• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

November
କାଲିଠୁ ଏହି ସବୁ ଦରରେ ହୋଇପାରେ ବଡ଼ ପରିବର୍ତ୍ତନ, ଜାଣି ନିଅନ୍ତୁ ପୂରା ତଥ୍ୟ....

ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି

Bank Employee Commits Suicide
କାହିଁକି ଜୀବନ ହାରିଲେ ମହିଳା ବ୍ୟାଙ୍କ ଅଧିକାରୀ ? ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ସେ ୨ ଜଣ ପୋଲିସ୍‌ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।

India vs New Zealand
T20 World Cup: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ ଦମ୍‌ଦାର୍‌ ମ୍ୟାଚ୍‌

ଆଜି ଖେଳାଯିବ ଏକ ଦମ୍‌ଦାର୍‌ ମ୍ୟାଚ୍‌। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ଉଭୟ ଟିମ୍ ପାଇଁ ଏହି ମ୍ୟାଚ୍‌ କର ବା ମର ଭଳି। ଏହି ମ୍ୟାଚ୍‌ରେ ଯେଉଁ ଟିମ୍ ଜିତିବ, ସେହି ଟିମ୍‌ର ସେମିଫାଇନାଲ ପ୍ରବେଶ ଆଶା ରହିବ।

rasi
Daily Horoscope,31 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି୨୦୨୧ ମସିହା, ଅକ୍ଟୋବର ମାସ, ୩୧ ତାରିଖ, ରବିବାର, ତୁଳା ୧୫ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ଦଶମୀତିଥି, ମଘାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

PM Modi
G20 ସମ୍ମିଳନୀ: କୋଭିଡ୍ ବିରୋଧରେ ଏକାଠି ଲଢ଼ିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ

G20 ସମ୍ମିଳନୀରେ ସାମିଲ ହୋଇ କୋଭିଡ୍ ମହାମାରୀ ବିରୋଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏଥିପାଇଁ ଦେଶ ଦେଶ ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Crow gave a priceless gift
ଧାରୁଆ ରହିଲା ନାହିଁ କାଉ; ପ୍ରେମ ପାଇଁ ବଦଳରେ କ’ଣ କଲା ଦେଖନ୍ତୁ

କଥାରେ ଅଛି ପ୍ରେମକୁ ପ୍ରେମରେ ହିଁ ଜିତାଯାଏ। ପୁଣି କୁହାଯାଏ ମଣିଷ ଅପେକ୍ଷା ପଶୁ-ପକ୍ଷୀମାନେ ଅଧିକ ପ୍ରେମର ଭାଷାକୁ ବୁଝିଥାନ୍ତି। ଆଉ ଟିକିଏ ପ୍ରେମ ପାଇଲେ ସେମାନେ ଅତି ଆପଣାର ବି ହୋଇଯାଆନ୍ତି। ଏମିତି ବି ଦେଖାଯାଏ ଯେ ଦୁଃଖ ଓ ବିପଦ ସମୟରେ ନିଜ ଭାଇ ବନ୍ଧୁ କୁଟୁମ୍ବମାନେ ମଧ୍ୟ ପାଖରେ ଠିଆ ହୁଅନ୍ତି ନାହିଁ। କିନ୍ତୁ ପଶୁ ପକ୍ଷୀମାନେ ସବୁ ସମୟରେ ହିଁ ସାଥ୍ ଦେଇଥାନ୍ତି। ସେମାନେ ମାଲିକର ବିପଦର ପ୍ରକୃତ ବନ୍ଧୁ ହୋଇଥାନ୍ତି।

