ମଙ୍ଗଳବାର ସକାଳେ ମୁମ୍ବାଇ ପୋଲିସ ଛତିଶଗଡ଼ର ରାୟପୁରରୁ ଫୈଜାନ ଖାନଙ୍କୁ ଗିରଫ କରିଛି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ଧମକ ଦେବା ଘଟଣାରେ ଫୈଜାନଙ୍କୁ ଗିରଫ କରିବା ପାଇଁ ମୁମ୍ବାଇ ପୋଲିସ ଟ୍ରାଞ୍ଜିଟ୍ ରିମାଣ୍ଡ ନେଇ ରାୟପୁରରେ ପହଞ୍ଚିଥିଲା ।
ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରଠାରୁ ଆକ୍ସନ ମୋଡ୍ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି।
ପରିଚୟ ହରାଇଲା ‘ଭିସ୍ତାରା’। ଗତକାଲି ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସରେ ବିଲୟ ହୋଇଛି ‘ଭିସ୍ତାରା ଏୟାର ଲାଇନ୍ସ’ । ଆଜି ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି ।
ପଞ୍ଚୁକରେ କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ସାନାନ୍ୟ କମିଛି ସୁନାର ଦାମ୍। ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।
ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ହେବ ଅନେକ ହାଇପ୍ରୋଫାଇଲ୍ ନେତାଙ୍କ ଭାଗ୍ୟ ପରୀକ୍ଷା। ଅନେକଙ୍କ ପାଇଁ ବାଜିରେ ଲାଗିଛି ପରିବାର ଲିଗାସୀ। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ପାଇଁ ଏ ନିର୍ବାଚନ ଅଗ୍ନିପରୀକ୍ଷା ଭଳି ହୋଇଛି ।
ଦୁନିଆର ସବୁଠୁ ଦାମୀ କାର୍ ହେଉଛି ରୋଲ୍ସ-ରୋଏସ୍ ବୋଟ୍ ଟେଲ୍ । ଯାହା କି ବିଶ୍ୱର କେବଳ ତିନି ଜଣଙ୍କ ପାଖରେ ରହିଛି ।
ମହାବିକାଶ ଅଘାଡ଼ି ଦଳର ଭୋଟରଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି। ଯୁବକଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କା ବେକାରୀ ଭତ୍ତା। ମହିଳାଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା। କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼। ନିୟମିତ ଋଣ ପରିଶୋଧ ଉପରେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି।
‘ଶକ୍ତିମାନ’, ତାଙ୍କୁ କିଏ ବା ନ ଜାଣେ ? ୯୦ଦଶକର ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ଶକ୍ତିମାନ’ ଘରେ ଘରେ ପରିଚିତ। ଭାରତରେ ବ୍ୟାଟ୍ମ୍ୟାନ୍ କିମ୍ବା ସ୍ପାଇଡରମ୍ୟାନ ନୁହେଁ, ଶକ୍ତିମାନ ଥିଲା ୯୦ ଦଶକର ସୁପରହିରୋ।
ନିମୋନିଆ ଦ୍ୱାରା ଫୁସଫୁସ ଖୁବ୍ ପ୍ରଭାବିତ ହୋଇଥାଏ। ଏହି ସମସ୍ୟା କାରଣରୁ ଶ୍ୱାସ ନେବାରେ କଷ୍ଟ ହୁଏ। ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ, ସେମାନଙ୍କ ପାଇଁ ଏହା ବହୁତ କଷ୍ଟଦାୟକ ହେବା ସହ ସାଂଘାତିକ ମଧ୍ୟ ହୋଇପାରେ। ଏମିତି କିଛି ସରଳ ଟିପ୍ସ ଅଛି ଯାହା ବ୍ୟବହାର କରି ଆପଣ ନିଜକୁ ନିମୋନିଆ ବିପଦରୁ ରକ୍ଷା କରିପାରିବେ।
ଭୀଷ୍ମ ପଞ୍ଚକ ସମୟରେ ଶସ୍ୟଜାତୀୟ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ କେବଳ କ୍ଷୀର କିମ୍ବା ପାଣି ଖାଇବାର ବିଧି ଅଛି। ଭୀଷ୍ମ ପଞ୍ଚକକୁ ବିଷ୍ଣୁ ପଞ୍ଚକ ମଧ୍ୟ କୁହାଯାଏ।
