/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736142866.jpg)
ATMରୁ ଉଠିବ ଇପିଏଫ୍ ଟଙ୍କା
ଇପିଏଫ୍ଧାରୀଙ୍କ ପାଇଁ ବଡ଼ ଖବର । ଯଦି ଆପଣ କୌଣସି ସରକାରୀ କମ୍ବା ବେସରକାରୀ ଚାକିରି କରୁଛନ୍ତି, ଆଉ ଆପଣଙ୍କର ଇପିଏଫ୍ ଆକାଉଣ୍ଟ୍ ରହିଛି ତା ହେଲେ ଆପଣଙ୍କୁ ମିଳିବ ଏକ ସ୍ୱତନ୍ତ୍ର ଏଟିଏମ କାର୍ଡ୍ । ଆଉ ଏହି କାର୍ଡ୍ ସାହାଯ୍ୟରେ ଆପଣ ଇପିଏଫରୁ ଟଙ୍କା ଉଠାଇ ପାରିବେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫଓ) ଖୁବଶୀଘ୍ର ଏଥିପାଇଁ ଏକ ନୂଆ ସଫ୍ଟୱେର୍ ଆଣିବାକୁ ଯାଉଛି । ୨୦୨୫ ଶେଷ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ। ପୂର୍ବରୁ ଏ ନେଇ ଆଲୋଚନା ହେଉଥିବା ବେଳେ କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ପୁଣିଥରେ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢ଼ନ୍ତୁ: ନୂଆବର୍ଷରେ OYOର ନୂଆ ନିୟମ; ଅବିବାହିତ ଯୋଡ଼ିଙ୍କୁ ଓୟୋ ହୋଟେଲ ରୁମ୍ ମନା !
ଏହା ବାସ୍ତବ ରୂପ ନେଲେ ସାରା ଦେଶରେ ପାଖାପାଖି ୭ କୋଟି ଇପିଏଫ୍ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ଜୁନ୍ ଶେଷସୁଦ୍ଧା ସଫ୍ଟୱେର୍ ବ୍ୟବସ୍ଥା କରାଯିବ । ଏବଂ ହିତାଧିକାରୀଙ୍କୁ ଏକ ଏକ୍ସକ୍ଲୁସିଭ୍ ଇପିଏଫ ଡେବିଟ୍ କାର୍ଡ୍ ପ୍ରଦାନ କରାଯିବ । ଯେତିକି ପରିମାଣର ଟଙ୍କା ସେମାନେ ଉଠାଇବା ପାଇଁ ଆବେଦନ କରିଥିବେ ତାହା ସେମାନେ ଏଟିଏମରୁ ଉଠାଇ ପାରିବେ । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ କର୍ମଚାରୀମାନେ ଇପିଏଫ୍ ଟଙ୍କା ଉଠାଇବା ପାଇଁ ଆବେଦନ କଲେ ଅନଲାଇନ୍ କ୍ଲେମ୍ ସେଟେଲମେଣ୍ଟ ପାଇଁ ପାଖାପାଖି ୧୦ ଦିନ ଲାଗୁଥିଲା ବେଳେ ତା ପରେ ଯାଇ ବ୍ୟାଙ୍କ ଖାତାକୁ ଟଙ୍କା ଆସୁଛି । ନୂତନ ବ୍ୟବସ୍ଥା ହେଲା ପରେ ଏଥିରେ ଆହୁରି ସୁଧାର ଆସିବ ବୋଲି ଆଶା କରାଯାଉଛି ।
ପେନସନ୍ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ସହିତ ହିତାଧିକାରୀଙ୍କୁ ସେମାନଙ୍କର ଅର୍ଥରାଶି ପାଇବାରେ ସରଳ ନୀତି ଆପଣାଇବା ଆଦି କ୍ଷେତ୍ରରେ ଏ ପ୍ରୟାସ ଚାଲିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ଏହି ବ୍ୟବସ୍ଥା ନିର୍ଦ୍ଦିଷ୍ଟ କେଉଁ ଦିନରୁ ଆରମ୍ଭ ହେବ ଏବଂ ଏଟିଏମ୍ କାର୍ଡ୍ କେବେ ମିଳିବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ଦିନ ଘୋଷଣା କରାଯାଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)