ବର୍ତ୍ତମାନ, ଆତ୍ମ ପ୍ରେମ ଗିରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି। ତାଙ୍କର ଶରୀର ଓ ମୁହଁର ସ୍ୱତନ୍ତ୍ର ଚମକ ତାଙ୍କୁ ମେଳାରେ ଏକ ସ୍ୱତନ୍ତ୍ର ପରିଚିତି ଦେଇଛି। ସେ ଘଣ୍ଟା ଘଣ୍ଟା ବ୍ୟାୟାମ କରିବାକୁ ଭଲ ପାଆନ୍ତି, ଯାହା ତାଙ୍କର ଆକର୍ଷଣୀୟ ଲୁକ୍ ର ରାଜ୍।
ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯିବାକୁ ଓଡିଶାରୁ ସବୁ ବାଟ ବନ୍ଦ । ୭ଟି ସ୍ବତନ୍ତ୍ର ଟ୍ରେନ୍ ଚାଲୁଥିବା ସତ୍ତ୍ବେ କେଉଁଥିରେ ଟିକେଟ୍ ମିଳୁନି । ତେଣେ ଓଏସଆରସିଟି ବସରେ ଯିବାକୁ ଲୋକ ହାଉଜାଉ ତ ଭୁବନେଶ୍ବରରୁ ବିମାନ ସଂଖ୍ୟା ବି ସମୁଦ୍ରକୁ ଶଙ୍ଖେ। ଫ୍ଲାଇଟ୍ ଫେୟାର ବି ହାଇଚାର୍ଜ। ଏଭଳି ସ୍ଥିତିରେ ଶ୍ରଦ୍ଧାଳୁ ସବୁଆଡୁ ନିରାଶ ହେବା ପରେ ପ୍ରୟାଗରାଜକୁ ପରିବହନ ସୁବିଧା ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ବିଚାର କରୁଛନ୍ତି।...
ମହାକୁମ୍ଭର ପ୍ରଥମ ଦୁଇ ଦିନରେ ୫.୨୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇଥିଲେ । ତେବେ ଏହି ମେଳାରେ ଜାନୁଆରୀ ୧୫ ରେ ୪୦ ଲକ୍ଷ ଏବଂ ୧୬ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୩୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ବେଳେ ଏଥିରେ ବୁଡ଼ ପକାଇଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୭ କୋଟି ପାର କରିଛି ।
କୁମ୍ଭରେ ସ୍ନାନ ଓ ଦାନ ଆଦି କଲେ ଶତ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ତଥା ଆଉ ପୃଥିବୀ ପୃଷ୍ଠରେ ଜନ୍ମ ହୋଇ ଘାଣ୍ଟି ହେବାକୁ ପଡ଼େନି ବୋଲି କୁହାଯାଏ । କୁମ୍ଭମେଳା ଦେଶ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଭାରତର ପବିତ୍ର ନଦୀ କୂଳକୁ ଆକର୍ଷିତ କରିଥାଏ। ଏହି ଆୟୋଜନ ଆଧ୍ୟାତ୍ମିକତା, ପରମ୍ପରା ଓ ସମ୍ପ୍ରଦାୟର ଏକ ପର୍ଯ୍ୟାୟ ଅଟେ ।
୧୨ ବର୍ଷର କଠିନ ତପସ୍ୟା ପରେ ଜଣେ ସାଧୁଙ୍କୁ ନାଗାର ସଜ୍ଞା ପ୍ରାପ୍ତ ହୋଇଥାଏ । ଏହି ପଦବୀ ପାଇବା ପରେ ଆଖଡ଼ାର ଦାୟିତ୍ୱବାନ ଅଧିକାରୀ ହୋଇଯାଆନ୍ତି ନାଗା ସାଧୁ । ବୈଷ୍ଣବ ଆଖଡ଼ାର ପରମ୍ପରା ଅନୁସାରେ ରକମୀ ସାଧୁଙ୍କୁ ନିଜର ବଡ଼ ବନ୍ଦଗିଦାରଙ୍କ ଠାରୁ ଆରମ୍ଭ କରି ମହାଅତୀତ ସାଧୁଙ୍କ ସେବା କରିବାକୁ ପଡ଼େ । ବନ୍ଦଗୀଦାର କୋଠି ଓ ଭଣ୍ଡାରର ବ୍ୟବସ୍ଥା କରନ୍ତି, ବାଡ଼ି ଉଠାଇବା ଓ ଶାସ୍ତ୍ରର ଶିକ୍ଷା ଗ୍ରହଣ କରିବା ତାଙ୍କର କାର୍ଯ୍ୟ ହୋଇଥାଏ । ସେମାନେ ମନ୍ଦିରର ଦେଖାରଖା ସହ ଖାଦ୍ୟବ୍ୟବସ୍ଥା ମଧ୍ୟ ଦେଖନ୍ତି ।
ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନୀତିକାନ୍ତି ଉପରେ ବିଚାର କରିବ କମିଟି। ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ଯାଞ୍ଚ କରାଯିବ ।
ଷ୍ଟିଭ ଜବ୍ସ ଏହି ଚିଠିକୁ ତାଙ୍କ ୧୯ତମ ଜନ୍ମଦିନର ପାଳର ଦିନକ ପୂର୍ବରୁ ବାଲ୍ୟ ବନ୍ଧୁ ଟିମ ବ୍ରାଉନଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ । ଏତେ କମ ବୟସରେ ସେ କେତେ ଆଧ୍ୟାତ୍ମବାଦୀ ଥିଲେ ଏବଂ କେତେ ଆତ୍ମବିଶ୍ଳେଷଣ କରୁଥିଲେ ଏହି ଚିଠିରୁ ତାହାର ଝଲକ ଦେଖିବାକୁ ମିଳେ । ଷ୍ଟିଭ ଜବ୍ସ ଜୈନ ବୌଦ୍ଧ ଧର୍ମ ଉପରେ ଖୁବ ବିଶ୍ୱାସ ରଖୁଥିଲେ ଏବଂ ସେ କୁମ୍ଭମେଳାରେ ଯୋଗ ଦେବା ପାଇଁ ଭାରତ ଯିବାକୁ ଚାହୁଁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
ମହାକୁମ୍ଭ ଇତିହାସ ବହୁତ ପୁରୁଣା । କେତେକ ଗ୍ରନ୍ଥ ଅନୁଯାୟୀ, ସତ୍ୟଯୁଗରୁ ପ୍ରଥମ କୁମ୍ଭମେଳା ଆୟୋଜିତ ହୋଇଥିବା ବିଶ୍ୱାସ କରାଯାଏ । ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଏହି ଭବ୍ୟ ମେଳା । ଆଉ କିଛି ଲୋକଙ୍କ ଅନୁସାରେ, ସମୁଦ୍ର ମନ୍ଥନ ପରେ ପରେ ଆରମ୍ଭ ହୋଇଥିଲା କୁମ୍ଭମେଳା । ଏ ବିଷୟରେ ବିସ୍ତୃତ ସୂଚନା ଉପଲବ୍ଧ ନାହିଁ । ପଣ୍ଡିତମାନଙ୍କ ଅନୁଯାୟୀ କୁମ୍ଭର ପରମ୍ପରା ହଜାରେ ବର୍ଷ ପୁରୁଣା।
‘ଭାରତୀୟ ସେନା ଦିବସ’ ପାଳନ ପାଇଁ ଏହି ଦିନ କାହିଁକି ଠିକ ହେଲା? ଆମେ କାହିଁକି କେବଳ ୧୫ ଜାନୁଆରୀରେ ‘ଭାରତୀୟ ସେନା ଦିବସ’ ପାଳନ କରୁ? ଭାରତୀୟ ସେନାର ଗୌରବମୟ ଇତିହାସ କ’ଣ ଆସନ୍ତୁ ଜାଣିବା।
ସଂଗମନଗରୀରେ ମହାସମାଗମ । ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶର ପ୍ରୟାଗରାଜ । ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। କାରଣ ଗତକାଲି ମହାକୁମ୍ଭ ଆରମ୍ଭ ହୋଇଥିଲେ ବି, ଆଜି ଥିଲା ପ୍ରଥମ ଶାହିସ୍ନାନ, ଯାହାକୁ ଅମୃତ ସ୍ନାନ ଭାବେ ଘୋଷଣା କରାଯାଇଛି ।
