• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Kannada Star Puneeth Rajkumar
ସହି ପାରିଲେନି ପ୍ରିୟ ଅଭିନେତା ପୁନିତ୍‌ଙ୍କ ଦେହାନ୍ତ, ଜୀବନ ହାରିଦେଲେ ୩ ଫ୍ୟାନ୍‌

ସାଉଥ୍‌ ଆକ୍ଟର ତଥା କନ୍ନଡ ଅଭିନେତା ପୁନିତ୍‌ ରାଜକୁମାରଙ୍କ ଅଚାନକ୍‌ ଦେହାନ୍ତ ଖବରକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୪୬ ବର୍ଷ ବୟସରେ ସବୁଦିନ ପାଇଁ ସେ ଦୁନିଆକୁ ଅଲ୍‌ବିଦା କରିଛନ୍ତି। ହୃଦ୍‌ଘାତ ଯୋଗୁ ତାଙ୍କ ପରଲୋକ ହୋଇଛି।

Aryan Khan
ଜେଲ୍‌ରୁ ବାହାରିଲେ ଶାହରୁଖ ଖାନଙ୍କ ପୁଅ ଆର୍ୟନ

୨୮ ଦିନ ପରେ ଜେଲ୍‌ରୁ ବାହାରିଲେ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍‌। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ସେ ଜେଲ୍‌ରେ ଥିଲେ। ବମ୍ବେ ହାଇକୋର୍ଟରୁ ଆର୍ୟନଙ୍କୁ ଜାମିନ ମିଳିଛି।   

Actor Yusuf Hussain
ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା:ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ

ବଲିଉଡ୍‌ର ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ ହୋଇଛି। ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ।

covid 19
୨୪ ଘଣ୍ଟାରେ ରାଜ୍ୟରେ ୩୭୪ ପଜିଟିଭ ଚିହ୍ନଟ; ୪ ମୃତ

ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

Narendra Modi
ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରୋମ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲି ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘୀଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ରହିଥିବା ବନ୍ଧୁତ୍ୱକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରିଛନ୍ତି ଦୁଇ ନେତା ।

Pakistan wins against Afghanistan
ହ୍ୟାଟ୍ରିକ ବିଜୟ ସହ ତାଲିକାର ଶୀର୍ଷରେ ପାକିସ୍ତାନ୍

ଆଇସିସି ଟି-ଟ୍ବେଣ୍ଟି ବିଶ୍ୱକପ୍ ପ୍ରତିଯୋଗିତାରେ ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲର ନିକଟତର ହୋଇଛି ପାକିସ୍ତାନ । ଗତକାଲି ଦୁବାଇରେ ଖେଳାଯାଇଥିବା ସୁପର ୧୨ ଗ୍ରୁପ ୨ର ଏକ ମ୍ୟାଚରେ ବିପକ୍ଷୀ ଟିମ୍ ଆଫଗାନିସ୍ତାନକୁ ୫ ଓ୍ୱିକେଟରେ ହରାଇ ଲଗାତାର ତୃତୀୟ ବିଜୟ ହାସଲ କରିବାରେ ସମର୍ଥ ହୋଇଛି ପାକିସ୍ତାନୀ ଟିମ୍ ।

Pfizer
ଶିଶୁଙ୍କ ପାଇଁ କରୋନା କରୋନା କବଚ ଫାଇଜର୍‌...

କୋଭିଡ୍ କାଳରେ ଆମେରିକାର ଶିଶୁଙ୍କ ପାଇଁ କରୋନା କବଚ । ଆମେରିକାରେ ଶିଶୁ ମାନଙ୍କୁ ଦିଆଯିବ କୋଭିଡ୍ ଟିକା । ୫ରୁ ୧୧ ବର୍ଷ ଶିଶୁଙ୍କୁ ଫାଇଜର ଟିକା ଦିଆଯିବା ପାଇଁ ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Sukarno's Daughter
ହିନ୍ଦୁ ଧର୍ମ ଆପଣେଇଲେ ସୁକର୍ଣ୍ଣୋପୁତ୍ରୀ

