ନିଜର ବିଶ୍ୱାସ, ସ୍ୱପ୍ନ ଆଉ ସବୁ ଗୁପ୍ତ କଥାକୁ ଯାହା ସହ ବାଣ୍ଟିହୁଏ ସେ ହେଲା ବନ୍ଧୁ। ଜଣେ ବନ୍ଧୁ ହିଁ ସବୁବେଳେ ବନ୍ଧୁକୁ ଉତ୍ସାହିତ କରିବା ସହ ସବୁବେଳେ ଉଚିତ ପରାମର୍ଶ ଦେଇଥାନ୍ତି। ଏହି ବନ୍ଧୁତ୍ୱର ସମ୍ପର୍କକୁ ମନେପକେଇବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଏହାର ଇତିହାସ ଉପରେ ନଜର ପକେଇ ନେବା।
ତୋଷାଳି ୱାକର୍ସ କ୍ଲବର ମାସିକ ସାଧାରଣ ସଭା ତୋଷାଳି କ୍ଲବର ମୁଖ୍ୟ ସଭାପତି ଡ. ସଂଗ୍ରାମ କେଶରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।
ମାତୃତ୍ୱର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଶିଶୁକୁ ସ୍ତନ୍ୟପାନ କରାଇବା। ଏହି ସ୍ତନ୍ୟପାନର ମହତ୍ତ୍ୱକୁ ସମସ୍ତଙ୍କ ପାଖରେ ପହଞ୍ଚେଇବାର ପ୍ରୟାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ। ଆଜି ଆସନ୍ତୁ ଏ ବିଷୟରେ ଜାଣିନେବା।
ବହୁ ବାଦ ବିବାଦ ପରେ ଶେଷରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ତେବେ ଅପେକ୍ଷାର ଅନ୍ତ ଘଟିଛି । ଆସନ୍ତା ୯ ତାରିଖରେ ହେବ ଶ୍ରୀଜିଉଙ୍କ ବନକଲାଗି କରାଯିବ । ବନକଲାଗି ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷ ନୀତି ଥିବାରୁ କାଲି ବନକଲାଗି ହେବନି । ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ବିବାଦ କାରଣରୁ ଦିନକୁ ଦିନ ମଳିନ ପଡ଼ିଆସୁଥିବା ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଆସନ୍ତା ବୁଧବାର ହେବ ।
ଆଜି ସାରା ବିଶ୍ୱ ପାଳୁଛି ‘ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ’। 'ୱାର୍ଲ୍ଡ ୱାଇଡ୍ ୱେବ୍' ଆଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହିତ ଅନେକ ଉନ୍ନତ ବୈଶିଷ୍ଟ୍ୟ ସହିତ ଆସିଛି। ତିନି ଦଶନ୍ଧିର ଅଗ୍ରଗତି ପରେ, WWW ର ଏହି ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଆସିଛି ଯାହା ବର୍ତ୍ତମାନର ରୂପ ନେଇଛି।
ସୁବର୍ଣ୍ଣପୁର ଜନ୍ମିତ ଗୁରୁ ବହିଦାରଙ୍କୁ ସମ୍ବଲୁପରୀ ଭାଷା ସାହିତ୍ୟର ଗୁରୁ ବୋଲି କୁହାଯାଏ । ତାଙ୍କରି ଜନ୍ମଦିନକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସମ୍ବଲପୁରୀ ଦିନ୍ ଭାବେ ପାଳନ କରାଯାଉଛି ।
ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସଫଳତା କାମନା କରିବା ପାଇଁ ଆଜି ନୟାଗଡ଼ ବିକାଶ ମଞ୍ଚ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଏକ ସଭାର ଆୟୋଜନ କରାଯାଇଥିଲା।
