ସାଇରନ୍ ଓ ହର୍ଣ୍ଣ ବଜାଇବା ପରେ ମଧ୍ୟ ଉକ୍ତ କାର ଡ୍ରାଇଭର ଆମ୍ବୁଲାନ୍ସକୁ ସାଇଡ୍ ଦେଇନଥିଲେ । ଯାହାଫଳରେ ଉକ୍ତ କାର ମାଲିକ ଉପରେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା ଲଗାଇବା ସହ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି କେରଳ ପୋଲିସ୍ ।
ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। ସେ ନିଆଁର ଆଁ ଭିତରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବଞ୍ଚାଇଛନ୍ତି । କିନ୍ତୁ ନିଜର ଦୁଇ ଯମଜ ଶିଶୁ କନ୍ୟାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କର ଏହି ବୀରତ୍ୱର କଥା ଯେତିକି ପ୍ରଶଂସାଯୋଗ୍ୟ ସେତିକି ହୃଦୟ ବିଦାରକ ମଧ୍ୟ।
ଆଜିକାଲି ଲୋକମାନେ କୃତଘ୍ନ ହୋଇଯାଉଛନ୍ତି। ସେମାନଙ୍କୁ ସାହାଯ୍ୟ କରିଥିବା ଲୋକଙ୍କୁ ପ୍ରତିଦାନ ତ ଦେବା ଦୂରର କଥା ସେମାନଙ୍କୁ ଅଚିହ୍ନା ପରି ବ୍ୟବହାର କରୁଛନ୍ତି। ମାତ୍ର ମଧ୍ୟପ୍ରଦେଶର ଭୋପାଳରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ।
ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି। ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା। ଏହାପରେ ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା।
କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ପ୍ରାଚୀନ ପରମ୍ପରା ଉପରେ ଆଧାର କରି ପ୍ରାକୃତିକ ଚିକିତ୍ସା ଏକ ରୋଗ ନିରାକରଣ ପଦ୍ଧତି। ପ୍ରକୃତିର ପାଞ୍ଚ ଉପାଦାନ ମୃତ୍ତିକା(ମାଟି), ଜଳ(ପାଣି), ସୂର୍ଯ୍ୟ କିରଣ(ଅଗ୍ନି), ବାୟୁ ଏବଂ ଆକାଶ ଭଳି ଉପାଦାନ ଦ୍ୱାରା ଶରୀରକୁ ଶୁଦ୍ଧ ଏବଂ ଠିକ୍ କରିବା ଉପଯୁକ୍ତ ଉପାୟ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ । ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଯୋଗଦେଲେ ।
ପ୍ରତ୍ୟେକ ଛାତ୍ର ଏହି ୧୦ଟି ଅଧିକାରକୁ ଉପଭୋଗ କରିବା ଉଚିତ। ଏଥିରୁ ବଞ୍ଚିତ ହେଲେ ସେମାନେ କରିପାରିବେ ସ୍ୱର ଉତ୍ତୋଳନ। ଆସନ୍ତୁ ସେସବୁ ଅଧିକାର ବିଷୟରେ ଜାଣିବା।
ଅପସ୍ମାର ଏମିତି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି ମୂର୍ଚ୍ଛା ହୋଇଯାଏ। ଏହା ଅନେକ ସମୟରେ ସାମାନ୍ୟ ହୋଇଥିଲେ ବି ବେଳେବେଳେ ଗମ୍ଭୀର ରୂପ ନେଇଥାଏ। ତେବେ ଏହି ରୋଗ କ’ଣ, ଏହାର ଲକ୍ଷ୍ମଣ କିପରି ଆସନ୍ତୁ ଜାଣିବା।
ଫିଲ୍ମ 'କଙ୍ଗୁଭା' ବକ୍ସ ଅଫିସରେ ବିଫଳ ହୋଇଥିବା ଜଣାପଡିଛି। ତିନି ଦିନ ମଧ୍ୟରେ ଫିଲ୍ମ ସେମିତି କିଛି କରିପାରିନି ଯେମିତି ଆଶା କରାଯାଉଥିଲା। ତେବେ ଆସନ୍ତୁ ୩ ଦିନରେ ସାରା ଦେଶରେ ଫିଲ୍ମ କେତେ କୋଟି ରୋଜଗାର କରିଛି ସେ ବିଷୟରେ ଜାଣିବା।
ରେଳ ବିଭାଗର RITES ନେଇ ଆସିଛି ଚାକିରି ସୁଯୋଗ। ଏନେଇ RITES ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ମହିଳା ସଶକ୍ତୀକରଣ ଓ ଦେଶ ସୁରକ୍ଷାରେ ବଢିଲା ମହିଳାଙ୍କ ଗୁରୁତ୍ବ। ପ୍ରଥମଥର ପାଇଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସରେ ଗଠନ ହେବ ସ୍ୱତନ୍ତ୍ର ମହିଳା ବାଟାଲିୟନ୍।