ହିନ୍ଦୁ ଧର୍ମ ଆପଣାଇଲେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ । ନିଜର ୭୦ ତମ ଜନ୍ମ ଦିବସରେ ବାଲି ସ୍ଥିତ ସୁକର୍ଣ୍ଣୋ ସେଣ୍ଟରରେ କଡ଼ା ସୁରକ୍ଷା ଭିତରେ ଧର୍ମାନ୍ତରୀକରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁସଲିମ୍ ବହୁଳ ଜାକର୍ତ୍ତା ଠାରୁ ହିନ୍ଦୁ ବହୁଳ ବାଲିକୁ ଅଧିକ ପସନ୍ଦ କରୁଛନ୍ତି ସୁକମାବତୀ ।

Virat Kohli
ଅଲରାଉଣ୍ଡର ଅଭାବ ! ସାମ୍ନାରେ ନ୍ୟୁଜିଲ୍ୟାଣ୍ଡ, କ’ଣ କରିବ ଭାରତ ?

ଚଳିତ ବଶ୍ୱକପ ଟି-୨୦ ଜିତିବାର ପ୍ରବଳ ଦାବିଦାର ହେଉଛି ଭାରତ । ଦଳରେ ଅନେକ ମ୍ୟାଚ୍‌ ୱିନର ଅଛନ୍ତି। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପୂରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି ।

People were stunned to see grandma’s talent
ବୁଢୀମା’ଙ୍କ ପ୍ରତିଭା ଦେଖି ତାଜୁବ୍ ହେଲେ ଲୋକେ

ସୋସିଆଲ୍ ମିଡିଆ ଏମିତି ଏକ ପ୍ଳାଟ୍‌ଫର୍ମ ଯେଉଁଠି କିଛି ବି ପୋଷ୍ଟ୍‌ ହେବା କ୍ଷଣି ତାହା ସାଙ୍ଗେ ସାଙ୍ଗେ ଭାଇରାଲ୍ ହୋଇଥାଏ। ଅନେକ ବଣମଲ୍ଲୀଙ୍କୁ ପ୍ରସ୍ଫୁଟିତ କରିବା ନେଇ ସୋସିଆଲ୍ ମିଡିଆର ଅନେକ ଭୂମିକା ରହିଛି। ଦେଖାଯାଏ ଯେ ବେଳେବେଳେ ଗ୍ରାମାଞ୍ଚଳର ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରେ ନାହିଁ। କିନ୍ତୁ ସୋସିଆଲ୍ ମିଡିଆ ଏପରି ଏକ ପ୍ଲାଟ୍‌ଫର୍ମ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତିଭାକୁ ବିଶ୍ୱ ଦରବାରକୁ ଆଣିବାରେ ପ୍ରମୁଖ ମାଧ୍ୟମ ସାଜିଛି।

Aryan Khan
ଆଜି ବି ଜେଲ୍‌ରେ ରାତି କାଟିବେ ଆର୍ୟନ ଖାନ୍‌

ଆଜି ବି ଆର୍ଥର ରୋଡ୍ ଜେଲରେ ରାତି କାଟିବେ ଆର୍ୟନ ଖାନ୍। ଗତକାଲି ହାଇକୋର୍ଟରୁ ବେଲ୍ ପାଇଥିଲେ ବି ଔପଚାରିକତା ପୂରଣ ହୋଇନପାରିବାରୁ, ଆଜି ବି ଜେଲରୁ ତାଙ୍କୁ ମୁକୁଳାଇପାରି ନାହାନ୍ତି ବାପା ଶାହରୁଖ ଓ ତାଙ୍କ ଲିଗାଲ୍ ଟିମ୍

India Book Of Records
୮ ବର୍ଷ ବୟସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କୁନି ଝିଅ, ତିନୋଟି ବହି ଲେଖି ଗ୍ରାଣ୍ଡମାଷ୍ଟର ଉପାଧି ବି ପାଇଛନ୍ତି

ମାତ୍ର ୮ ବର୍ଷ ବୟସରେ ଲକ୍ଷପତି । ଏହି ବିରଳ ଉପଲବଧି ହାସଲ କରିଛନ୍ତି ଗାଜିଆବାଦର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଅଭିଜିତା ଗୁପ୍ତା । ବହି ଲେଖି ଏଥିରୁ ସେ ଏହି ଆୟ କରିପାରିଛନ୍ତି ।

Aryan Khan
ହାଜିରା ଦେବେ ଆର୍ୟନ ଖାନ, ଏହି ୧୪ଟି ସର୍ତ୍ତ ମାନିବେ

ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି ଅଫିସରେ ହାଜର ହେବେ । ଗ୍ରେଟର ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ । ସୋସିଆଲ ମିଡିଆରେ ବି କେସ ସଂପର୍କରେ କିଛି ପ୍ରତିକ୍ରିୟା ରଖିପାରିବେନି।