ବାଘଙ୍କ ସୁରକ୍ଷା ଓ ସରକ୍ଷଣ ପାଇଁ ଏ ଅବସରରେ ନନ୍ଦନକାନନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
ମହରମର ପ୍ରଥମ ଦିନରେ ବିଶ୍ୱର ମୁସଲମାନମାନେ ମସ୍ଜିଦକୁ ଯାଆନ୍ତି, ସେଠାରେ ପ୍ରାର୍ଥନା କରନ୍ତି ଏବଂ ସେଠାରେ ସମୟ ଅତିବାହିତ କରନ୍ତି।
ପ୍ରତିବର୍ଷ ୨୯ ଜୁଲାଇରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବାଘର ପ୍ରାକୃତିକ ବାସସ୍ଥାନର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଏବଂ ବାଘ ସଂରକ୍ଷଣ ପ୍ରସଙ୍ଗ ପାଇଁ ଜନସଚେତନତା ତଥା ସମର୍ଥନ ବୃଦ୍ଧି କରିବା।
ଆପଣ ଯଦି ଆଜିର ଆନ୍ତର୍ଜାତୀୟ ବାଘ ଦିବସ ପାଳନ କରିବାକୁ ଚାହୁଛନ୍ତି ତେବେ ଭାରତରେ ଥିବା ବିଭିନ୍ନ ବାଘ ଅଭୟାରଣ୍ୟକୁ ପରିଦର୍ଶନ କରିପାରିବେ। ଏପରି ପରିସ୍ଥିତିରେ ଆସନ୍ତୁ କିଛି ବାଘ ସଂରକ୍ଷଣ ବିଷୟରେ ଜାଣିନେବା ଯେଉଁଠାରେ ଆପଣ ବାଘମାନଙ୍କୁ ଅତି ନିକଟରୁ ଦେଖିପାରିବେ।
ଠାକୁରଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ପାଇଁ ଭକ୍ତଙ୍କ କ୍ଷୋଭ ଓ ଆଜିର ନୀତି ସବକମିଟି ବୈଠକ ପରେ ସାମାନ୍ୟ ନରମିଛି ଦତ୍ତମହାପାତ୍ର ନିଯୋଗ।
୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର । ଭକ୍ତଙ୍କ ଭାବାବେଗକୁ ଯେପରି କାହାର କିଛି ଖାତିର ନାହିଁ । କେହି କାହା ଜିଦ୍ଦି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ନୀତି ସବକମିଟି ବୈଠକରେ ବି ମହାପ୍ରଭୁଙ୍କ ବନକଲାଗି ବିବାଦରେ ପଡିପାରିଲାନି ପୂର୍ଣ୍ଣଚ୍ଛେଦ । ଆସନ୍ତା ୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
ଜାନୁଆରୀ ଚତୁର୍ଥ ସପ୍ତାହରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ପ୍ରାୟ ୫ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚିବେ ବୋଲି ବିଶ୍ୱାସ ରହିଛି। ତେବେ ଉଦ୍ଘାଟନୀ ସମାରୋହରେ କେବଳ ୧୦ ହଜାର ଭକ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ସେଠାରେ ରଖିବା ନେଇ କୁହାଯାଇଛି।
ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବନତି ଦିନକୁ ଦିନ ପ୍ରମୁଖ ପ୍ରସଙ୍ଗ ପାଲଟିବାରେ ଲାଗିଛି। ସମସ୍ତେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଇ ପରିବେଶର ସୁରକ୍ଷା ପାଇଁ କିଛି କରିବା ଉଚିତ।
