/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629856421.jpg)
US Military
କାବୁଲ୍: ତାଲିବାନ ପ୍ରସଙ୍ଗ ନେଇ ଜି 7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ଘନ ଘନ ଆଲୋଚନା ଆଫଗାନିସ୍ତାନ ସଙ୍କଟକୁ ନେଇ G7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି। ବିଶେଷକରି ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦାୟିତ୍ୱ ତାଲିବାନ ଦେଉ ବୋଲି ଦାବି ଉଠିଥିଲା । କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେ ସଂଭବ ଆଫଗାନିସ୍ତାନ ନାଗରିକଙ୍କୁ ସୁରକ୍ଷା ଦେବାକୁ G 7 ନେତା ଆଗେଇ ଆସିବା ଉଚିତ। ତେବେ ଯଦି ସଂଭବ ତେବେ ୩୧ ଅଗଷ୍ଟ ପରେ ବି ଆଫଗାନିସ୍ତାନରେ କାନାଡ଼ା ସେନା ରହିବ ବୋଲି ସେ ସୂଚନା ଦେଇଛନ୍ତି। ଆଫଗାନିସ୍ତାନ ବାସିନ୍ଦାଙ୍କର ସମ୍ମାନ ଓ ସୁରକ୍ଷିତ ଭାବେ ବଞ୍ଚିବା ଅଧିକାର ଅଛି ବୋଲି G7 ବୈଠକରେ ମତ ପ୍ରକାଶ ପାଇଥିଲା।
Also Read
କାବୁଲ ଏୟାରପୋର୍ଟକୁ ଆମେରିକା ସେନା ସୁରକ୍ଷା ଦେଉ ବୋଲି କହିଛି ୟୁରୋପିଆନ ୟୁନିୟନ। ମହିଳାଙ୍କ ସୁରକ୍ଷା ନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ। ତେଣେ ଜି ୭ ରାଷ୍ଟ୍ର, ନାଟୋ, ୟୁରୋପୀୟ ସଂଘ, ଜାତିସଂଘ ତାଲିବାନ ପ୍ରତି ସମାନ ଆଭିମୁଖ୍ୟ ରଖିବାକୁ ସହମତ ହୋଇଛନ୍ତି। ତାଲିବାନର କୌଣସି ପ୍ରକାର ପରବର୍ତ୍ତୀ ପଦକ୍ଷେପ ଉପରେ ଏସବୁ ଆନ୍ତର୍ଜାତିକ ସଂଗଠନ ନଜର ରଖିବା ସହ ପରସ୍ପର ମଧ୍ୟରେ ସହଯୋଗ ରଖିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ସୂଚନା ଦେଇଛନ୍ତି। ସେପଟେ ତାଲିବାନ ଆଫଗାନିସ୍ତାନରେ ସରକାର ଗଢ଼ିବା ପରେ ଆଫଗାନିସ୍ତାନକୁ ବିଶ୍ୱବ୍ୟାଙ୍କ୍ ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ଉପରେ ରୋକ୍ ଲଗାଇଥିବା ସୂଚନା ମିଳିଛି।
ସେପଟେ, ତାଲିବାନ ସହ ଆମେରିକା ଗୁଇନ୍ଦା ସଂସ୍ଥା- ସିଆଇଏ ମୁଖ୍ୟ ଓ୍ୱିଲିୟମ ବର୍ଣ୍ଣସଙ୍କ ଗୁପ୍ତ ବୈଠକ ବାଇଡେନ୍ ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟ କରା ଯାଇନଥିଲେ ବି ଖବର ଛାପିଛି ଓ୍ୱାଶିଂଟନ ପୋଷ୍ଟ। ସୋମବାର କାବୁଲରେ ତାଲିବାନ କୋ-ଫାଉଣ୍ଟର ଅବଦ୍ଦୁଲ ଘନି ବରାଦାରଙ୍କ ସହ ହୋଇଥିଲା ସିଆଇଏ ମୁଖ୍ୟଙ୍କ ବୈଠକ ଆତଙ୍କୀ ସଂଗଠନ ସହ ଆମେରିକାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କର ଏହା ପ୍ରଥମ ବୈଠକ ବୋଲି କୁହାଯାଉଛି। ତେବେ ତାଲିବାନ ସହ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସିଆଇଏ ମୁଖ୍ୟ ? କଥାବାର୍ତ୍ତାର ବିଷୟବସ୍ତୁ ସଂପର୍କରେ ଓ୍ୱାଶିଂଟନ ପୋଷ୍ଟ କୌଣସି ବିବରଣୀ ଦେଇନଥିଲେ ବି ଆଫଗାନିସ୍ତାନରୁ ବିଦେଶୀ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ସଂପର୍କରେ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି।
ଅଗଷ୍ଟ ୩୧ ସୁଦ୍ଧା ସବୁ ଆମେରିକୀୟ ସୈନ୍ୟ କାବୁଲ ଛାଡିବାକୁ ଡେଡ୍ ଲାଇନ ଧାର୍ଯ୍ୟ ହୋଇଛି। ବହୁସଂଖ୍ୟାରେ ଆଫଗାନ୍ ନାଗରିକ ବି ଦେଶ ଛାଡିବାକୁ ଚାହୁଁଥିବାରୁ ଏହି ପ୍ରକ୍ରିୟା ବିଳମ୍ବ ହେବା ଆଶଙ୍କା ବଢିଯାଇଛି। ତେବେ ଅଗଷ୍ଟ ୩୧ ପରେ ଆମେରିକୀୟ ସୈନଙ୍କୁ ଆଫଗାନିସ୍ତାନରେ ରହିବାକୁ ଆଦୌ ଅନୁମତି ଦିଆଯିବ ନାହିଁ ଓ ଏହାକୁ ଆଫଗାନିସ୍ତାନ ଉପରେ କବଜା ଭାବେ ବିବେଚନା କରାଯିବ, ଯାହାର ଫଳ ଭଲ ହେବନି ବୋଲି ପୂର୍ବରୁ ଚେତାବନୀ ଶୁଣାଇଥିଲା ତାଲିବାନ୍। ବିଦେଶୀଙ୍କ ସମେତ ଦେଶ ଛାଡିବାକୁ ଚାହୁଁଥିବା ଆଫଗାନ୍ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ସାରିବା ଲାଗି ବର୍ଣ୍ଣସ ଆଉ କିଛି ଦିନ ମହଲତ ମାଗି ଥାଇପାରନ୍ତି। ଅନ୍ୟପକ୍ଷରେ ସିଆଇଏ ମୁଖ୍ୟଙ୍କ ସହ କୌଣସି ଆଲୋଚନା ହୋଇନଥିବା ତାଲିବାନ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନର ସଂଭ୍ରାନ୍ତ ଶ୍ରେଣୀ ଲୋକଙ୍କୁ ଆମେରିକା ବିଦେଶ ନନେଉ ବୋଲି କହିଛି ତାଲିବାନ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)