Advertisment

କାହିଁକି ବନ୍ଧୁ ତାଲିବାନର ଶତ୍ରୁ ପାଲଟିଲା ପାକିସ୍ତାନ ? ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା..

ଟିଟିପିର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ...ପାକିସ୍ତାନ ସେନାକୁ ‘ତେହରିକ-ଏ-ତାଲିବାନ’ର ଟାର୍ଗେଟ...ଟିଟିପି’ର କ୍ରମାଗତ ଆକ୍ରମଣରେ କ୍ଷୁବ୍ଧ ଇସଲାମାବାଦ....

author-image
Prangyan Parimita
ଅଦ୍ୟତନ ହୋଇଛି
Pakistan Accuses Afghan Taliban of Controlling TTP

Taliban-Pakistan

ଘନଉଛି ପାକିସ୍ତାନ-ତାଲିବାନ ଯୁଦ୍ଧ ଆଶଙ୍କା। ପାକିସ୍ତାନ ସେନାକୁ ଟାର୍ଗେଟ କରି ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ବା ପାକିସ୍ତାନ ତାଲିବାନ କ୍ରମାଗତ ଆକ୍ରମଣ କରୁଥିବାରୁ କ୍ଷୁବ୍ଧ ହୋଇଛି ଇସଲାମାବାଦ। ତେଣୁ ସୀମା ଡେଇଁ ପାକିସ୍ତାନ ସେନା ଆଫଗାନିସ୍ତାନରେ କାର୍ଯ୍ୟାନୁଷ୍ଠାନ କରପାରେ ବୋଲି କୁହାଯାଉଛି। ଏହା ହେଲେ ତାଲିବାନ କେବେ ଏହାକୁ ବରଦାସ୍ତ କରିବ ନାହିଁ। ତେଣୁ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଅନିବାର୍ଯ୍ୟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।...

Advertisment

୨୦୨୧ ଅଗଷ୍ଟ ୧୫ । ତାଲିବାନ କାବୁଲ ଅକ୍ତିଆର କରିବା ପରେ ଖୁସିରେ ନାଚିଥିଲା ପାକିସ୍ତାନ। ଏମିତିକି ପାକିସ୍ତାନର ପଶ୍ଚିମସୀମା ସୁରକ୍ଷିତ ହୋଇଗଲା ଏବଂ କେବଳ ଭାରତକୁ ଲାଗିଥିବା ପୂର୍ବ ସୀମା ଉପରେ ଏଣିକି ନଜର ରହିବ ବୋଲି କହିଥିଲେ ସେତେବେଳେ ଆଇଏସଆଇ ମୁଖ୍ୟ ଥିବା ଫୟାଜ ହମିଦ। ତେବେ ଅଚିରେ ଉଭେଇ ଯାଇଥିଲା ପାକିସ୍ତାନର ଖୁସି। କାରଣ ପାକିସ୍ତାନ ଦେଖାଉଥିବା ରାସ୍ତାରେ ଚାଲିବାଲାଗି କୌଣସି ଆଗ୍ରହ ଦେଖାଇନଥିଲା ତାଲିବାନ। ତାସହିତ ପାକିସ୍ତାନ-ଆଫଗାନିସ୍ତାନ ସୀମା ଡୁରାଣ୍ଡ ଲାଇନକୁ ଗ୍ରହଣ କରିବାକୁ ମନା କରି ଦେଇଥିଲା ।

ଅଧିକ ପଢ଼ନ୍ତୁ: କାନାଡାରେ ପୁଣି ଗ୍ୟାଙ୍ଗୱାର, ହାଇପ୍ରୋଫାଇଲ୍ ଡ୍ରଗସ୍ ମାଫିଆ ପରମବୀରକୁ ହତ୍ୟା

Advertisment

ସେହିପରି ପାକିସ୍ତାନ ତାଲିବାନ ବା ଟିଟିପିକୁ ଦମନ ନେଇ ତାଲିବାନ ପାକିସ୍ତାନ ସରକାରଙ୍କୁ କୌଣସି ପ୍ରତିଶ୍ରୁତି ଦେଇନାହିଁ। ଏସବୁ ପ୍ରସଙ୍ଗକୁ ନେଇ ତାଲିବାନ ଓ ପାକିସ୍ତାନ ସରକାର ମଧ୍ୟରେ ସଂପର୍କ ତିକ୍ତ ହେବା ସହ ଅନାସ୍ଥା ଭାବ ବଢି ବଢି ଚାଲିଛି।...

