• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

'Come join my party
ଆପଣ ବେଶ୍ ଲୋକପ୍ରିୟ, ମୋ ଦଳରେ ଯୋଗ ଦିଅନ୍ତୁ . . . ମୋଦିଙ୍କୁ ନିଜ ପାର୍ଟିରେ ମିଶିବାକୁ ଆମନ୍ତ୍ରିତ କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ଲଢ଼ିବାକୁ ଭିନ୍ନ ଦେଶରୁ ଡକରା ଆସିଲାଣି । ଦେଶ ଛାଡ଼ି ବିଦେଶରେ ବି ମୋଦି ବ୍ରାଣ୍ଡ୍ ଧମାଲ୍ ମଚାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬ରେ’ ଅନେକ ଦେଶର ନେତାଙ୍କୁ ମଧ୍ୟ ଭେଟିଛନ୍ତି

congress
ତୁଟିଲା କଂଗ୍ରେସ କନ୍ଦଳ : କଂଗ୍ରେସ ବୈଠକରେ ଏକତାର ବାର୍ତ୍ତା ଦେଲେ ସିଦ୍ଧୁ-ଚନ୍ନି

ବଦଳିଲା ରାଜ୍ୟ କଂଗ୍ରେସରେ ସମୀକରଣ । ଏକାଠି ହେଲେ ଚନ୍ନି ଓ ସିଦ୍ଧୁ । କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଥିବା ପରି ଜଣାପଡ଼ୁଛି । ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ସମୀକରଣ ଦେଖିବାକୁ ମିଳିଛି ।

India vs Afghanistan
T20 World Cup: ଆତ୍ମସମ୍ମାନ ବଞ୍ଚାଇବା ପାଇଁ ଆଫଗାନିସ୍ତାନ ବିପକ୍ଷରେ ଜୋର ଲଗାଇବ ଭାରତ

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଆଫଗାନିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ ବିରାଟ କୋହଲିଙ୍କ ଟିମ୍ ପାଇଁ ଆତ୍ମସମ୍ମାନର ମ୍ୟାଚ୍, କାରଣ ଟିମ୍ ଇଣ୍ତିଆ ପ୍ରଥମରୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଏକ ପ୍ରକାର ସେମିଫାଇନାଲ ରେସ୍‌ରୁ ବାଦ୍ ପଡ଼ିଛି । କ୍ରିକେଟର ୩ଟି ଯାକ ଡିପାର୍ଟମେଣ୍ଟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭାରତ ଦଳର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ରହିଛି । ତେବେ ଆଜିର ମ୍ୟାଚକୁ ମିଶାଇ ଆଉ ୩ଟି ମ୍ୟାଚ ଖେଳିବ ଭାରତ ଦଳ ।

vastu tips for money
ଘରେ ରହିବ ନାହିଁ ଆର୍ଥିକ ସମସ୍ୟା,ଜାଣନ୍ତୁ କିପରି

ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ ।

Green land
ଗ୍ରୀନ୍‌ଲ୍ୟାଣ୍ଡରେ ବଡ଼ ସମସ୍ୟା, ୧୦ ବର୍ଷରେ ତରଳିଲାଣି ୩.୫ ଲକ୍ଷ କୋଟି ଟନ୍ ବରଫ ! ଫୁଲିଲାଣି ଜଳସ୍ତର

ଗ୍ରୀନ୍‌ଲ୍ୟାଣ୍ଡ ସାମ୍ନାକୁ ଆସିଛି ଏକ ଗମ୍ଭୀର ସମସ୍ୟା । ବିଶ୍ୱକୁ କିଭଳି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ବା ଗ୍ଲୋବାଲ୍ ଓ୍ୱାର୍ମିଂ ଗ୍ରାସ କରୁଛି, ତାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଏହି ବରଫାବୃତ ଦେଶରେ ।

airborne exercise
ଲଦାଖରେ ଯବାନଙ୍କ ଦ୍ୱାରା ଦୁଃସାହସିକ ଫ୍ରି ଫଲ୍ କୌଶଳ ପ୍ରଦର୍ଶନ

ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ପାଲଟିଥିବା ଲଦାଖରେ ଜୋରଦାର ଯୁଦ୍ଧ ପ୍ରସ୍ତୁତି ଚାଲିଛି । ଯେକୌଣସି ପରିସ୍ଥିତିରେ ମୁକାବିଲା ଲାଗି ଲାଗି ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛି ଭାରତୀୟ ସେନା । ଖାସ୍ କରି ଉଚ୍ଚ ଗିରିଶୃଙ୍ଗ ସାଙ୍ଗକୁ ଅତି ଥଣ୍ଡା ପରିବେଶରେ ଭାରତୀୟ ଯବାନ ଯେଭଳି ଶତ୍ରୁ ମୁକାବିଲା କରିପାରିବେ, ସେଥିଲାଗି ଚାଲିଛି ନାନା ରକମର ସମରକଳା ଅଭ୍ୟାସ ଚାଲିଛି ।

