Advertisment

Attack on Pakistani Army: ପାକିସ୍ତାନରେ ପୁଲୱାମା ଷ୍ଟାଇଲ୍ ଆଟାକ୍; ସେନା ଗାଡ଼ିକୁ ଟାର୍ଗେଟ୍, ୪୭ ମୃତ

ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ତୁର୍ବାଟ ସହରର ବେହମାନ୍ ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ । କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ସେନାର ୧୩ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ରହିଥିଲା ୫ଟି ବସ୍ ଓ ୭ଟି ମିଲିଟାରୀ ବସ୍।

author-image
Sonali Ojha
ଅଦ୍ୟତନ ହୋଇଛି
Pakistan-Balochistan Attack

Pakistan-Balochistan Attack

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା। । ୫ ବସ୍ ଓ ୭ ସେନା ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି। ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଥିବା ବେହମାନ୍ ଅଞ୍ଚଳରେ ଘଟିଛି ଏହି ବଡ଼ ଧରଣର ବିସ୍ଫୋରଣ । ଏଥିରେ ୪୭ ସୁରକ୍ଷାକର୍ମୀ ନିହତ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ଥିବା ସୂଚନା ମିଳିଛି। ଏନେଇ ବାଲୁଚିସ୍ତାନ ଲିବୋରେସନ୍ ଆର୍ମି (BLA) ପକ୍ଷରୁ ଦାବି କରାଯାଇଛି ।

Advertisment

ସୂଚନା ଅନୁସାରେ, ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ତୁର୍ବାଟ ସହରର ବେହମାନ୍ ଅଞ୍ଚଳରେ ଘଟିଛି ଏହି ବିସ୍ଫୋରଣ । କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ସେନାର ୧୩ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ରହିଥିଲା ୫ଟି ବସ୍ ଓ ୭ଟି ମିଲିଟାରୀ ବସ୍। ବେଲୁଚିସ୍ତାନ ଲିବରେସନ୍ ଆର୍ମି ଦାବି କରିଛି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି। କିଛି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ମିଲିଟାରୀ ଗାଡ଼ି ଧୂଳିସାତ ହୋଇଥିବା କହିଛି BLA। ବିସ୍ଫୋରଣରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି ।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ପୋଲିସ ଏବଂ ସୁରକ୍ଷା ବାହିନୀ । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସର କହିବା ଅନୁସାରେ, ବିସ୍ଫୋରଣରେ କ୍ରାଇମ ବ୍ରାଞ୍ଚର ବରିଷ୍ଠ ଏସଏସପି ଏବଂ ତାଙ୍କ ପରିବାରର ୬ଜଣ ସଦସ୍ୟ ଆହତ ହୋଇଛନ୍ତି । ବିସ୍ଫୋରଣ ଘଟିବା ବେଳେ କ୍ରାଇମବ୍ରଞ୍ଚ ଅଧିକାରୀ ଏବଂ ତାଙ୍କ ପରିବାର ସେହି ଅଞ୍ଚଳ ଦେଇ ଯାଉଥିଲେ।

Advertisment

ଅଧିକ ପଢ଼ନ୍ତୁ: ନୂଆବର୍ଷରେ OYOର ନୂଆ ନିୟମ; ଅବିବାହିତ ଯୋଡ଼ିଙ୍କୁ ଓୟୋ ହୋଟେଲ ରୁମ୍ ମନା!

ବାଲୁଚିସ୍ତାନର ବିଚ୍ଛିନ୍ନତାବାଦୀ ଉଗ୍ରବାଦୀ ସଂଗଠନ ବାଲୋଚିସ୍ତାନ ଲିବୋରେସନ୍ ଆର୍ମି (BLA) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହି ଆକ୍ରମଣ ବିଏଲଏର ଆତ୍ମଘାତୀ ବିସ୍ଫୋରଣକାରୀ ଦଳ ମାଜିଦ୍ ବ୍ରିଗେଡ୍ ଦ୍ୱାରା କରାଯାଇଛି ବୋଲି ଦାବି କରିଛନ୍ତି ଉକ୍ତ ସଂଗଠନ । ଏକ ବିବୃତ୍ତି ଜାରି କରି ଦାବି କରିଛି ଯେ, ବିଏଲଏର ଆତ୍ମଘାତୀ ଦଳ ମାଜିଦ୍ ବ୍ରିଗେଡ୍ ତୁର୍ବାଟରେ ପାକିସ୍ତାନୀ ସେନା ଗାଡି ଉପରେ ଆତ୍ମଘାତି ଆକ୍ରମଣ କରି ଅନେକ ସେନାଙ୍କ ସହ ସାଧାରଣ ଜନତାଙ୍କୁ ହତ୍ୟା କରିଛି। ଖୁବ ଶୀଘ୍ର ଏନେଇ ଏକ ବିସ୍ତୃତ ବିବରଣୀ ଦିଆଯିବ ବୋଲି ମଧ୍ୟ ସଂଗଠନ କହିଛି ।

ବାଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ମୀର ସରଫରାଜ ବୁଗତି ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ବୁଗତି ଏକ ବିବୃତ୍ତିରେ କହିଛନ୍ତି ଯେ, ଯେଉଁମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରନ୍ତି ସେମାନନେ ମଣିଷ ନୁହଁନ୍ତି । ଏହି ଆକ୍ରମଣକୁ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ସମାଲୋଚନା କରିଛନ୍ତି। ତେବେ ଗତ କିଛି ମାସ ମଧ୍ୟରେ, ବିଏଲଏ ବାଲୁଚିସ୍ତାନରେ ଅନେକ ଆକ୍ରମଣ କରିଛି।

ଅଧିକ ପଢ଼ନ୍ତୁ: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା

Attack Pakistan Soldiers Pakistan
Advertisment
Advertisment