Advertisment

ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି ଶୋକର ଛାୟା:ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ

ବଲିଉଡ୍‌ର ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ ହୋଇଛି। ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Actor Yusuf Hussain

Actor Yusuf Hussain

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ୟୁସୁଫ୍ ହୁସେନ୍‌ଙ୍କ ପରଲୋକ ହୋଇଛି। ଆଜି ଭୋର ସମୟରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ ଓ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

Advertisment

ୟୁସୁଫ୍‌ଙ୍କ ପରଲୋକ ନେଇ ତାଙ୍କ ଜ୍ୱାଇଁ ତଥା ଫିଲ୍ମ ନିର୍ମାତା ହଂସଲ ମେହେଟ୍ଟା ନ୍ୟୁଜ୍‌ ଏଜେନ୍ସି PTIକୁ ସୂଚନା ଦେଇଛନ୍ତି। ୟୁସୁଫ୍‌ଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଅନେକ ବଲିଉଡ୍‌ ଫିଲ୍ମରେ ୟୁସୁଫ୍ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

ଫିଲ୍ମ ‘ବିବାହ’ରେ ୟୁସୁଫ୍ ହୁସେନ୍‌ ଅଭିନୟ କରିଥିଲେ। ଏହାସହ ‘ରଇସ୍’, ‘ଧୁମ୍-୨’, ‘ଦିଲ୍ ଚାହାତା ହେ’, ‘ରାଜ୍’, ‘ସାହିଦ୍’, ‘ଓଃ ମାଇ ଗଡ୍’, ‘ଦବଙ୍ଗ-୩’ ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ। ଏହାଛଡ଼ା ଏକାଧିକ ଟେଲିଭିଜନ୍ ସିରିଏଲ୍‌ରେ ମଧ୍ୟ ୟୁସୁଫଙ୍କ ଅଭିନୟ ସର୍ବଦା ଦର୍ଶକଙ୍କ ସ୍ମୃତିରେ ରହିବ। 

Advertisment

ସୂଚନାଥାଉ କି, ଗତକାଲି ସାଉଥ୍‌ ଆକ୍ଟର ପୁନିତ୍‌ ରାଜକୁମାରଙ୍କ ପରଲୋକ ହୋଇଥିଲା। ପୁନିତ୍ କନ୍ନଡ ଫିଲ୍ମର ବେଶ ଚର୍ଚ୍ଚିତ ଓ ବଡ଼ ଚେହେରା ଥିଲେ। ମାତ୍ର ୪୬ ବର୍ଷ ବୟସରେ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ପୁନିତ୍। ସେ କେବଳ ଅଭିନେତା ନଥିଲେ ଏକଧାରାରେ ନିର୍ଦ୍ଦେଶକ, ସଙ୍ଗୀତଜ୍ଞ ଓ ଗାୟକ ମଧ୍ୟ ଥିଲେ।

Bollywood Actor Yusuf Hussain Yusuf Hussain
Advertisment
Advertisment