• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Akshay Kumar praises Suniel Shetty son Ahan
ଭାଇରାଲ ହେଉଛି ଅକ୍ଷୟ କୁମାରର ଟ୍ୱିଟ୍; ଜାଣନ୍ତୁ କ’ଣ କହିଲେ

ଭାଇରାଲ ହେଉଛି ଖିଲାଡି କୁମାର ଅକ୍ଷୟ କୁମାରର ଏକ ଟ୍ୱିଟ୍। କଥା କଣ କି ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀଙ୍କ ବନ୍ଧୁ ଅଭିନେତା ଅକ୍ଷୟ କୁମାର ଅହାନଙ୍କ ପ୍ରଦର୍ଶନକୁ ନେଇ ଖୁବ ତାରିଫ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି।

Covaxin
କୋଭାକ୍ସିନ୍‌କୁ ମଞ୍ଜୁରୀ ଦେବାକୁ ଦିନ ଗଢାଉଛି WHO!

କୋଭାକ୍ସିନ୍‌କୁ କେବେ ମିଳିବ WHO ର ସ୍ୱୀକୃତି । ତାରିଖ ପରେ ତାରିଖ ଗଢିବାରେ ଲାଗିଛି । ଦିନ ପରେ ଦିନ ବିତୁଛି । ଆଜି ମିଳିବ, କାଲି ମିଳିବ ବୋଲି କୁହାଯାଉଛି, ହେଲେ ମିଳୁନାହିଁ ଭାରତର ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ମଞ୍ଜୁରୀ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ପାଇଁ ଆହୁରି ସମୀକ୍ଷା ଦରକାର ବୋଲି କୁହାଯାଇଛି ।

Aryan khan
ଆଜି ଜେଲରୁ ବାହାରିବେ ଆର୍ୟ୍ୟନ ଖାନ୍ !

ଆଜି ଜେଲରୁ ମୁକୁଳି ପାରନ୍ତି ଶାହରୁଖ୍ ଖାନଙ୍କ ପୁଅ ଆର୍ୟ୍ୟନ ଖାନ୍ । ଆର୍ଥର ରୋଡ୍ ଜେଲ୍ ରେ ଗତ ୨୨ ଦିନ ଧରି ଥିବା ଆର୍ୟନଙ୍କୁ ମିଳିଛି ଜାମିନ୍ । ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିବା ପରେ ଆଜି ସେ ମୁକୁଳି ପାରନ୍ତି । ତେବେ ଆର୍ୟ୍ୟନଙ୍କୁ ଆଣିବାକୁ ଖୋଦ୍ ଶାହରୁଖଙ୍କ ଯିବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Covid-19
ନଭେମ୍ବର ୩୦ ଯାଏଁ କେନ୍ଦ୍ରର ସ୍ୱତନ୍ତ୍ର ଗାଇଡଲାଇନ୍ସ

ଦେଶରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ପକ୍ଷରୁ ନଭେମ୍ବର ୩୦ ଯାଏଁ କୋଭିଡ୍ କଟକଣା ଅବଧି ବଢାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ସ୍ୱତନ୍ତ୍ର ଗାଇଡ୍ଲାଇନ୍ସ । ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ଗାଇଡ୍ଲାଇନ୍ସ ନିର୍ଦ୍ଦେଶ ଜାରି କରାଯାଇଛି ।

T 20 World Cup
ଟି-୨୦ ବିଶ୍ୱକପ୍‌: କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ

କର ବା ମର ଲଢେଇରେ ସାମ୍ନାସାମ୍ନି ହେବେ ବାଂଲାଦେଶ-ୱେଷ୍ଟଇଣ୍ଡିଜ। ଉଭୟ ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ଦୁଇଟି ଲେଖାଏଁ ପରାଜୟ ବରଣ କରିସାରିଥିବାରୁ ଆଜିର ମ୍ୟାଚ ବେଶ୍ ଗୁରୁତ୍ୱ ବହନ କରୁଛି।

facebook name changed to meta
ଏଣିକି ଫେସବୁକ୍‌ର ନୂଆ ନାଁ ମେଟା

ଫେସବୁକ୍ କଂପାନୀର ନାଁ ବଦଳିଲା । ଏଣିକି ଫେସବୁକ୍ କଂପାନୀର ନାଁ ରହିବ ମେଟା । ଗତକାଲି ଏନେଇ ଫେସବୁକ୍ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ ସହ ଜଡିତ ସୋସିଆଲ ମିଡିଆ ଗୁଡିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ୍ ଓ ହ୍ୱାଟସଆପର ନାଁ ବଦଳିବ ନାହିଁ ।