ମହାକୁମ୍ଭ ପାଇଁ ଉଠୁଛି ପଡ଼ୁଛି ଉତ୍ତରପ୍ରଦେଶର ପ୍ରୟାଗରାଜ। ଗଙ୍ଗା, ଯମୁନା ଓ ରହସ୍ୟମୟୀ ସରସ୍ବତୀର ମିଳନ ସ୍ଥଳରେ ଆଜି ବୁଡ଼ ପକାଇବାର ଦିବ୍ୟ ଅନୁଭବ ଲଭିଛନ୍ତି ସାଢ଼େ ୩ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ।
ବର୍ତ୍ତମାନ ଲୋକଙ୍କ ପାଇଁ ବରଦାନ ପାଲଟିଥିବା ତ୍ରିବେଣୀ ସଂଗମ ଏକ ଅଭିଶାପରୁ ଆରମ୍ଭ ହୋଇଥିଲା । ଦେବତାଙ୍କୁ ମିଳିଥିଲା ଏ ଅଭିଶାପ, କିନ୍ତୁ ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁଣ୍ୟତୋୟା ତ୍ରିଧାରାଙ୍କ ମିଳନସ୍ଥଳୀ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।
ବିଶ୍ୱ ପ୍ରସିଦ୍ଧ ‘ମହାକୁମ୍ଭ ମେଳା ୨୦୨୫’ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ୨୦୧୯ ଅର୍ଦ୍ଧ କୁମ୍ଭ ତୁଳନାରେ ସାଢେ ଚାରି ଗୁଣ ଅଧିକ ଟ୍ରେନର ବ୍ୟବସ୍ଥା କରାଯାଇଛି ।
ସାକ୍ଷାତକାରର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଏହା ପଛର ବାସ୍ତବ ସତ୍ୟ ସାମ୍ନାକୁ ଆସିଥିଲା। ବାସ୍ତବରେ ଏହି ମହିଳା ଜଣଙ୍କ ସାଧ୍ୱୀ ନୁହଁନ୍ତି ବରଂ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବୋଲି ପ୍ରମାଣିତ ହୋଇଥିଲା।
୧୪୪ ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳିତ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ତେବେ ଏହି ମେଳାରେ ଏବେ ବେଶ୍ ଭାଇରାଲ ହେଉଛନ୍ତି ସବୁବେଳେ ହସି ହସି କଥା ହେଉଥିବା 'ଆଇଆଇଟିଆନ୍ ବାବା' ।
ପୋଙ୍ଗଲ ହେଉଛି ତାମିଲ ସମ୍ପ୍ରଦାୟର ଏକ ଫସଲ କଟା ଗଣପର୍ବ। ଲୋକମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି। ସେମାନେ ଏହି ପର୍ବରେ ପିତୃ ପୁରୁଷଙ୍କୁ ସ୍ମରଣ କରି ପୂଜା କରିଥାନ୍ତି। ଚାରିଦିନ ଧରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ପାଳନ କରନ୍ତି। ତେବେ ଆସନ୍ତୁ ଏହି ଚାରି ଦିନର ମହତ୍ତ୍ୱ କ’ଣ ଜାଣିବା।
ଆଜି ପବିତ୍ର ମକର ସଂକ୍ରାନ୍ତି । କାହିଁକି ପାଳନ ହୁଏ ଏହି ପର୍ବ ? ଜାଣନ୍ତୁ ଆମ ଓଡ଼ିଆ ଘରର ପରମ୍ପରା ବିଷୟରେ କିଛି ଅଜଣା କଥା । କାହିଁକି ଗୁଡ଼ି ଉଡ଼ାଯାଏ ? କାହିଁକି ବଣ୍ଟନ କରାଯାଏ ମକର ଚାଉଳ ?
