• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଶ୍ୱକପ୍ ସେମିଫାଇନାଲ ଟିକଟ ଦର ଲକ୍ଷେ ପାର । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚର ଗୋଟିଏ ଗୋଟିଏ ଟିକେଟ ବ୍ଲାକରେ ଲକ୍ଷେ ୨୦ ହଜାରରେ ବିକ୍ରି ହେଉଛି । ଟିକେଟ୍ ବ୍ଲାକ୍‌ ହେଉଥିବା ଜାଣି ମୁମ୍ବାଇ ପୋଲିସ ଚଢ଼ାଉ କରି ବ୍ଲାକ୍ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଟିକେଟ ଜବତ କରିଛି । ଏହି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ୍-୧ର ଡିସିପି ପ୍ରବୀଣ ମୁଣ୍ଡେ ।

ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରିଛି । ମାମଲାରେ ଗିରଫ ଅଭିଯୁକ୍ତ ହେଲା ରୋସନ ଗୁରୁବକ୍ସାନି । ଘଟଣା ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି । ତେବେ ମ୍ୟାଚ ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ା କରିଥିବା ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।