PM Modi
ଗ୍ଲାସ୍ଗୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚାମୃତ ଶପଥ

ଗ୍ଲାସ୍ଗୋରେ ବଢ଼ିଲା ଭାରତର ଗାରିମା । ଜଳବାୟୁ ପରିବର୍ତ୍ତନର ସମାଧାନ ପାଇଁ ଭାରତର ଯୋଗଦାନ ସଂପର୍କରେ ଅବଗତ କରାଇବା ସହ ପଞ୍ଚାମୃତ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତର୍ଜାତୀୟ ଜଳବାୟୁ ଶିଖର ସମ୍ମିଳନୀରେ ସେ ଘୋଷଣା କରିଛନ୍ତି ଯେ, ୨୦୭୦ ସୁଦ୍ଧା ଶୂନ୍ୟ କାର୍ବନ୍ ନିଗର୍ମନ ଲକ୍ଷ୍ୟ ପୂରଣ କରିବ ଭାରତ ।

Pramod Bhagat
ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’

ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ଦେଶର ମୋଟ ୧୨ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

yuvraj singh
ଫେବୃଆରୀରେ ପୁଣି ପିଚ୍‌କୁ ଓହ୍ଲାଇବେ ଯୁବରାଜ

ପୁଣି ପଡିଆକୁ ଫେରିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଦୁଇ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ପୁଣି ଥରେ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି ଯୁବରାଜ୍ । ଅବସର ପରଠାରୁ ଯୁବରାଜ ସଡକ ସୁରକ୍ଷା ୱାର୍ଲ୍ଡ ସିରିଜ୍, ଗ୍ଲୋବାଲ୍ ଟି -୨୦ ଲିଗ୍, ଆବୁଧାବି ଟି ୧୦ ଲିଗ୍ ସମେତ ପୃଥିବୀର ବିଭିନ୍ନ ଲିଗରେ ଅଂଶଗ୍ରହଣ କରିଆସୁଥିଲେ।

BJP
ଆସାମ ବିଧାନସଭା ନିର୍ବାଚନ: ବାଜି ମାରିଲା ବିଜେପି

ଆସାମ ବିଧାନସଭା ଉପନିର୍ବାଚନରେ ବାଜି ମାରିଲା ବିଜେପି । ସମସ୍ତ ୫ ଆସନରେ ବାଜିମାତ କରିଛନ୍ତି ବିଜେପି ଏବଂ UPPL ମେଣ୍ଟ ପ୍ରାର୍ଥୀ । ଥୌରା ଆସନରୁ ବିଜେପିର ସୁଶାନ୍ତ ବୋରଗେନ ବିଜୟୀ ହୋଇଛନ୍ତି

Ajit Power
ମହାରାଷ୍ଟ୍ରରେ ପୁଣି ଆସିବ କି ଟ୍ୱିଷ୍ଟ ? ୧୦୦୦ କୋଟି ସମ୍ପତ୍ତି ସହ ଉପମୁଖ୍ୟମନ୍ତ୍ରୀଙ୍କ ଲିଙ୍କ !

ଆୟକର ହାତରେ ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି । ଏହି ସମ୍ପତ୍ତି ପଛରେ ରହିଛି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନାଁ !

Ayodhya
ଇତିହାସ ରଚିବ ରାମଜନ୍ମଭୂମୀ। ଦୀପାବଳିରେ ଏକା ସାଙ୍ଗରେ ପ୍ରଜ୍ୱଳିତ ହେବ ୯ ଲକ୍ଷ ଦୀପ

ପାଖେଇ ଆସୁଛି ଦୀପାବଳୀ । ଉତ୍ସବମୁଖର ହୋଇଉଠିଛି ସାରା ଭାରତ । ରାଜ୍ୟର ବିଭିନ୍ନ ସ୍ଥାନରେ ଦିପାବଳି ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ସରାୟୁ ନଦୀକୂଳରେ ଆସନ୍ତାକାଲି ୯ ଲକ୍ଷ ମାଟି ଦୀପ ଜଳାଯିବା ନେଇ ଯୋଜନା କରାଯାଇଛି ।

Virat kohli DCW
ବିରାଟଙ୍କ ଝିଅକୁ ଦୁଷ୍କର୍ମ ଧମକ, ରାଗିଲେ ମହିଳା କମିଶନ ! ଦିଲ୍ଲୀ ପୋଲିସକୁ ମାଗିଲେ କୈଫିୟତ

