• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜମ୍ମୁ କାଶ୍ମୀରରେ ବଡ଼ ଧରଣର ବସ ଦୁର୍ଘଟଣା । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଖାଇକୁ ବସଟି ଖସି ପଡ଼ିବାରୁ ଦୁର୍ଘଟଣା ହୋଇଛି । ଜାମ୍ମୁ କାଶ୍ମୀର ଡୋଡା ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବସ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚ ଜୋର ।

ଆଜି ସକାଳେ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ବସଟି ଗଭୀର ଖାତରେ ଖସି ପଡ଼ିଥିଲା । କୁହା ଯାଉଛି ଯେ, ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । JK02CN-6555 ନମ୍ବରର ବସଟି ପ୍ରାୟ ଚାଳିଶ ଜଣ ଯାତ୍ରୀଙ୍କୁ ନେଇ ନିଜ ଗନ୍ତବ୍ୟସ୍ଥଳୀକୁ ଯାଉଥିଲା ।

ତେବେ ବାଟରେ ଏହା ବାଟୋଟେ-କିଷ୍ଟୱର ଜାତୀୟ ରାଜପଥରେ ଟ୍ରୁଙ୍ଗାଲ-ଆସାର ନିକଟରୁ ରାସ୍ତାରୁ ଖସି ଯାଇ ୩୦୦ ଫୁଟ ତଳକୁ ଖସି ପଡିଥିଲା । ତେବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । କିଛି ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ।

ତେବେ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର । ଅନ୍ୟପଟେ ଗତ ଏକ ସପ୍ତାହ ମଧ୍ୟରେ ଡୋଡା ଜିଲ୍ଲାରେ ଏହା ହେଉଛି ଦ୍ୱିତୀୟ ସଡକ ଦୁର୍ଘଟଣା ।