୍ ଅଭିଯୋଗ ହୋଇଛି । ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ବ୍ୟାଙ୍କରେ ପଶି ଲୁଟପାଟ୍ କରି ଚାଲିଥିଲେ। ଯାହାର ଭିଡିଓ ସିସିଟିଭିରେ କଏଦ […]
ମୁମ୍ବାଇ: ମହାରାଷ୍ଟ୍ରରେ ସରିଲା ସିବିଆଇ ତଦନ୍ତ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଏଣିକି ମହାରାଷ୍ଟ୍ରରେ ତଦନ୍ତ କରିବନି। ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତ ପ୍ରକ୍ରିୟାର ଅବଧିକୁ ସାରିଛନ୍ତି। ଏଣିକି ସିବିଆଇ ମହାରାଷ୍ଟ୍ରରେ କୌଣସି ମାମଲାର ଯାଞ୍ଚ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କଠୁ ଅନୁମତି ନେବେ। ଅନୁମତି ପରେ ହିଁ ମହାରାଷ୍ଟ୍ରରେ ପହଞ୍ଚି ତଦନ୍ତ କରିପାରିବେ। କେବଳ ଜାତୀୟ ସୁରକ୍ଷା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏହା ଲାଗୁ ହେବ ନାହିଁ। ଅଗଷ୍ଟ ୨୧ରୁ ଅଭିନେତା […]
ନୂଆଦିଲ୍ଲୀ: ନୌସେନାରେ ସାମିଲ ହେଲା ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କବରତ୍ତି । ଆଜି ବିଶାଖାପାଟଣା ସ୍ଥିତ ନାଭାଲ୍ ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଆଇଏନ୍ଏସ କବର୍ତ୍ତି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ଆଣ୍ଟି ସବ୍ମେରାଇନ୍ ଯୁଦ୍ଧଜାହାଜ। ଏହାପୂର୍ବରୁ ଆଉ ୩ଟି ବୁଡାଜାହାଜ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଆଇଏନ୍ଏସ୍ କବରତ୍ତିର ବିଶେଷତ୍ୱ ହେଲା ଏହା ରାଡାରରେ ସହଜରେ ଦେଖାଯାଏ ନାହିଁ । […]
ପଟନା: ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ପଟନାସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଟ୍ୱିଟ୍ କରି ଲେଖିଛନ୍ତି “ ସବୁ ପାରାମିଟର ନର୍ମାଲ ରହିଛି। ପ୍ରଥମେ ସାମାନ୍ୟ ଜ୍ୱର ହୋଇଥିଲା। ଗତ ଦୁଇଦିନ ହେଲା ଜ୍ୱର ନାହିଁ। ଉନ୍ନତ ଚିକିତ୍ସା ପାଇଁ ପାଟ୍ନା ଏମ୍ସରେ ଭର୍ତ୍ତି ହୋଇଛି। […]
ଲକ୍ଷ୍ନୌ: ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ଉତ୍ତର ପ୍ରଦେଶ ପୋଲିସ୍ ସବ୍-ଇନସ୍ପେକ୍ଟର ଇନ୍ତେସାର ଅଲୀ। ତେବେ ଏହା ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ ତିନିଥର ସତର୍କ କରାଯାଇଥିଲା। ନହେଲେ ଦାଢ଼ି ରଖିବା ପାଇଁ ଅନୁମତି ନେବାକୁ କୁହାଯାଇଥିଲା। କିନ୍ତୁ ଏହି ଦୁଇଟି ପରାମର୍ଶ ଭିତରେ ଅଲୀ କେଉଁଟି ବି ମାନି ନଥିଲେ। ଏବଂ ଦାଢ଼ି ରଖି ଡ୍ୟୁଟି କରୁଥିଲେ।ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ବାଘପତ ଏସ୍ପି ଅଭିଷେକ ସିଂହ କହିଛନ୍ତି […]