ହେପାଟାଇଟିସ୍ ଏବଂ ଯକୃତ ସମ୍ବନ୍ଧୀୟ ରୋଗକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୮ ଜୁଲାଇରେ ‘ବିଶ୍ୱ ହେପାଟାଇଟିସ୍ ଦିବସ’ ପାଳନ କରାଯାଏ। ଆଜି ଏହି ଦିନ ଥିନାରୁ ଆସନ୍ତୁ ବିଶ୍ୱ ହେପାଟାଇଟିସ୍ ଦିବସର ଇତିହାସ, ମହତ୍ତ୍ୱ ଏବଂ ଏହି ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।
୨୪ ବର୍ଷ ପରେ ଆଜି ବି ସହିଦ ପୁଅର ପ୍ରତିମୂର୍ତ୍ତିରେ ଫୁଲ ଦେବାବେଳେ ମାଆ ଆଖିରେ ଆସିଯାଏ ଲୁହ। ସିମେଣ୍ଟ ପ୍ରତିମୂର୍ତ୍ତି ହେଉ ପଛେ ପୁଅ ମୁହଁକୁ ପିନ୍ଧା ଲୁଗା କାନିରେ ପୋଛିଲା ବେଳେ ଅନୁଭବ ହୁଏ ସତେ ଯେମିତି ପୁଅ ବଞ୍ଚିଛି, ତା ପାଖରେ ଅଛି।
ବିବାହର ୬ ଦିନ ପରେ ତାଙ୍କୁ ଆସିଥିଲା ଡାକରା। ଯୁଦ୍ଧ ଆରମ୍ଭ ହୋଇଯାଇଛି। ଆଉ ଯେମିତି ହେଲେ ପହଞ୍ଚିବାକୁ ହେବ। ବିବାହ ପାଇଁ ଆଣିଥିବା ୧୦ ଦିନ ଛୁଟି ମଧ୍ୟରୁ ମାତ୍ର ୬ ଦିନ ସରିଛି। ବୀର ପୁତ୍ର ଚାଲି ଯାଇଥିଲେ କର୍ମ କ୍ଷେତ୍ରକୁ। ଆଉ ଯିବାର ଠିକ୍ ୭ ଦିନ ପରେ ଆସିଲା ଏମିତି ଦୁଃଖ ଖବର।
ନୀଳଗିରି ବ୍ଲକ୍ ବରହମପୁର ମେଡିକାଲ ନିକଟରେ ସ୍ଥାପିତ ହୋଇଥିବା ସହିଦଙ୍କ ସ୍ମୃତିପୀଠକୁ ଦେଖିଲେ କିଛି କ୍ଷଣ ଅଟକିବାକୁ ଓ ତାଙ୍କର ବଳିଦାନକୁ ମନେପକାଇବାକୁ ଏବେବି ଭୁଲୁନାହାନ୍ତି ଗ୍ରାମବାସୀ। ସେ ହେଉଛନ୍ତି ବରହମପୁର ଅଞ୍ଚଳର ସହିଦ ବୀର ଯବାନ ମହେଶ୍ୱର ବେହେରା, ଯିଏ କାର୍ଗିଲ୍ରେ ମାଟି ମା’ ପାଇଁ ଲଢ଼ି ଦେଶ ପାଇଁ ସହିଦ ହୋଇଛନ୍ତି।
ଆସନ୍ତା ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ସୂଚନା ଦେଇଥିଲେ। ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ।
୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ ।
୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ ।
ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ କରାଯିବ ଶ୍ରୀଜୀଉଙ୍କ ବନକ ଲାଗି । ଏହି ସୂଚନା ଦେଇଛନ୍ତି ଠାକୁରଙ୍କ ଏହି ଗୁପ୍ତ ନୀତି ସଂପାଦନ କରୁଥିବା ଦତ୍ତ ମହାପାତ୍ର ସେବକ । ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତଙ୍କ ସୂଚନା ଅନୁସାରେ- ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି । ତେଣୁ ଆଗାମୀ ଗୁରୁବାର ବନକଲାଗି ପାଇଁ ଆମେ ପ୍ରଶାସନକୁ ନିବେଦନ କରିଛୁ ।
ଦତ୍ତ ମହାପାତ୍ର ନିଯୋଗ ସଂପାଦକଙ୍କ ସୂଚନା, ଗୁରୁବାର ଶ୍ରୀମୁଖ ଶିଙ୍ଗାର କରିବାକୁ ପ୍ରଶାସନକୁ କରିଛୁ ନିବେଦନ...ବିବାଦ ଯୋଗୁଁ ନିଳାଦ୍ରୀ ବିଜେ ପରଠାରୁ ବନ୍ଦ ରହିଛି ଗୁପ୍ତ ନୀତି....
ଆମ ସମସ୍ତଙ୍କ ଭିତରେ ଜଣେ ଜଣେ କନହେଇ ଥାଏ। କିନ୍ତୁ ଆମେ କେତେଜଣ ତାଙ୍କୁ ଭୋଗୁ?...