Advertisment

Oyo Room Rule Change: ନୂଆବର୍ଷରେ OYOର ନୂଆ ନିୟମ; ଅବିବାହିତ ଯୋଡ଼ିଙ୍କୁ ଓୟୋ ହୋଟେଲ ରୁମ୍ ମନା!

ଯୁବକ ଯୁବତୀଙ୍କୁ ଏଣିକି OYO ହୋଟେଲ ମାନା ! ହୋଟେଲ ଚେକ୍‌-ଇନ୍‌ ନିୟମରେ ବଡ଼ ପରିବର୍ତ୍ତନ ଆଣିଲା OYO । OYO କମ୍ପାନୀ ପକ୍ଷରୁ ନୂଆବର୍ଷରେ କିଛି ନୂଆ ନିୟମ ଅଣାଯାଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Oyo Room Rule Change

Oyo Room Rule Change

ବିବାହିତ ସାବଧାନ ! ନୂଆବର୍ଷରେ OYOର ନୂଆ ନିୟମ ! ଯୁବକ ଯୁବତୀଙ୍କୁ ଏଣିକି OYO ହୋଟେଲ ମାନା ! ହୋଟେଲ ଚେକ୍‌-ଇନ୍‌ ନିୟମରେ ବଡ଼ ପରିବର୍ତ୍ତନ ଆଣିଲା OYO । OYO କମ୍ପାନୀ ପକ୍ଷରୁ ନୂଆବର୍ଷରେ କିଛି ନୂଆ ନିୟମ ଅଣାଯାଇଛି । ଏଣିକି ଅବିବାହିତ ଯୁବତୀ ଯୁବତୀ ମାନଙ୍କ ପାଇଁ କିଛି ନିୟମ କରାଯାଇଛି । 

Advertisment

ନୂଆ ନିୟମ ଅନୁସାରେ ଏଣିକି ଅବିବାହିତ ଦମ୍ପତି ଏବେ ରୁମ୍ ବୁକ କରିପାରିବେ ନାହିଁ । ରୁମ୍‌ ବୁକ୍‌ କରିବାକୁ ହେଲେ ଯଥେଷ୍ଟ ପ୍ରମାଣ ଦେବାକୁ ହେବ । ଯଦି ଜଣେ ଯୁବତୀ ଓ ଯୁବକ ରୁମ୍‌ ବୁକ୍‌ କରନ୍ତି ତେବେ ତାଙ୍କୁ ପ୍ରମାଣ ଦେବାକୁ ପଡ଼ିବ । ଅଫଲାଇନ୍‌ ହେଉ କି ଅନଲାଇନ୍‌ ଯେଉଁଥିରେ ବି ରୁମ୍‌ ବୁକ୍‌ କରନ୍ତି ସମାନ ନିୟମ ଲାଗୁ ହେବ । 

ଅଧିକ ପଢ଼ନ୍ତୁ: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା

Advertisment

ସବୁଠାରୁ ବଡ଼ କଥା ହେଉଛି, ଏହି ସବୁ ନିୟମ କେବଳ ମେରଟରେ ଲାଗୁ କାରାଯିବା ନେଇ କମ୍ପାନୀ କହିଛି । ଯଦି ସେଠାରେ ଏହି ନିୟମ ଲାଗୁ ହେବା ପରେ କମ୍ପାନୀକୁ ଭଲ ଫିଡ୍‌ ବ୍ୟକ୍‌ ମିଳେ ତେବେ ବାକି ସହର ଗୁଡ଼ିକରେ ଏହି ନିୟମ ଲାଗୁ କରିବାକୁ କମ୍ପାନୀ ବିଚାର ନେବ। ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ଆହୁରି କୁହାଯାଉଛି ଯେ, ଅବିବାହିତ ଯୁବକ ଯୁବତୀ ମାନଙ୍କୁ ରୁମ୍‌ ନଦେବାକୁ ମେରଟ ବାସିନ୍ଦା ଅପିଲ୍‌ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏପରି ଏକ ପଦକ୍ଷେପ ନେଇଥିବା କୁହାଯାଇଛି । 

ତେବେ ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟ ଗୁଡ଼ିକରେ OYO ରୁମ୍‌ ବୁକିଂରେ କିଛି ପରିବର୍ତ୍ତନ ହୋଇଥିବା ସମ୍ପର୍କରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । 

ଅଧିକ ପଢ଼ନ୍ତୁ: ୧୫ ହଜାର କୋଟିର ଅମ୍ବାନୀ ମହଲ...୬ ସଦସ୍ୟଙ୍କ ପାଇଁ ତିଆରି ହୋଇଛି ୪ ଲକ୍ଷ ବର୍ଗଫୁଟର ଘର

OYO
Advertisment
Advertisment