କର୍ଣ୍ଣାଟକା: ସୁବାସ ସାଲିନ୍ ଜଣେ କର୍ଣ୍ଣାଟକା ବାସିନ୍ଦା। ସେ ଗଭୀର ସମୁଦ୍ରରୁ ମାଛଧରି ପରିବାର ପୋଷଣ କରନ୍ତି। ସେ ମାଛ ଧରିବା ପାଇଁ ଗତକାଲି ସମୁଦ୍ରକୁ ଯାଇଥିଲେ। ସବୁଦିନ ପରି ସେ ଜାଲ ପକାଇଥିଲେ। ହେଲେ ଏ କଣ ? ସେ ଜାଲ ଉପରକୁ ଉଠାନ୍ତି ତ ଦେଖିଲେ ଦୁଇଟି ବିରାଟକାୟ ବିଚିତ୍ର ଜୀବ। ଯାହାର ନାମ ମଣ୍ଟା ରେଜ୍। ଏହି ଦୁଇଟି ଜୀବର ଓଜନ ୭୫୦ କେଜି ଏବଂ ୨୫୦ କେଜି। ପରେ ସୁବାସ ଟ୍ରଲର […]
ବେଙ୍ଗାଲୁରୁ: କର୍ଣ୍ଣାଟକର ଟୁଲୁ ଫିଲ୍ମ ଆକ୍ଟର ସୁରେନ୍ଦ୍ର ବନ୍ତୱାଲଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦକ୍ଷିଣ କାନାଡ଼ା ଜିଲ୍ଲା ବନ୍ତୱାଲ ଟାଉନ୍ରେ ଥିବା ଏ ଆପାର୍ଟମେଣ୍ଟରେ ବୁଧବାର ତାଙ୍କ ରକ୍ତଭିଜା ମୃତଦେହ ଉଦ୍ଧାର କରିଛି ପୋଲିସ। ସୁରେନ୍ଦ୍ରଙ୍କ ଶରୀରରେ ଅନେକ ସ୍ଥାନରେ ଛୁରାଘାତ ଥିବାରୁ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବନ୍ତୱାଲ ପୋଲିସର ସୂଚନା ଅନୁସାରେ, ସୁରେନ୍ଦ୍ରଙ୍କ ରକ୍ତଭିଜା ମୃତଦେହ ଏକ ସୋଫାରେ ପଡ଼ିଥିଲା। ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଧୀରେ ଧୀରେ କମୁଥିବା ବେଳେ ଭିସା ନିୟମରେ କୋହଳ କରିଛନ୍ତି କେନ୍ଦ୍ର ସରକାର। ବିଦେଶରେ ରହୁଥିବା ଭାରତୀୟ ଓ ତଥା ବିଦେଶୀ ନାଗରିଙ୍କୁ ଭାରତ ଆସିବାକୁ ଅନୁମତି ମିଳିଛି। ହେଲେ ଟୁରିଷ୍ଟ ଭିସାରେ କୌଣସି ବିଦେଶୀ ନାଗରିକ ଭାରତ ଆସିପାରିବେ ନାହିଁ ବୋଲି କୁହାଯାଇଛି। ଜାରି ହୋଇଥିବା ନୂଆ ନିୟମରେ କୁହାଯାଇଛି ଯେ, କେନ୍ଦ୍ର ସରକାର ବିଦେଶୀ ନାଗରିକ ଓ ଭାରତୀୟଙ୍କ ଭାରତ ପ୍ରବେଶ ନେଇ ଅଧିକ ଶ୍ରେଣୀରେ ଭିଜା […]
ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା। ସେ ଛୋଟ ହେଉ ଅବା ବଡ଼। ଜଣେ ବରିଷ୍ଠ ପ୍ରଶାସକ ତାଙ୍କର ବ୍ୟସ୍ତବହୁଳ ଟିକିଏ ଫୁରସତ୍ ମିଳିଲେ ସଂଗୀତର ସ୍ୱର ଭିତରେ ସେ ଯେପରି ହଜିଯାଆନ୍ତି। ଏମିତି ଜଣେ ପ୍ରସାଶକ ଯିଏକି ଭକ୍ତି ସଙ୍ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବରିଷ୍ଠ ପ୍ରଶାସକ ହେଉଛନ୍ତି IAS ରାକ୍ଷୀ ଗୁପ୍ତା। ସେ ଗାଇଥିବା ଏକ ସଙ୍ଗୀତ ଗତ ୧୮ ତାରିଖରେ ୟୁ ଟ୍ୟୁବ୍ରେ ସେୟାର କରାଯାଇଥିଲା। ଏହାର କ୍ୟାପସନ୍ରେ ରାକ୍ଷୀ […]
ପୁଣେ: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ପିଆଜ ଚୋରି ଘଟଣା ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପୁଣେରେ ଏହି ଘଟଣା ଘଟିଛି। ପୁଣେର ମଉଜେ ଦେଭ୍ଜାଲି ଗାଁରୁ ୫୫୦ କିଲୋ ପିଆଜ ଚୋରି କରିବାରେ ଅଭିଯୋଗରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ସଞ୍ଜୟ ପରାଧି ଓ ପୋପତ୍ କାଲେ। ପୁଣେର ନାରାୟଣଗାଓଁ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଣେରେ ପିଆଜ […]
