Advertisment

ପୁଟିନଙ୍କ ସହ ୪୫ ମିନିଟ ଧରି କଣ କଥା ହେଲେ ମୋଦି ?

ଆଫଗାନିସ୍ତାନ ତାଲିବାନକୁ ଦଖଲ କଲାପରେ ବର୍ତ୍ତମାନ ର ପରିସ୍ଥିତିକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସୂଚନା ଆନୁସାରେ ପ୍ରାୟ ୪୫ ମିନିଟରେ ଫୋନରେ କଥା ହୋଇଥିଲେ । ଏ ନେଇ ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ କଥା ହୋଇଥିବା ସୂଚନା ଏକ ଟ୍ୱିଟ କରି ଜଣାଇଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Modi and Putin

Modi and Putin

ନୂଆଦିଲ୍ଲୀ:ଆଫଗାନିସ୍ତାନ ତାଲିବାନକୁ ଦଖଲ କଲାପରେ ବର୍ତ୍ତମାନର ପରିସ୍ଥିତିକୁ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସୂଚନା ଆନୁସାରେ ପ୍ରାୟ ୪୫ ମିନିଟରେ ଫୋନରେ କଥା ହୋଇଥିଲେ । ଏ ନେଇ ପ୍ରଧାନମନ୍ତ୍ରୀ ପୁଟିନଙ୍କ ସହ କଥା ହୋଇଥିବା ସୂଚନା ଏକ ଟ୍ୱିଟ କରି ଜଣାଇଛନ୍ତି । ମୋଦୀ ଟ୍ୱିଟ କରି କହିଛନ୍ତି ଯେ,ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଉପରେ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ବିସ୍ତୃତ ଏବଂ ଉପଯୋଗୀ ମତ ବିନିମୟ କଲି। ଆମେ କୋଭିଡ-୧୯ ବିରୋଧରେ ଭାରତ-ଋଷ ସହଯୋଗ ସମେତ ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲୁ।

Advertisment

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଫୋନ ବାର୍ତ୍ତାଳାପ କରି ଆଫଗାନିସ୍ତାନର ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଫଗାନିସ୍ତାନର ସୁରକ୍ଷା ପରିସ୍ଥିତି ଓ ଏହାର ପ୍ରଭାବ ଏହି ଅଞ୍ଚଳ ତଥା ବିଶ୍ୱ ଉପରେ ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ ଆଲୋଚନା କରିଛନ୍ତି। ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏକ ବିବୃତ୍ତିରେ କହିଛି ଯେ ଉଭୟ ନେତା ସ୍ୱୀକାର କରିଛନ୍ତି ଯେ ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କ ପ୍ରତ୍ୟାବର୍ତ୍ତନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା। ସେମାନେ COVID-19 ଟୀକାରେ ସହଯୋଗ, ଜଳବାୟୁ ଓ ଶକ୍ତି ଉପରେ ଧ୍ୟାନ ଦେଇ ବିକାଶ ସହଯୋଗ, ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ।

ସୂଚନା ଅନୁସାରେ ଭାରତ ଏହି ସପ୍ତାହରେ ଆଫଗାନିସ୍ତାନରୁ ପ୍ରାୟ ୪୦୦ ନାଗରିକଙ୍କ ସମେତ ପ୍ରାୟ ୫୫୦ ଲୋକଙ୍କୁ ସ୍ଥାନାନ୍ତର କରିଛି ଏବଂ ମଙ୍ଗଳବାର ସୁଦ୍ଧା ଆହୁରି ଅନେକ ଲୋକ ଆସିବେ ବୋଲି ଆଶା କରାଯାଉଛି। ଏହି ସପ୍ତାହ ପୂର୍ବରୁ ପୁଟିନ ଆଫଗାନିସ୍ତାନରୁ କେନ୍ଦ୍ରୀୟ ଏସିଆ ଦେଶକୁ ଶରଣାର୍ଥୀ ପଠାଇବା ପାଇଁ ଆମେରିକା ଏବଂ ନାଟୋ ସହଯୋଗୀମାନଙ୍କୁ ସମାଲୋଚନା କରିଥିଲେ ଏବଂ ସେମାନେ ମସ୍କୋ ପାଇଁ ସିଧାସଳଖ ବିପଦ ବୋଲି କହିଥିଲେ । ଆଫଗାନିସ୍ତାନ ସୀମାକୁ ଲାଗିଥିବା ଦେଶ ଯଥା ଉଜବେକିସ୍ତାନ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ ସମେତ କେତେକ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ତାଲିବାନ ଶାସନରୁ ପଳାୟନ କରିବା ପାଇଁ ସେମାନଙ୍କ ଦେଶରେ ଶରଣାର୍ଥୀଙ୍କ ପ୍ରବେଶକୁ ନେଇ ଚିନ୍ତା ବଢି ଯାଇଛି ।

Advertisment
Afghanistan Conversation Between Modi And Putin
Advertisment
Advertisment