Aryan Khan
ଆର୍ୟନଙ୍କୁ ମିଳିଲା ଜାମିନ୍‌, ବୁଲେଟ୍‌ ପଏଣ୍ଟରେ ପଢନ୍ତୁ ପୂରା ଘଟଣା…

ଅକ୍ଟୋବର ୨: ଗାନ୍ଧି ଜୟନ୍ତୀରେ ମଝି ଦରିଆରେ ଥିବା କର୍ଡେଲିଆ କ୍ରୁଜରେ ଡ୍ରଗ୍ ପାର୍ଟି ହେଉଥିବା ସୂଚନା ପାଇ ରେଡ୍ କଲା ନାର୍କୋଟିକ୍ସ ବ୍ୟୁରୋ। ସେଠାରୁ ଆର୍ୟନଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଆଣି ଅଟକ ରଖିଲା

Odisha sees 1107 new Covid19 positive cases
କରୋନା: କେନ୍ଦ୍ର ଜାରି କଲା ନୂଆ ଗାଇଡ୍‌ଲାଇନ

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି ଗାଇଡ୍ଲାଇନ୍ସ ।ଏବେ ବି ଦେଶରେ ସଂକ୍ରମଣ ଲାଗିରହିଥିବାରୁ ସବୁ ଜନଗହଳି ସ୍ଥାନରେ ଯେପରି କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବ, ସେନେଇ କଡ଼ା ନିର୍ଦ୍ଦେଶ ରହିଛି ଗାଇଡ୍ଲାଇନ୍ସରେ। ତାସହ ଦେଶବ୍ୟାପି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଂଟ୍‌ ଏବଂ ଟିକାକରଣକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

NEET Exam
NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି

NEET-UG ୨୦୨୧ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି । ଖୁବଶୀଘ୍ର ଘୋଷଣା ହେବ NEET-UG ରେଜଲ୍ଟ । ରେଜଲ୍ଟ ପ୍ରକାଶ ପାଇଁ NTAକୁ ଅନୁମତି ଦେଲେ ସୁପ୍ରିମକୋର୍ଟ ।

Amit Shah
ନରେନ୍ଦ୍ର ମୋଦିଙ୍କୁ ନେଇ ଶାହଙ୍କ ବୟାନ, କହିଲେ ‘ମୋ ଠାରୁ ଦେଶବାସୀ ଅଧିକ ଚିହ୍ନିଛନ୍ତି’

ସ୍ୱାଧିନ ଭାରତର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୋଦିଙ୍କୁ ଭୁୟସୀ ପ୍ରଶଂସା କରିବା ବେଳେ ଅମିତ ଶାହ ଏଭଳି କହିଛନ୍ତି ।

Gold Price Today
କମିଲା ସୁନା ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

କମିଲା ସୁନା ଦର,ଦୀପାବଳା ଓ ଧନତେରାସ ପୂର୍ବରୁ କମିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୧୪୦ ଟଙ୍କା କମି ୪୭,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୪୦ ଟଙ୍କା କମି ୪୮,୧୩୦ ଟଙ୍କା ହୋଇଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି ।

Snow Fall
ପ୍ରକୃତିରାଣୀର ପହିଲି ସ୍ପର୍ଶରେ ପ୍ରଥମ ତୁଷାରପାତର ମନଲୋଭା ଦୃଶ୍ୟ, ସଭିଙ୍କୁ ବାୟା କରୁଛି..

ଉପରେ ନିର୍ମଳ ଆକାଶ, ତଳେ ସଫେଦ ଚାଦର ଭଳି ବରଫର ଆସ୍ତରଣ । ଅକ୍ଟୋବର ଶେଷ ସପ୍ତାହରେ ତୁଷାରପାତ ଋତୁର ଅୟମାରମ୍ଭ । ପ୍ରକୃତିରାଣୀର ପହିଲି ସ୍ପର୍ଶ ପରେ ହୋଇଥିବା ପ୍ରଥମ ତୁଷାରପାତର ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଛି ।

BLUE LAKE, NEW ZEALAND
ସବୁଠାରୁ ସଫା ପାଣି ଥିବା ହ୍ରଦ, କେବେ ହୁଏ ନାହିଁ ଅପରିଷ୍କାର

ପ୍ରକୃତିର ପୁଟୁଳିରେ ଆଜି ବି ଏଭଳି ଅନେକ ଆଶ୍ଚର୍ଯ୍ୟ ଭରପୁର ହୋଇ ରହିଛି ଯାହା ବିଷୟରେ ମଣିଷ ଜାଣିବାରେ ସକ୍ଷମ ହୋଇପାରିନାହିଁ । ଆଜି ବି ଦୁନିଆରେ ପ୍ରକୃତିର ଏଭଳି କାରାନାମା ସାମ୍ନାକୁ ଆସୁଥାଏ, ଯେ ଆଶ୍ଚର୍ଯ୍ୟ ହେବାକୁ ଆମେ ବାଧ୍ୟ ହେଉ । ସେହିଭଳି ଏକ ସ୍ଥାନ ହେଉଛି, ନ୍ୟୁଜିଲ୍ୟାଣ୍ଡର ବ୍ଲୁ-ଲେକ୍ ।