Woman eating three square feet dry walls in one weak
କାନ୍ଥଖିଆ ମହିଳା : ସପ୍ତାହରେ ଖାଉଛନ୍ତି ୩ ସ୍କୋୟାର୍ ଫୁଟ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅଦ୍ଭୁତ ଗୁଣ ନେଇ ଚର୍ଚ୍ଚାରେ ରୁହନ୍ତି। କିଏ ଦାନ୍ତରେ ଟ୍ରେନ୍ ଟାଣିକି ତ କିଏ ଛାତିରେ ରୋଲର୍ ଚଢେଇ ହେଉ ବା ମୁଣ୍ଡରେ ପଥର ଭାଙ୍ଗି ନିଜକୁ ଲୋକଲୋଚନକୁ ଆଣିଥାନ୍ତି। ଏହି ଅବସରରେ ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ଉପରେ କହିବାକୁ ଯାଉଛି ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କର ବି ଆଖି ଟେରା ହୋଇଯିବ। ଏହି ମହିଳା ଜଣଙ୍କ ଘରର କାନ୍ଥକୁ ବି ଖାଇଯାଆନ୍ତି। ଆଜିଯାଏ ଆପଣ ଦେଖିଥିବେ ଯେ ଆପଣଙ୍କ ଛୋଟ ପିଲାମାନେ ଏଭଳି କିଛି କରିବାର। କିନ୍ତୁ ଏଭଳି ଜଣେ ମହିଳା କାନ୍ଥ ଖାଇଯାଉଥିବା କଥା ଶୁଣିଲେ ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ।

Ravana’s dead body is still there in the cave
ଏବେ ବି ସୁରକ୍ଷିତ ଅଛି ରାବଣର ଶବ; ଜାଣନ୍ତୁ କେଉଁଠି

ହିନ୍ଦୁ ମହାକାବ୍ୟ ରାମାୟଣ ଏମିତି ଏକ କାହାଣୀ ଯାହାକୁ ଜାଣିବା ନେଇ ସମସ୍ତଙ୍କର ଆଗ୍ରହ ଥାଏ। ଏହାକୁ ଯେତେ ଜାଣିଲେ ବି ପୂରା ହୁଏନି କାହାଣୀ। କୁହାଯାଏ ଯେ ରାମାୟଣ ଓ ଭଗବାନ ରାମଙ୍କ ସହ ଜଡିତ ଅନେକ ପ୍ରତୀକ ଓ ପ୍ରମାଣ ଆଜି ବି ଶ୍ରୀଲଙ୍କାରେ ରହିଛି, ଯାହା ବିଷୟରେ ଜାଣିବା ନେଇ ସମସ୍ତେ ଇଛା ପ୍ରକାଶ କରନ୍ତି। ଏହି ସ୍ଥାନଗୁଡିକ ଭଗବାନ ରାମ ଓ ରାବଣ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥାଏ।

rahul gandhi
ମୋଟର୍ ସାଇକେଲରେ ବସି ବୁଲିଲେ ରାହୁଲ ଗାନ୍ଧୀ : ଭିଡିଓ ଟ୍ୱିଟ୍ କଲା କଂଗ୍ରେସ

ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ଦିନିକିଆ ଗୋଆ ଗସ୍ତରେ ଯାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଉ ସେଠାରେ ସେ ଦଳ ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି

Akhilesh Yadav & Mayawati
ୟୁପିରେ ବିଏସ୍‌ପିକୁ ବଡ଼ ଝଟ୍‌କା

ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)କୁ ବଡ଼ ଝଟ୍‌କା। ବିଏସ୍‌ପିର ୬ ଜଣ ବିଧାୟକ ଓ ଜଣେ ବିଜେପି ବିଧାୟକ ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି। ଏମାନେ ଲକ୍ଷ୍ନୌ ସ୍ଥିତ ସମାଜବାଦୀ ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳ ସଭାପତି ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।

winter
ଶୀତ ପାଇଁ ଭୟରେ ତାଲିବାନ୍ ସରକାର : ସାହାଯ୍ୟ କରିବାକୁ ବିଶ୍ୱ ସମୁଦାୟ ନିକଟରେ ଗୁହାରୀ

ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍

Nargis Fakhri shares glamorous video
ନିଜ ଗ୍ଲାମରସ୍ ଚେହେରା ଦ୍ୱାରା ହୃଦୟରେ ନିଆଁ ଲଗେଇଲେ ନର୍‌ଗିସ୍‌