ମୁମ୍ବାଇ: ମୁମ୍ବାଇର ଏକ ସପିଂ ମଲ୍ରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ନାଗପଡ଼ା ଅଞ୍ଚଳର ଇନ୍ଫିନିଟି ସପିଂ ମଲ୍ (Infinity mall fire)ରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଏଯାଏ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ୮ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି […]
ପାଟନା: ବିହାର ବିଧାନସଭା ନିର୍ବାଚନରେ ଅନେକ ଆସନରେ ଧନ ଓ ବାହୁବଳର ଲଢ଼େଇ ଚାଲିଥିବା ବେଳେ, ଏମିତି ଅନେକ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ପାଖରେ ନିର୍ବାଚନ ଲଢ଼ିବା ପାଇଁ କିଛି ନାହିଁ। ନା ଅଛି ସେମାନଙ୍କ ପାଖରେ ଧନ ନା ବାହୁବଳ। ହେଲେ ସେମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଲଖିସରାଇ ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଭରତ ମହତୋଙ୍କ ନିକଟରେ। ନା ତାଙ୍କ ପାଖରେ ଅଛି […]
ନାଗପୁର: ମହଙ୍ଗା ପଡ଼ିଲା ଖଣ୍ଡାରେ ବର୍ଥ ଡେ’ କେକ୍ କାଟିବା। ଖଣ୍ଡାରେ କେକ୍ କାଟିବା ଅଭିଯୋଗରେ ନାଗପୁର ପୋଲିସ୍ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ନିଜ ବର୍ଥ ଡେ’ରେ ଖଣ୍ଡା ସାହାଯ୍ୟରେ କେକ୍ କାଟିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ପୋଲିସ୍ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ପୋଲିସ୍ ସୂଚନା ଅନୁସାରେ, ନିଖିଲ ପଟେଲ୍ ନାମକ ଏହି ଯୁବକ ଅକ୍ଟୋବର ୨୧ରେ ନିଜ ବର୍ଥ ଡେ’ ସେଲିବ୍ରେସନ୍ କରିଥିଲେ। […]
ନୂଆଦିଲ୍ଲୀ:ଷ୍ଟିଲ କିଙ୍ଗ ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ତାଙ୍କ ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି ଟଙ୍କା। ଏବେ ତାଙ୍କୁ ବ୍ରିଟେନର ସବୁଠାରୁ ବଡ ଦେବାଳିଆ ବୋଲି ଘୋଷଣା କରାଯାଇଛି। କୁହାଯାଉଛି, ତାଙ୍କ ଉପରେ ଏବେ ପ୍ରାୟ ୨୪୫ କୋଟି ପାଉଣ୍ଡର ଋଣ ରହିଛି। ଏବେ ସେ ତାଙ୍କ ପତ୍ନୀଙ୍କ ରୋଜଗାରରେ ଚଳୁଛନ୍ତି। ଚଳିତ ଗ୍ରୀଷ୍ମଋତୁରେ ଲଣ୍ଡନର କୋର୍ଟ ୬୪ ବର୍ଷୀୟ ମିତ୍ତଲଙ୍କୁ ଦେବାଳିଆ ଘୋଷଣା କରିଛି। ତାଙ୍କ ଉପରେ ୨୫୪ କୋଟି ପାଉଣ୍ଡ […]
ନୂଆଦିଲ୍ଲୀ: ମା’ ଉପରେ ବାପାର ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇ ବାପାକୁ ପିଟିପିଟି ମାରିଦେଲା ନାବାଳିକା। ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ। ଖବର ଅନୁସାରେ, ମୃତ ବ୍ୟକ୍ତି ଜଣକ ବେରୋଜଗାର ଥିଲେ। ବଡ଼ ପୁଅ ରାଜମିସ୍ତ୍ରୀ କାମ କରି ଘର ଚଳାଉଥିଲେ। ଝିଅର ବାପା ମଦ ପିଇ ପତ୍ନୀ ଉପରେ ଅତ୍ୟାଚାର କରୁଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାରଧର ବି କରୁଥିଲେ। ମା’ ଉପରେ ବାପାଙ୍କର ଏପରି ସବୁଦିନିଆ ଅତ୍ୟାଚାରରେ ଅତିଷ୍ଟ ହୋଇଯାଇଥିଲେ ନାବାଳିକା। […]
