ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।
ଭାରତ ନ୍ୟୁଜିଲାଣ୍ତ ମ୍ୟାଚ ପୂର୍ବରୁ ସୋସିଆଲ ମିଡ଼ିଆ X ରେ ଧମକପୂର୍ଣ୍ଣ ଟ୍ୱିଟ । ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟକୁ ଟ୍ୟାଗ କରି ଧମକ ଦେଇଛି ସନ୍ଦିଗ୍ଧ ।
ୱାନ୍ଖେଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ସହ ମୁକାବିଲା କରିବ। ଏହି ମ୍ୟାଚ୍ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମ୍ୟାଚ୍ରେ ଭାରତକୁ ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ପଡିବ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ୍ ଭାରତକୁ ପରାସ୍ତ କରିଥିଲା। ଏଭଳି ପରିସ୍ଥିତିରେ ଭାରତକୁ ଏଥର ଜିତି ପ୍ରତିଶୋଧ ନେବାକୁ ପଡିବ।
ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ... ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା.. କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା..
AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ସେମି ସଂଘର୍ଷ... ଆଜି ମୁମ୍ବାଇ ୱାଙ୍ଖଡ଼େରେ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍, ପଡ଼ିଆରେ ପହଞ୍ଚି ଦୁଇ ଟିମ୍ ର ଅଭ୍ୟାସ... ଟସ୍ ଉପରେ ଉଭୟ କ୍ୟାପଟେନଙ୍କ ନଜର...
ସାଧାରଣତଃ ଶୀତଦିନେ ଅନେକ ଶାରିରୀକ ସମସ୍ୟା ଆସିଥାଏ। ଥଣ୍ଡା ଠାରୁ ଆରମ୍ଭ କରି ଅନେକ ପୁରୁଣା ରୋଗର ସମ୍ମୁଖିବ ହେବାକୁ ପଡିଥାଏ। କିନ୍ତୁ ଆୟୁର୍ବେଦିକ ଶାସ୍ତ୍ର ଅନୁସାରେ ଶୀତଦିନେ ମଧ୍ୟ ଏମିତି କିଛି ନିୟମ ଅଛି ଯାହାକୁ ପାଳନ କରି ଜଣେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ।
ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ଆଜି (ସୋମବାର) ପରଲୋକ ଘଟିଛି।
ଜେଜେ ଗାଡ଼ି ପାର୍କ କରୁଥିଲେ, ନାତି ଘର ସାମ୍ନାରେ ଖେଳୁଥିଲା । କିନ୍ତୁ ଗାଡ଼ି ତଳେ ଚାପି ହୋଇ ନାତିର ଜୀବନ ଯାଇଛି ।
ଟିକେଟ୍ ବ୍ଲାକ୍ ହେଉଥିବା ଜାଣି ମୁମ୍ବାଇ ପୋଲିସ ଚଢ଼ାଉ କରି ବ୍ଲାକ୍ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଟିକେଟ ଜବତ କରିଛି । ଏହି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ୍-୧ର ଡିସିପି ପ୍ରବୀଣ ମୁଣ୍ଡେ ।
ବିଶ୍ୱକପରୁ ପାକିସ୍ତାନ ବାହାର ହୋଇଛି। ଏଭଳି ପରିସ୍ଥିତିରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକ୍ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।
'ଟାଇଗର ୩' ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ସଲମାନଙ୍କ କ୍ୟାରିୟରର ସର୍ବୋତ୍ତମ ଆରମ୍ଭ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ରୋଜଗାର କରି ଚଳିତ ବର୍ଷର ବ୍ଲକ୍ବଷ୍ଟର 'ଗଦର ୨' କୁ ଅତିକ୍ରମ କରିଛି। ଏହା 'ଜବାନ'କୁ ମଧ୍ୟ ରୋଜଗାରରେ ପଛରେ ପକାଇ ଦେଇଛି।
ଟିଟିପିର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ...ପାକିସ୍ତାନ ସେନାକୁ ‘ତେହରିକ-ଏ-ତାଲିବାନ’ର ଟାର୍ଗେଟ...ଟିଟିପି’ର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ....
ଦ୍ରୁତ ଗତିରେ ଆସି ଟ୍ରକ୍କୁ ପିଟିଲା କାର୍, ଚାଲିଗଲା ୬ ବନ୍ଧୁଙ୍କ ଜୀବନ
ବର୍ତ୍ତମାନ ସାରା ବିଶ୍ୱରେ ୫ ହଜାର ଲକ୍ଷରୁ ଅଧିକ ଲୋକ ମଧୁମେହରେ ପୀଡିତ ଅଛନ୍ତି ଏବଂ ଆସନ୍ତା ୩୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୧୩୦ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଛି। ମଧୁମେହର ଆଶଙ୍କା କମାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଏ।
ପୂର୍ବରୁ ୪୧ ବର୍ଷିୟ ଭାରତୀୟ ବଂଶୋଦ୍ଭବ ହରପ୍ରୀତ ସିଂହ ଉତ୍ପଳ ଏବଂ ତା’ର ୧୧ ବର୍ଷର ପୁଅକୁ ଗୁଳି କରି ହତ୍ୟା ପରଠୁ ଲାଗିରହିଥିବା ଗ୍ୟାଙ୍ଗୱାର ଉଗ୍ରରୂପ ନେଇଛି
ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତୁ ୫ଟି ସହଜ ଯୋଗାସନ ବିଷୟରେ ଜାଣିବା ଯାହା ମଧୁମେହ ପାଇଁ ରାମବାଣ କରି କାମ କରେ।
ଆଜି ‘ଶିଶୁ ଦିବସ’। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଜନ୍ମଦିନ ୧୪ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରାଯାଏ। ଏହି ଦିନ ପିଲାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଶିକ୍ଷା ଦିଆଯାଏ। ଆସନ୍ତୁ ଜାଣିବା ଭାରତୀୟ ସମ୍ବିଧାନ ଅନୁସାରେ ପିଲାମାନେ କେଉଁସବୁ ଅଧିକାରକୁ ଉପଭୋଗ କରିବା ଉଚିତ।
ସିନେମା ଚାଲିଥିବା ବେଳେ ହଲ୍ ଭିତରେ ଭାଇଜାନ୍ ଫ୍ୟାନଙ୍କ ବାଚାଳାମୀ। ମହାରାଷ୍ଟ୍ର ମାଲେଗାଁଓରେ ଟାଇଗର ଥ୍ରୀ ଫିଲ୍ମର ନାଇଟ୍ ସୋ ହଠାତ୍ ନନଷ୍ଟପ୍ ବାଣ ଫୁଟାଇଥିଲେ ଫ୍ୟାନ୍। ଅବଶ୍ୟ ଏଭଳି ନକରିବାକୁ ସଲମାନ୍ ନିଜେ ଅପିଲ୍ କରିଛନ୍ତି।
ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ। ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ।
ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ 'ଟାଇଗର ୩' ସ୍କ୍ରିନିଂ ସମୟରେ ସିନେମା ହଲ୍ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।
ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।
ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।