Kranti Wankhede
‘ଯଦି ବାଲାସାହେବ ଥାନ୍ତେ, ସେ କେବେ ବି ଏହାକୁ ପସନ୍ଦ କରିନଥାନ୍ତେ’, କ୍ରାନ୍ତିଙ୍କ କୋହଭରା ଚିଠି

‘ଛତ୍ରପତି ଶିବାଜୀଙ୍କ ରାଜ୍ୟରେ ମହିଳାଙ୍କ ଇଜ୍ଜତ ସହ ଖେଳାଯାଉଛି । ପ୍ରତ୍ୟେକ ଦିନ ଲଜ୍ଜିତ ହେବାକୁ ପଡୁଛି । ଆଜି ଯଦି ବାଲାସାହେବ ଥାନ୍ତେ, ସେ କେବେ ଏହାକୁ ପସନ୍ଦ କରିନଥାନ୍ତେ ।’

Aryan Khan
ଆର୍ୟନ୍‌ ଖାନଙ୍କୁ ମିଳିଲା ଜାମିନ୍‌, ୨୬ ଦିନ ପରେ ଜାମିନ ମଞ୍ଜୁର

ଆର୍ୟନ୍‌ ଖାନଙ୍କୁ ମିଳିଲା ଜାମିନ୍‌ । ବମ୍ବେ ହାଇକୋର୍ଟ ଦେଲେ ଜାମିନ୍‌ । ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ମିଳିଲା ଜାମିନ୍ । ୩ ଦିନର ମାରାଥନ ଶୁଣାଣି ପରେ ମିଳିଲା ଜାମିନ୍‌ ।

Sameer Wankhede
ମୁସଲିମ୍‌ ନା ହିନ୍ଦୁ? ୱାଙ୍ଖେଡେଙ୍କ ବଢୁଛି ଅଡ଼ୁଆ

ୱାଙ୍ଖେଡ଼େଙ୍କ ବଢିବାରେ ଲାଗିଛି ଅଡ଼ୁଆ। ଆର୍ୟନଙ୍କୁ ଛାଡ଼ିବା ପାଇଁ ସେ କାଳେ ୨୫ କୋଟି ଟଙ୍କା ଲାଂଚ ମାଗିଥିବା ନେଇ ଅଭିଯୋଗ ଆସିବା ପରେ ବଢିବାରେ ଲାଗିଛି ତାଙ୍କର ଅଡ଼ୁଆ। ତେବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ୍‌ ମଲ୍ଲିକ ତାଙ୍କ ନାଁରେ ପ୍ରତିଦିନ ନୂଆ ନୂଆ ଅଭିଯୋଗର ଫର୍ଦ୍ଦ ଯୋଡୁଛନ୍ତି

Smart Watch
ସ୍ମାର୍ଟ ୱାଚ୍‌ ପିନ୍ଧିବେ ସରକାରୀ କର୍ମଚାରୀ, ଲାଗୁ ହେବ ନୂଆ ନିୟମ

ସରକାରୀ ଅଫିସରଙ୍କର ଆଉ ଚଳିବ ନାହିଁ ମନମାନି। ଏଣିକି ସବୁ କର୍ମଚାରୀମାନେ ସ୍ମାର୍ଟ ୱାଚ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସରକାରୀ ବାବୁଙ୍କ ଉପରେ ନଜର ରଖାଯାଇପାରିବ ବୋଲି କୁହାଯାଇଛି

India post recruitment 2021
ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଚାକିରି, ଜଲ୍‌ଦି କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତୀୟ ଡାକ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ଡାକରେ ବିନା ପରୀକ୍ଷାରେ ମିଳିବ ଅଧିକ ଦରମାଯୁକ୍ତ ଚାକିରି। ଭାରତୀୟ ଡାକ ବିଭାଗ ପକ୍ଷରୁ ମୋଟ ୨୨୧ ପଦ ପାଇଁ ନିଯୁକ୍ତି ଆବେଦନ ଗ୍ରହଣ କରିଛି।

Actress Esha Gupta
କହୁ କହୁ କହିଦେଲେ-‘ପ୍ରଡ୍ୟୁସରଙ୍କ ସହ ଶୋଇବାକୁ ମନା କରିବାରୁ ଫିଲ୍ମରୁ ବାହାର କରିଦେଲେ’

