Advertisment

ତାଲିବାନି ଦୁର୍ଦ୍ଦଶାର ଲୋମଟାଙ୍କୁରା ଅନୁଭୂତି କହିଲେ ଆଫଗାନର ମହିଳା ମେୟର

ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି।  ଆଫଗାନିସ୍ତାନରେ  ଆରମ୍ଭ ହୋଇ ଯାଇଛି ତାଲିବାନୀଙ୍କ ଆତଙ୍କରାଜ। ମହିଳାମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି।

author-image
Minati Mishra
ଅଦ୍ୟତନ ହୋଇଛି
afgan female mayor

afgan female mayor

କାବୁଲ୍‌: ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି।  ଆଫଗାନିସ୍ତାନରେ  ଆରମ୍ଭ ହୋଇ ଯାଇଛି ତାଲିବାନୀଙ୍କ ଆତଙ୍କରାଜ। ମହିଳାମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି। ଏକଥା ନିଜେ ବୟାନ କରିଛନ୍ତି ଆଫଗାନ ମହିଳା। ତାଲିବାନମାନେ ମହିଳାମାନଙ୍କୁ ଅପହରଣ କରି ଯେପରି ଯନ୍ତ୍ରଣା ଦେଉଛନ୍ତି ତାହାର ଲୋମଟାଙ୍କୁରା ଘଟଣା  ନିଜେ ବର୍ଣ୍ଣନା କରିଛନ୍ତି ଆଫଗାନିସ୍ତାନର ପ୍ରଥମ ମହିଳା ମେୟର ଜରିଫା ଗଫାରୀ। 

Advertisment

ଏକ ଅଜଣା ସ୍ଥାନରୁ ଗଣମାଧ୍ୟକୁ ଏକ ସାକ୍ଷାତକାର ଦେଇ ଜରିଫା ଗଫାରୀ କହିଛନ୍ତି, ତାଲିବାନୀ ମାନେ କ୍ଷମତା ଦଖଲ ପରେ ତାଙ୍କ ଭଉଣୀକୁ ନେଇଯାଇଥିଲେ।  ଏନେଇ ତାଙ୍କ ମା’ ତାଙ୍କୁ ଫୋନ କରିଥିଲେ । ତାଲିବାନମାନେ ତାଙ୍କ ଭଉଣୀଙ୍କୁ କାବୁଲ ସିଟି କିମ୍ବା ଆଉ ଏକ ଅଜଣାସ୍ଥାନକୁ ନେଇଥିବା ସୂଚନା ମିଳିଥିଲା।  କିନ୍ତୁ କିଛି ଘଣ୍ଟା ପରେ ସେମାନେ ତାଙ୍କ ଭଉଣୀକୁ ଛାଡି ଦେଇଥିଲା। 

Advertisment

ହେଲେ ତା ପରଦିନ ତାଲିବାନ ମାନେ ଘରକୁ ଆସି ତାଙ୍କୁ ଖୋଜିଥିଲେ । ତାଙ୍କର ଘରକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ରାସ୍ତାରେ ସେମାନଙ୍କୁ ବିରୋଧ କରୁଥିବା  ଲୋକମାନଙ୍କୁ ତାଲିବାନୀମାନେ ଅତ୍ୟନ୍ତ ନୃଶଂସ ଭାବେ ଜଣଙ୍କ ପରେ ଜଣେ ହତ୍ୟା କରୁଥିଲେ  । ତାଲିବାନଙ୍କ କଥା ଓ କାମରେ କୌଣସି ତାଳମେଳ ନାହିଁ ବୋଲି ଆଫଗାନିସ୍ତାନର ମେୟର କହିଛନ୍ତି ।

ସୂଚନାଥାଉ କି, ଆଫଗାନିସ୍ତାନରେ ତାଲିବାନମାନେ ଆତଙ୍କ ଖେଳାଇଛନ୍ତି। ଏପରିକି ପ୍ରତିରୋଧର ଶେଷ ଉପତ୍ୟକା ପଞ୍ଜଶିର ଦଖଲ ପାଇଁ ତାଲିବାନ ଜୋରଦାର ପ୍ରୟାସ କରୁଛି। ତାଲିବାନୀ ଆତଙ୍କୀ ଏବେ ପୁରା ପଞ୍ଜଶିର ପ୍ରଦେଶକୁ ଚାରି ଆଡୁ ଘେରି ଯୋଗଯୋଗର ସବୁ ବାଟ ବନ୍ଦ କରିଦେଇଛି। ଏଭଳି ସ୍ଥିତିରେ ଆଗକୁ ଆଫଗାନିସ୍ତାନର ଏଇ ଅପରାଜେୟ ଗଡ଼ ମଧ୍ୟ ତାଲିବାନୀ କବଜାକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଅପରପକ୍ଷେ ଯୁଦ୍ଧଗ୍ରସ୍ତ କାବୁଲ୍‌ରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ଜୋରଦାର ହୋଇଛି । ଅପରେସନ୍ ଦେବୀଶକ୍ତି ବଳରେ ଏପର୍ଯ୍ୟନ୍ତ ଆଫଗାନିସ୍ତାନରୁ ୮ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି।

Afghanistan Taliban Militants
Advertisment
Advertisment