ଆଫଗାନିସ୍ତାନ ମାଟିକୁ ଅନ୍ୟ ଦେଶ ବିରୁଦ୍ଧରେ ବ୍ୟବହାର ଲାଗି ଆଦୌ ଅନୁମତି ଦିଆଯିବନି ବୋଲି କ୍ଷମତା ଦଖଲ କରିବା ଘୋଷଣା କରିଥିଲା ତାଲିବାନ। ତେବେ କଥା ଓ କାର୍ଯ୍ୟରେ କେତେ ଫରକ ତାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପାକିସ୍ତାନ ସେନାକୁ ଟାର୍ଗେଟ କରି ବାରମ୍ବାର ଆକ୍ରମଣ କରୁଛି ତେହରିକ-ଏ-ତାଲିବାନ ଟିଟିପ। କେବଳ ୨୦୨୩ରେ ଟିଟିପି ଆକ୍ରମଣରେ ବହୁ ଅଫିସରଙ୍କରୁ ମିଶାଇ ପାକିସ୍ତାନ ସେନା ୨ଶହରୁ ଅଧିକ ଯବାନଙ୍କୁ ହରାଇଲାଣି। ଯାହା ପାକିସ୍ତାନ ମିଲିଟାରୀକୁ ଅଧର୍ଯ୍ୟ କରିଛି। ତେଣୁ ପାକିସ୍ତାନ ସେନା ସୀମା ଡେଇଁ ଆଫଗାନିସ୍ତାନରେ ଆଡ୍ଡା ଜମାଇଥିବା ତେହରିକ -ଏ-ତାଲିବାନ ଆତଙ୍କୀଙ୍କୁ ଟାର୍ଗେଟ କରିବା ସମ୍ଭାବନା ବଢିଯାଇଛି।...

ପାକିସ୍ତାନ-ତାଲିବାନ ସଂପର୍କ ..

ତାଲିବାନକୁ ସବୁବେଳେ ଆର୍ଥିକ ଓ ନୈତିକ ସମର୍ଥନ ଦେଇଆସିଛି ପାକିସ୍ତାନ। ୱାଶିଂଟନର କଥାକଥିତ ସହଯୋଗୀ ହୋଇଥିଲେ ମଧ୍ୟ ଆଫଗାନିସ୍ତାନରୁ ଆମେରକୀୟ ସୈନ୍ୟଙ୍କୁ ହଟାଇବା ଲାଗି ତାଲିବାନକୁ ସବୁ ସହଯୋଗ କରିଥିଲେ ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ। ତେବେ ତାଲିବାନର କାବୁଲ ଦଖଲ ପରେ ପାକିସ୍ତାନର ଦିବା ସ୍ୱପ୍ନ ଭାଗିଯାଇଥିଲା। ଖାସ କରି ଦୁଇ ଦେଶର ସୀମା ଡୁରାଣ୍ଡ ଲାଇନକୁ ମାନିବାକୁ ତାଲିବାନ ମନା କରିବା ପରେ ବଢିଯାଇଥିଲା ଇସଲାମାବଦର ଟେନସନ। ଅନ୍ୟପକ୍ଷରେ ପାକିସ୍ତାନରେ ଇସଲାମୀୟ ଶାସନ ବା ସରିଆ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଟିଟିପି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ସ୍ଥିତିରେ ନାହିଁ ତାଲିବାନ। ଯାହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଢୁଛି ତିକ୍ତତା।...

ଅଧିକ ପଢ଼ନ୍ତୁ: ଥମିବ କି ଇସ୍ରାଏଲ-ହମାସା ଲଢ଼େଇ ? ଭାରତ କରିବ ମଧ୍ୟସ୍ଥତା !

Pakistan Taliban
Advertisment
Advertisment