Mamata Banerjee
ଟିଏମ୍‌ସିରେ ଲିଆଣ୍ଡର ପେସ୍‌-ନଫିସା ଅଲ୍ଲୀ, ଏଥର ଗୋଆରେ ଦମ୍‌ ଦେଖାଇବେ ଦିଦି

ଟିଏମ୍‌ସିରେ ଯୋଗଦେଲେ ଭେଟେରାନ୍‌ ଟେନିସ ଖେଳାଳି ଲିଆଣ୍ଡର ପେସ୍ । ଅଭିନେତ୍ରୀ ନଫିସା ଅଲ୍ଲୀ, ସାମାଜିକ କର୍ମୀ ମୃଣାଲିନୀ ଦେଶପ୍ରଭୁଙ୍କ ପରେ ଲିଆଣ୍ଡର ପେସ୍ ଟିଏମ୍‌ସିରେ ଯୋଗଦେଇଛନ୍ତି ।

Manish Rajgharia
ମୁମ୍ବାଇ ଡ୍ରଗ୍ସ ମାମଲା: ରାଉରକେଲାର ମନୀଷ କହିଲେ ସେଦିନର ପୂରା ଘଟଣା..

ମୁମ୍ବାଇ କ୍ରୁଜ୍‌ ପାର୍ଟିରୁ ଗିରଫ ହୋଇଥିବା ରାଉରକେଲାର ମନୀଷ ରାଜଘରିଆ ଜାମିନ ପାଇବା ପରେ ଓଡ଼ିଶା ଫେରିଛନ୍ତି । ସେ ଓଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ତାଙ୍କୁ ସେଠାରେ ଟ୍ରାପ୍‌ କରାଯାଇଥିଲା, ଜାଣିଶୁଣି ଫସାଯାଇଥିଲା ।

Hot photoshoot done with father body
ବାପାଙ୍କ ଶବ ପାଖରେ ବି ହଟ୍ ଫଟୋ ସୁଟ୍

ମାଟିରେ ପଡିଥିବ ବାପାଙ୍କର ଶବ। ଜନ୍ମଦାତା ଏ ଦୁନିଆ ଛାଡି ଚାଲିଯାଇଥିବେ। ପାଖରେ ନ ଥିବ ସାହାରା ଆଉ ସାହସର ପ୍ରତୀକ। ଏହି ଦୁଃଖ ସମୟରେ କିଏ ବା ନିଜକୁ ଧୈର୍ଯ୍ୟ ଧରି ରହିପାରିବ। କାହାରର ବା ହୃଦୟ ଫାଟି ନ ପଡିବ ଆଉ ଶ୍ୱାସର ଗତି ବାଟବଣା ନ ହେବ। କିନ୍ତୁ ବେଳେ ବେଳେ ଏମିତି ହୁଏ ଯେ ଏହି ବିରହ ସମୟରେ ବି ସନ୍ତାନଟିଏ ନିଜକୁ ଚର୍ଚ୍ଚାକୁ ଆଣିବାକୁ ଚେଷ୍ଟା ଜାରି ରଖେ।

Human will contact with Aliens
ଖୁବ ଶୀଘ୍ର ଏଲିଏନ୍‌କୁ ଭେଟିବ ମଣିଷ : ନାସା

ଦୁନିଆଁରେ କ’ଣ ଖାଲି ପୃଥିବୀରେ ଜୀବ ଅଛନ୍ତି? ପୃଥିବୀ ଛଡା କ’ଣ ଆଉ କେଉଁ ଗ୍ରହରେ ଜୀବନ ନାହିଁ? ନା ଅନ୍ୟ ଗ୍ରହରେ ବି ପୃଥିବୀ ଭଳି ଜୀବ ଅଛନ୍ତି? ଅଲଗା ଦୁନିଆର ଜୀବ ଅର୍ଥାତ୍ ଏଲିଏନ୍ସକୁ ନେଇ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ, ଯାହାର ଉତ୍ତର ଏବେ ବି ରହସ୍ୟରେ ରହିଛି। ଏମିତିରେ ବି ଅନେକ ବୈଜ୍ଞାନିକ ଏଲିୟନ୍ସ ଥିବା ସମ୍ଭାବନାକୁ ଏଡେଇ ଦେଇ ନାହାନ୍ତି। କିନ୍ତୁ ଏହାକୁ ନେଇ ଏନେଇ କଳ୍ପନା ଜଳ୍ପନା ଲାଗିରହିବାର କାରଣ ହେଉଛି, ଏଲିୟନ୍ସ ଥିବା ନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ମିଳି ନାହିଁ।