ଆଜି ବି କ୍ରମାଗତ ଭାବେ ପଞ୍ଚମ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ଭୟଙ୍କର ରହିଛି । ସକାଳ ୭ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୨୮ ରହିଥିଲା।
ସ୍କୁଲରେ ଘଟିଲା ବଡ଼ଧରଣର ହତ୍ୟାକାଣ୍ଡ । ସ୍କୁଲ୍ରେ ହେଲା ଛୁରାମାଡ଼ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।
ବାରାମତୀରେ ଲଢେଇ ତୀବ୍ର ହୋଇଛି ବାରାମତୀ ବିଧାନସଭା ଆସନରେ । ଏହି ଆସନରେ ଶରଦ ପାୱାରଙ୍କ ପୁତୁରା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଲଢୁଛନ୍ତି ଶରଦ ପାୱାରଙ୍କ ସଂପର୍କୀୟ ନାତି ଯୁଗେନ୍ଦ୍ର ପାୱାର । ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ ହେଉଛନ୍ତି ଯୁଗେନ୍ଦ୍ର ।
ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।
ଇନଷ୍ଟାଗ୍ରାମ୍ ଲାଇଭ୍ରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମର ରିଅଲ ଟାଇମ ଆଲର୍ଟ ସିଷ୍ଟମ ଏବଂ ପୋଲିସର ସଜାଗତା ଯୋଗୁଁ ଯୁବକଙ୍କ ଜୀବନ ରକ୍ଷା କରାଯାଇପାରିଛି।
ମିଚିଗାନର ଜଣେ ଗ୍ରାଜୁଏଟ୍ ଛାତ୍ରଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହୋମୱାର୍କ ପାଇଁ ସେ ଚାଟବଟ୍ ଜେମିନିର ସାହାଯ୍ୟ ଲୋଡ଼ିଥିବା ବେଳେ ତାଙ୍କ ସହ ଏମିତି କିଛି ଘଟିଛି ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ବା ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଏହା ମୁକ୍ତ ଭାବେ ଖବର ପରିବେଷଣ ଓ ତଥ୍ୟ ପ୍ରଦାନ କରିବା ସହ ସରକାରଙ୍କୁ ଉତ୍ତରଦାୟୀ କରିବାର କ୍ଷମତା ରଖିଛି । କିନ୍ତୁ ଏବେ ଫେକ୍ ନ୍ୟୁଜ୍ ସାଜିଛି ବିପଦ ।
କାର୍ଟି ଅନ୍ୟ ଏକ ଗାଡିକୁ ଓଭରଟେକ୍ କରିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଦିଗ ବଦଳାଇ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଗୁଣ୍ଡ ହୋଇଯାଇଛି।
ଖାଇଲେ ବସିଲେ ଶୋଇଲେ ଉଠିଲେ, ସବୁ ସମୟରେ... ଯୁବ ପିଢ଼ିରୁ ଆରମ୍ଭ କରି ବଡ଼ମାନେ ମଧ୍ୟ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।
ପୋଲିସ ଅଫିସର ଜଣଙ୍କ ପୂର୍ବରୁ ଆଭାସ୍ ପାଇସାରିଥିଲେ ଯେ, ଆଜିକାଲି କିଛି ଠକମାନେ ଏମିତି ଫର୍ମୁଲା ପକାଇ ଲୋକଙ୍କୁ ଲୁଟ୍ କରୁଛନ୍ତି ।
ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ସରକାର। ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ଅତିରିକ୍ତ ୨ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୁଖ୍ୟତଃ ମହା ବିକାଶ ଅଘାଡି ଓ ମହାୟୁତି ମଧ୍ୟରେ ଲଢେଇ ହେଉଛି । କିନ୍ତୁ ଛୋଟ ଦଳଗୁଡିକର ରହିଛି ବଡ ଭୂମିକା । ସରକାର ଗଠନରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS), AIMIM, ବଞ୍ଚିତ ବହୁଜନ ଅଘାଡି (VBA) ଭଳି ଦଳ, ମେଣ୍ଟ ଓ କିଛି ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିପାରନ୍ତି ।
ଦୌଡ଼ି ପଳାଇବା ବେଳେ ସୁପାରି କିଲରକୁ ଧରିଲେ ଲୋକ । CCTVରେ ସମ୍ପୂର୍ଣ୍ଣ ଘଟଣା କଏଦ, ପୋଲିସର ତଦନ୍ତ ଆରମ୍ଭ ।
ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ୍ ଗାଡି ଚଳାଚଳ ବ୍ୟାନ୍ । ସରକାରଙ୍କ ମୁକାବିଲା କାର୍ଯ୍ୟଶୈଳୀ ଉପରେ ବର୍ଷିଲା ବିଜେପି ।