ବିରାଟଙ୍କ ୯ ମାସର କୁନି ଝିଅକୁ ଦୁଷ୍କର୍ମ ଧମକ । ଚିହିଁକି ଉଠିଲେ ଦିଲ୍ଲୀ ମହିଳା କମିଶନ ମାଲିୱାଲ । ନିଜ ଆଡ଼ୁ ମାମଲା ହାତକୁ ନେଲେ । ଆଉ ଦିଲ୍ଲୀ ପୋଲିସକୁ କଲେ ତାଗିଦ ।

PNB BANK
ଏହି ବ୍ୟାଙ୍କରେ ସାଲାରୀ ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ଥିଲେ ମିଳିବ ୨୦ ଲକ୍ଷ ଟଙ୍କା। ଏହି ଟଙ୍କାରେ ଆପଣ ବ୍ୟାଙ୍କ ପକ୍ଷରୁ ମିଳୁଥିବା ଅନେକ ସୁବିଧା ମଧ୍ୟ ପାଇବେ ବୋଲି ସୂଚନା ମିଳିଛି।

Blast Near military hospital in Kabul
କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ବିସ୍ଫୋରଣ : ୧୯ ମୃତ, ୫୦ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମିଲଟାରୀ ହସ୍ପିଟାଲ ବାହାରେ ଆତ୍ମଘାତୀ ସିରିଏଲ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଗୁଳିମାଡ଼ର ଶବ୍ଦ ମଧ୍ୟ ଶୁଣାଗଲା ।

Ministry of Defence Group C Recruitment
ରକ୍ଷା ମନ୍ତ୍ରଣାଳୟରେ ଗ୍ରୁପ-ସି ପଦବୀରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ରକ୍ଷା ମନ୍ତ୍ରଣାଳୟ ବା (Ministry of Defence) ପକ୍ଷରୁ ଗ୍ରୁପ ସି ପଦବୀ ପାଇଁ ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ଜରିଆରେ ଷ୍ଟେନୋଗ୍ରାଫର, ଏଲଡିସି, ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିବ।

MK Stalin
ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ: ନିଜେ ରହିଗଲେ, ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଦେଲେ

ମୁଁ ଆଗ ନୁହେଁ, ଆମ୍ବୁଲାନ୍ସ ଆଗ ଯିବ। ଏହି ପଦିଏ କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବ କିଏ ଏହି କଥା କହିଛନ୍ତି? କେବଳ କାମରେ ନୁହେଁ କରିକି ମଧ୍ୟ ଦେଖାଇଛନ୍ତି

Kim Jong Un
ଉତ୍ତର କୋରିଆରେ ଭୀଷଣ ଖାଦ୍ୟ ସଙ୍କଟ ! ରାଷ୍ଟ୍ରପତି କହିଲେ ଖାଇବା କମେଇ ଦିଅ

ଉତ୍ତର କୋରିଆରେ ଦେଖା ଦେଇଛି ଗୁରୁତର ଖାଦ୍ୟ ସଙ୍କଟ । ସରି ସରି ଯାଉଛି ଖାଦ୍ୟ ଭଣ୍ଡାର । ଆଉ ଏହାର ମୁକାବିଲା ପାଇଁ ଅଜବ ଆଦେଶ ଜାରି କରିଛନ୍ତି ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ।

shahrukh khan
@୫୬ ଶାହରୁଖ, 'ମନ୍ନତ' ଆଗରେ ଏକାଠି ହେଲେ ଫ୍ୟାନ୍ସ

ଆଜି ଶାହରୁଖ ଖାନ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନରେ ତାଙ୍କ ଘର ରଙ୍ଗୀନ ଆଲୋକରେ ସଜାଯାଇଛି । ବଲିଉଡର ଅନେକ ଷ୍ଟାରମାନେ ମଧ୍ୟ ଶାହରୁଖଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଶାହରୁଖଙ୍କ ଜନ୍ମଦିନକୁ ନେଇ ଶାହରୁଖଙ୍କ ବାସଭବନ ‘ମନ୍ନତ’ ଆଗରେ ଫ୍ୟାନ୍ସ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

puc
PUC ବିନା ଗାଡ଼ି ଚଳାଇବା ପଡ଼ିବ ମହଙ୍ଗା : ଦଶ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବା ସହ ଜେଲଦଣ୍ଡ ଭୋଗି ପାରନ୍ତି ଚାଳକ

