/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736061078.jpg)
Sky Force Trailer Out
୨୦୨୪ ବର୍ଷ ଅକ୍ଷୟ କୁମାରଙ୍କ ପାଇଁ ବିଶେଷ କିଛି ନ ଥିଲା। ‘ବଡେ ମିୟାଁ ଛୋଟେ ମିୟାଁ’, ‘ସର୍ଫିରା’, ‘ଖେଲ୍ ଖେଲ୍’ ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିବାବେଳେ ‘ସିଙ୍ଘମ୍ ଏଗେନ୍’ରେ ଖିଲାଡି କୁମାରଙ୍କ କୈମିଓ ଯାଦୁ ସେତେଟା କାମ କରି ନ ଥିଲା।
କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ୨୦୨୫ର ପ୍ରଥମ ଚଳଚ୍ଚିତ୍ରର ଟ୍ରେଲର୍ ସାମ୍ନାକୁ ଆସିଛି। ଏହି ଫିଲ୍ମ ଜାନୁଆରୀ ୨୪ରେ ରିଲିଜ୍ ହେବାକୁ ପ୍ରସ୍ତୁତ। ଏହି ଫିଲ୍ମ ମାଧ୍ୟମରେ ବୀର ପାହାଡିଆ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି, ଯାହାକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି। ତେବେ କିଛି ଲୋକ କହୁଛନ୍ତି ଯେ ଅକ୍ଷୟ କୁମାରଙ୍କ ଏହି ନୂଆ ଫିଲ୍ମ ରିମେକ୍ ନୁହେଁ ତ?
ଇନ୍ଷ୍ଟାଗ୍ରାମ୍ରେ ‘ସ୍କାଏ ଫୋର୍ସ’ର ଟ୍ରେଲର୍ ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, “ଏହି ଗଣତନ୍ତ୍ର ଦିବସରେ, ଜଣେ ବୀରଙ୍କ ବଳିଦାନର ଅବିସ୍ମରଣୀୟ କାହାଣୀ ଦେଖନ୍ତୁ - ଭାରତର ପ୍ରଥମ ତଥା ସବୁଠାରୁ ବଡ ଘାତକ ଏୟାର ଷ୍ଟ୍ରାଇକ୍। ମିଶନ୍ # ସ୍କାଇଫୋର୍ସ - ପ୍ରେକ୍ଷାଳୟରେ ୨୪ ଜାନୁୟାରୀ ୨୦୨୫। ସ୍କାଏ ଫୋର୍ସ ଟ୍ରେଲର୍ ଆସିଯାଇଛି।”
ଅଧିକ ପଢ଼ନ୍ତୁ: ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ
ମୁକ୍ତିଲାଭ କରିଥିବା ଟ୍ରେଲର୍ ୧୯୬୫ର ଭାରତ-ପାକିସ୍ଥାନ ଯୁଦ୍ଧ ଉପରେ ଆଧାରିତ। ଅକ୍ଷୟ କୁମାର ଜଣେ ଭାରତୀୟ ବାୟୁସେନା ଅଧିକାରୀ ଭାବରେ ଉଗ୍ର ଓ ସିଧା ସଳଖ ଭୂମିକାରେ ଫେରୁଥିବାବେଳେ ବୀର ପାହାଡିଆ ଜଣେ ସହକର୍ମୀ ଭାବରେ ଅଭିନୟ କରିଛନ୍ତି।
ଅକ୍ଷୟ କୁମାରଙ୍କ ଦ୍ୱାରା ପାକିସ୍ତାନକୁ ଏକ ଶକ୍ତିଶାଳୀ ଚେତାବନୀ ଦେଉଥିବା ବେଳେ ଟ୍ରେଲର୍ର ଆରମ୍ଭ ହୁଏ। କାରଣ ସେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ବୀର ପାହାଡିଆ ଆକ୍ରମଣ ସମୟରେ ନିଖୋଜ ହୋଇଯାଆନ୍ତି, ସେତେବେଳେ ଅକ୍ଷୟ ବିଶ୍ୱାସ କରନ୍ତି ଯେ, ସେ ଜୀବିତ ଅଛନ୍ତି ଏବଂ ପାକିସ୍ତାନରେ ଫସି ରହିଛନ୍ତି।
ଅଧିକ ପଢ଼ନ୍ତୁ: ଆସିଲା ‘ଗେମ୍ ଚେଞ୍ଜର୍’ର ଦମଦାର ଟ୍ରେଲର; ଆକ୍ସନ୍ ଅବତାରରେ ରାମ ଚରଣ
ସାରା ଅଲି ଖାନ ବୀର ପାହାଡିଆଙ୍କ ପ୍ରେମିକା ଭାବେ ଅଭିନୟ କରିଛନ୍ତି। ସେହିପରି ନିମୃତ କୌର ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକାରେ ନଜର ଆସୁଛନ୍ତି।
ସୂଚନାଯୋଗ୍ୟ ଯେ 'ସ୍କାଏ ଫୋର୍ସ' ହେଉଛି ସନ୍ଦୀପ କେୱାଲାନୀ ଏବଂ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ର। ଅକ୍ଷୟ କୁମାର ଏବଂ ବୀର ପାହାଡିଆଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ପ୍ରଥମ ଝଲକ ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛି।
ବୀର ପାହାଡିଆ ହେଉଛନ୍ତି ଜାହ୍ନବୀ କପୁରଙ୍କ ଚର୍ଚ୍ଚିତ ବୟ ଫ୍ରେଣ୍ଡ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)