ନର୍‌ଗିସ୍‌ ଫାଖ୍‌ରୀ ବଲିଉଡର ଏକ ଆଗଧାଡିର ନାଁ। ନର୍‌ଗିସ୍‌ ଇଣ୍ଡଷ୍ଟ୍ରୀର ଏମିତି ଏକ ପରିଚିତ ନାଁ ଯାହା ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଫିଲ୍ମ୍ ‘ରକ୍‌ଷ୍ଟାର୍‌’ ହିଁ ତାଙ୍କୁ ରାତାରାତି ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ବଲିଉଡ୍‌ରେ ଯଦି ସବୁ ସୁନ୍ଦରୀ ଓ ଗ୍ଲାମରସ୍ ଅଭିନେତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଏ ତେବେ ନର୍‌ଗିସ୍‌ ଫାଖ୍‌ରୀଙ୍କ ନାମ ବାଦ ପଡିବ ନାହିଁ। ସେ ମାତ୍ର ୧୬ ବର୍ଷ ବୟସରୁ ଗ୍ଲାମର୍‌ ଦୁନିଆରେ ପାଦ ଦେଇଥିଲେ ଓ ଆରମ୍ଭ କରିଥିଲେ ମଡେଲିଂରେ କ୍ୟାରିୟର୍।

Gold Rate Today
ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଦୀପାବଳୀ ଓ ଧନତେରାସ ପୂର୍ବରୁ କମିଲା ସୁନା ଦର।‌ ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ୪୭,୯୮୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ ଅଳ୍ପ ପରିବର୍ତ୍ତନ ଆସିଛି ।

aryan khan
କେମିତି ଆର୍ୟନଙ୍କ ଜେଲ୍‌ରୁ ମୁକୁଳିବା ରାସ୍ତା ହେଲା ସଫା, ଜାଣନ୍ତୁ ଏହି ୪ କାରଣ...

୨୮ ଦିନ ପରେ ଆଜି ଜେଲ୍‌ରୁ ବାହାରିଛନ୍ତି କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନ ଖାନ୍‌। ଆର୍ଥର ରୋଡ୍ ଜେଲ୍‌ରୁ କଡ଼ା ସୁରକ୍ଷାବଳୟ ଭିତରେ ମନ୍ନତକୁ ଫେରିଛନ୍ତି ଆର୍ୟନ।ଆର୍ୟନ ଜେଲ୍‌ରୁ ମୁକୁଳିବା ରାସ୍ତା ସଫା ହେବା ପଛରେ ଏହିସବୁ କାରଣ ଥିବା ଜଣାପଡ଼ିଛି।

no basic amenities
ନାଳ ସାଜିଛି କାଳ : ପୋଲ ନଥିବାରୁ ଅକାଳରେ ଝଡ଼ି ପଡ଼ୁଛି ଜୀବନ

ଜୀବନ ନେଉଛି ନାଳ । ପୋଲ ଟିଏ ନାହିଁ ବୋଲି ବିଭିନ୍ନ ସମୟରେ ଗାଁ ଲୋକଙ୍କ ଜୀବନ ଯାଉଛି । ଜୀବନ ବଞ୍ଚାଇବାକୁ ବାରମ୍ବାର ସରକାରଙ୍କ ପାଖରେ ଗୁହାରୀ କରୁଛନ୍ତି ଗ୍ରାମବାସୀ । ହେଲେ ଆଜି ପର୍ଯ୍ୟନ୍ତ ଫଳ ମିଳିଲାନି । ବିଶେଷକରି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଯମ ଜଗି ରହୁଛି ନାଳ ।

modi and mamata
ସମାଲୋଚନା କରିବା ସହ ମାନିଲେ ଦିଦି : ଆଗାମୀ ଭବିଷ୍ୟତରେ ଅଧିକ ପାୱାରଫୁଲ ହେବେ ମୋଦି

ମୋଦିଙ୍କ ମାଷ୍ଟର୍ ପ୍ଲାନ ବୁଝିପାରୁନି କଂଗ୍ରେସ । ରାଜନୀତିକୁ ନେଇ ଗମ୍ଭୀର ନୁହଁ ଦେଶର କଂଗ୍ରେସ । ଫଳରେ ଆହୁରି ଅଧିକ ଶକ୍ତିଶାଳୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ନିଷ୍ପତ୍ତି ନେଇପାରୁନି ଆଉ ଏହାର ପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ।

chichen itza
ଚିଚେନ୍ ଇଟ୍‌ଜା, ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ

ଚିଚେନ୍ ଇଟ୍‌ଜା, ମେକ୍ସିକୋର ପର୍ଯ୍ୟଟନ ଦୃଷ୍ଟିରୁ ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ସ୍ଥଳୀ । ଏହାଛଡା ଏହା ନୂଆ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟେ। ବାସ୍ତବରେ କେଉଁ କାରଣରୁ ଏହା ସପ୍ତାଶ୍ଚର୍ଯ୍ୟରେ ସାମିଲ ହୋଇପାରିଲା ତାହା ନେଇ ମନରେ ଅନେକ ପ୍ରଶ୍ନ ଉଠିଥାଏ । ବାସ୍ତବରେ କେବଳ ଏହାର ଭବ୍ୟତା କାରଣରୁ ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ...

Mouni Roy’s bold look
ସୋସିଆଲ୍ ମିଡିଆର ପାରଦ ବଢେଇଲେ ନାଗୁଣୀ ନାୟିକା ମୋନୀ ରାୟ

ଟିଭି ଦୁନିଆର ନାଗୁଣୀ ଭାବେ ପରିଚିତ ମୋନୀ ରାୟ ବଲିଉଡ୍‌ରେ ପାଦ ଦେଇଛନ୍ତି। ସେ ମଧ୍ୟ ନିଜ କାମ ଉପରେ ଧ୍ୟାନ ରଖିଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ମଧ୍ୟ ହଟ୍ ଆଉ ଆକର୍ଷଣୀୟ ଫଟୋରେ ଭରି ହୋଇଛି। ଆଜିକାଲି ମୋନୀଙ୍କର ସବୁ ଗ୍ଲାମରସ୍‌ ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏମିତିରେ ବି ସୋସିଆଲ୍ ମିଡିଆରେ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ତେଣୁ ତାଙ୍କ ଫଟୋ ପୋଷ୍ଟ ହେବା ମାତ୍ରେ ଲାଇକ୍-କମେଣ୍ଟର ସୁଅ ଛୁଟୁଛି। ବର୍ତ୍ତମାନ ତାଙ୍କର ସେମିତି କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଖୁବ୍ ଗ୍ଲାମର ଓ ହଟ୍ ଲାଗୁଛନ୍ତି।

Dhanteras
ଧନତେରାସରେ କିଣନ୍ତୁ ଏହି ସବୁ ଜିନିଷ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନଭନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ଜିନିଷ କ୍ରୟ କଲେ ଶୁଭପ୍ରଦ ହୋଇଥାଏ । ସୁନା, ରୂପା ଏବଂ ଘରର ବାସନ ପାଇଁ କ୍ରୟ କରିବା ସବୁଠାରୁ ଶୁଭଙ୍କର ହୋଇଥାଏ ।

viral-woman-spends-more-than-1-crore-rupees-on-pet-cats-and-dogs-spends-74-thousand-monthly-ashas
ବିଲେଇ କୁକୁର ପାଇଁ କୋଟିଏରୁ ଅଧିକ ଖର୍ଚ୍ଚ କଲେଣି ମହିଳା, ହେଲେ କାହିଁକି..?

ଗୃହପାଳିତ ପଶୁଙ୍କ ଉପରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଆମେରିକାରେ ରହୁଥିବା ଜଣେ ମହିଳା ନିଜ ଗୃହପାଳିତ ପଶୁମାନଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ମହିଳା ଜଣକ ନିଜ ଘରେ ୩ଟି ପୋଷା ବିଲେଇ ସହ ଗୋଟିଏ ପୋଷା କୁକୁରକୁ ରଖିଛନ୍ତି ।

Afghanistan Vs Pakistan Match
ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ପ୍ରେସ୍‌ କନ୍‌ଫରେନ୍ସ ଛାଡ଼ି ପଳାଇଲେ ଆଫଗାନିସ୍ତାନ କ୍ୟାପ୍‌ଟେନ୍‌