ମହଙ୍ଗା ପଡ଼ିବ ବିନା ପଲ୍ୟୁସନ୍ ସାର୍ଟିଫିକେଟ୍‌ରେ ଗାଡ଼ି ଚାଳନା । ତଣ୍ଡ ଗଣିବା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ବୈଧ PUC ସାର୍ଟିଫିକେଟ୍‌ ବିନା ରାଜଧାନୀ ଦିଲ୍ଲୀରେ ଏବେ ଗାଡି ଚଳାଇବା କଷ୍ଟକର ହୋଇପାରେ । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

How to loss weight
ଓଜନ କମାଇବାକୁ ଚାହୁଁଛନ୍ତି କି ? ପିଅନ୍ତୁ ଏସବୁ

ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଆମ ଶରୀରରେ ଅଧିକ କ୍ୟାଲୋରୀର ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ତେଣୁକରି କ୍ୟାଲୋରୀର ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଲେମ୍ବୁ ରସ ସହିତ କଫି ପିଇବା ଦ୍ୱାରା ଚର୍ବିକୁ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

gold ornaments
କମିଲା ସୁନା ଦର, ଧନତେରାସ ଓ ଦୀପାବଳିରେ ଶସ୍ତାରେ କିଣନ୍ତୁ ସୁନା

ଧନତେରାସ ଓ ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

Smallest Country, Sealand
ଏମିତି ଏକ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଆପଣ ଏଭଳି କୌଣସି ଦେଶ ସମ୍ପର୍କରେ ଜାଣିଛନ୍ତି କି, ଯେଉଁଠାରେ ଜନସଂଖ୍ୟା ମାତ୍ର ୨୭ । ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ନିଆରା ଦେଶର ବିଷୟରେ ଜଣେଇବୁ, ଯାହାର ନାଁ ସି-ଲ୍ୟାଣ୍ଡ । ଏହି ଦେଶଟି ଇଂଲଣ୍ଡ ନିକଟରେ ଅବସ୍ଥିତ । ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ୍ ଦ୍ୱାରା ଏହି ଦେଶର ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ୱତନ୍ତ୍ର ଦେଶ ହୋଇଗଲା ,ଏପରିକି ଏହି ଦେଶର ଜାତୀୟ ସଂଗୀତ ବି ରହିଛି ଆଉ ଭିନ୍ନ ଜାତୀୟ ପତାକା ବି ରହିଛି ।

swachhata-campaign-revenue
କବାଡ଼ି ସାମଗ୍ରୀ ବିକି ୪୦ କୋଟି ଟଙ୍କା ଆୟ କଲେ ମୋଦି ସରକାର : ଖାଲି ହେଲା ଆଠ ଲକ୍ଷ ବର୍ଗଫୁଟର ଜାଗା

ଚାଳିଶ କୋଟି ଟଙ୍କାର କବାଡ଼ି ସାମଗ୍ରୀ ବିକିଲା କେନ୍ଦ୍ର । ଅଯଥାରେ ପଡ଼ିଥିବା ସାମଗ୍ରୀ ବିକ୍ରି ହେବାରୁ ଜାଗା ଖାଲି ହେବା ସହ ଟଙ୍କା ମଧ୍ୟ ମିଳିଛି । ପ୍ରତ୍ୟେକ ଜିନିଷର ସଦୁପଯୋଗ କରି ମୋଦି ସରକାରଙ୍କୁ ଭଲଭାବେ ଜଣା । କରୋନାର ପ୍ରତିକୂଳ ପରିସ୍ଥିତିରେ ଏହା ପ୍ରମାଣିତ ହୋଇଛି ।

Nawab Malik & Sameer Wankhede
ପୁଣି ଅଡ଼ୁଆରେ ୱାଙ୍ଖଡେ: ପିନ୍ଧୁଛନ୍ତି ୭୦ ହଜାର ଟଙ୍କାର ସାର୍ଟ, ୨ ଲକ୍ଷ ଟଙ୍କାର ଜୋତା !

ସମୀର ୱାଙ୍ଖଡେ ପିନ୍ଧୁଥିବା ଜୋତାର ଦାମ୍‌ ୨ ଲକ୍ଷ ଓ ସାର୍ଟର ଦାମ୍‌ ୫୦ ହଜାର ଟଙ୍କା ବୋଲି ନୱାବ ମଲିକ ଅଭିଯୋଗ କରିଛନ୍ତି। ସମୀର ୱାଙ୍ଖଡେ ଯେଉଁ ଟ୍ରାଉଜର ପିନ୍ଧୁଛନ୍ତି, ତା’ର ଦାମ୍‌ ଲକ୍ଷାଧିକ ଟଙ୍କା। ସେହିପରି ସାର୍ଟର ଦାମ୍‌ ୭୦ ହଜାରରୁ ଅଧିକ ଟଙ୍କା