ଦେବ ଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦେବ ପ୍ରବୋଧିନୀ ଏକାଦଶୀ ନାମରେ ମଧ୍ୟ ଜଣାଶୁଣା, ଯାହା ପ୍ରତିବର୍ଷ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଏକାଦଶୀ ଦିନ ପାଳନ କରାଯାଏ। ୨୪ ଏକାଦାଶି ମଧ୍ୟରେ ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ବାଏ ବାଏ.... ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ପୁଣି ମଣିପୁରରେ ହିଂସା । CRPF କ୍ୟାମ୍ପ ଉପରେ ଆକ୍ରମଣ କଲେ କୁକି ସମ୍ପ୍ରଦାୟର କେତେକ ଆତଙ୍କୀ ।
ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି ।
ସାଧାରଣତଃ ଅନେକ ଲୋକ ୧୧:୧୧ କୁ ଶୁଭ ବୋଲି ମାନି ଥାଆନ୍ତି । ଘଣ୍ଟାରେ ଏହି ସମୟ ଦେଖି ମନ ଭିତରେ କିଛି ମାଗିଲେ ତାହା ପୂର୍ଣ୍ଣ ହୁଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି ।
ଆଜ୍ଞା ହଁ । ଆମେ ଯାହା କହୁଛୁ ସତ କହୁଛୁ । ଏହି ଦେଶରେ ଆପଣ ଟୁରିଷ୍ଟ ଭଳି ଯିବେ, କିନ୍ତୁ ସେଠାରେ ଆପଣଙ୍କୁ ମହିଳାମାନେ କିଛି ଦିନ ପାଇଁ ସ୍ୱାମୀ ଭଳି ଗ୍ରହଣ କରିବେ । ଆଉ ଏହା ଆଇନ ସଂଗତ ମଧ୍ୟ । ଦେଶରେ ଏଭଳି ନିୟମ ମଧ୍ୟ ରହିଛି ।
ମଙ୍ଗଳବାର ଠାରୁ ଭିସ୍ତାରା ବିମାନ ଏୟାର ଇଣ୍ଡିଆ ନାଁରେ ଉଡ଼ିବ। ଏହି ପରିବର୍ତ୍ତନ ସହିତ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଫୁଲ୍ ସର୍ଭିସ୍ ଏୟାର୍ଲାଇନ୍ରେ ବିମାନ ସଂଖ୍ୟା ଗୋଟିଏକୁ ହ୍ରାସ ପାଇବ।
ବିବାହ ପରେ ସୋନାକ୍ଷୀ ତାଙ୍କ ସ୍ୱାମୀ ଜହୀର ଇକ୍ବାଲ୍ଙ୍କ ସହ ମଜାଳିଆ ଭିଡିଓ ଶେୟାର କରି ଚାଲିଛନ୍ତି। ନିକଟରେ ଅଭିନେତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଖୁବ୍ ମଜା କରୁଥିବା ଦେଖିବାକୁ ମିଳେ।
ନେତା ଓଡ଼ିଶାର କିନ୍ତୁ ମଇଦାନ ଝାଡ଼ଖଣ୍ଡ । ଓଡ଼ିଆ ଭୋଟରଙ୍କ ମନ ଜିଣିବାକୁ ଓଡ଼ିଶାର କଂଗ୍ରେସ ଓ ବିଜେପି ନେତା ଡେରା ପକାଇଛନ୍ତି ଝାଡଖଣ୍ଡରେ ।
ବହୁ ପ୍ରତୀକ୍ଷିତ ଫିଲ୍ମ ‘କଙ୍ଗୁଭା’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ୩ ଦିନ ପୂର୍ବରୁ ଏହାର ଏକ ଚମତ୍କାର ଟ୍ରେଲର ମୁକ୍ତିଲାଭ କରିଛି, ଯାହା ସୂର୍ଯ୍ୟାଙ୍କ ପ୍ରଶଂସକଙ୍କୁ ଦମଦାର ମନୋରଞ୍ଜନ ଏବଂ ଆକ୍ସନ୍ ଦେଖେଇବାର ପ୍ରମାଣ ଦେଇଛି।
ଆଗକୁ ଆସୁଛି ବିବାହ ଋତୁ । ସୁନା କିଣିବାକୁ ଗହଣା ଦୋକାନରେ ଭିଡ଼ । ଗତକାଲି ଅପେକ୍ଷା ଆଜି କମିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ଅନୁମତି ଦେଇଥିବା ସ୍ୱୀକାର କଲେ ପିଏମ୍ ବେଞ୍ଜାମିନ୍ ନେତାନ୍ୟାହୁ । ଗତ ସେପ୍ଟେମ୍ବରରେ ଲେବାନନରେ ହୋଇଥିଲା ପେଜର ଆଟାକ୍।
ଟ୍ରମ୍ପ ନିଜର ନିର୍ବାଚନୀ ପ୍ରଚାର ବେଳେ କହିଥିଲେ ଯେ ‘ଯଦି ମୁଁ ନିର୍ବାଚନରେ ଜିତିବି ତେବେ, ଗୋଟିଏ ଦିନରେ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଦେବି ।’
ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଡିଂ କାଉନସେଲ୍ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସହକାରୀ ସରକାରୀ ଓକିଲ ଭାବେ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ ।
ତଥ୍ୟରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯଦି ଆପଣ ଗୁଗୁଲ୍ରେ ଅଷ୍ଟ୍ରେଲିଆ ଟାଇପ୍ କରନ୍ତି ତା’ହେଲେ ଆପଣ ସାଇବର ଅପରାଧୀଙ୍କ ନଜରକୁ ଆସନ୍ତି । ଅର୍ଥାତ୍ ଏଥିରୁ ଆମେ ବୁଝିପାରିବା ଯେ ଅଷ୍ଟ୍ରେଲିଆବାସୀ ଅଧିକ ସାଇବର ଆଟାକ୍ର ଶିକାର ହୋଇଥାନ୍ତି ।