କାବୁଲ: ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ୨୦ ଆଫଗାନୀସ୍ତାନ ଯବାନ ସହିଦ ହୋଇଛନ୍ତି। ଶୁକ୍ରବାର ଫାରା ସିଟିର ମିଲିଟାରୀ ବେସ୍ର ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଦୁଇ ଯବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ବି ଛଡ଼େଇ ନେଇଛନ୍ତି ଆତଙ୍କବାଦୀ। ଏନେଇ ସୂଚନା ଦେଇ ଫାରା ପ୍ରାଦେଶିକ ପରିଷଦର ଅଧିକାରୀ ଦାଦୁଲ୍ଲା କାନି କହିଛନ୍ତି, ଶାଖାବାଲା କାନସ୍କ ଅଞ୍ଚଳରେ ଥିବା ମିଲିଟାରୀ ବେସ୍ରେ ଆହି ଆକ୍ରମ ହୋଇଥିଲା। ପାଖାପାଖି ଦିନ ୨ଟା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। […]
ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀଙ୍କ ମଧ୍ୟରେ ଶେଷ ପ୍ରେସିଡେନସିଆଲ୍ ଡିବେଟ୍ ହୋଇଛି। ସାମ୍ନାସାମ୍ନି ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରିପବ୍ଲିକେଟ୍ ପାର୍ଟି ପ୍ରାର୍ଥୀ ଜୋଏ ବିଡେନ୍। କରୋନା ମହାମାରୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟ୍ରମ୍ପ ଓ ବିଡେନ୍। ଖୁବ୍ ଶୀଘ୍ର ଆମେରିକାକୁ କରୋନା ଭ୍ୟାକସିନ୍ ମିଳିବ। ଟ୍ରମ୍ପ ପ୍ରଶାସନ ଏନେଇ ପ୍ରୟାସ ଜାରି ରଖିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ତେବେ ଆଜି ପ୍ରେସିଡେଣ୍ଟାଲ୍ […]
ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତମ ଇଲେକ୍ଟ୍ରିକ ସେବା ଯୋଗାଇ ଦେବାକୁ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକୁ ଘରୋଇକରଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଦ୍ୟୁତ୍ ସଂଯୋଗ ନେଇଥିବା ୩୮ ପ୍ରତିଶତ ଲୋକ କନେକ୍ସନ୍ ନେବା ପୂର୍ବରୁ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ବିଦ୍ୟୁତ୍ ବିଲ୍ ଦେଇ ନାହାନ୍ତି। ମାଗଣାରେ ବିଦ୍ୟୁତ୍ ଜାଳୁଛନ୍ତି। ୟୁପି ପାୱାର କରପୋରେସନ ଲିମିଟେଡ୍ର […]
ମୁମ୍ବାଇ: ସୀମା ଟପିଲା ମୁମ୍ବାଇ ପୋଲିସ୍ର ଅସହିଷ୍ଣୁ। ରିପବ୍ଲିକ ଟିଭିର ସମସ୍ତ କର୍ମଚାରୀଙ୍କ ନାଁରେ ପୋଲିସ୍ ଏତଲା କରିବା ସହ ରିପବ୍ଲିକ ଟିଭି ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ବଲିଉଡ୍ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ୍ ଓ ରିପ୍ଲବିକ୍ ଟିଭି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଅନେକ ସମୟରେ ପୋଲିସ୍ ହଇରାଣ କରୁଥିବାର ରିପ୍ଲବିକ୍ ଟିଭି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆଉ ଶେଷରେ ସୀମା ଟପିଲା ମୁମ୍ବାଇ […]
