Advertisment

ସହି ପାରିଲେନି ପ୍ରିୟ ଅଭିନେତା ପୁନିତ୍‌ଙ୍କ ଦେହାନ୍ତ, ଜୀବନ ହାରିଦେଲେ ୩ ଫ୍ୟାନ୍‌

ସାଉଥ୍‌ ଆକ୍ଟର ତଥା କନ୍ନଡ ଅଭିନେତା ପୁନିତ୍‌ ରାଜକୁମାରଙ୍କ ଅଚାନକ୍‌ ଦେହାନ୍ତ ଖବରକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୪୬ ବର୍ଷ ବୟସରେ ସବୁଦିନ ପାଇଁ ସେ ଦୁନିଆକୁ ଅଲ୍‌ବିଦା କରିଛନ୍ତି। ହୃଦ୍‌ଘାତ ଯୋଗୁ ତାଙ୍କ ପରଲୋକ ହୋଇଛି।

author-image
Rajalaxmi Sahoo
Kannada Star Puneeth Rajkumar

Kannada Star Puneeth Rajkumar

ବେଙ୍ଗାଲୁରୁ: ସାଉଥ୍‌ ଆକ୍ଟର ତଥା କନ୍ନଡ ଅଭିନେତା ପୁନିତ୍‌ ରାଜକୁମାରଙ୍କ ଅଚାନକ୍‌ ଦେହାନ୍ତ ଖବରକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୪୬ ବର୍ଷ ବୟସରେ ସବୁଦିନ ପାଇଁ ସେ ଦୁନିଆକୁ ଅଲ୍‌ବିଦା କରିଛନ୍ତି। ହୃଦ୍‌ଘାତ ଯୋଗୁ ତାଙ୍କ ପରଲୋକ ହୋଇଛି। ଶୁକ୍ରବାର ସକାଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 

Advertisment

ପୁନିତ୍‌ଙ୍କ ଅଚାନକ୍‌ ଦେହାନ୍ତ ଖବର ଶୁଣି ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ବେଳେ ଓ ଅନ୍ୟ ୨ ଜଣ ପ୍ରଶଂସକ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ପୁନିତ୍‌ଙ୍କ ଦେହାନ୍ତ ଖବର ଶୁଣି କର୍ଣ୍ଣାଟକ ଚାମରାଜନଗର ଜିଲ୍ଲା ହନୁର ତାଲୁକାର ମାରୋ ଗାଁର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ହାର୍ଟ ଆଟାକ୍‌ ଯୋଗୁ ମୃତ୍ୟୁ ହୋଇଛି। ତାଙ୍କ ନାଁ ମୁନିୟପ୍ପା। ସେ ଜଣେ ଚାଷୀ ଥିଲେ। 

ପୁନିତ୍‌ଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ ମୁନିୟପ୍ପା। ସେ ପୁନିତ୍‌ଙ୍କ ସବୁ ଫିଲ୍ମ ଦେଖୁଥିଲେ। କୌଣସି ଗୋଟିଏ ବି ଫିଲ୍ମ ସେ ଦେଖିବା ପାଇଁ ଭୁଲି ଯାଉନଥିଲେ। ଯେତେବେଳେ ଟିଭିରୁ ପୁନିତଙ୍କ ଦେହାନ୍ତ ଖବର ଜାଣିଲେ ପ୍ରଥମେ ସ୍ତବ୍ଧ ହୋଇଯାଇଥିଲେ ଓ ଏହାପରେ ସେ କାନ୍ଦିବା ଆରମ୍ଭ କରିଥିଲେ। ଏହାପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ହଠାତ୍‌ ସେ ତଳେ ପଡ଼ି ଯାଇଥିଲେ। ଗାଁଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ସେହିପରି ବେଲଗାଭିର ଶିନ୍ଦୋଲି ଗାଁରେ ଜଣେ ଯୁବକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ପର୍ଶୁରାମ। ସେ ମଧ୍ୟ ପୁନିତ୍‌ଙ୍କ ଜଣେ ବହୁତ ବଡ଼ ପ୍ରଶଂସକ ଥିଲେ। ଅନ୍ୟ ଜଣେ ଫ୍ୟାନ୍‌ ପୁନିତ୍‌ଙ୍କ ଦେହାନ୍ତ ଖବର ଶୁଣି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ରାହୁଲ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ରଥମେ ସେ ପୁନିତ୍‌ଙ୍କ ଫଟୋରେ ପୁଷ୍ପ ମାଳା ଚଢ଼ାଇ ଥିଲେ ଓ ଏହାପରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। 

Puneeth Rajkumar Death Kannada Star Puneeth Rajkumar
Advertisment
Advertisment