Juhi Chawla
ଆର୍ୟନ୍‌ଙ୍କ ପାଇଁ ଜୁହି ଚାୱଲା ଦେଲେ ଏକ ଲକ୍ଷ ଟଙ୍କାର ବଣ୍ଡ

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଆର୍ୟନ୍‌ ଖାନ୍‌ଙ୍କୁ ଜାମିନ ମିଳିସାରିଛି । ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ପାଇଁ ଏକ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ ଦାଖଲ ମଧ୍ୟ କରିଛନ୍ତି । କୁହାଯାଏ ସାହରୁଖଙ୍କର ଭଲ ବନ୍ଧୁ ହେଉଛନ୍ତି ଜୁହି ଚାୱଲା ।

Do not eat this food
ଭୋକ ଲାଗିଲେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଦେଖା ଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଖାଲି ପେଟରେ ରହିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ନୁହେଁ । ଭୋକ ସମୟରେ ଆମକୁ ଧ୍ୟାନ ରଖିବା ଆବଶ୍ୟକ ଯେ ଆମେ ସକାଳ ଜଳଖିଆ କିମ୍ବା ମାଧ୍ୟାହ୍ନ ଭୋଜନ ଦୁଇଟି ମଧ୍ୟରୁ କୌଣସିଟି ଛାଡିବା ଉଚିତ ନୁହେଁ । ତେଣୁକରି ଅଦିକ ଭୋକ ହେବା ସମୟରେ  ଆମେ କିଛି ଖାଦ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ ଅଟେ । ଏହି ଖାଦ୍ୟ ଗୁଡ଼ିକ ଜଙ୍କ ଫୁଡ ହୋଇପାରେ କିମ୍ବା ସ୍ୱାସ୍ଥ୍ୟଗତ ଖାଦ୍ୟ ମଧ୍ୟ ହୋଇପାରେ । କାରଣ ଏଭଳି କିଛି ଜିନିଷ ଅଛି ଯାହାକୁ ଭୋକ ହେଲେ ତୁରନ୍ତ ଖାଇବା ଆବଶ୍ୟକ ନୁହେଁ ।

Mamata
ଗୋଆରେ ଗର୍ଜିଲେ ଦିଦି: କହିଲେ, ଦିଲ୍ଲୀର ଦାଦାଗିରି ଚଳିବ ନାହିଁ

ବଙ୍ଗ ପରେ ଏବେ ଗୋଆରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି। କହିଲେ, ମୁଁ ଏଠାକୁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନାହିଁ। କିନ୍ତୁ ଏଠାରେ କେନ୍ଦ୍ରର ଦାଦାଗିରି ଚଳାଇ ଦେବି ନାହିଁ। ପାନାଜୀ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ ସେଠାରେ ସ୍ଥାନୀୟ ଭାଷାରେ ଲୋକଙ୍କୁ ସମ୍ବୋଧନ କରିଥିଲେ। ଆଉ କହିଥିଲେ, ଆପଣମାନଙ୍କ ପାଖକୁ ଆସି ବହୁତ ଖୁସି ଲାଗୁଛି

Unisex Condom
ତିଆରି ହେଲା ୟୁନିସେକ୍ସ କଣ୍ଡୋମ୍ ; ବ୍ୟବହାର କରିବେ ପୁରୁଷ-ମହିଳା

ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ପ୍ରଧାନ ସମସ୍ୟାର କାରଣ ହୋଇଛି। ଏନେଇ ଅନେକ ଦେଶ ପିଲା ଜନ୍ମ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଚୀନରେ ଅନେକ ବର୍ଷ ଧରି ଗୋଟିଏ ସନ୍ତାନ ଜନ୍ମ ଆଇନ ରହିଥିଲା। ସେହିଭଳି ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନ୍ୟାନ୍ୟ ଦେଶରେ ବି ଅନେକ ନିୟମ ରହିଛି। ଏଥିରେ ଗର୍ଭନିରୋଧକ ଭଳି ନିୟମ ମଧ୍ୟ ସାମିଲ ରହିଛି। ସରକାର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏଥିରେ କଣ୍ଡୋମ ବ୍ୟବହାରକୁ ସବୁଠାରୁ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି କୁହାଯାଉଛି।