ମକର ପାଳିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଗସ୍ତରେ ଯାଇ ପାଟଣା ନିକଟ ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ସିଏମ୍।
ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ହୋମ ଯଜ୍ଞ ଓ ଆଳତୀ ସାଙ୍ଗକୁ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପ୍ରୟାଗତୀର୍ଥର ପରିସୀମା। ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦୁଇଗୁଣା ହେବା ନେଇ ଅନୁମାନ କରିଛି ଉତ୍ତର ପ୍ରଦେଶ ପ୍ରଶାସନ।
ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି।ସେହିପରି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମକର ଚରାଅସୀ ବେଶରେ ବିଭୂଷିତ ହେବେ ।
ଚଳିତ ବର୍ଷ ପୌଷ ପୂର୍ଣ୍ଣିମା ୧୩ ଜାନୁଆରୀରେ ଶେଷ ହେଉଥିବା ବେଳେ ଆଜି ଅର୍ଥାତ ଜାନୁଆରୀ ୧୪ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଛନ୍ତି। ଏନେଇ ଆଜି ଦିନଟିକୁ ସାରା ଭାରତରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଉଛି।
ଏହି ପର୍ବଟି ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ନାଁରେ ପାଳିତ ହୁଏ। ଏହା ଏକ କୃଷିଭିତ୍ତିକ ପର୍ବ, ଫସଲ ଅମଳ ହେଲାପରେ ଏହା ପଡ଼ିଥାଏ। ଆସନ୍ତୁ ଜାଣିବା ଏହାକୁ କେମିତି ପାଳନ କରାଯାଏ, ଦେଶର କେଉଁ ସ୍ଥାନରେ ଏହାକୁ କେଉଁ ନାମରେ ଜାଣନ୍ତି।
୪୫ ଦିନିଆ ମହାକୁମ୍ଭର ସାକ୍ଷୀ ବନିବେ ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ। ଏଥିପାଇଁ ସୁରକ୍ଷା ଛାଉଣୀରେ ସାରା ଉତ୍ତର ପ୍ରଦେଶ। ସଙ୍ଗମ ନଗରୀ ପ୍ରୟାଗରାଜରେ ତ ହାଇ ସିକ୍ୟୁରିଟି।ବୁଡ ପକାଇବାକୁ ସାରା ଦୁନିଆରୁ ଧାଇଁ ଆସିଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ଉପରେ ରହିଛି ୨୪ ଘଣ୍ଟିଆ ନଜର।...
ପ୍ରୟାଗରାଜରେ ମହାକୁମ୍ଭର ମହାଶୁଭାରମ୍ଭ। ପୌଷ ପୂର୍ଣ୍ଣମୀର ଶୁଭ ଯୋଗରେ ଆଜି ଭୋରରୁ ବୁଡ଼ ପକାଇଛନ୍ତି ଦେଢ଼ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ। ଖାଲି ସନାତନୀ ହିନ୍ଦୁ ନୁହଁନ୍ତି ବହୁ ବିଦେଶୀ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ। ସେପଟେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ରହିଛି ପ୍ରଥମ ସାହି ସ୍ନାନ।
ପାଣି ଭିତରେ ଡ୍ରୋନ୍ । AI କ୍ୟାମେରା । NSG କମାଣ୍ଡୋ । ଦୁର୍ଲଭ ମହାକୁମ୍ଭ ମହାମେଳାର ସାକ୍ଷୀ ବନିବାକୁ ଥିବା ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଉପରେ ରହିଛି ୨୪ ଘଣ୍ଟିଆ ନଜର। ଜଳ, ସ୍ଥଳ, ଆକାଶ ସବୁଠି ଟାଇଟ୍ ସିକ୍ୟୁରିଟି ।