ଆଫଗାନିସ୍ତାନରେ ତାଲିବାନ ଶାସନକୁ ସାରା ବିଶ୍ୱରେ ସମସ୍ତେ ଏହାକୁ ବିରୋଧ କରୁଥିବା ବେଳେ ପାକିସ୍ତାନ ତାଲିବାନକୁ ସମର୍ଥନ କରିଥିଲା। ହେଲେ ଏବେ କ୍ରିକେଟ ପଡ଼ିଆରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି। ଜଣେ ପାକ୍‌ ସାମ୍ବାଦିକ ପ୍ରେସ୍‌ କନ୍‌ଫରେନ୍ସ ଆଫଗାନିସ୍ତାନ ଅଧିନାୟକଙ୍କୁ ଏଭଳି କିଛି ପ୍ରଶ୍ନ ପଚାରିଥିଲେ ଯାହାକୁ ନାପସନ୍ଦ କରିଥିଲେ ଆଫଗାନୀ ଅଧିନାୟକ।

fish
କଳା ପଡ଼ିଗଲା କାମେଙ୍ଗ ନଦୀର ଜଳ : ମରିଗଲେ ହଜାର ହଜାର ମାଛ, ଚୀନର ଷଡ଼ଯନ୍ତ୍ର ଅଭିଯୋଗ

ଭାରତ ବିରୋଧରେ ପୁଣି ଷଡ଼ଯନ୍ତ୍ର କରୁଛି ଚୀନ୍ ? ହାତରେ ନମାରି ଭାତରେ ମାରିବାକୁ ଚାହୁଁଛି ? ସବୁ ଠିକଠାକ୍ ଥିବା ବେଳେ ହଠାତ୍ କଳା ପଡ଼ିଗଲା ଅରୁଣାଚଳ ପ୍ରଦେଶର କାମେଙ୍ଗ ନଦୀର ଜଳ । ଫଳରେ ନଦୀରେ ଥିବା ହଜାର ହଜାର ମାଛ ମରି ଉପରେ ଭାସୁଛନ୍ତି

Rasid Khan
ଲସିଥ୍ ମାଲିଙ୍ଗାଙ୍କୁ ପଛରେ ପକାଇ ଇତିହାସ ରଚିଲେ ରସିଦ ଖାନ

ରେକର୍ଡ ସୃଷ୍ଟି କଲେ ରସିଦ୍ ଖାନ । ଗତକାଲି ମ୍ୟାଚରେ ନିଜର ଚମତ୍କାର ବୋଲିଂ ଦ୍ୱାରା ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍ ମଲିଙ୍ଗାଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଯଦିଓ ଆଫଗାନିସ୍ତାନ ଗତକାଲି ପାକିସ୍ତାନ ଠାରୁ ମ୍ୟାଚ ହାରି ଯାଇଛି, କିନ୍ତୁ ଆଫଗାନିସ୍ତାନର ସ୍ପିନ ବୋଲର ରସିଦ୍ ଖାନ ଇତିହାସ ରଚିଛନ୍ତି । ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ଗତିରେ ୧୦୦ ୱିକେଟ ନେବାର ଇତିହାସ ରଚିଛନ୍ତି ।

control high blood pressure
ନିୟନ୍ତ୍ରଣ ହେବ ଉଚ୍ଚ ରକ୍ତଚାପ, ଏହି ସବୁ ଅଭ୍ୟାସକୁ ନିୟମିତ କରନ୍ତୁ

ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍‌ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ ।

Kannada Star Puneeth Rajkumar
ସହି ପାରିଲେନି ପ୍ରିୟ ଅଭିନେତା ପୁନିତ୍‌ଙ୍କ ଦେହାନ୍ତ, ଜୀବନ ହାରିଦେଲେ ୩ ଫ୍ୟାନ୍‌

ସାଉଥ୍‌ ଆକ୍ଟର ତଥା କନ୍ନଡ ଅଭିନେତା ପୁନିତ୍‌ ରାଜକୁମାରଙ୍କ ଅଚାନକ୍‌ ଦେହାନ୍ତ ଖବରକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୪୬ ବର୍ଷ ବୟସରେ ସବୁଦିନ ପାଇଁ ସେ ଦୁନିଆକୁ ଅଲ୍‌ବିଦା କରିଛନ୍ତି। ହୃଦ୍‌ଘାତ ଯୋଗୁ ତାଙ୍କ ପରଲୋକ ହୋଇଛି।