ନୂଆଦିଲ୍ଲୀ: ଭାରତୀୟ ନୌସେନାର ସଠିକ୍ ନିଶାନା। ଗୋଟିଏ ମିଶାଇଲ୍ର ଆଟାକ୍ରେ ବୁଡ଼ିଗଲା ଯୁଦ୍ଧପୋତ। ଭାରତୀୟ ନୌସେନା ପକ୍ଷରୁ ଏକ ଯୁଦ୍ଧାଭ୍ୟାସ ବେଳର ଏକ ଭିଡିଓ ଶେୟାର କରାଯାଇଛି। ଏହି ସମୟରେ ନୌସେନା ପକ୍ଷରୁ ଏକ ଆଣ୍ଟି-ସିପ୍ ମିଶାଇଲ ପରୀକ୍ଷଣ କରାଯାଇଥିଲା। #IndianNavy Guided Missile Destroyer #INSChennai fired #BrahMos supersonic AShM during ongoing #WesternFleet exercises. Target engaged at max range, with destructive effect.#AtmaNirbharBharat @SpokespersonMoD @DefenceMinIndia @PMOIndia @DRDO_India pic.twitter.com/i0rErDkibz […]
ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମଣିଷ ଶରୀରରେ ଏକ ନୂଆ ଅଙ୍ଗ ଠାବ କରିଛନ୍ତି। ଯାହା ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା। ନେଦରଲ୍ୟାଣ୍ଡର ବୈଜ୍ଞାନିକମାନେ ଏକ ନୂଆ କ୍ୟାନ୍ସର ସ୍କେନ୍ ଯାଞ୍ଚ କରୁଥିବା ବେଳେ ଗଳାରେ ଏକ ନୂଆ ଅଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ। ଗବେଷଣାରୁ ଜଣାପଡ଼ିଲା ଯେ ମଣିଷ ଗଳାର ଉପରିଭାଗରେ ଗ୍ରନ୍ଥୀଗୁଡ଼ିକର ଏକ ଗ୍ରୁପ ରହିଛି। ବୈଜ୍ଞାନିକମାନେ ଏହି ଗ୍ରନ୍ଥୀର ନାମ Tubarial salivary glands ରଖିବା ସହିତ ଏହା ନାକର ଲୁବ୍ରିକେସନ୍ରେ ସାହାଯ୍ୟ କରିଥାଏ […]
କୁକୁର ଏମିତି ଏକ ପ୍ରାଣୀ ଯିଏକି ମଣିଷ ସହ ଖେଳିବା ଠାରୁ ଆରମ୍ଭ କରି ଚୋର ଧରିବା ପର୍ଯ୍ୟନ୍ତ କାମ କରିଥାଏ। ସମସ୍ତ ଗୃହ ପାଳିତ ପଶୁମାନଙ୍କ ମଧ୍ୟରୁ ସେ ଅଧିକ ଚତୁର। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ କୁକୁର ଅନେକ ଅସାଧାରଣ କାର୍ଯ୍ୟ କରିଥିବାର। କିନ୍ତୁ କେବେ ଦେଖିଛନ୍ତି କୁକୁର ବିଲିୟାର୍ଡ ଖେଳିବାର ସେ ପୁଣି ଦକ୍ଷତାର ସହ। ଆଶ୍ଚର୍ଯ୍ୟ ହୋଇଗଲେକି ! ହଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟା ସତ। Timeline […]
ଇସ୍ଲାମବାଦ: ପୁଣି ପାକିସ୍ତାନକୁ FATF ଝଟକା। ଆସନ୍ତା ଫେବ୍ରୁଆରୀ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସର ଗ୍ରେ ଲିଷ୍ଟରରେ ରହିବ। ବିଶ୍ୱ ଟେରର ଫଣ୍ଡିଂ ଉପରେ ନଜର ରଖୁଥିବା ସଂସ୍ଥା FATF ଏଭଳି ନିଷ୍ପତ୍ତି ନେଇଛି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ FATF ଦେଇଥିବା ୨୭ ସର୍ତ୍ତ ମଧ୍ୟରୁ ପାକିସ୍ତାନ ୬ଟି ପୂରଣ କରିନପାରିବାରୁ ପୁଣି ଥରେ ଏହାକୁ ଗ୍ରେ ଲିଷ୍ଟରେ ରଖାଯାଇଛି। ଯଦି ଫେବ୍ରୁଆରୀ ମଧ୍ୟରେ ପାକିସ୍ତାନ ସମସ୍ତ ସର୍ତ୍ତ ପୂରଣ ନକରେ। ତେବେ […]