‘ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ଶୋଇବାକୁ ମନା କରି ଦେଇଥିଲି।’ ଏକ ସାକ୍ଷାତକାର ବେଳେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍‌ ସମ୍ପର୍କରେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା।

accident
ଜାମ୍ମୁ କାଶ୍ମୀରରେ ସଡ଼କ ଦୁର୍ଘଟଣା : ଖାଇକୁ ଖସିଲା ବସ୍, ୮ ମୃତ, ୧୨ ଆହତ

ଜାମ୍ମୁ କାଶ୍ମୀରର ଡୋଡା ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଜଣଙ୍କ ଜୀବନ । ଆଜି ସକାଳେ ଥାତ୍ରି-ଡୋଡା ରୋଡରେ ଥିବା ସୁଇ ଗାୱାରୀରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ମିନିବସ୍ ଥାତ୍ରି ରୁ ଦୋଡା ଅଭିମୁଖେ ଯାଉଥିଲା

prashant kishore
ମୋଦି ମାନିଆ ବଖାଣିଲେ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ : ଭ୍ରମରେ ଅଛନ୍ତି ରାହୁଲ, ବିଜେପି ଶକ୍ତି ସମ୍ପର୍କରେ ଅଜ୍ଞ କଂଗ୍ରସ

ମୋଦି ମ୍ୟାଜିକ୍ ଆଗରେ ଫିକା ପଡ଼ିବ ରାହୁଲଙ୍କ ରଣନୀତି । ସହଜ ନୁହେଁ ଦେଶରେ ବିଜେପି ଗଡ଼ ଭାଙ୍ଗିବା । ନିକଟ ଭବିଷ୍ୟତରେ ମୋଦି ଲହରରେ ଭଟ୍ଟା ପଡ଼ିବାର ସମ୍ଭାବନା ନାହିଁ । ଆସନ୍ତା କିଛି ଦଶନ୍ଧି ଧରି ଭାରତୀୟ ରାଜନୀତିରେ ବିଜେପିର ଦବଦବା ଜାରି ରହି

Women Farmers Run Over By Truck
ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ୩ ମୃତ, ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍‌। ମହିଳାମାନେ ଡିଭାଇଡର୍‌ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

Delhi University Professor Couple Dies
ଘର ଭିତରୁ ମିଳିଲା ପ୍ରଫେସର ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଏହି ପ୍ରଫେସର ଦମ୍ପତି ଶଯ୍ୟାଶାୟୀ ଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବୁଧବାର ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। 

Asaduddin Owaisi
ପାଗଳ ହୋଇଗଲେଣି ବିଚରା ରସିଦ : ଇସଲାମ୍ ସହ କ୍ରିକେଟ୍‌ର ସମ୍ପର୍କ କ’ଣ ? ପାକ୍ ମନ୍ତ୍ରୀଙ୍କୁ ମୁହଁତୋଡ଼୍ ଜବାବ ଦେଲେ ଓୱେସି

ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ବିପକ୍ଷ ପ୍ରଥମ ବିଜୟରେ ଇସଲାମର ବିଜୟ ଦର୍ଶାଇଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କ୍ରିକେଟ୍ ମ୍ୟାଚ୍ ସହିତ ଇସଲାମର ସମ୍ପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଇମ୍ରାନ ସରକାରର ମନ୍ତ୍ରୀ ଶେଖ ରସିଦଙ୍କୁ ପାଗଳ କହିବା ସହ ପଡ଼ୋଶୀଙ୍କୁ ମୁଣ୍ଡରେ ମସଲା ନାହିଁ ବୋଲି ମଧ୍ୟ କହିଛନ୍ତି ।

lady eating wall
ଏମିତି ଭୋକ ଯେ ପଡୋଶୀଙ୍କ କାନ୍ଥକୁ ବି ଖାଇ ପକାଉଛନ୍ତି ମହିଳା

ଆମେରିକାର ମିଶିଗନରେ ରହୁଥିବା ନିକୋଲ ଚକ୍‌ ଖାଇବାର ଖରାପ ଅଭ୍ୟାସ ରହିଛି । ଏହି ଅଭ୍ୟାସ ଏବେ ଏପରି ଏକ ନିଶା ପାଲଟି ଯାଇଛି ଯେ ନିକୋଲ ଚକ୍ ଖାଇବା ସହ ଘରର କାନ୍ଥକୁ ବି ଖାଇବା ଆରମ୍ଭ କରିସାରିଲେଣି । ସେ ଦିନକୁ ୬ ଥର କାନ୍ଥରୁ ଚୂନ ଛଡାଇ ଖାଉଛନ୍ତି । ତାଙ୍କର ଏହି ଅଭ୍ୟାସ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।