Shah Rukh Khan
ଶାହାରୁଖ୍‌ଙ୍କ ସହ ଫିଲ୍ମ କରିବାକୁ ରାଜି ହେଉ ନାହାନ୍ତି ଅଭିନେତ୍ରୀ

ଶାହାରୁଖ୍‌ ଖାନ୍‌ଙ୍କ ଅଡ଼ୁଆ ବଢିବାରେ ଲାଗିଛି। ଏବେ ବଲିଉଡ଼୍‌ର ଏହି ଚର୍ଚ୍ଚିତ ଅଭିନେତାଙ୍କ ସହ ଫିଲ୍ମ କରିବାକୁ ଆଗ୍ରହୀ ହେଉନାହାନ୍ତି ହିରୋଇନ୍‌। ଯାହାକୁ ନେଇ ଚିନ୍ତାରେ ପ୍ରଡ୍ୟୁସର ଓ ଡାଇରେକ୍ଟର। କ୍ରୁଜ୍‌ରେ ଡ୍ରଗ୍ସ୍‌ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଗିରଫ ହୋଇଥିଲେ, ଗତକାଲି ତାଙ୍କର ଜାମିନ ମଧ୍ୟ ହୋଇଛି

puneeth rajkumar passed away
ଚାଲିଗଲେ ସାଉଥ୍‌ ଆକ୍ଟର ପୁନିତ୍ ରାଜକୁମାର

ସାଉଥ୍‌ ଆକ୍ଟର ପୁନିତ୍‌ ରାଜକୁମାରଙ୍କ ପରଲୋକ । ପୁନିତ୍‌ଙ୍କ ହୃଦଘାତର ଶିକାର ହୋଇ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅସୁସ୍ଥ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

Madhaban's son
ପୁଅ ହେବ ତ ଏମିତି

ଅଭିନେତା ମାଧବନଙ୍କ ନାଁ ରଖିଲେ ପୁଅ ବେଦାନ୍ତ । ବେଦାନ୍ତଙ୍କ ପାଇଁ ବାପାଙ୍କ ଛାତି ଏବେ କୁଣ୍ଢେମୋଟ ହୋଇ ପଡିଛି । ହେଲେ ପୁଅ ବେଦାନ୍ତ କୌଣସି ଫିଲ୍ମରେ ଡେବ୍ୟୁ କରିନାହାନ୍ତି କି ତାଙ୍କୁ ବଲିଉଡ୍ କି ସାଉଥ୍‌ର ବଡ ଫିଲ୍ମରେ ରୋଲ୍ ବି ମିଳିନି । ହେଲେ ପୁଅ ଯାହା କରିଦେଖାଇଛନ୍ତି ତାହା, ଯିଏ ଶୁଣୁଛି ବାରମ୍ବାର ପ୍ରଶଂସା କରିବାରେ ଲାଗିଛି ।

Film Release in OTT
ଏ ସପ୍ତାହ ସିନେ ପ୍ରେମୀଙ୍କୁ ଭରପୁର ମନୋରଞ୍ଜନ କରିବ

ସିନେ ପ୍ରେମୀଙ୍କ ଏହି ସପ୍ତାହରେ ମିଳିବ ଭରପୁର ମନୋରଞ୍ଜନ। ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଆସନ୍ତାକାଲି ଓଟିଟିରେ ରିଲିଜ୍ ହେଉଛି ଦୁଇଟି ହିନ୍ଦୀ ଫିଲ୍ମ୍। ରାଜକୁମାର ରାଓଙ୍କ 'ହମ୍ ଦୋ, ହମାରେ ଦୋ' ଏବଂ ଇମ୍ରାନ୍ ହାସିମୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦେବ୍ବୁକ୍'। ଉଭୟ ଫିଲ୍ମ୍ କରୋନା କଟକଣା ଯୋଗୁଁ ବଡ଼ ପରଦାରେ ରିଲିଜ୍ ହୋଇ ପାରି ନ ଥିଲା। ଦୁଇଟି ଯାକ ସିନେମା ଦର୍ଶକଙ୍କୁ ଅଲଗା ସ୍ଵାଦ ଦେବ।