Advertisment

'ଜବାନ' ଆଉ 'ଗଦର ୨'ର ରେକର୍ଡ ଭାଙ୍ଗିଲା 'ଟାଇଗର ୩'; ଦ୍ୱିତୀୟ ଦିନରେ ଜବରଦସ୍ତ ରୋଜଗାର

'ଟାଇଗର ୩' ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ସଲମାନଙ୍କ କ୍ୟାରିୟରର ସର୍ବୋତ୍ତମ ଆରମ୍ଭ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ରୋଜଗାର କରି ଚଳିତ ବର୍ଷର ବ୍ଲକ୍‌ବଷ୍ଟର 'ଗଦର ୨' କୁ ଅତିକ୍ରମ କରିଛି। ଏହା 'ଜବାନ'କୁ ମଧ୍ୟ ରୋଜଗାରରେ ପଛରେ ପକାଇ ଦେଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Tiger 3 Box Office Collection Day 2

tiger-3 break box office record of jawan and gadar 2

ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ସଲମାନ ଖାନ, କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶ୍ମମୀଙ୍କ ଅଭିନୀତ 'ଟାଇଗର ୩' ମୁକ୍ତିଲାଭ କରିଛି। ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ସଲମାନଙ୍କ କ୍ୟାରିୟରର ସର୍ବୋତ୍ତମ ଆରମ୍ଭ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ରୋଜଗାର କରି ଚଳିତ ବର୍ଷର ବ୍ଲକ୍‌ବଷ୍ଟର 'ଗଦର ୨' କୁ ଅତିକ୍ରମ କରିଛି। ସେହିପରି ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ରେକର୍ଡ ଭଙ୍ଗା ରୋଜଗାର କରିଛି। ଏହା 'ଜବାନ' ଏବଂ 'ଗଦର ୨' ର ଦ୍ୱିତୀୟ ଦିନର ରୋଜଗାରକୁ ପଛରେ ପକାଇ ଦେଇଛି।

Advertisment

ଏକ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ ଷ୍ଟାରର 'ଟାଇଗର ୩' ର ଆନୁମାନିକ ଦ୍ୱିତୀୟ ଦିନର ସଂଗ୍ରହ ବକ୍ସ ଅଫିସରେ ଅତି କମରେ ୩୦ ପ୍ରତିଶତ ବୃଦ୍ଧିପାଇଛି। ଏହି ଫିଲ୍ମ ପ୍ରଥମ ଦିନରେ ୪୪.୫ କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ଦିନରେ, ଫିଲ୍ମ ସଂଗ୍ରହରେ ବହୁତ ଭଲ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରଟି ଭାରତରେ ୫୭.୫୦ କୋଟି ଟଙ୍କାର ନେଟ୍ ରୋଜଗାର କରିଛି।

ଦ୍ୱିତୀୟ ଦିନରେ ଜବରଦସ୍ତ ରୋଜଗାର କରି ସଲମାନ ଖାନଙ୍କ 'ଟାଇଗର ୩' ପ୍ରଥମ ହିନ୍ଦୀ ଫିଲ୍ମ ହୋଇଯାଇଛି। 'ଟାଇଗର ୩' ମଧ୍ୟ ଶାହରୁଖ ଖାନଙ୍କ 'ଜବାନ'ର ଦ୍ୱିତୀୟ ଦିନର ରୋଜଗାର ୫୩.୨୩ କୋଟିକୁ ଏବଂ ସନ୍ନି ଦେଓଲଙ୍କ 'ଗଦର ୨'ର ଦ୍ୱିତୀୟ ଦିନର ରୋଜଗାର ୪୩.୦୮ କୋଟିର ରେକର୍ଡକୁ କାଟିଦେଇଛି। 'ଟାଇଗର ୩' ଦୁଇ ଦିନରେ ୧୦୨କୋଟି ଟଙ୍କା ରୋଜଗାର କରିଛି।

Advertisment

ଅଧିକ ପଢ଼ନ୍ତୁ: ମନ କିଣିପାରୁନି ‘ଟାଇଗର ୩’; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

ରିପୋର୍ଟ ଅନୁଯାୟୀ, ଲୋକମାନେ ଦୀପାବଳି ପର୍ବରେ ଉତ୍ସବମୁଖର ଥିବାରୁ 'ଟାଇଗର ୩' ର ଦ୍ୱିତୀୟ ଦିନ ପ୍ରଥମ ଦିନ ଅପେକ୍ଷା ମନ୍ଥର ଆରମ୍ଭ ହୋଇଥିଲା, କିନ୍ତୁ ଭାରୀ ସ୍ପଟ୍ ବୁକିଂ ସହିତ ଅପରାହ୍ନରେ ଏକ ବଡ଼ ଧରଣର ବୃଦ୍ଧି ହୋଇଥିଲା। ତେବେ ଗୋବର୍ଦ୍ଧନ ପୂଜା ଏବଂ ଭାଇ ଦୂଜ୍ କାରଣରୁ ଫିଲ୍ମର ରୋଜଗାର ଆହୁରି ବୃଦ୍ଧି ପାଇପାରେ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ କ୍ରେଜ୍ ଦେଖିବାକୁ ମିଳୁଛି।

‘ଟାଇଗର ୩’ର ନିର୍ଦ୍ଦେଶନା ମନୀଷ ଶର୍ମା ଦେଇଛନ୍ତି। ଏହି ଫିଲ୍ମଟି ଟାଇଗର ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଏବଂ ୟଶ୍‌ ରାଜ୍‌ ଫିଲ୍ମସ୍ ସ୍ପାଇ ୟୁନିଭର୍ସର ପଞ୍ଚମ ଫିଲ୍ମ। ଏହି ସ୍ପାଇ ଥ୍ରୀଲରରେ ଶାହରୁଖ ଖାନଙ୍କ ଏକ ଆକ୍ସନ୍-ପ୍ୟାକ୍ କୈମିଓ ମଧ୍ୟ ଅଛି ଯାହାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ହ୍ରିତିକ ରୋଶନଙ୍କର ଏକ କୈମିଓ ମଧ୍ୟ ଅଛି। ଉଭୟ ତାରକାଙ୍କ କୈମିଓ ଦୃଶ୍ୟର ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

Salman Khan Katrina Kaif Bollywood Tiger 3 Imran Hasmi
Advertisment
Advertisment