• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଲା କାର୍‌ । ବୁଲିବା ପାଇଁ ବାହାରିଥିବା ବନ୍ଧୁଙ୍କର ଜୀବନ ଚାଲିଗଲା । ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀ-ଡେରାଡୁନ୍ ରାଜପଥ ନିକଟସ୍ଥ ଛପାରରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପଛପଟୁ ୨୨ ଚକିଆ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟିବା ମାତ୍ରେ କାରରେ ଥିବା ଲୋକମାନେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲେ । ଉଦ୍ଧାର କରିବା ପାଇଁ ଡାକ ପକାଇଥିଲେ । 

ସେମାନଙ୍କ ପାଟି ଶୁଣି ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇ ଯାଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ବହୁ ଚେଷ୍ଟା ପରେ ପୋଲିସ ମୃତଦେହ ଗୁଡ଼ିକୁ କାରରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେମାନଙ୍କ ପରିବାରରେ ଶୋକର ଲହରୀ ଖେଳି ଯାଇଛି ।

ସୂଚନା ଅନୁସାରେ ଆଜି ସକାଳେ ୫୮ ନଂ ଜାତୀୟ ରାଜପଥ ମୁଜାଫରନଗରରେ ଘଟିଛି ଏହି ଦୁର୍ଘଟଣା । ଏକ କାର୍ ଯୋଗେ ଛଅ ଜଣ ବନ୍ଧୁ ଦିଲ୍ଲୀରୁ ହରିଦ୍ୱାର ଅଭିମୁଖେ ବାହାରିଥିଲେ । ଏହି ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା କାର୍। ଫଳରେ ଘଟଣାସ୍ଥଳରେ ହିଁ ୬ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି‌ଥିଲେ ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଟ୍ରକ୍‌ ତଳେ ଲାଖିଯାଇଥିଲା କାର୍‌ । ଆଉ କାରକୁ କ୍ରେନ୍‌ ସହାୟତାରେ ବାହାର କରାଯାଇ ସେଥିରୁ ଶବଗୁଡ଼ିକୁ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର ପରେ ହସ୍ପିଟାଲ ପଠାଇ ଦିଆଯାଇଥିଲା । ଏବେ ଶବ ଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି।

ମୃତ ସାଙ୍ଗମାନେ ହେଲେ, ଶିବମ୍‌ ତ୍ୟାଗି, ପରେଶ ଶର୍ମା, କୁନାଳ ଶର୍ମା, ଧୀରଜ, ବିଶାଳ । ଅନ୍ୟ ଜଣେ ବନ୍ଧୁଙ୍କ ନାମ ଜଣାପଡ଼ି ନାହିଁ । ସେପଟେ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ କାର୍‌ଟି ଟ୍ରକ୍‌ ପଛରେ ଧକ୍କା ଖାଇଥିବା ପୋଲିସ ସୂଚନା ଦେଇଛି ।